“ମାଆ”ର ଦୁଇଟି ରୂପ…

- Advertisement -

ଯାଜପୁର: ମା ସେ କରୁଣାମୟୀ l ମା ସ୍ନେହ ମମତା ର ଭଣ୍ଡାର l ମା ପୁଣି ସବୁଠି ସବୁ ସମୟରେ ସନ୍ତାନ ର ପାଖେ ପାଖେ ଥାଏ l ଆଉ ସନ୍ତାନର ମଙ୍ଗଳ ଚାହେଁ l ସବୁ ଦୁଃଖ କଷ୍ଟକୁ ନିଜ ପଣତକାନିରେ ଅଟକାଇ ଦିଏ l ନିଜ ସନ୍ତାନ ପାଇଁ l ସେ ମା ଧରିତ୍ରୀ ହେଉ ଅବା ମା ଯଶୋଧl l ହେଲେ ସେହି ମା କେତେବେଳେ ଭିନ୍ନ ରୂପରେ ଆସି ମା ନାଁରେ କଳଙ୍କ ସାଜିଯାଏ l ଆଉ ବାପା……ସେ ତ ବିଶାଳ ଶବ୍ଦ l ହେଲେ ଯାଜପୁରରେ ଏପରି ଏକ ବାପା ଓ ମା (ଶାଶୁ. ଶଶୁର ) ଅମାନବୀୟ ଚରିତ୍ର ପଦାକୁ ଆସିଛି l ଯେଉଁ ଶାଶୁ ଶଶୁର ବୋହୁକୁ ନିଜ ଝିଅ ପରି ଦେଖିବା କଥା ଓ ସ୍ନେହ ଶ୍ରଦ୍ଧା ଦେବା କଥା ତାହା ନକରି ମାନବିକତା କୁ ଭୁଲି ବୋହୂକୁ ଗାଁ ଦାଣ୍ଡରେ ଛୁଟି ଟାଣି ମାରିବାକୁ ପଛାଇନାହାନ୍ତି l
ଘଟଣାଟି ଥିଲା ଏପରି….
ପାରିବାରିକ କଳହରୁ ଦିନ ଦି ପ୍ରହରରେ ବୋହୂର ଚୁଟି କୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ଶାଶୁ ଶଶୁରଙ୍କ ମାଡ଼ ମାରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା କୋରେଇ ଥାନା ଧନେଶ୍ୱର ଗାଁ ରେ। ପୂର୍ବାହ୍ନରେ ଗାଁ ର ନବୀନ ବେହେରା ଏବଂ ପତ୍ନୀ ଚାରୂଲତା ନିଜ ବୋହୂକୁ ଏପରି ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଯାହା ସୋସିଆଲ ମେଡିଆରେ ଭାଇରାଲ ହେବା ପରେ ଶାଶୁ, ଶଶୁର କୁ ପୋଲିସ ଗିରଫ କରିଛି l ଆଇନ ଅନୁସାରେ ସେମାନେ ଦଣ୍ଡ ପାଇବେ l ହେଲେ ସବୁଠାରୁ ବଡ କଥା ହଉଚିl ଏହି ଘଟଣାରେ ଯୋଉ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହଉଚି ସେଥିରେ ଆଉ ଜଣେ ମା ର ମମତା ଯେ କଣ ସେ ସମାଜକୁ ବାର୍ତ୍ତା ଦେଇଛି l ଗାଁ ଦାଣ୍ଡରେ ନିର୍ଯାତିତ ବୋହୂ କୁ ସାନ୍ତ୍ୱନା ଦେବାସହ ମା ର ସ୍ନେହ ଶ୍ରଦ୍ଧା ର ପଣତ କାନି କୁ ଘଡେଇ ଦେଇଛି l ଏହି ମହିଳା ଜଣକ ନିର୍ଯାତିତ ବୋହୂ ର, ନା ନିଜ ମା ନା ଶାଶୁ ତଥାପି ମା ର ହୃଦୟ ସନ୍ତାନ ପ୍ରତି କଣ ତାହା ସେ କରି ଦେଖେଇଛି l ଯାଜପୁର ଘଟଣା ଟି ମା ର ଦୁଇଟି ରୂପ କୁ ସାମ୍ନା କୁ ଆଣିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles