ମୁମ୍ବାଇ : ବଲିଉଡ଼ ବାଦଶାହା ଅମିତାଭ ବଚ୍ଚନଙକୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର । ୨୦୧୯ ବର୍ଷ ପାଇଁ ଭାରତୀୟ ସିନେମା ଜଗତର ସମ୍ମାନ ଜନକ ପୁରସ୍କାର ଦାଦା ସାହେବ ଫାଲକେ ଆଓ୍ବାର୍ଡ। ୧୯୬୯ର ସାତ୍ ହିନ୍ଦୁସ୍ଥାନୀରୁ ଅମିତାଭ ଆରମ୍ଭ କରିଥିଲେ କ୍ୟାରିଅର। ଦୀର୍ଘ ୫୦ ବର୍ଷ ପରେ ଏବେ ୭୬ ବର୍ଷ ବୟସରେ ବି ଅମିତାଭ ଖୁବ୍ ସକ୍ରିୟ ଅଛନ୍ତି ସିନେମାରେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ବିଟରରେ ଏ ସୂଚନା ଦେଇଛନ୍ତି। ହିନ୍ଦୀ ସିନେମାରେ ଗତ ୫ ଦଶନ୍ଧିରେ ଅମିତାଭ ୨୦୦ରୁ ଅଧିକ ସିନେମାରେ ଅଭିନୟ କରିସାରିଛନ୍ତି। ବହୁ କାଳଜୟୀ ସିନେମା ଆଜିବି ଅମିତାଭ ଙ୍କର ବେଶ ଚର୍ଚ୍ଚିତ ହେଉଛି।
ସାଂସଦ ଚନ୍ଦ୍ରଶେଖଙ୍କ ଉଗ୍ରରୂପ : କର୍ମୀ ମାରିଲେ ଶକ୍ତ ଚାମୁଡ଼ା
ବ୍ରହ୍ମପୁର : ପାରଳାଖେମୁଣ୍ଡିରୁ ଆସିଛି ଚିତ୍ର । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୃଶ୍ୟଟି ଏପରି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ହଠାତ ମଂଚ ଉପରେ ଅନ୍ୟ ନେତାମାନଙ୍କ ଗ୍ରହଣରେ ଜଣେ ବିଜେଡ଼ି କର୍ମୀଙ୍କୁ ଚିଡ଼ିଯାଇ ଶକ୍ତ ଚାପୁଡ଼ା ମାରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଜଣେ କର୍ମୀଙ୍କୁ ସ୍ଥାନୀୟ ବିଧାୟକ ବକରେ ଉତ୍ତରୀୟ ପକାଉଛନ୍ତି । ହେଲେ କର୍ମୀ ଜଣକୁ ଏହା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଆଡ଼କୁ ଦେଉଛନ୍ତି । ବଶ ଏତିକିରେ ସାଂସଦଙ୍କ ରକ୍ତ ଗରମ ହୋଇଯାଇଛି । ସେ ଚିଡ଼ିଯାଇ କର୍ମୀଙ୍କୁ ମଂଚ ଉପରେ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି । ତାହା ପୁଣି କ୍ୟାମେରା ଆଗରେ । ବିଚରା କର୍ମୀଟି କିଛି ନକହି ଚୁପ କରି ବସିଛି । ଏପରି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କାହିକିଁ ଓ କେଉଁ ପରିସ୍ଥିତିରେ ସାଂସଦ ଏପରି ଉଗ୍ରରୂପ ଦେଖାଇଲେ ତାହା ଜଣାପଡ଼ିନାହିଁ । ତେବେ ବିଜେଡ଼ି ସାଂସଦଙ୍କ ଏପରି ଆଚରଣ ଏବେ ମୁଖ୍ୟ ବିରୋଧୀ ବିଜେପିକୁ ଏକ ଅସ୍ତ୍ର ଦେଇଛି ବିଜେଡ଼ିକୁ ସମାଲୋଚନା କରିବା ପାଇଁ । ଯାହା ବିଜେଡ଼ିକୁ ଅଡ଼ୁଆରେ ପକାଇଛି ।
ସାଂସଦ କାହିକିଁ ଶକ୍ତ ଚାପୁଡ଼ା ମାରିଲେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏକଥା ସତ ଯେ ଯେତେବେବେ ନବୀନ ନେତାଙ୍କ ସରଳ ଓ ଶାନ୍ତ ଜୀବନ କଟାଇବା ପାଇଁ କହୁଛନ୍ତି । ସେତେବେଳେ ଦଳର ଜଣେ ବରିଷ୍ଠ ସାଂସଦଙ୍କ ଏପରି ଆଚରଣ ନବୀନଙ୍କ ନିର୍ଦ୍ଦେଶକୁ ନେତାଏ ଫୁସ କରୁଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି । ତେବେ ଚାପୁଡ଼ା ମରାକୁ ନେଇ ବିଜେଡ଼ି ସାଂସଦ କି ଦଳର କୌଣସି ପ୍ରତିକ୍ର୍ରୀୟା ମିଳିପାରିନାହିଁ ।
ବିଜେପୁର ନେଇ କଣ କହିଲେ ବିଜେଡି ନେତା ପ୍ରଭାସ ସିଂହ
ଭୁବନେଶ୍ୱର : ବିଜେପୁର ଆସନରୁ ଛିଡା ହେବା ପାଇଁ ଆଶାୟୀ ଥିବା କଥା କହିଲେ ବିଜେଡି ନେତା ପ୍ରଭାସ ସିଂ। ଏନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇଛି ବୋଲି ସେ କହିଛନ୍ତି । ରାଜନୀତିରେ ଅଛି ଦଳ ପାଇଁ କାମ କରୁଛି ତେଣୁ ଟିକେଟ ପାଇଁ ଆଶାୟୀ ହେବା ସ୍ୱାଭାବିକ ବୋଲି ପ୍ରବାସ ସିଂହ କହିଛନ୍ତି । ସେ ବିଜେପୁର ନିର୍ବାଚନ ମଣ୍ଡଳୀର ବାସିନ୍ଦା ବୋଲି କହିଛନ୍ତି ପ୍ରଭାସ ସିଂ । ଗଣମାଧ୍ୟମରେ ଏ ନେଇ ପ୍ରତିକ୍ରିୟା ରଖି ନିଜର ମନକଥା କହିଛନ୍ତି । ପ୍ରଭାସ 2014 ରୁ 2019 ବରଗଡ଼ ର ସାଂସଦ ଥିଲେ,ତେବେ ବିଜେପୁରରେ ନବୀନ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ବିଜେପୁର ନେଇ ଦ୍ଵନ୍ଦରେ କଂଗ୍ରେସ : ନରସିଂହ କହିଲେ ଅସମାପ୍ତ ଆଲୋଚନା
ଭୁବନେଶ୍ୱର : ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ବିଜେପୁର ପ୍ରାର୍ଥୀ ନାଁ ଘୋଷଣା କରିବ l ବିଜେପୁର ଲାଗି ଦଳରେ ପନ୍ଦର ଜଣ ଆଶାୟୀଙ୍କ ମଧ୍ୟରୁ ଚାରି ଜଣଙ୍କ ନାଁ ଉପରେ ଆଜି ଚର୍ଚ୍ଚା ହୋଇଛି l ଯେହେତୁ ଏଆଇସିସି ଜଣେ ପ୍ରାର୍ଥୀଙ୍କ ନାଁ ପଠାଇବାକୁ କହିଛି ତେଣୁ କାହା ନାଁ ଚୂଡାନ୍ତ କରି ଦଳ ପଠାଇବ ତାହାକୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ l ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ନେତା କହିଥିଲେ ଯେ ଆଲୋଚନା ଅସମାପ୍ତ ହୋଇଛି l ଆଜି ସନ୍ଧ୍ୟା ସୁଦ୍ଧା କିମ୍ବା କାଲି ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ଅଛି ବୋଲି କମିଟି ଅଧ୍ୟକ୍ଷ୍ୟ ନରସିଂହ ମିଶ୍ରଙ୍କ ସୂଚନା ଦେଇଛନ୍ତି l ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିଛନ୍ତି ଯେ ବୈଠକ ଶେଷ ହୋଇଛି l କମିଟି ନିଷ୍ପତ୍ତି ଯାହା ନେବ, ତାଙ୍କୁହିଁ ପ୍ରାର୍ଥୀ କରାଯିବ lବର୍ତ୍ତମା ସୁଦ୍ଧା ପାଞ୍ଚ ଜଣଙ୍କ ନାଁ ଚର୍ଚା ହୋଇଛି ତାହା ଉପରେ ଆଲୋଚନା ଜାରି ରହିଛି l
ଦଳ ରିପୁନାଥ ସେଠ କି ଆଉ କାହାକୁ ପ୍ରାଥୀ କରୁଛି ତାହା ଦେଖିବାର କଥା l
ବିଜେପିର ବିଜେପୁର ପ୍ରାଥୀ କିଏ?
ଭୁବନେଶ୍ୱର : ଅକ୍ଟୋବର 21 ତାରିଖରେ ବିଜେପୁର ଉପ ନିର୍ବାଚନ l ବିଜେପୁର ନିର୍ବାଚନ ପାଇଁ ରାଜ୍ୟ ବିଜେପି 3ଜଣଙ୍କ ନାଁ କୁ କେନ୍ଦ୍ରୀୟ କମିଟି ପାଖକୁ ପଠାଇଛି l ବିଜେପି ବିଧାୟକ ବିଷ୍ଣୁ ସେଠି କହିଛନ୍ତି ଯେ ଦଳ 3ଜଣଙ୍କ ନାଁ ପଠାଇଛି l ସେମାନେ ହେଲେ
1- ପ୍ରଦୀପ ପୁରୋହିତ. ପୂର୍ଵତନ ବିଧାୟକ
2- ସନତ ଗଡ଼ତିଆ, ବିଜେପି ନେତା
3- ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପି ନେତା
ତେବେ ଏହି 3 ଜଣଙ୍କ ମଧ୍ୟରୁ ପ୍ରଦୀପ ପୁରୋହିତଙ୍କ ବିଜେପି ବିଜେପୁର ପ୍ରାଥୀ କରିବ ବୋଲି ବିଜେପି ସୂତ୍ରରୁ ଜଣାପଡିଛି l
ବିଜେପୁର ପାଇଁ ରୋହିତ ଅସ୍ତ୍ର : ପ୍ଲୁସ ରେ ବିଜେଡି
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞକ୍ତି ପ୍ରକାଶ ପାଇଛି l ଆଉ ପ୍ରଥମ ଦିନରୁ ବିଜେଡି ତାର ଚତୁର ରାଜନୈତିକ ଗୋଟି ଚାଳନ କରିଛି l ଉପନିର୍ବାଚନରେ ଯେପରି ପଶ୍ଚିମ ଓଡ଼ିଶାର କୌଣସି ନେତା ଅସନ୍ତୋଷ ନ ରହିବେ ସେଥିପ୍ରତି ଗୁରୁତ୍ୱ ଦେଇଛି ଦଳ l ଖାସ ସେଥିପାଇଁ ବିଧାୟକ ପ୍ରଣବ ବଳବନ୍ତ ରାୟ ଙ୍କୁ ହଟାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ସରକାରୀ ଦଲ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି କରିଛନ୍ତି ଯାହା ଏବେ ଓଡିଶା ରାଜନୀତି ରେ ସବୁଠାରୁ ଚର୍ଚ୍ଚା ର ବିଷୟ l ହଟାତ ପ୍ରଣବ କୁ ହଟାଇ ରୋହିତ ଙ୍କୁ ଦାୟିତ୍ୱ ଦେବା ପଛରେ ନବୀନ ଗୋଟିଏ ଗୁଳି ରେ ଦୁଇଟି ଶିକାର କରିଛନ୍ତି l
କଣ ସେଇ ଦୁଇଟି ରଣନୀତି :
1.ମନ୍ତ୍ରୀ ଆଶାୟୀ ଥିବା ରୋହିତ ପୁଣି ଥରେ ଉପମୁଖ୍ୟ ସଚେତକ ପଦ ପାଇ ଖୁସି ହେବା ସହ ଦଳ ପାଇଁ କାମ କରିବେ l
2.ଦକ୍ଷ ସଂଗଠକ ଭାବେ ପରିଚିତ ପ୍ରଣବ ବିଜେପୁର ରେ ଅଧିକ ସମୟ ଦେଇ ଦଳୀୟ ପ୍ରାଥୀ ପାଇଁ ଭୋଟ ଯୋଗାଡ଼ କରିବେ l
ଗାଡି ଚାଳକଙ୍କୁ ସଡକ ସୁରକ୍ଷା ସଚେତନ କଲା ପୋଲିସ
ବ୍ୟାସନଗର: ଆଜି ସ୍ଥାନୀୟ ଚୋରଦା ଛକଠାରେ ଯାଜପୁର ପୋଲିସ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଗାଡି ଚାଳକଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତାର ବାର୍ତ୍ତା ଦିଆଯାଇଛି । ଯାଜପୁର ପୋଲିସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣସିଂ ମୀନା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀ ମୀନା ଗାଡି ଚାଳକଙ୍କୁ ଗାଡି ଚାଳନା ସମୟରେ ଗାଡିର ବୈଧ କାଗଜପତ୍ର ତଥା ନିଜର ଲାଇସେନ୍ସ ରଖିବା ଏବଂ ମଟରସାଇକଲ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ପାଇଁ ପ୍ରବର୍ତ୍ତାଇଥିଲେ । ଏଥିସହ ହେଲମେଟ୍ ପିନ୍ଧି ମଟରସାଇକଲ ଚଳାଉଥିବା ବ୍ୟକ୍ତିଙ୍କୁ ଉପହାର ସ୍ବରୂପ ବିଭିନ୍ନ ଚାରା ବଣ୍ଟନ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ସରକାରଙ୍କ ତରଫରୁ ଦିଆଯାଇଥିବା ଅବଧି ମଧ୍ୟରେ ନିଜ ନିଜର ଆବଶ୍ୟକ ଗାଡି କାଗଜପତ୍ର କରାଇନେବା ପାଇଁ ପରାମର୍ଶ ଦେଇଥିଲେ । ଏହା ଛଡା ୧୮ବର୍ଷରୁ କମ୍ ପିଲାଙ୍କୁ ଗାଡି ଚଳାଇବାକୁ ବାରଣ କରିଥିଲେ ।
ନବୀନଙ୍କ ଉତ୍ତରାଧିକାରୀ କିଏ?
ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏପ୍ରଶ୍ନ ପ୍ରତ୍ୟେକ ଓଡିଆଙ୍କ ମନରେ l ନବୀନଙ୍କ ପରେ କିଏ, ଏପ୍ରଶ୍ନ ଉତ୍ତର ଆଜି ପୁଣି ଥରେ ଦୋହରାଇଛନ୍ତି ନବୀନ l ନବୀନ କହିଛନ୍ତି ଯେ ଓଡ଼ିଶାର ଲୋକେ ମୋର ଉତ୍ତରାଧିକାରୀ ବାଛିବେ l ଭୁବନେଶ୍ୱର ଏକ ସ୍ୱତନ୍ତ୍ର କ୍ରାଯ୍ୟକମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି l
ବହୁ ସମୟରେ ଚର୍ଚ୍ଚା ହୁଏ ଯେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ଉତ୍ତରାଧୀକାରୀ l ହେଲେ ଏହାକୁ ନବୀନ ଖଣ୍ଡନ କରି ଲୋକଙ୍କ ଉପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ଛାଡିଛନ୍ତି l














