ରୋଟାରୀ କ୍ଲବ୍ ର ପ୍ରସ୍ତୁତି ବୈଠକ

0

ବ୍ୟାସନଗର .ଯାଜପୁର ରୋଡ ରୋଟାରୀ କ୍ଲବ୍ ର ପ୍ରସ୍ତୁତି ବୈଠକ  ଆସନ୍ତା କାଲି  ସ୍ଥାନୀୟ ହୋଟେଲ୍ ନଟରାଜ୍ ରୟାଲ୍ ଠାରେ ଅନୁଷ୍ଠିତ ହେବ ।

କିଏ ପାଇଲେ କେଉଁ ନିଗମ

0

ଲେନିନ ମହାନ୍ତି- ସମ୍ପାଦକ, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ
୨- ସୁଜିତ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ
୩- ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି ଓ ଆଇଟି
୪- କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ
୫- ଉକ୍ରଳ କେଶରୀ ପରିଡ଼ା- ଉପଦେଷ୍ଟା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
୬- ଦେବାଶିଷ ମଲ୍ଲିକ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ
୭- ସୁଲତା ଦେଓ- ଉପଦେଷ୍ଟା ମହିଳା ଓ ଶିଶୁ ବିକାଶ ବିଭାଗ
୮- ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ
୯- ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ
୧୦-ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ
୧୧-ଇଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
୧୨-ପ୍ରଭାତ ଆଦିତ୍ୟ ମିଶ୍ର -ଅଧ୍ୟକ୍ଷ, ଆପିକଲ
୧୩-ଅନୂପ ସାଏ- ଅଧ୍ୟକ୍ଷ, ଓଡ଼ିଶା ଓୟାର ହାଉସିଂ କର୍ପୋରେସନ
୧୪-ଅସିତ ପଟ୍ଟନାୟକ- ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ବିକାଶ ନିଗମ

୧୫- ସୁଧୀର ଦାସ- ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟକରଣ ଯୋଜନା
୧୬- ଦିଲ୍ଲୀପ ତିର୍କୀ- ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋସନ କାଉସିଲ
୧୭-ମାନସ ମାଡ଼କାମୀ-ଅଧ୍ୟକ୍ଷ, ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ
୧୮- ବିନୟ ଟପ୍ପୋ- ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦ
୧୯-ସୁସ୍ମିତା ବାଗଚୀ- ଅଧ୍ୟକ୍ଷ, ମୋ ସ୍କୁଲ
୨୦-ଆକାଶ ଦାସ ନାୟକ- ଅଧ୍ୟକ୍ଷ, ମୋ କଲେଜ
୨୧-ମିନତୀ ବେହେରା- ଅଧ୍ୟକ୍ଷା, ମହିଳା କମିଶନ
୨୨- କସ୍ତୁରୀ ମହାପାତ୍ର- ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ
୨୩-ସୁଲୋଚନା ଦାସ- ଅଧ୍ୟକ୍ଷା, ରାଜ୍ୟ ଭିନ୍ନକ୍ଷମ କମିଶନ
୨୪- ଲୋପାମୁଦ୍ରା ବକ୍ସିପାତ୍ର- ଉପଦେଷ୍ଟା, ମିଶନ ଶକ୍ତି
୨୫-ପୁଷ୍ପେନ୍ଦ୍ର ସିଂହଦେଓ- ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ଅମରେନ୍ଦ୍ର ଦାସ : ଅଧ୍ୟକ୍ଷ, ଓଡ଼ିଶା କାଜୁ ନିଗମ
ଲୁଲୁ ଅମାତ : ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିଗମ
ଚିନ୍ମୟ ସାହୁ : ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
ଶ୍ରୀମୟୀ ମିଶ୍ର : ଅଧ୍ୟକ୍ଷ, ଓଟିଡ଼ିସି
ଅମରେଶ ପତ୍ରୀ : ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ
ସତ୍ୟବ୍ରତ ତ୍ରିପାଠୀ : ଅଧ୍ୟକ୍ଷ, ଓଡ଼ିଶା ସିନେ ବିକାଶ ନିଗମ
ବିଜୟ କୁମାର ନାୟକ : ଅଧ୍ୟକ୍ଷ, ଓଡ଼ିଶା ଯବୁ ମଙ୍ଗଳ ବୋଡର଼୍
ପ୍ରିୟଦର୍ଶୀ ମିଶ୍ର : ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋଡର଼୍ ନିଗମ
ସୁବାସ ସିଂହ : ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ ବୋଡର଼୍
ସଂଜୀବ ପାଇକରାୟ : ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ

ଶାହାଙ୍କ ଆଖି ୪ ରାଜ୍ୟ ଉପରେ ….

0

୪ଟି ରାଜ୍ୟରେ ୨୦୨୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏବେ ଏହି ୪ଟି ରାଜ୍ୟରେ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଖି । ଏହି ରାଜ୍ୟ ଗୁଡ଼ିକୁ ଗେରୁଆ କରିବା ପାଇଁ ଦଳର ହେବିୱାଟ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ଅମିତ ଶାହା । ଖାସ ଏଥିଲାଗି ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି ଶାହା । ହରିୟାଣା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ସହ ପ୍ରଭାରୀ ଭାବେ ଉତ୍ତରପ୍ରଦେଶର ମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କୁ ଦାୟିତ୍ୱ ମିଳିଛି ଜ୍ଝ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ପ୍ରକାଶ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ ସହ ବିହାରର ମନ୍ତ୍ରୀ ନନ୍ଦ କିଶୋର ଯାଦବଙ୍କୁ ସହ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି ଜ୍ଝମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି ଜ୍ଝ ସେହିପରି ତାଙ୍କୁ ସହଯୋଗ କରିବା ପାଇଁ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର‌୍ୟ୍ୟ ଓ କର୍ଣ୍ଣାଟକର ପୂର୍ବତନ ବିଧାୟକ ଲଖମଣ ସାଵଦୀଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଥିବା ଜଣାପଡିଛି ଜ୍ଝ ଏହିସବୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିପରି ବିଜେପି ଭଲ ପ୍ରଦର୍ଶନ କରିବ ଖାସ ସେଥିପାଇଁ ଅମିତ ଶାହା ବ୍ଲୁପ୍ରଣ୍ଟ ପ୍ରସ୍ତୁତ କରିଛନ୍ତି ।

ହଟହଟା ହେଲେ ବିଜେଡ଼ି ବିଧାୟକ…

0

ହଟାହଟା ହୋଇଛନ୍ତି ବିଜେଡ଼ି ବିଧାୟକ । ଦୀନକୃଷ୍ଣ ମହାବିଦ୍ୟାଳୟର ପରିଚାଳନା କମିଟି ବୈଠକକୁ ଯାଇ ହଟହଟା ହୋଇଛନ୍ତି ବିଜେଡ଼ି ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର । ବହୁ ଘଣ୍ଟା ଧରି ତାକୁ ତାଲା ପକାଇ ଅଟକ ରଖାଯାଇଥିଲା । ପରିଚାଳନା ବୈଠକରେ ସାଂସଦ ପ୍ରତିନିଧି ଅନୁପସ୍ଥିତ ରହିବା ନେଇ ଅସନ୍ତୋଷ ପ୍ରକାଶ କରି ଏକ ନିଦ୍ଦିଷ୍ଟ ଛାତ୍ର ସଂଗଠନର ଛାତ୍ରମାନେ ବିଧାୟକଙ୍କୁ ଅଟକ ରଖିଥିଲେ । ମହାବିଦ୍ୟାଳୟର ଗେଟକୁ ତାଲା ପକାଇଦେଇଥିଲେ । ଫଳରେ ବିଧାୟକ ଓ କଲେଜ ଅଧ୍ୟକ୍ଷ କେହିବି ବାହାରକୁ ବାହାରି ପାରି ନଥିଲେ । ପରେ ଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରମାନେ ବୁଝି ଥିଲେ ଓ ବିଧାୟକଙ୍କୁ ଛାଡ଼ିଥିଲେ । ଏପରି ଅଭାବନୀୟ ଘଟଣା ଏବେ ସାରା ବାଲେଶ୍ୱରରେ ଚର୍ଚ୍ଚାର ବିଷୟ ।

ବଳକା ରାଜ୍ୟରେ ବିଦ୍ୟୁତ ସଙ୍କଟ : ୧୨ରୁ ୧୬କୋଟି ବିଜୁଳି କିଣୁଛି ଓଡ଼ିଶା

0

ଭୁବନେଶ୍ୱର : ଓଡ଼ିଶା ହେଉଛି ବିଦ୍ୟୁତ ବଳକା ରାଜ୍ୟ । ଏକଥା ଦିନେ ଗଳା ଫଠାଇ ଶକ୍ତିମନ୍ତ୍ରୀ ବାରମ୍ବାର କହୁଛନ୍ତି । ବିଧାନସଭାରେ ମଧ୍ୟ ପ୍ରଶ୍ନକାଳ ସମୟରେ କହିଥିଲେ । ହେଲେ ଏବେ ଓଡ଼ିଶା ବିଜୁଳି କିଣୁଛି ଅନ୍ୟ ରାଜ୍ୟରୁ । ତେବେ ବଳକା ବିଜୁଳି ରାଜ୍ୟରେ କାହିକଁ ବିଜୁଳି କିଣିବାକୁ ପଡ଼ିଲା ତାହାର ଉତ୍ତର ଏବେ ଖୋଜୁଛନ୍ତି ବିରୋଧୀ । ଶକ୍ତିମନ୍ତ୍ରୀଙ୍କ ଯୁକ୍ତି ହେଉଛି ଏମସିଏଲରେ ଚାଲିଥିବା ଆନ୍ଦୋଳନ ଯୋଗୁଁ କୋଇଲା ଅଭାବ ଦେଖାଦେଇଥିଲା । ଫଳରେ ଏନ୍ଟିପିସି ବିଦ୍ୟୁତ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥିଲା । ତେଣୁ ବିଜୁଳୁ ସଭ୍କଟ ଦେଖାଦେଇଛି ।

ରାଜ୍ୟରେ ପିକ ଆୱାରରେ ବିଦ୍ୟୁତ ଚାହିଦା ପୂରଣ କରିବା ପାଇଁ ରାଜ୍ୟ ସରକାର ବାହାର ରାଜ୍ୟର ଏକ୍ସଚେଜ ଜରିଆରେ ବିଦ୍ୟୁତ କିଣୁଛନ୍ତି । ବର୍ତ୍ତମାନ ପିକ ଆୱାରରେ ୪୧୦୦ ମେଗାୱାଟ ଆବଶ୍ୟକ ରହିଛି । ହେଲେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ୩୦୦୦ ମେଗାୱାଟ ଉତ୍ପାଦନ କରୁଛି । ତେଣୁ ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ବାଧ୍ୟହୋଇ ଅନ୍ୟ ରାଜ୍ୟରୁ ପ୍ରତିଦିନ ୧୨ରୁ ୧୬କୋଟି ଟଙ୍କା ଦେଇ ୧୦୦୦ ମେଗାୱାଟ ବିଦ୍ୟୁତ କିଣୁଛନ୍ତି ରାଜ୍ୟ ସରକାର ବୋଲି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଏନଟିପିସି ୯୦୦ ମେଗାୱାଟ ବିଦ୍ୟୁତ ଦେବା କଥା ହେଲେ ଦେଉଛି ୩୫୦ମେଗାୱାଟ ବିଜୁଳି , ସେହିପରି ଟିଟିପିଏସ ୪୦୦ ମେଗାୱାଟ ବିଜୁଳି ଦେବା କଥା ହେଲେ ଦେଉଛି ୧୧୦ ମେଗାୱାଟ , ହାଇଡ଼୍ରୋରେ ମିଳୁଛି ୧୪୫୦ ମେଗାୱାଟ ବିଦ୍ୟୁତୁ କ୍ୟାପଟିଭରୁ ୪୦୦ ମୋଗାୱାଟ,ୟୁଆରସିରୁ ୩୦୦,ଅନ୍ୟାନ୍ୟ କ୍ଷେତ୍ରରୁ ୪ଶହ ମେଗାୱାଟ ବିଜୁଳି ମିଳୁଛି । ଯାହାକି ଚାହିଦା ପୂରଣ କରିପାରୁନାହିଁ ।

ବର୍ଷା ଦିନରେ ଯଦି ଏପରି ସଙ୍କଟ ଦୂର ନହେବ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବା । ତେବେ ଏେଇ ରାଜ୍ୟ ସରକାରଙ୍କ ତ୍ରୃଟିପୂର୍ଣ୍ଣ ବିଦ୍ୟୁତ ବଣ୍ଟନ ଦାୟୀବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯାହା କହନ୍ତି ତାହା କରନ୍ତି ନାର୍ହି ବୋଲି ବିରୋଧୀ କହିଛନ୍ତି ।

ଚାଲିଚାଲି ଅରୁଣଙ୍କ ଜନଶୁଣାଣୀ ……

0

ପୁଣି ନିଆରା ଢଙ୍ଗରେ ଓଡ଼ିଶାର ସବୁଠାରୁ ପାୱାରଫୁଲ ମନ୍ତ୍ରୀ ଅରୁଣ ସାହୁ । କୃଷି ଓ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱରେ ଥିବା ଅରୁଣ ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ବି ନିଜ ନିର୍ବାଚନୀ ମଣ୍ଡଳୀର କାମ ଓ ଲୋକଙ୍କ ସମସ୍ୟା ସହ ପ୍ରତ୍ୟେକ ଦିନ ଯୋଡ଼ିହେବାକୁ ଚାହୁଛନ୍ତି । ତାହା ପୁଣି ଯେତେବେଳେ ମନ୍ତ୍ରୀଙ୍କୁ ସମୟ ମିଳିଲା । ଶନିବାର ସଂନ୍ଦ୍ୟାରେ ନିଜ ନିର୍ବାଚନୀ ମଣ୍ଡଳୀରରେ ଟ୍ରାକସୁଟ ଏବଂ ସ୍ପୋର୍ଟସ ଜୋତା ପିନ୍ଧି ବାହାରିଲେ ସନ୍ଧ୍ୟା ଭ୍ରମଣରେ । ସାଙ୍ଗରେ ଚାଲିଲେ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ସାଧାରଣ ଜନତା ।ଆଗକୁ ଆଗକୁ ଚାଲିବା ସହିତ ଲୋକ ମାନଙ୍କର ଅଭିଯୋଗକୁ ଶୁଣିବା ଏବଂ ସମାଧାନ କରିବାରେ ଲାଗିପଡ଼ିଲେ ମନ୍ତ୍ରୀ ।ନୟାଗଡ଼ ସହର ଉପକଣ୍ଠ ଦୁର୍ଗାପ୍ରସାଦ ଠାରୁ ବାହାରି ଘଡୁଆଳ , ନୂଆ ଘଡୁଆଳ, ବ୍ରଜବଲ୍ଲବ ପୁର ହେଇ ପହଞ୍ଚିଥିଲେ ଗୁପ୍ତପଲ୍ଲୀ ପାଖରେ । ପାଖାପାଖି ୭ କିମି ର ପଦଯାତ୍ରାରେ ବାଟରେ ପଡୁଥିବା ଗାଁ ମାନଙ୍କରେ ଲୋକମାନଙ୍କ ସାଙ୍ଗରେ ମିଶିବା ସହିତ ବୁଝିଥିଲେ ସେମାନଙ୍କର ସୁଖ ଦୁଃଖ । ପୂର୍ବରୁ ଅରୁଣ ବସଷ୍ଟାଣ୍ଡ ଓ ବିିଭିନ୍ନ ସର୍ବସାଧାରଣ ସ୍ଥାନରେ ଜନଶୁଣାଣୀ କରି ଚର୍ଚ୍ଚାକୁ ଆସିଛନ୍ତି । ସବୁବେଳେ ଲୋକଙ୍କ ସାଥିରେ ଯୋଡ଼ି ହେବା ପାଇଁ ଅରୁଣଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରଯାଇଛି । ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ପାଖକୁ ଯାଅ ଓ ସେମାନଙ୍କ ସୁଖ ସୁଃଖର ସାଥି ହୁଅ । ଏକଥାକୁ ଏବେ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ନେତାଏ ।

ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ : ଫୋକସରେ ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି

0

ଗାନ୍ଧୀଙ୍କ ପାଇଁ ସ୍ୱାଧୀନତା ଦିବସ ପଡ଼ିଆ ପରିବର୍ତ୍ତନ କଲେ କଲେ ରାଜ୍ୟ ସରକାର । ଏଥର ସ୍ବାଧୀନତା ଦିବସ ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତକୁ ସ୍ବତନ୍ତ୍ର ଭାବେ ପାଳନ କରାଯିବ । ଏଥିପାଇଁ ପ୍ରଦର୍ଶନୀ ପଡିଆରେ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି ।ମହାତ୍ମା ଗାନ୍ଧୀ ଓଡିଶାକୁ ମୋଟ ୮ ଥର ଆସିଥିବା ବେଳେ ୮୨ ଦିନ ରହିଛନ୍ତି । ଏହି ଅବସରରେ ସେ ଯେଉଁସବୁ ଅଂଚଳକୁ ଗସ୍ତ କରିଛନ୍ତି ସେଠାରେ ତାଙ୍କର ସ୍ମୃତି ରହିଛି । ଓଡିଶା ସହ ମହାତ୍ମାଙ୍କ ସଂପର୍କ ଏବଂ ସ୍ବାଧୀନତା ସଂଗ୍ରାମରେ ଓଡିଶାର ଅବଦାନକୁ ନେଇ ଏଥର ଏକ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ଏଭଳି ଆୟୋଜନ କରାଯାଇଛି । ଏଥିସହିତ ଜାତୀୟ ସ୍ତରରେ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନକୁ ଅନୁକରଣ କରି ଓଡିଶାରେ ମଧ୍ୟ ଏଥର ସ୍ବାଧୀନତା ଦିବସକୁ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ସୀମିତ ରଖାଯିବ ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ସେପଟେ ପଡ଼ିଆ ପରିବର୍ତ୍ତ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ବିଜେପି ଉପସଭାପତି ପୃଥ୍ବୀରାଜ ହରିଚନ୍ଦନ ପ୍ରଦର୍ଶନୀ ପଡିଆରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ପାଳନରେ ଜାତୀୟ ସ୍ତରୀୟ ମଡେଲକୁ ଗ୍ରହଣ କରିବା ଉଚିତ ।

ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ରାଷ୍ଟ୍ରପତିଙ୍କ ପ୍ୟାରେଡ ଅଭିବାଦନ ଗ୍ରହଣ ଭତ୍ତିକ ହୋଇଥିବା ବେଳେ ସ୍ବାଧୀନତା ଦିବସ ପାଳନ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଭିତ୍ତିକ ହୋଇଥାଏ । ରାଜ୍ୟ ମଧ୍ୟ କେନ୍ଦ୍ରୀୟ ମଡେଲକୁ ଅନୁକରଣ କରି ସେହି ଢାଞ୍ଚାରେ ସ୍ବାଧୀନତା ଦିବସ ପାଳନ କରିବାକୁ ଚିନ୍ତା କରିଛି । ରାଜ୍ୟ ବିଜେପି ନେତା କିନ୍ତୁ ସ୍ବାଧୀନତା ଦିବସ ପାଳନରେ ଜାତୀୟ ମଡେଲକୁ ବୁଝିନାହାଁନ୍ତି । ତାଙ୍କ ନିଜ ଦଳ କେନ୍ଦ୍ରରେ କ୍ଷମତାରେ ଥିଲେ ବି ସେମାନେ ଜାତୀୟ ମଡେଲକୁ ବୁଝିପାରୁନାହାଁନ୍ତି ବୋଲି ସସ୍ମିତ କହିଛନ୍ତି ।

ଯୋଜନା ବୋଡ଼ ଅଧ୍ୟକ୍ଷ : ବାଦ ପଡ଼ିଲେ ଅରୁଣ,ଜ୍ୟୋତି,ପେମାନନ୍ଦ

0

ଜିଲ୍ଲା ଯୋଜନା ବୋର୍ଡର ପୁର୍ନଗଠନ କରାଯାଇଛି । କିଛି ମନ୍ତ୍ରୀଙ୍କ ସହ ବିଧାୟକଙ୍କୁ ବି ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ବ ମିଳିଛି । ତେବେ କୃଷିମନ୍ତ୍ରୀ ଅରୁଣ ସାହୁ, ଦକ୍ଷତା ବିକାଶ ମନ୍ତ୍ରୀ ପେମାନନ୍ଦ ନାୟକ ଓ ପର‌୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ କୌଣସି ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ବ ମିଳିନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ତେବେ ନଜର ପକାନ୍ତୁ କିଏ କେଉଁଠି ହୋଇଛନ୍ତି ଯୋଜନା ବୋଡ଼ ଅଧ୍ୟକ୍ଷ ।
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ପ୍ରତାପ ଜେନା : ମୟୂରଭଞ୍ଜ
ଅନନ୍ତ ଦାସ : ବାଲେଶ୍ୱର
ବ୍ୟୋମକେଶ ରାୟ : ଭଦ୍ରକ
ସମୀର ରଞ୍ଜନ ଦାସ : ଯାଜପୁର
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କେନ୍ଦ୍ରାପଡ଼ା
ପ୍ରଶାନ୍ତ କୁମାର ମୁଦୁଲି : ଜଗତସିଂହପୁର
ପ୍ରମୋଦ କୁମାର ମଲ୍ଲିକ : କଟକ
ନିରଞ୍ଜନ ପୂଜାରୀ : ପୁରୀ
ପ୍ରଶାନ୍ତ କୁମାର ଜଗଦେ୍ଧବ : ଖୋର୍ଦ୍ଧା
ସତ୍ୟ ନାରାୟଣ ପ୍ରଧାନ : ନୟାଗଡ଼
ଶ୍ରୀକାନ୍ତ ସାହୁ : ଗଞ୍ଜାମ
ମହୀଧର ରଣା : ବୌଦ୍ଧ
ଜଗନ୍ନାଥ ସାରକା : ଗଜପତି
ବିକ୍ରମ କେଶରୀ ଆରୁଖ : କନ୍ଧମାଳ
ସୁଦାମ ମାରାଣ୍ଡି : ସୋନପୁର
ପଦ୍ମିନୀ ଦିଆନ : ରାୟଗଡ଼ା
ରଘୁରାମ ପଡ଼ାଲ : କୋରାପୁଟ
ରଘୁନନ୍ଦନ ଦାସ : ନବରଙ୍ଗପୁର
ତୁଷାରକାନ୍ତି ବେହେରା : ମାଲକାନାଗିରି
ରାଜେନ୍ଦ୍ର ଢୋଲକିଆ : ନୂଆପଡ଼ା
ନବକିଶୋର ଦାସ : ବଲାଙ୍ଗୀର
ଦେବେଶ ଆଚାର‌୍ୟ୍ୟ : ବରଗଡ଼
ସୁଶାନ୍ତ ସିଂହ : ସମ୍ବଲପୁର
ପଦ୍ମନାଭ ବେହେରା : ଝାରସୁଗୁଡ଼ା
ଶାରଦା ପ୍ରସାଦ ନାୟକ : ସୁନ୍ଦରଗଡ଼
ଅଶୋକ ଚନ୍ଦ୍ର ପଣ୍ଡା : ଅନୁଗୁଳ
ଦିବ୍ୟଶଙ୍କର ମିଶ୍ର : ଢେଙ୍କାନାଳ
ପ୍ରଫୁଲ୍ଲ କୁମାର ମଲ୍ଲିକ : ଦେବଗଡ଼ ଓ କେନ୍ଦୁଝର
ଟୁକୁନି ସାହୁ : କଳାହାଣ୍ଡି

ଦାମଙ୍କୁ ସମ୍ବିତ ଜରିଆରେ ବ୍ରହ୍ମଅସ୍ତ୍ର ମାରିଲେ ବିଷ୍ଣୁ

0

କଥାରେ ଅଛି ନଇ ପଡ଼ିଥିବ ଯେତିକି ବେଳେ ବିଧାଟି ମାରିବ ସେତିକି ବେଳେ । ଏକଥାକୁ ଏବେ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ବିଜେଡ଼ି ବିଧାୟକ ବିଷ୍ଣୁ ଦାସ । ସେ ତାଙ୍କର ପାରମ୍ପରିକ ରାଜନୈତିକ ଶ୍ରତ୍ରୃ ଦାମ ରାଉତଙ୍କୁ ତାଙ୍କ ପୁଆ ଜରିଆରେ ବ୍ରହ୍ମଅସ୍ତ୍ର ପ୍ରୟୋଗ କରିଛନ୍ତି । ଅର୍ଥାତ ଦାମଙ୍କ ପୁଅକୁ ଏବେ ବିଷ୍ଣୁ ବନ୍ଧୁ କରିଛନ୍ତି । କାରଣ ରାଜନୀତିରେ କିଏ ଶତ୍ରୁ ନୁହେଁକି କିଏ ମିତ୍ର ନୁହନ୍ତି । ଆବଶ୍ୟକ ସମୟରେ ଶତ୍ରୁ ପାଲଟିଯାଏ ମିତ୍ର ଓ ମିତ୍ର ପାଲଟିଯାଏ ଶତ୍ରୁ ଓ ଯାହା ଏବେ ଜଗତସିଂହପୁର ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କର ରାଜନୈତକ ଶତ୍ରୁ ବିଷ୍ଣୁ ଦାସ ଏବେ ଦାମଙ୍କ ପୁଅଙ୍କ ବନ୍ଧୁ ଓ ଦୁହେଁ ବିଷ୍ଣୁ ଦାସ । ଦାମ ରାଉତ ଯେତେବେଳେ ବିଜୁ ଜନତା ଦଳରେ ଥିଲେ ସେତେବେଳେ ଜଣକ ଛାଇ ଦେଖିଲେ ଆଉ ଜଣଙ୍କର ନାଇ ଡିଏଁ । ଏପରିକି ସଭା ସମିତିରେ ଯେଉଁଠି ଦାମ ରାଉତଙ୍କୁ ନିମନ୍ତ୍ରଣ ହୋଇଥାଏ ସେଠି ବିଷ୍ଣୁ ଦାସଙ୍କୁ ନିମନ୍ତ୍ରଣ ହୋଇଥିଲେ ମଧ୍ୟ କେହି ନା କେହି ଜଣେ ଅନୁପସ୍ଥିତ ରୁହନ୍ତି । ଯେତେବେଳେ ଦାମ ରାଉତ ଜିଲ୍ଲାର ମନ୍ତ୍ରୀ ଥିଲେ ସେତେବେଳେ ବିଷ୍ଣୁ ଦାସ ଜିଲ୍ଲା ସଭାପତି ଥିଲେ । ହେଲେ କୌଣସି ଏକ ବିକାଶମୂଳକ କାର‌୍ୟ୍ୟକ୍ରମରେ ଉଭୟେ ଏକାଠି ବସି ବୈଠକ କରନ୍ତି ନାହିଁ । ଏପରିକି ଜଗତସିଂହପୁର ବିଜେଡିର କୌଣସି ଦଳୀୟ ବୈଠକରେ ମଧ୍ୟ ଉଭୟେ ବିଷ୍ଣୁ ଓ ଦାମ ଏକାଠି ବସିବାକୁ ପସନ୍ଦ କରନ୍ତି ନାହିଁ । ଆଉ ଗଣମାଧ୍ୟମରେ ଉଭୟଙ୍କ ବାକ ଯୁଧ୍ୟ ଦୀର୍ଘ ୨୦ ବର୍ଷ ଧରି ଦାଣ୍ଡରେ ପଡି ହାଟରେ ଗଡେ ଓ ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ଏତେ ଉଗ୍ର ରୂପ ନିଏଯେ ପରସ୍ପର ବ୍ୟକ୍ତିଗତ ସ୍ଥରରେ ଗୋଇ ଖୋଳାଖୋଳି ହୁଅନ୍ତି । କେତେବେଳେ ବିଷ୍ଣୁ ଦାମଙ୍କ ନାଁରେ କେଶ କରନ୍ତି ତ ଆଉକେତେବେଳେ ଦାମ ନିଜର ବୟାନରେ ବିଷ୍ଣୁଙ୍କୁ ଘାଇଲା କରନ୍ତି । ଯେମିତି ଜଣକ ଛାଇ ଦେଖିଲେ ଆଉଜଣେ ଡିଏଁ ଓ ଏପରି ସମ୍ପର୍କ ହେଉଛି ବର୍ତମାନର ଜଗତସିଂହପୁର ଜିଲ୍ଲାର ଦୁଇ ବରିଷ୍ଠ ରାଜନେତା ଦାମୋଦର ରାଉତ ଓ ବିଷ୍ଣୁ ଦାସ ।
ଘଟଣା ଚକ୍ରରେ ବର୍ତମାନ ବଦଳି ଯାଇଛି ଜଗତସିଂହପୁର ଜିଲ୍ଲାର ରାଜନୀତି । ଦାମ ଆଉ ବିଷ୍ଣୁ ଗୋଟିଏ ଦଳରେ ନାହାନ୍ତି । ଦାମ ରାଉତ ବର୍ତ୍ତମାନ ବିଜେଡି ଛାଡି ବିଜେପିରେ ଥିବାବେଳେ ବିଷ୍ଣୁ ଦାସ ଜିଲ୍ଲା ବିଜେଡି ସଭାପତି । ଦିନେ ଗୋଟିଏ ରାଜନୈତିକ ଦଳରେ ଥିବା ବିଷ୍ଣୁ ଓ ଦାମ ଏବେ ଅଲଗା ହୋଇଛନ୍ତି । ହେଲେ ପରସ୍ପର ମଧ୍ୟରେ ରାଜନୀତିକ ଶତ୍ରୁତା ଆଜିବି ଅତୁଟ ରହିଛି ଓ । ହେଲେ ଦାମଙ୍କର ପରମ ଶତ୍ରୁ ବିଷ୍ଣୁ ଦାସ ଏବେ ଦାମଙ୍କ ପୁଅ ସମ୍ବିତ ରାଉତଙ୍କ ବନ୍ଧୁ ଓ ଉଭୟେ ଏବେ ଗୋଟିଏ ଦଳରେ । ଜଗତସିଂହପୁର ଜିଲ୍ଲାର ବିକାଶ ସହ ବିଜେଡିର ସାଙ୍ଗଠନିକ ସ୍ତିତିକୁ ମଜବୁତ କରିବା ପାଇଁ ଉଭୟେ ସମ୍ବିତ ରାଉତ ଓ ବିଷ୍ଣୁ ଦାସ ଏକାଠି ହୋଇଛନ୍ତି । ପରସ୍ପର ପରସ୍ପର ହାତକୁ ଧରିଥିବା ଏକ ଫଟୋ ବିଷ୍ଣୁ ଓ ସମ୍ବିତଙ୍କର ଶୋସିଲା ମିଡିଆରେ ଭାଇରଲ ହେବାରେ ଲାଗିଛି । ଏ ଫୋଟକୁ ଦେଖି ଦାମ ବାବୁ କଣ ଭାବୁ ଥିବେ ତାହା ଭିର୍ଣ୍ଣ କଥା , ହେଲେ ରାଜନୀତିରେ ଯେ ସବୁ ସମ୍ଭବ ତାହା ବିଧାୟକ ବିଷ୍ଣୁ ଦାସ ଓ ବିଧାୟକ ସମ୍ବିତ ରାଉତଙ୍କ ଫଟୋ ଦେଖିଲେ ଯେକେହି ଅନୁମାନ କରିପାରୁଥିବେ ।

ପ୍ରଣବଙ୍କ ମନ କି ବାତ ..

0

ଯାଜପୁର : ଲୋକଙ୍କ ନିକଟତର ହୁଏ । ସେମାନଙ୍କ ସୁଖ ଦୁଃଖରେ ସାଥି ହୁଅ । ବିକାଶ ପାଇଁ ସାଧାରଣଙ୍କ ମତ କଣ ଜାଣ । ସବୁବେଳେ ନିର୍ବାଚନୀ ମଣ୍ଡଳୀର ସବୁ ବର୍ଗର ବ୍ୟକ୍ତିଙ୍କ ସହ ଆଲୋଚନା କରି ନିଜ ନିର୍ବାଚନୀ ମଣ୍ଡଳୀର ବିକାଶ ରଥ ଆଗେଇ ନିଅ । ବିଜେଡ଼ି ସ୍ରୁମିମୋ ନବୀନ ପଟ୍ଟନାୟକଙ୍କ ଏହି ନୀତିବାଣୀଙ୍କୁ ଏବେ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ବିଜେଡ଼ି ସବୁଠାରୁ ପାୱାରଫୁଲ ତଥା ଯୁବ ଆଇକନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଯେତେବେଳେ ସେ ସମୟ ପାଉଛନ୍ତି ସେତେବେଳେ ନିଜ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ବର୍ଗର ଲୋକଙ୍କ ଓ ଆଲୋଚନା କରି ଯାଜପୁର ବିକାଶ ପାଇଁ ଆଉ କଣ ଆବଶ୍ୟକ ସେ ସର୍ମ୍ପକରେ ସାଧାରଣ ଲୋକଙ୍କ ଠାରୁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମତାମତ ନେଉଛନ୍ତି ।
ଦେଶ ଓ ରାଜ୍ୟର ବିକାଶ ମୁଖ୍ୟସୂତ୍ର ଧାରା ହେଉଛନ୍ତି ଯୁବଗୋଷ୍ଠୀ । ତେଣୁ ଯୁବଗୋଷ୍ଠୀଙ୍କ ମନରେ କଣ ରହିଛି ତାହାକୁ ଜାଣିବା ପାଇଁ ଯାଜପୁର ଜିଲ୍ଳାର ୧୨ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମନ କି ବାତ କରିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) । ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଷ୍ଟୁଡ଼େଣ୍ଟ କନକ୍ଲେଭରେ ଛାତ୍ରଛାତ୍ରୀମଙ୍କ ସହ ଘଣ୍ଟା ଘଣ୍ଟା ଧରି ପ୍ରଣବ ଆଲୋଚନା କରିବା ସହ ସେମାନେ ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଏହାସହ ବହୁ ଛାତ୍ରଛାତ୍ରୀଙ୍କୁ ପ୍ରଣବ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହୁଛନ୍ତି ଓ ସେମାନଙ୍କ ମହାବିଦ୍ୟାଳୟରେ କଣ ସମସ୍ୟା ରହିଛି , କଣ କଲେ ଯାଜପୁର ଜିଲ୍ଳା ବିକାଶ ପଥେ ଆହୁରୀ ଆଗେଇବ ଏନେଇ ଛାତ୍ରଛାତ୍ରୀମାନେ ନିଜର ମତାମତ ଦେଇଥିଲେ । ୧୨ଟି ମହାବିଦ୍ୟାଳୟର ଭିତ୍ତିଭୂମି,କ୍ରୀଡ଼ା, ଓ ବିଭିନ୍ନ ସମସ୍ୟାର କିପରି ସମାଧାନ ହେବ ତାହା ଉପରେ ମଧ୍ୟ ବିଧାୟକ ପ୍ରଣବ ପ୍ରକାଶ ଦାସ ( ବବି) ଗୁରୁତ୍ୱ ଦେଇଥିଲେ । କେବଳ ସେତିକି ନୁହେଁ, ରାଜ୍ୟ ସରକାର ଓ ବିଧାୟକଙ୍କ ଠାରୁ ସେମାନଙ୍କ ଆଶା କଣ ସେ ସର୍ମ୍ପକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ମତ ନେଇଥିଲେ ବିଧାୟକ । ଜିଲ୍ଳାରେ ପ୍ରଥମ ଥର କରି ଜଣେ ବିଧାୟକ ଛାତ୍ରଛାତ୍ରୀଙ୍କ ସହ ମନ କି ବାତ କରିବା ସହିତ ସେମାନଙ୍କ ବିଦ୍ୟାଳୟର ସମସ୍ୟା ଓ ଭବିଷ୍ୟତ ଲକ୍ଷ ପୂରଣ ପାଇଁ ବିଭିନ୍ନ ଟିପ୍ସ ଦେଇଥିଲେ ।

ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହାସହ ଛାତ୍ରଛାତ୍ରୀମାନେ ମଧ୍ୟ ବିଧାୟକଙ୍କ ଏପରି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଖୁସି ବୋଲି କହିଛନ୍ତି । ନରସିଂହ ଚୌଧୁରୀ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ସହ ନୂତନ କ୍ୟାମ୍ପସ ଓ ସାଇନ୍ସ ପାର୍କ ମାଳଆନ୍ଦନୁର ଅଚଂଳରେ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ନିଜ ମହାବିଦ୍ୟାଳୟ ଓ ଗାଁରେ ସେବା କରିବା ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଶପଥ ପାଠ କରାଯାଇଥିଲେ । ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଏହି ମନ କି ବାତ ଏବେ ଅନ୍ୟ ବିଧାୟକନିବିଡ଼ ହେଉଛି ବିଜେଡ଼ି-ବିଜେପି ସର୍ମ୍ପକ । ପୁଣି ମୋଦିଙ୍କୁ ସହଯୋଗର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ରାଜ୍ୟସଭାରେ ପାସ ହୋଇଛି ଟ୍ରିପଲ ତଲାକ ବିଲ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news