ଆଜି ନବୀନ ନିବାସର ବିଜେପୁର ମନ୍ତ୍ରଣା : ନେତାଙ୍କୁ ଟିପ୍ସ ଦେବେ ସୁପ୍ରିମୋ

- Advertisement -

ଭୁବନେଶ୍ୱର : କଣ କଲେ ବିଜେପୁର ପୁଣି ଜିତିବ ବିଜେଡ଼ି । କାହାକୁ ପ୍ରାର୍ଥୀ କରାଯିବ ଓ କିପରି କାମ ହେବ । ରାଜ୍ୟ ସରକାର ଯାହା ବିଜେପୁରବାସୀଙ୍କ ପାଇଁ କରିଛନ୍ତି ତାହା ବିଜେପୁରବାସୀଙ୍କ ପାଖରେ ପହଞ୍ଚିବ କିପରି । କିପରି ସବୁ ନେତା ଏକ ହୋଇ କାମ କରିବେ ବିଜେପୁରରେ । କେଉଁଠି ବିଜେଡ଼ିର ଦୁର୍ବଳତା ରହୁଛି । ଏସବୁର ଟିକନିକ ହିସାବ ନବୀନ ନେବା ସହ ବିଜେପୁର ଉପରେ ବିଜେଡ଼ି ସମନ୍ୱୟ କମିଟିରେ ଥିବା ନେତାଙ୍କୁ ଦେବେ ଟିପ୍ସ । ବିଜେପୁରେ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ ସେନେଇ ଆରମ୍ଭ କରିବ ମଂଥନ ।
ଆଜି ନବୀନ ନିବାସରେ ବିଜେପୁର ସମନ୍ନୟ କମିଟିର ସଦସ୍ୟଙ୍କ ସହ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିବେ । ବିଜେପୁର ଆସନ ନବୀନ ଛାଡ଼ିବା ପରେ ଅକ୍ଟୋବର ୨୧ ତାରିଖରେ ଏହି ଆସନରେ ଉପ-ନିର୍ବାଚନ ହେଉଛି । ତେଣୁ ଉପ ନିର୍ବାଚନ ଦଳ ରୀତା ସାହୁ, ପ୍ରଭାସ ସିଂହ, ନାଁ ଜଣେ ଚାଷୀ ନେତାଙ୍କୁ ଦଳୀୟ ପ୍ରାର୍ଥୀ କଲେ ଭଲ ହେବ ତାହା ଉପରେ ଆଜି ସମନ୍ୱୟ କମିଟି ବୈଠକରେ ଆଲୋଚନା ହେବ । ଏହି କମିଟିରେ ସଂଜୟ ଦାସ ବର୍ମା,କଳିକେଶ ସିଂହଦେଓ,ସୁଶାନ୍ତ ସିଂହ, ନିରଂଜନ ପୂଜାରୀ ପ୍ରମୁଖ ସଦସ୍ୟ ଅଛନ୍ତି

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles