ଯାଜପୁର: ମା ସେ କରୁଣାମୟୀ l ମା ସ୍ନେହ ମମତା ର ଭଣ୍ଡାର l ମା ପୁଣି ସବୁଠି ସବୁ ସମୟରେ ସନ୍ତାନ ର ପାଖେ ପାଖେ ଥାଏ l ଆଉ ସନ୍ତାନର ମଙ୍ଗଳ ଚାହେଁ l ସବୁ ଦୁଃଖ କଷ୍ଟକୁ ନିଜ ପଣତକାନିରେ ଅଟକାଇ ଦିଏ l ନିଜ ସନ୍ତାନ ପାଇଁ l ସେ ମା ଧରିତ୍ରୀ ହେଉ ଅବା ମା ଯଶୋଧl l ହେଲେ ସେହି ମା କେତେବେଳେ ଭିନ୍ନ ରୂପରେ ଆସି ମା ନାଁରେ କଳଙ୍କ ସାଜିଯାଏ l ଆଉ ବାପା……ସେ ତ ବିଶାଳ ଶବ୍ଦ l ହେଲେ ଯାଜପୁରରେ ଏପରି ଏକ ବାପା ଓ ମା (ଶାଶୁ. ଶଶୁର ) ଅମାନବୀୟ ଚରିତ୍ର ପଦାକୁ ଆସିଛି l ଯେଉଁ ଶାଶୁ ଶଶୁର ବୋହୁକୁ ନିଜ ଝିଅ ପରି ଦେଖିବା କଥା ଓ ସ୍ନେହ ଶ୍ରଦ୍ଧା ଦେବା କଥା ତାହା ନକରି ମାନବିକତା କୁ ଭୁଲି ବୋହୂକୁ ଗାଁ ଦାଣ୍ଡରେ ଛୁଟି ଟାଣି ମାରିବାକୁ ପଛାଇନାହାନ୍ତି l
ଘଟଣାଟି ଥିଲା ଏପରି….
ପାରିବାରିକ କଳହରୁ ଦିନ ଦି ପ୍ରହରରେ ବୋହୂର ଚୁଟି କୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ଶାଶୁ ଶଶୁରଙ୍କ ମାଡ଼ ମାରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା କୋରେଇ ଥାନା ଧନେଶ୍ୱର ଗାଁ ରେ। ପୂର୍ବାହ୍ନରେ ଗାଁ ର ନବୀନ ବେହେରା ଏବଂ ପତ୍ନୀ ଚାରୂଲତା ନିଜ ବୋହୂକୁ ଏପରି ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଯାହା ସୋସିଆଲ ମେଡିଆରେ ଭାଇରାଲ ହେବା ପରେ ଶାଶୁ, ଶଶୁର କୁ ପୋଲିସ ଗିରଫ କରିଛି l ଆଇନ ଅନୁସାରେ ସେମାନେ ଦଣ୍ଡ ପାଇବେ l ହେଲେ ସବୁଠାରୁ ବଡ କଥା ହଉଚିl ଏହି ଘଟଣାରେ ଯୋଉ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହଉଚି ସେଥିରେ ଆଉ ଜଣେ ମା ର ମମତା ଯେ କଣ ସେ ସମାଜକୁ ବାର୍ତ୍ତା ଦେଇଛି l ଗାଁ ଦାଣ୍ଡରେ ନିର୍ଯାତିତ ବୋହୂ କୁ ସାନ୍ତ୍ୱନା ଦେବାସହ ମା ର ସ୍ନେହ ଶ୍ରଦ୍ଧା ର ପଣତ କାନି କୁ ଘଡେଇ ଦେଇଛି l ଏହି ମହିଳା ଜଣକ ନିର୍ଯାତିତ ବୋହୂ ର, ନା ନିଜ ମା ନା ଶାଶୁ ତଥାପି ମା ର ହୃଦୟ ସନ୍ତାନ ପ୍ରତି କଣ ତାହା ସେ କରି ଦେଖେଇଛି l ଯାଜପୁର ଘଟଣା ଟି ମା ର ଦୁଇଟି ରୂପ କୁ ସାମ୍ନା କୁ ଆଣିଛି l
“ମାଆ”ର ଦୁଇଟି ରୂପ…
ଫଟୋ କହୁଛି କଥା :4ଦିନ ଫଟୋଗ୍ରାଫି କର୍ମଶାଳା ଶେଷ
ଢେଙ୍କାନାଳ: ଫଟୋରେ ଫଟୋରେ କେତେ କଥା । ଫଟୋରେ ଜୀବନ, ଫଟୋରେ ଜୀବିକା । କ୍ୟାମେରା ଲେନ୍ସରେ ତୋଳାଯାଇଥିବା ଏମିତି କିଛି ଫଟୋ କହୁଛି କାହାଣୀ । କେଉଁ ଫଟୋ ମଣିଷର ସଂଘର୍ଷ କଥା କହୁଛି ତ ପୁଣି କେଉଁ ଫଟୋ ଜୀବନଶୈଳୀ କଥା କହୁଛି । ପୁଣି କିଛି ଫଟୋରେ ପରିବେଶ ପ୍ରସଙ୍ଗ ଫୁଟିକି ବାହାରିଛି । ଏସବୁ ସମସ୍ତଙ୍କୁ ବାନ୍ଧି ରଖୁଛି ।
ଏ ଅବସର ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ । ଚାରିଦିନ ଧରି ଚାଲିଥିବା ଫଟୋଗ୍ରାଫି କର୍ମଶାଳା ‘ଫଟୋଗ୍ରାଫିଆ-୩’ ବୁଧବାର ଉଦ୍ଯାପିତ ହୋଇଛି । ଏଥିରେ ଆଇଆଇଏମ୍ସିର ୫୦ଜଣ ଛାତ୍ରଛାତ୍ରୀଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୪ଜଣ ଶିକ୍ଷାର୍ଥୀ ଭାଗନେଇଥିଲେ । ଚତୁର୍ଥ ଦିନରେ ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଏଥିରେ ଶିକ୍ଷାର୍ଥୀଙ୍କ କେତୋଟି ବଛାବଛା ଫଟୋ ସ୍ଥାନ ପାଇଛି । ସବୁ ଫଟୋ ବେଶ୍ ଆକର୍ଷଣୀୟ ହୋଇଛି ।
ମା’ ଓ ପୁଅର ସମ୍ପର୍କକୁ ଫଟୋରେ ଅତିସୁନ୍ଦରଭାବେ ଫୁଟାଇଛନ୍ତି ଛାତ୍ରୀ ସୋନାଲି ଖଟ୍ଟା । ମା’ଟିର ଆଙ୍ଗୁଠିକୁ ଛୋଟ ପିଲାଟିଏ କିପରି ଜାବୁଡ଼ି ଧରିଛି ଆଉ ସେ ଆଙ୍ଗୁଠି ଯେ ତା’ ପାଇଁ ସବୁ କିଛି ଏ ଫଟୋ ଦେଖିଲେ ଜଣେ ଅନୁଭବ କରିପାରିବ । ସେହିପରି ଜଣେ ଚା’ ବିକ୍ରେତାଙ୍କ ଚା’ ପ୍ରସ୍ତୁତିକୁ ସୁନ୍ଦର ଭାବେ ତୋଳି ଧରିଛି ଛାତ୍ରୀ ପ୍ରିତିକା ପାଇକଙ୍କ ଫଟୋ । ଅନ୍ୟତମ ଆକର୍ଷଣୀୟ ଫଟୋ ଥିଲା ଅମିତ ଚାଟାର୍ଜୀଙ୍କ ଜୀବନ ସମ୍ପର୍କିତ ଏକ ଫଟୋ । ଜଣେ ମହିଳା ଫୁଟ୍ପାଥ୍ରେ ଶୋଇ ଦିନରାତି ଜୀବନ କାଟୁଥିବାର ଦୃଶ୍ୟକୁ ସେ କ୍ୟାମେରା ଫ୍ରେମ୍ରେ ତୋଳି ଧରିଛନ୍ତି । ସେହିପରି ଛାତ୍ର ଧର୍ମ ସଂଗ୍ରାମ୍ ଅମନ୍ତଙ୍କ ଯୋରନ୍ଦା ଉପରେ ଏକ ଫଟୋ ଷ୍ଟୋରୀ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ପରିବେଶ ପ୍ରସଙ୍ଗକୁ ନେଇ ମଧ୍ୟ କିଛି ଫଟୋ ଖୁବ୍ ଭଲ ଥିଲା । ଏହାସହ ପ୍ରକୃତିର କିଛି ଦୃଶ୍ୟକୁ ଅନ୍ୟ ଛାତ୍ରଛାତ୍ରୀମାନେ ନିଜ କ୍ୟାମେରାରେ ଉଠାଇଛନ୍ତି।
ଏହି ସବୁ ଫଟୋ ଏବଂ ଫଟୋଗ୍ରାଫିଆର ବିଶେଷ ମୁହୂର୍ତ୍ତକୁ ନେଇ ଏକ କଫି ଟେବୁଲ ବହି ପ୍ରକାଶ କରାଯିବ ବୋଲି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି । ସେ କହିଛନ୍ତି, ଏଥର ଫଟୋଗୁଡ଼ିର ମାନ ଉଚ୍ଚକୋଟୀର ରହିଛି । ଏଗୁଡ଼ିକ ଜୀବନ୍ତ ଅନୁଭବ ଆଣିଦେଉଛି । ତେଣୁ ଏହାକୁ ନେଇ ଆଗାମୀ ଦିନରେ ଏକ ବହି ପ୍ରକାଶ କରାଯିବ ।
ଉଦ୍ଯାପନୀ କାର୍ଯ୍ୟକ୍ରମରେ କର୍ମଶାଳାର ବିଶେଷଜ୍ଞ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଫଟୋ ସାମ୍ବାଦିକ ହିମାଂଶୁ ବ୍ୟାସ କହିଛନ୍ତି, ମଣିଷ ଦେଖୁଥିବା ସବୁ ଜିନିଷକୁ ସମ୍ମାନ ଦେବା ଶିଖାଏ ଫଟୋଗ୍ରାଫି । ଏଥର କର୍ମଶାଳାରେ ଭାଗନେଇଥିବା ପିଲାମାନଙ୍କ ପାଖରେ ଫଟୋଗ୍ରାଫିର କଳା ଭରି ରହିଛି । ସେହିପରି ଅନ୍ୟତମ ବିଶେଷଜ୍ଞ ତବିନା ଅଞ୍ଜୁମ୍ କ୍ୟୁରେସି କହିଛନ୍ତି, ଫଟୋ ସାମ୍ବାଦିକତାରେ କ୍ୟାରିୟର କରିବା ଦିଗରେ ଫଟୋଗ୍ରାଫିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି କର୍ମଶାଳା ନିଶ୍ଚୟ ଇଚ୍ଛୁକ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ପୁସ୍ତିକା ‘ସାମ୍ବାଦିକ ଓ ସମ୍ପାଦକ ଗାନ୍ଧୀ’ ଉନ୍ମୋଚିତ
ଏହି ଅବସରରେ ପୁସ୍ତିକା ‘ସାମ୍ବାଦିକ ଓ ସମ୍ପାଦକ ଗାନ୍ଧୀ’ ଉନ୍ମୋଚିତ ହୋଇଛି । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆଇଆଇଏମ୍ସି ପକ୍ଷରୁ ପ୍ରକାଶିତ ଏହି ପୁସ୍ତିକାର ସମ୍ପାଦନା କରିଛନ୍ତି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଏବଂ ସୁସାମ୍ବାଦିକ ସ୍ନେହାଶିଷ ସୁର । ଏହା ପ୍ରଥମେ ଇଂରାଜୀରେ ପ୍ରକାଶିତ ହୋଇଥିଲା । ସମ୍ପୂର୍ଣ୍ଣ ପ୍ରକାଶନକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଏକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନ । ପୁସ୍ତିକାରେ ମୋଟ ୨୧ଟି ନିବନ୍ଧ ସ୍ଥାନ ପାଇଛି । ମହାତ୍ମା ଗାନ୍ଧୀଙ୍କ ସାମ୍ବାଦିକତାଠାରୁ ଆରମ୍ଭ କରି ସମ୍ପାଦକ ପର୍ଯ୍ୟନ୍ତ ବିଭିନ୍ନ ଘଟଣାବଳୀକୁ ନେଇ ଦେଶର ପ୍ରତିଷ୍ଠିତ ବ୍ୟକ୍ତିମାନେ ଏସବୁ ନିବନ୍ଧ ଲେଖିଛନ୍ତି ।
10ଟି ପ୍ରସ୍ଥାବାକୁ କ୍ୟାବିନେଟର ମୋହର : ଏଥର 60ଲକ୍ଷ ମେଟ୍ରିକ ଟନ ଧାନ
ଭୁବନେଶ୍ୱର : ଚଳିତ ବର୍ଷ 60 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ। ସେଥିରୁ 41 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବ। ଏଥିରେ ବ୍ୟାପକ ପରିମାଣରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସାମିଲ କରାଯିବ। 48 ଘଣ୍ଟା ମଧ୍ୟରେ ଚାଷୀ ଙ୍କୁ ଅର୍ଥ ମିଳିବ। ପୂର୍ବରୁ 72 ଘଂଟା ଥିଲା। ଯେଉଁ ମିଲର ମାନେ ଦେୟ ବକେୟା ଥିବ ସେମାନେ ଧାନ ସଂଗ୍ରହ ବ୍ୟବସ୍ଥା ରେ ସାମିଲ ହୋଇ ପାରିବେ ନାହିଁ।ଦୁଇବର୍ଷ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ l 32 ଜଣ court manager ଙ୍କୁ ନିୟମିତ କରାଯିବ। high court ଓ supreme court ଙ୍କ ନିର୍ଦେଶ ଅନୁସାରେ ନିଷ୍ପତ୍ତି ନିଆଯାଇଛି।ବସୁଧା ଯୋଜନାରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ 90 ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ 149 କୋଟି 12 ଲକ୍ଷ ଖର୍ଚ୍ଚ ହେବ। ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ରମ ସରିବ।ଭୁବନେଶ୍ୱର ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟ୍ରମିନାଲ ପାଇଁ ଟେଣ୍ଡର ଅନୁମୋଦନ।160 କୋଟି 66 ଲକ୍ଷ ବ୍ୟୟରେ ନିର୍ମାଣ ହେବ ବସ ଟର୍ମିନାଲ। ଦୁଇ ବର୍ଷ ଭିତରେ କାର୍ଯ୍ୟ ସରିବ।ବିଡିଏ ର ତଦାରଖରେ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ। 5 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟୀତ୍ୱ ନେବ ସମ୍ପୃକ୍ତ ସଂସ୍ଥା।
ବାଲେଶ୍ଵର ଡାକ୍ତରଖାନାରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ସକାଶେ 148 କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାସହ 5ଶହ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ନିର୍ମାଣ ହେବ। ଏହି କାର୍ଯ୍ୟ ଦୁଇ ବର୍ଷ 6 ମାସ ମଧ୍ୟରେ ଶେଷ ହେବ
I ବଲାଙ୍ଗୀରରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ନିମନ୍ତେ 5ଶହ ଶଯ୍ୟା ବିଶିଷ୍ଟ ନିମନ୍ତେ ମେଡିକାଲ ପ୍ରତିଷ୍ଠା ହେବ। ଏଥିପାଇଁ 145 କୋଟି 60 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଦୁଇ ବର୍ଷ 6 ମାସ ମଧ୍ୟରେ କାର୍ଯ୍ୟ ସରିବ।
ଚା ହେବ ମହଙ୍ଗା : ବଢିଲା ଓମଫେଡ଼ ଦର
ଭୁବନେଶ୍ୱର : ବଢିବ ଚା ଦର l ଚା ଗୋଟେ କପ 6 ଟଙ୍କା ଅଛି l ଦର ବଢିବା ପରେ ଚା ଦର 2ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡିଛି l ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି। ଆସନ୍ତାକାଲିଠୁ ଓମଫେଡ୍ର ଏହି ବର୍ଦ୍ଧିତ ଦର ଲାଗୁ ହେବ | କ୍ଷୀର ଦର ବଢିବା ପରେ ଲୋକେ ଚିନ୍ତାରେ l
ବାଜିର ନା ବିଜେପୁର…..
ଭୁବନେଶ୍ୱର :ରାଜ୍ୟରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଲାଣି ବିଜେପୁର ନିର୍ବାଚନ ମଣ୍ଡଳୀ । ଗଲା20 ମାସରେ 3ଥର ବିଧାନସଭା ନିର୍ବାଚନ ହେବା ୟାକୁ ଚର୍ଚ୍ଚା ଭିତରକୁ ଟାଣି ଆଣୁଛି । ଗଲା ଦେଢବର୍ଷ ଧରି ସାରା ରାଜ୍ୟରେ ନିର୍ବାଚନ ମଣ୍ଡଳୀଟି ସମସ୍ତଙ୍କର ଆଲୋଚନାର ବିଷୟବସ୍ତୁ ପାଲଟିଛି ।ଚା ଖଟି ଠାରୁ ଆରମ୍ଭ କରି କ୍ଲବ ଓ ଛକ ମାନଙ୍କରେ ବିଜେପୁର ନିର୍ବାଚନ ବିଷୟରେ ଆଲୋଚନା ଚାଲିଛି ।
ବରଗଡ ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀଟି 1961 ମସିହାରେ ପ୍ରଥମ ନିର୍ବାଚନ ଦେଖିଥିଲା।ଜିଲ୍ଲାର ବରପାଲି ,ବିଜେପୁର, ଗାଇସିଲଟ ଏବଂ ବରପାଲି ବ୍ଲକର କିଛି ଅଂଶ କୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଟି ଗଠିତ ହୋଇଛି ।ପ୍ରଥମ ବିଧାୟକ ଭାବେ କଂଗ୍ରେସର ମୋହନ ନାଗ ଏଠାରୁ ନିର୍ବାଚିତ ହୋଇଥିଲେ ।1977 ମସିହା ଯାଏ ବିଜେପୁର କଂଗ୍ରେସ ଅତିଆର ରେ ରହିଥିଲା । ସେହିବର୍ଷ ଜନତା ଦଳର ନିତ୍ୟାନନ୍ଦ ଗଡତିଆ ଏଠାରୁ ନିର୍ବାଚିତ ହୋଇଥିଲେ । 1980 ମସିହାରେ କଂଗ୍ରେସ ପୁଣିଥରେ ଫେରି ରାଜୀବ ଲୋଚନ ହୋତା ବିଧାୟକ ହୋଇଥିଲେ । 1985 ରୁ 1995 ଜନତା ଦଳ ହାତକୁ କ୍ଷମତା ଯାଇଥିଲା । 1995 ରେ ରିପୁନାଥ ସେଠ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । 2000 ମସିହାରେ ଅଶୋକ କୁମାର ପାଣିଗ୍ରାହୀ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କଲେ । ତେବେ ତାପରେ ସ୍ଥିତି ବଦଳି ଯାଇଥିଲା । କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ଲଗାତାର ଭାବେ 2004,2009 ଓ 2014 ରେ ବିଜୟ ଲାଭ କରିଥିଲେ। ସାରା ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ହୋଇଥିବା ସମୟ ରେ ସୁବଳ ସାହୁ ନିଜର ବିଜୟ ଧାର।କୁ ବଜାୟ ରଖିଥିଲେ। 2014 ବିଜେଡି ଦଳର ତଥା ପଶ୍ଚିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ 458 ଖଣ୍ଡ ଭୋଟ୍ ରେ ପରାସ୍ତ କରିଥିଲେ ।2017 ମସିହା ଅଗଷ୍ଟ 22 ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା ।
ଏଇଠୁ ଆରମ୍ଭ ହୋଇଥିଲା ବିଜେପୁର ଚର୍ଚ୍ଚା । ସେତେବେଳକୁ ସାଧାରଣ ନିର୍ବାଚନ କୁ ଆଉ 19 ମାସ ବାକି ଥାଏ। ତେଣୁ ନିୟମ ଅନୁସାରେ ଏକ ଉପନିର୍ବାଚନ ର ସମ୍ଭାବନା ଦେଖାଦେଲା । ରାଜ୍ୟରେ ସଜସଜ ସରିଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥାଏ । ପଶ୍ଚିମ ଓଡ଼ିଶାରେ ବିଜେପି କୁ ଭଲ ସଫଳତା ମିଳିଥିଲା । ବିଜେପି ବିଜେଡି ମଧ୍ୟରେ ପ୍ରତିଦିନ କଥା କଟାକଟି ଚାଲିଥାଏ । କେନ୍ଦ୍ର ମନ୍ତ୍ରୀ ମାନଙ୍କର ଘନଘନ ଓଡିଶା ଗ୍ରସ୍ତ ଆଉ ରାଜ୍ୟ ସରକାରଙ୍କୁ ଶାଣିତ ସମାଲୋଚନା ନବୀନ ସରକାରଙ୍କୁ ବେଶ ଅଡୁଆରେ ପକାଉଥିଲା। ସରକାରଙ୍କୁ ପ୍ରତ୍ୟେକ ପ୍ରସଙ୍ଗରେ ସମାଲୋଚନା କରି ଲୋକମାନଙ୍କ ମନରେ ପ୍ରମୂଖ ବିରୋଧି ଦଳର ମାନ୍ୟତା ଲାଭ କରିଥିଲା ବିଜେପି । ଏହି ସମୟରେ ଘୋଷଣା ହୋଇଥାଏ ଉପନିର୍ବାଚନ ତାରିଖ । ଫ୍ରେବୁୟାରୀ ମାସ 24 ତାରିଖରେ ମତଦାନ ହୋଇଦାନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମୁଖ୍ୟ ବିରୋଧି ଦଳର ମାନ୍ୟତା ଲାଭ କରିଥିବା କଂଗ୍ରେସ ନିଜ ଘର କଳିରେ ବ୍ୟସ୍ତ ରହି ଘରକୁ ଆହୁରି ଭାଙ୍ଗି ଚାଲିଥିଲା । ଏହି ସୁଯୋଗ ଭରପୁର ଫାଇଦା ଉଠେଇଥିଲା ବିଜେଡି । ସେତେବେଳକୁ 2014 ନିର୍ବାଚନ ରେ ବିଜେଡିର ପ୍ରାର୍ଥୀ ଥିବା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇସାରିଥିଲେ। ଦିବଂଗତ ବିଧାୟକ ସୁବଳ ସାହୁ ଙ୍କ ପରିବାର କୁ ନିଜ ଦଳରେ ମିଶାଇ ତାଙ୍କ ପତ୍ନୀ ରୀତା ସାହୁ ଙ୍କୁ ଦଳ ପ୍ରାର୍ଥୀ କଲା । ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେଡିର ଏହିଫଣ୍ଡା ପୂର୍ବରୁ ମଧ୍ୟ କେତେକ ନିର୍ବାଚନରେ କାମ କରିଥିଲା। ନିଜର ଭୋଟ୍ ସହିତ ଅନୁକମ୍ପା ଭୋଟ୍ କୁ ହାତେଇ ନିର୍ବାଚନ ଜିତିବା ଲକ୍ଷରେ ବିଜେଡି ରହିଥିଲା । 2000 ମସିହାର ଜନତା ଦଳର ବିଧାୟକ ତଥା 2014 ରେ ବିଜେଡି ବିଦ୍ରୋହୀ ପ୍ରାର୍ଥି ଅଶୋକ ପାଣିଗ୍ରାହୀ ଏଥିରେ ଅସନ୍ତୁଷ୍ଟ ହୋଇ ବିଜେପିରେ ମିଶିଥିଲେ ଏବଂ ଦଳ ତରଫରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ ।ବିଜେପିରୁ ଟିକେଟ ପାଇଁ ଆଶାୟୀ ଥିବା ଏହାକୁ ବିରୋଧ କରି ବିଜେଡି ରେ ମିଶିଥିଲେ । ତେବେ ୟାରିଭିତରେ ଖୁବ୍ ପଛରେ ପଡିଥିଲା କଂଗ୍ରେସ । ସମସ୍ତଙ୍କ ଠାରୁ ଶେଷରେ ଦଳ ତୃଣମୂଳସ୍ତରର ନେତା ଗାଇସିଲଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ଙ୍କୁ ପ୍ରାର୍ଥି କରିଥିଲା। ମୁଖ୍ୟତଃ ବିଜେଡି ବିଜେପି ମଧ୍ୟରେ ରେ ଲଢେଇ ଚାଲିଥିଲା। 2018 ଉପନିର୍ବାଚନରେ ବହୁ ନାଟକିୟ ମୋଡ ଦେଖିବାକୁ ମିଳିଥିଲା ।ବିଜେଡି ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ବିଧାୟକ ଙ୍କୁ ନିର୍ବାଚନ ଦାୟିତ୍ୱ ଦେଇଥିଲା ବେଳେ ବିଜେପିର ମାଳମାଳ କେନ୍ଦ୍ରମନ୍ତ୍ରୀ ପ୍ରଚାର କରୁଥିଲେ । ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ରେ ପ୍ରଥମ ଥର ପାଇଁ ବାହାରେ ରାତ୍ରି ବିତାଇବା ଘଟଣା ହେଉ କି ନବୀନ ଙ୍କ ଉପରକୁ ଚପଲ ମାଡ ଓ ବିଜେଡି ଗାଡି ଉପରକୁ ଗୁଳିମାଡ ରେ ଜଣେ ବିଜେଡି କର୍ମୀ ର ମୃତ୍ୟ ଘଟଣା ପୁରା ନିର୍ବାଚନ ର ଗୁରୁତ୍ୱ ବଢାଇ ଦେଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ବିଜେପି ବିଜେଡି ମଧ୍ୟରେ ସେମିଫାଇନାଲ ବୋଲି କୁହାଯାଉଥିଲା ।ଉଭୟ ବିଜେଡି ଓ ବିଜେପି ପାଇଁ ନିର୍ବାଚନ ସମ୍ମାନ ର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ପାଇଁ ନିଜ ଗଡକୁ ବଞ୍ଚାଇବା କଷ୍ଟସାଧ୍ୟ ଥିଲା। ତେବେ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ 41933 ଖଣ୍ଡ ଭୋଟ୍ ରେ ବିଜେପି ର ଅଶୋକ ପାଣିଗ୍ରାହୀ ଙ୍କୁ ପରାସ୍ତ କରିଥିଲେ । ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଅମାନତ ହରାଇ ଥିଲେ ।
ଏହାପରେ ଆସିଥିଲା 2019 ସାଧାରଣ ନିର୍ବାଚନ । ଏଥିରେ ବଦଳିଯାଇଥିଲେ 3 ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ କରିଥିଲା ଟାଣୁଆ ନେତା ସନତ ଗଡତିଆ ଙ୍କୁ । ପଶ୍ଚିମ ଓଡ଼ିଶାରେ ନିଜର ଭୋଟ୍ ପ୍ରତିଶତ ବଢାଇବା ପାଇଁ ବିଜେଡିରୁ ନିଜେ ପ୍ରାର୍ଥୀ ହୋଇଥିଲେ ନବୀନ ପଟ୍ଟନାୟକ । କଂଗ୍ରେସ ରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ବିଧାୟକ ରିପୁନାଥ ସେଠ । ନିର୍ବାଚନରେ 57122 ଭୋଟର ବିପୁଳ ବ୍ୟବଧାନରେ ନବୀନ ବିଜୟ ଲାଭ କରିଥିଲେ। ଉଭୟ ହିଞ୍ଜିଳିକାଟୁ ଓ ବିଜେପୁର ରୁ ନିର୍ବାଚିତ ନବୀନ ଙ୍କୁ ବିଜେପୁର ଆସନକୁ ଛାଡିବାକୁ ପଡିଥିଲା । ଏହାପରେ ପୁଣି ଏକ ଉପନିର୍ବାକୁ ଅପେକ୍ଷା କରିଥିଲା ବିଜେପୁର ।
ଏବେ ଘୋଷଣା ହୋଇସାରିଛି ଉପନିର୍ବାଚନ ତାରିଖ । ଆସନ୍ତା ଅକ୍ଟୋବର 21 ତାରିଖରେ ଭୋଟ ଗ୍ରହଣ କରାଯିବ । ତେବେ ଏଥିପାଇଁ ସବୁ ଦଳ ସଜବାଜ ଆରମ୍ଭ କରିଦେଲେଣି।ରାଜ୍ୟରେ ପୁର୍ବରୁ ବିଜେଡି କୁ ବିଜେପି ଯେପରି ସମାଲୋଚନା କରୁଥିଲା ଏବେ ଆଉ ସେପରି ସ୍ଥିତି ନାହିଁ। ରାଜ୍ୟସଭା ନିର୍ବାଚନ ରେ ବିଜେପି କୁ ବିଜେପି କୁ ବିଜେଡି ର ସମର୍ଥନ, କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ବିଲ୍ କୁ ନବୀନ ସରକାରଙ୍କ ସମର୍ଥନ, ରାଜନୀତି କୁ ଗୋଳିଆ କରିଦେଇଛି ।ଗଲା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁଏବେ ବିଜେଡିରେ । ପୂର୍ବଥର ପ୍ରାର୍ଥି ଦେବାରେ ପଛରେ ଥିବା କଂଗ୍ରେସ ଏଥର ପ୍ରଥମେ ପ୍ରାର୍ଥୀ ଘୋଷଣା କରିସାରିଲାଣି। ଦିଲୀପ କୁମାର ପଣ୍ଡା କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେପି ସନତ ଗଡତିଆ ଙ୍କୁ ପୁଣି ଥରେ ପ୍ରାର୍ଥୀ କରିବ ନା ବଦଳାଇବ ।ଗଲା ସାଧାରଣ ନିର୍ବାଚନରେ ନବୀନ ଙ୍କ ବିରୋଧରେ ନିର୍ବାଚନ ଲଢି ସନତ 53482 ଖଣ୍ଡ ଭୋଟ ପାଇଥିଲେ । ପଦ୍ମପୁରର ପୂର୍ବ ବିଧାୟକ ବିଜେପୁର ରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା କହିଛନ୍ତି।ତେବେ ଏହା ଭିତରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି। ବିଜେଡି ମଧ୍ୟ ଏଥିରେ ପଛରେ ପଡିନାହିଁ ।ଏକ ନିର୍ବାଚନ କମିଟି ଗଠନ କରି ପ୍ରାର୍ଥୀ ଚୟନରେ ଲାଗିପଡିଛି । 2019 ସାଧାରଣ ନିର୍ବାଚନରେ ବରଗଡ ଲୋକସଭା ରୁ ଟିକେଟ ନପାଇ ବିଜେଡି ରେ ମିଶିଥିବା ସୁବାସ ଚୌହାନ ପଶ୍ଚିମ ଓଡ଼ିଶା ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଏବେ ରିତା ସାହୁଙ୍କ ବାଟ ସଫା ବୋଲି କୁହାଯାଉଛି ।ତେବେ ଦେଖିବାକୁ ବାକିଅଛି ନବୀନ କାହା ମୁଣ୍ଡରେ ସୁନାକଳସ ଢାଳୁଛନ୍ତି ।ଯେତିକି ଯେତିକି ଦିନ ଗଡିଚାଲିଛି ସେତିକି ସେତିକି ଉତ୍କଣ୍ଠା ବୃଦ୍ଧି ପାଉଛି । ତେବେ ଦେଖିବାକୁ ବାକି ରହିଲା ବିଜେପୁର ପଡିଆରେ କେଉଁ ଦଳ ବାଜି ମାରିବ। ବିଜେଡି ତାର ପୂର୍ବ କୌଶଳରେ ନିର୍ବାଚନ ଜିତୁଛି ନା ବିଜେପି ପୂର୍ବ ଭୁଲକୁ ସୁଧାରି ନିର୍ବାଚନ କୁ ନିଜ ଅକ୍ତିଆରକୁ ନେଉଛି ।ଏପଟେ କଂଗ୍ରେସ ନିଜର ଗଡ କୁ ଫେରି ପାଇବା ପାଇଁ କଣ ପନ୍ଥା ଅବଲମ୍ବନ କରୁଛି ତାହା ଦେଖିବାକୁ ବାକି ରହିଲା ।
ରଜତ କୁମାର ପଣ୍ଡା.. iimc
ବିଜେପୁର ଫାଇଟ : ୬୮ ବନାମ ୯ ..
ଭୁବନେଶ୍ୱର : ବିଜେପୁର ଗଡ଼ ହାତେଇବା ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସବୁ ପ୍ରକାର କସରତ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରାର୍ଥୀ ଚୟନ ଏକ ରକମର ଚୁଡ଼ାନ୍ତ ହେବା ପରେ ବିଜେପୁର ଉ- ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ଓ ବିଜେଡ଼ି ନେତାଙ୍କୁ ଦାୟିତ୍ୱ ବଣ୍ଟନ ରିଛନ୍ତି । କଂଗ୍ରେସ ବିଜେପୁର ନିର୍ବାଚନ ପରିଚାଳନା ପାଇଁ ୯ ଜଣ ନେତାଙ୍କୁ ଗୁୁରୁଦାୟିତ୍ୱ ଦେଇଛି । କଂଗ୍ରେସ ବିଜେପୁର ନିର୍ବାଚନ ପରିଚାଳନା ପାଇଁ ୯ ଜଣିଆ ଟିମ ଯୁବ ଓ ବରିଷ୍ଠ ସ୍ଥାନ ପାଇଛନ୍ତି । ସେମାନେ ହେଉଛନ୍ତି କଂଗ୍ରେସ ନେତା ପ୍ରକାଶ ଦେବତା, ସମରେନ୍ଦ୍ର ମିଶ୍ର, ସତ୍ୟଭୂଷଣ ସାହୁ, ରମେଶ ଜେନା,ତାରା ପ୍ରସାଦ ବାହୀନତି. ସନ୍ତୋଷ ସିଂହ ସାଲୁଜା, ପ୍ରଦୀପ ଦେବତା, ନିହାର ମହାନନ୍ଦ, ସରୋଜ ମହାପାତ୍ର ପ୍ରମୁଖ ନେତାଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି ।
ସେପଟେ ବିଜେପୁର ଉପ ନିର୍ବାଚନ ପରିଚାଳନା ଲାଗି ଶାସକ ବିଜେଡ଼ି ୬୮ଜଣ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ନବୀନ । ସେମାନେ ହେଲେ ଅରୁଣ ସାହୁ, ସଂଜୟ ଦାସବମ।।ର୍,ସୁଶାନ୍ତ ସିଂହ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନ ଦାସ, ଅତନୁ ସବ୍ୟସାଚୀୟ ନାୟକ, କିଶୋର ମହାନ୍ତି,ଦେବେର୍ଶ ଆଚାର୍ଯ୍ୟ,ପ୍ରସନ୍ନ ଆଚାର୍ଯ୍ୟ ପରି ନେତାଙ୍କୁ ପରିଚାଳନା ଦାୟିତ୍ୱ ଦେଇଛନ୍ତି ନବୀନ । ତେବେ କଂଗ୍ରେସର ପୁରାତ ଗଡ଼ରେ ୨ଥର ପରି ଏଥର ବି ବିଜେଡ଼ି ଅକ୍ତିଆର କରୁଛି ନା କଂଗ୍ରେସ ଗଡ଼ ଫେରିପାଉଛି ତାହା ଉପରେ ସମସ୍ତଙ୍କ ନଜର । କଣ ୬୮କୁ ଭାରିପଡ଼ିବେ ୯ ନିର୍ବାଚନ ପରିଚାଳକ ନେତା । ତାହା ଏବେ ବଡ଼ ପ୍ରଶ୍ନ ।
ବିଜେଡି -ବିଜେପିକୁ ପଛରେ ପକାଇଲା କଂଗ୍ରେସ :ଦିଲ୍ଲୀପ ପଣ୍ଡା ବିଜେପୁର ପ୍ରାଥୀ
ଭୁବନେଶ୍ୱର :ବିଜେଡି -ବିଜେପିକୁ ପଛରେ ପକାଇ କଂଗ୍ରେସ ବିଜେପୁର ପାଇଁ ପ୍ରାଥୀ ଘୋଷଣା କରିଛି l ପ୍ରାର୍ଥୀ ଚୟନ କୁ ନେଇ ବିଜେଡି ବିଜେପିରେ ମଧ୍ୟରେ ତର୍ଜମା ଚାଲିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଫାଷ୍ଟ ହୋଇଯାଇଛି । ଦଳ ଆଗାମୀ ଉପନିର୍ବାଚନ ପାଇଁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଆଜି ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଶ୍ରୀ ପଣ୍ଡାଙ୍କ ପ୍ରାର୍ଥୀତ୍ବ ବିଷୟରେ ଘୋଷଣା କରାଯାଇଛି l କଂଗ୍ରେସ ବିଜେପୁର କମିଟି 5ଜଣଙ୍କ ନାଁ ଏଆଇସିସି ପଠାଇଥିଲା l
ବିଜେପୁରରେ ବିଜେଡି ଚାଣକ୍ୟ କିଏ?
ଭୁବନେଶ୍ୱର : ବିଜେପୁରର ଉପ-ନିର୍ବାଚନ ଲାଗି ବିଜେଡି ଜୋରଦାର ପ୍ରୟାସ ଆରମ୍ଭ କରିଛି l ବିଜେଡ଼ର ସମନ୍ୱୟ କମିଟି ବୈଠକ ନବୀନ ନିବାସରେ ବସିଥିଲା l ଏହି ବୈଠକରେ ଉପ -ନିର୍ବାଚନ ଲାଗି ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ଗାଇସିଲଟ ପାଇଁ ରାଜା ସ୍ୱାଇଁ, ନବ ଦାସ, ବିଜେପୁର ପାଇଁ ଅରୁଣ ସାହୁ, ବରପାଲି ପାଇଁ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି l
ବିଜେଡ଼ର ବିଜେପୁର ରଣନୀତିରେ ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଛି l ଦଳ ପୱାର ଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୌଣସି ବ୍ଲକ ଦାୟିତ୍ୱ ଦେଇନାହିଁ l ଚର୍ଚ୍ଚା ହେଉଛି ଏହି କିଛି ଦିନ ହେବ ପ୍ରଣବଙ୍କ କ୍ଷମତା ଦଳରେ ଗୁରୁତ୍ୱ କମିଛି l ଆଉ କିଏ କହୁଛି ଆଗଥର ପରି ଏଥର ବି ପ୍ରବଣ ବିଜେପୁର ନିର୍ବାଚନ ପରିଚାଳନା କରିବେ l 2018 ରେ ବିଜେଡି ବିଜେପୁରରେ 41ହଜାର ଭୋଟରେ ବିଜୟ ଲାଭ କରିଥିଲା l ନବୀନଙ୍କ ନିର୍ଦେଶକୁ ପ୍ରଣବ ସଫଳ ଭାବେ ପରିଚାଳନା କରିଥିବାରୁ ଏହା ସମ୍ଭବ ହୋଇଥିଲା l ତେବେ ଏଥର ବିଜେପୁରରେ ବିଜେଡିର ଚାଣକ୍ୟ କିଏ ହେବ ତାହା ଏବେ ବଡ ପ୍ରଶ୍ନ l
30ରେ ନାମାଙ୍କନ ଦାଖଲ କରିବେ ରୀତା… !
ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ଲାଗି ନବୀନ ନିବାସରେ ବସିଥିବା ବୈଠକ ଶେଷ ହୋଇଛି l ବୈଠକର ନିଷ୍ପତି ଅନୁସାରେ ବିଜେଡି ପ୍ରାଥୀ ଆସନ୍ତା 30 ତାରିଖରେ ନାମାଙ୍କନ ଦାଖଲ କରିବେ l ବିଜେଡ଼ ଏଥର ପୁଣି ଥରେ ରୀତା ସାହୁଙ୍କୁ ପ୍ରାଥୀ କରିବା ପାଇଁ ସ୍ଥିର କରିଛି l ତେବେ ଆହୁରୀ 4ଜଣ ଆଶାୟୀ ଅଛନ୍ତି ବିଜେପୁର ପାଇଁ l 2018 ନିର୍ବାଚନରେ ରିତା ସାହୁ 41 ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଥିଲେ l
ଆଜି ନବୀନ ନିବାସର ବିଜେପୁର ମନ୍ତ୍ରଣା : ନେତାଙ୍କୁ ଟିପ୍ସ ଦେବେ ସୁପ୍ରିମୋ
ଭୁବନେଶ୍ୱର : କଣ କଲେ ବିଜେପୁର ପୁଣି ଜିତିବ ବିଜେଡ଼ି । କାହାକୁ ପ୍ରାର୍ଥୀ କରାଯିବ ଓ କିପରି କାମ ହେବ । ରାଜ୍ୟ ସରକାର ଯାହା ବିଜେପୁରବାସୀଙ୍କ ପାଇଁ କରିଛନ୍ତି ତାହା ବିଜେପୁରବାସୀଙ୍କ ପାଖରେ ପହଞ୍ଚିବ କିପରି । କିପରି ସବୁ ନେତା ଏକ ହୋଇ କାମ କରିବେ ବିଜେପୁରରେ । କେଉଁଠି ବିଜେଡ଼ିର ଦୁର୍ବଳତା ରହୁଛି । ଏସବୁର ଟିକନିକ ହିସାବ ନବୀନ ନେବା ସହ ବିଜେପୁର ଉପରେ ବିଜେଡ଼ି ସମନ୍ୱୟ କମିଟିରେ ଥିବା ନେତାଙ୍କୁ ଦେବେ ଟିପ୍ସ । ବିଜେପୁରେ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ ସେନେଇ ଆରମ୍ଭ କରିବ ମଂଥନ ।
ଆଜି ନବୀନ ନିବାସରେ ବିଜେପୁର ସମନ୍ନୟ କମିଟିର ସଦସ୍ୟଙ୍କ ସହ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିବେ । ବିଜେପୁର ଆସନ ନବୀନ ଛାଡ଼ିବା ପରେ ଅକ୍ଟୋବର ୨୧ ତାରିଖରେ ଏହି ଆସନରେ ଉପ-ନିର୍ବାଚନ ହେଉଛି । ତେଣୁ ଉପ ନିର୍ବାଚନ ଦଳ ରୀତା ସାହୁ, ପ୍ରଭାସ ସିଂହ, ନାଁ ଜଣେ ଚାଷୀ ନେତାଙ୍କୁ ଦଳୀୟ ପ୍ରାର୍ଥୀ କଲେ ଭଲ ହେବ ତାହା ଉପରେ ଆଜି ସମନ୍ୱୟ କମିଟି ବୈଠକରେ ଆଲୋଚନା ହେବ । ଏହି କମିଟିରେ ସଂଜୟ ଦାସ ବର୍ମା,କଳିକେଶ ସିଂହଦେଓ,ସୁଶାନ୍ତ ସିଂହ, ନିରଂଜନ ପୂଜାରୀ ପ୍ରମୁଖ ସଦସ୍ୟ ଅଛନ୍ତି














