ବିଜେପୁରରେ ବିଜେଡି ଚାଣକ୍ୟ କିଏ?

- Advertisement -

ଭୁବନେଶ୍ୱର : ବିଜେପୁରର ଉପ-ନିର୍ବାଚନ ଲାଗି ବିଜେଡି ଜୋରଦାର ପ୍ରୟାସ ଆରମ୍ଭ କରିଛି l ବିଜେଡ଼ର ସମନ୍ୱୟ କମିଟି ବୈଠକ ନବୀନ ନିବାସରେ ବସିଥିଲା l ଏହି ବୈଠକରେ ଉପ -ନିର୍ବାଚନ ଲାଗି ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ଗାଇସିଲଟ ପାଇଁ ରାଜା ସ୍ୱାଇଁ, ନବ ଦାସ, ବିଜେପୁର ପାଇଁ ଅରୁଣ ସାହୁ, ବରପାଲି ପାଇଁ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି l
ବିଜେଡ଼ର ବିଜେପୁର ରଣନୀତିରେ ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଛି l ଦଳ ପୱାର ଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୌଣସି ବ୍ଲକ ଦାୟିତ୍ୱ ଦେଇନାହିଁ l ଚର୍ଚ୍ଚା ହେଉଛି ଏହି କିଛି ଦିନ ହେବ ପ୍ରଣବଙ୍କ କ୍ଷମତା ଦଳରେ ଗୁରୁତ୍ୱ କମିଛି l ଆଉ କିଏ କହୁଛି ଆଗଥର ପରି ଏଥର ବି ପ୍ରବଣ ବିଜେପୁର ନିର୍ବାଚନ ପରିଚାଳନା କରିବେ l 2018 ରେ ବିଜେଡି ବିଜେପୁରରେ 41ହଜାର ଭୋଟରେ ବିଜୟ ଲାଭ କରିଥିଲା l ନବୀନଙ୍କ ନିର୍ଦେଶକୁ ପ୍ରଣବ ସଫଳ ଭାବେ ପରିଚାଳନା କରିଥିବାରୁ ଏହା ସମ୍ଭବ ହୋଇଥିଲା l ତେବେ ଏଥର ବିଜେପୁରରେ ବିଜେଡିର ଚାଣକ୍ୟ କିଏ ହେବ ତାହା ଏବେ ବଡ ପ୍ରଶ୍ନ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles