ରୀତାଙ୍କ ସଭାରେ ଜନସମୁଦ୍ର :ଚିନ୍ତାରେ ବିରୋଧୀ

0

ଭୁବନେଶ୍ୱର: ବିଜେପୁରରେ କାହାର ଶକ୍ତି କେତେ l ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ତିନି ପ୍ରମୁଖ ଦଳର ଫୋକସରେ ବିଜେପୁର l ରାଜଧାନୀ ନେତା ବି ବିଜେପୁର ମୁହାଁ l ଦଳ ମଧ୍ୟ ନିଜ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ନେତାଙ୍କୁ ମିଳିଛି ଦାୟିତ୍ୱ l ସେଇ ଅନୁସାରେ ଏବେ ବିଜେଡି -ବିଜେପି -କଂଗ୍ରେସ ନେତା ମାନେ ଦଳୀୟ କର୍ମୀ ଓ ନେତାଙ୍କୁ ନେଇ ସଭା ସମିତି ଓ ରୁଦ୍ଧ ଦ୍ୱାର ବୈଠକ କରି ବିଜେପୁର ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି l
ବିଜେଡି ତାର ପ୍ରଥମ ବିଜେପୁର ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିଛି l ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ନେତୃତ୍ୱରେ ବିଜେପୁର ରେ ଅନୁଷ୍ଠିତ ବିଜେଡି ସଭାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା l ଏହି ସଭା ମଞ୍ଚରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଉପସ୍ଥିତ ଥିଲେ l ବିଜେଡି ର ଏହି ବିଶାଳ ସମାବେଶ ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି l ପୁରା ବରଗଡ଼ ଜିଲ୍ଲା ରେ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଯଉ ଦବଦବା ରହିଛି ତାହା ପ୍ରଥମ ସଭାରେ ପ୍ରତିଫଳିତ ହେଇଛି l ଏମିତିବି ବିଜେଡି ଗଡ଼ ଜିତିବା ପାଇଁ ନବୀନ 68 ଜଣ ନେତା ଙ୍କୁ ଦାୟିତ୍ୱ ଦେଇଛନ୍ତି l 2018 ବିଜେପୁର ଉପ-ନିର୍ବାଚନରେ ବିଜେଡିର ରୀତା ସାହୁ 41 ହଜାର ଭୋଟରେ ଜିତିଥିଲେ l

ବିଜେପୁରରେ ବିଜେପି ପ୍ରାର୍ଥୀ କିଏ?

0

ଭୁବନେଶ୍ୱର : ବିଜେପିର ବିଜେପୁର ପ୍ରାର୍ଥୀ କିଏ? କେବେ ଦଳ ପ୍ରାର୍ଥୀ ନାଁ ଘୋଷଣା କରିବ l ଆଶାୟୀ ଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନାଁ ସନତ ଗଡ଼ତିଆ l ତାହାକୁ ନେଇ ଦ୍ଵନ୍ଦ ଅଛି କି? ବିଜେଡି ପ୍ରାର୍ଥୀ ରୀତା ସାହୁ ହେବା ପରେ ଏପରି ପ୍ରଶ୍ନର ଏବେ ସମ୍ମୁଖୀନ ହେଉଛି ରାଜ୍ୟ ବିଜେପି l ସେପଟେ ବିଜେପି ଆଶାୟୀ ସନତ ଗଡତିଆ ଫର୍ମ କିଣିଛନ୍ତି ନାମାଙ୍କନ ପାଇଁ l ସୂଚନା ଥାଉକି କି କେନ୍ଦ୍ର ସଂସଦୀୟ କମିଟି ପାଖକୁ 3 ଜଣଙ୍କ ନାଁ ସୁପାରିଶ କରିଛି ରାଜ୍ୟ ବିଜେପି l

ଆଜି ମହାଳୟା : ନାଭିଗୟାରେ ପିଣ୍ଡଦାନ ପାଇଁ ବିରଜା ପୀଠରେ ଭିଡ…

0

ଯାଜପୁର : ଆଜି ମହାଳୟା । ମହାଳୟାରେ ବିରଜା ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେଇ ଛନ୍ତି । ବିଶ୍ୱାସ ରହିଛି ଏହି ଦିନ ପିଣ୍ଡ ଦାନ କଲେ ପିତୃପକ୍ଷ ମାନେ ପିଣ୍ଡ ପାଇଥାନ୍ତି l ଖାସ ସେଥିଲାଗି ଏହି ଦିନରେ ରାଜ୍ୟର ବିଭିନ୍ନ କୋଣରୁ ଶହ ଶହ ଶ୍ରଦ୍ଧାଳୁ ଆସିଛନ୍ତି l ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ତା କରାଯାଇଛି l

ସାପ କାମୁଡ଼ାରେ ଜଣେ ମୃତ୍ୟୁ..

0

ଯାଜପୁର – ଯାଜପୁର ସହର ଅବସ୍ଥିତ କୋଟବସନ୍ତପୁର ଗ୍ରାମରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହେଇଛି । ସୁଚନା ଅନୁଯାୟୀ ବ୍ୟକ୍ତି ଜଣକ ଆଜି ସକାଳ ୭ ଘଟିକା ସମୟରେ ମହାଳୟା ପୂଜା ନିମିତ୍ତ କଦଳୀପତ୍ର କାଟିବା ପାଇଁ ପାଳକୁ ଯାଇଥିଲେ l କଦଳୀପତ୍ର କାଟୁଥିବା ଅବସ୍ଥାରେ ଏକ ବିଷଧର ସର୍ପ ତାଙ୍କ ମୁହଁକୁ ଆଘାତ କରିଥିଲା l ସଙ୍ଗେ ସଙ୍ଗେ ସେ ଘରକୁ ଫେରି ଆସିଥିଲେ l ଘରେ ପହଞ୍ଚିବା ପରେ ତାଙ୍କର ଚେତା ଶୁନ୍ୟ ହେଇ ଯାଇଥିଲା l ଘର ଲୋକେ ଦେଖି ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିସ୍ଥାଳୟ କୁ ପଠାଇ ଥିଲେ l ଡାକ୍ତରଙ୍କ ପ୍ରାଥମିକ ପରିକ୍ଷା ପରେ ତାଙ୍କୁ ମୃତ ଘେଷଣା କରାଯାଇଛି l ତାଙ୍କର ଘର କୋଟବସନ୍ତପୁର ଠାରେ ହୋଇଥିବା ବେଳେ ନାମ ଗଣେଷ ଚନ୍ଦ୍ର ସାହୁ l ମୃତକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସାହାଜ୍ୟ ଯୋଗାଇ ଦେବା ଲାଗି ସରକାରଙ୍କୁ ସ୍ଥାନୀୟ ଲୋକେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି l ଯାଜପୁର ଥାନା ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଛି l ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି l

ରୀତା ସାହୁ ବିଜେଡି ବିଜେପୁର ପ୍ରାଥୀ : ଘୋଷଣା କଲେ ନବୀନ

0

ଭୁବନେଶ୍ୱର : ବିଜେପୁର ରେ ବିଜେଡି ପ୍ରାଥୀ ହେଲେ ରିତା ସାହୁ l ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି l ବିଜେପୁର ବିକାଶ ସେ ନିଜେ ଦେଖିବେ ବୋଲି କହିଛନ୍ତି l ରିତା ସାହୁଙ୍କୁ ବିଜେପୁର ବାସୀ ଆଶୀର୍ବାଦ କରିବେ ବୋଲି ନବୀନ ଆଶା ରଖିଛନ୍ତି l 2018 ବିଜେପୁର ଉପ ନିର୍ବାଚନରେ ରୀତା ସାହୁ ବିଜେଡି ପ୍ରାଥୀ ହୋଇ ବିଜେପି ପ୍ରାଥୀ ଅଶୋକ ପାଣିଗ୍ରାହୀଙ୍କୁ 41 ହଜାର ଭୋଟରେ ପରାସ୍ତ କରିଥିଲେ l ହେଲେ 2019 ନିର୍ବାଚନରେ ନବୀନ ନିଜେ ଏହି ଆସନରୁ ପ୍ରାଥୀ ହୋଇଥିଲେ l ଯେହେତୁ ଦୁଇଟି ଆସନରେ ନବୀନ ବିଜୟ କରିଥିଲେ ତେଣୁ ସେ ବିଜେପୁର ଆସନ ଛାଡିଥିଲେ l ଏହା ପରେ ସେଠାରେ ନିର୍ବାଚନ ହେଉଛି l କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାଥୀ ହୋଇଛନ୍ତି l ବିଜେପି ଏଯାଏଁ ତାର ପ୍ରାଥୀ ନା ଘୋଷଣା କରିନାହିଁ l

ବିଜେପୁରରେ ରୀତା-ସନତ-ଦିଲ୍ଲୀପ ଲଢେଇ

0

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନରେ ଏଥର ବିଜେଡ଼ିର ରୀତା ସାହୁ, କଂଗ୍ରେସର ଦିଲ୍ଲୀପ ପଣ୍ଡା ଓ ବିଜେପିର ଓ ସତନ ଗଡ଼ତିଆଙ୍କ ମଧ୍ୟରେ ଲଢେଇ ହେବାର ସମ୍ଭାବନା ରହିଛି । ଏକଥା ସତ ଯେ କଂଗ୍ରେସ କେବଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ହେଲେ ବିଜେପି ସନତ ଓ ବିଜେଡ଼ି ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ଏକ ରକମର ନିଶ୍ଚିତ । ତେଣୁ ବିଜେପୁରରେ ଏଥର ତ୍ରୀମୁଖୀ ଲଢେଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୧୮ ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରେ ବିଜେଡ଼ି-ବିଜେପି ମଧ୍ୟର କଡ଼ା ଟକ୍କର ହୋଇଥିଲା । ହେଲେ ଏଥର କଂଗ୍ରେସ ବି କିଛି କମ ନୁହେଁ ତାହା ବିଜେପୁର ଅଂଚଳରେ ଚର୍ଚ୍ଚା ହେଉଛି । ସବୁ ଦଳ ଗଡ଼ ଜିତିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ।

ବିଜେପୁର ପାଇଁ ବିଜେଡ଼ି-ବିଜେପିର ନୂଆ ଷ୍ଟ୍ରାଟେଜି …

0

ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନ ଲାଗି ତାରିଖ ଘୋଷଣା ସରିଛି । ଅକ୍ୱୋବର ୨୧ ତାରିଖ ଦିନ ହେବ ଉପ-ନିର୍ବାଚନ । ଏନେି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିରଜ ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତ କରିଛି । ବିଜେଡ଼ି-ବିଜେପିକୁ ପଛରେ ପକାଇ କଂଗ୍ରେସ ବିଜେପୁର ଲାଗି ପ୍ରାର୍ଥୀ ଘୋଷଣା କରିବା ସହ ୩୦ ତାରିଖରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ବିଜେପୁର ଲାଗି ପ୍ରାର୍ଥୀ କରିଛି । ସେହି ଅନୁସାରେ ଦିଲ୍ଲୀପ ବିଜେପୁରରେ ଏବେ ଠାରୁ ଡ଼େରା ପକାଇ ପ୍ରଚାର ଆରମ୍ଭ କରିଦେଇଛି । ହେଲେ ବିଜେପୁର ଲାଗି ବିଜେଡ଼ି- ବିଜେପି ନୂଆ ପ୍ରକାର ରଣନୀତି ପ୍ରସ୍ତୁତ କରିଛନ୍ତି । ଏଯାଏ ଉଭୟ ଦଳ କାହାକୁ ପ୍ରାର୍ଥୀ କରିବେ ତାହା ଘୋଷଣା କରିନାହାନ୍ତି ।
ପ୍ରାର୍ଥୀ ନାଁ ଘୋଷଣା ହୋଇନାହିଁ ହେଲେ କିଏ ହେବ ବିଜେପୁରରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀ ତାହାର ସଙ୍କେତ ଦେଲେଣୀ ଉଭୟ ଦଳ । ବିଜେଡ଼ି ବିଜେପୁରରେ ବିଶାଳ ମହିଳା ସମାବେଶ କରି ରୀତା ସାହୁଙ୍କୁ ମଂଚରେ ଧରି ଏକ ରକମର ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ବିଜେପିର ସନାତନ ଗଡ଼ତିଆ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସବୁ କାଗଜପତ୍ର ରେଡ଼ି କରି ପ୍ରଚାର ଆରମ୍ଭ କରିଦେଲଣୀ । ଏଥିରୁ ସ୍ପଷ୍ଟ ଯେ ବିଜେପୁରରେ ବିଜେଡ଼ିର ରୀତା ସାହୁ ପ୍ରାର୍ଥୀ ହେଉଥିବା ବେଳେ ବିଜେପିର ସନତ ଗଡ଼ତିଆ ପୁଣିଥରେ ପ୍ରାର୍ଥୀ ହେବେ ।

ବିଜେଡି ପଦଯାତ୍ରା ଅବଧି ବଢିବ…

0

ଭୁବନେଶ୍ୱର : ଏକ ମାସ ଧରି ଚାଲିବ ବିଜେଡି ପଦଯାତ୍ରା l ବର୍ଷା ଓ ପୂଜା ଛୁଟିକୁ ଦେଖି ବଢିପାରେ ପଦଯାତ୍ରା ସମୟସୀମା। ଅକ୍ଟୋବର ୨ ରୁ ୧୧ ଯାଏ ହୁଏ ପଦଯାତ୍ରା। ହେଲେ 2ବର୍ଷଧରି ବିଜେଡି ପଦଯାତ୍ରା ଅବଧି ବଢ଼ାଉଛି l ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମେମ୍ବର ସିପ୍ ଡ୍ରାଇଭ ସହ ପଦଯାତ୍ରା ନେଇ ନେତାଙ୍କ ସହ ଆଲୋଚନା କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ବୈଠକରେ ଏଥର ପଦଯାତ୍ରାରେ କଣ ଷ୍ଟାଟେଜିରହିବ ତାହା ଉପରେ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ଜିଲା ବିଜେଡି ସଭାପତି ମାନେ ଯୋଗଦେଇଥିଲେ ।ସଭ୍ୟ ସଂଗ୍ରହ କିଭଳି ଜିଲ୍ଲା ସ୍ତରରେ ଚାଲିଛି ସେଇ ଆଲୋଚନା ମଧ୍ୟ ଆଲୋଚନା ହୋଇଥିଲା l ଏଥର ବିଜେଡି 1କୋଟି ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ ରଖିଛି l

ବିଜେପୁରରେ ଆମେ ପଟୁଆର ପ୍ରତିଯୋଗିତା କରିବୁନି : ନିରଞ୍ଜନ

0

ଭୁବନେଶ୍ୱର : ନିରାଡମ୍ବର ସହକାରେ ହେବ ବିଜେପୁର କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ l ସମୟ କମ୍ ଥିବାରୁ ଆଡମ୍ବରରେ କରିବା ସମ୍ଭବ ନୂହେଁ l ବିଜେପୁରରେ ବିଜେପି ଓ ବିଜେଡି ସହ ଆମେ ପଟୁଆରରେ ପ୍ରତିଯୋଗିତା କରିବୁ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ l ଏହା ସହ ଅର୍ଥ ଖର୍ଚ୍ଚ କରିବୁ ନାହିଁ ବୋଲି ସେ କହିଛନ୍ତି l ଲୋକମତ ସଂଗ୍ରହ କରିବୁ l ସମସ୍ତଙ୍କୁ ମୋର ଅପିଲ ବିଜେପୁର ନିର୍ବାଚନ ପାଇଁ କଂଗ୍ରେସ କୁ ଅର୍ଥର ସାହାଯ୍ୟ କରନ୍ତୁ ବୋଲି ନିରଞ୍ଜନ ଅନୁରୋଧ କରିଛନ୍ତି l
କେବଳ ସେତିକି ନୁହେଁ ବହୁ ଲୋକ ସାହାଯ୍ୟର ହାତ ମଧ୍ୟ ବଢ଼େଇଛନ୍ତି ବୋଲି ସେ କହିଛନ୍ତି l AICC କୌଣସି ଅର୍ଥ ନିର୍ବାଚନ ପାଇଁ ଖର୍ଚ୍ଚ ଦେଉନାହିଁ ବୋଲି ସେ କହିଛନ୍ତି l 30 ରେ କଂଗ୍ରେସ ପ୍ରାଥୀ ନୋମିନେସନ ଦାଖଲ କରିବ ବୋଲି ପିସିସି ସଭାପତି କହିଛନ୍ତି l

ବବିଙ୍କ ମାଷ୍ଟରଷ୍ଟ୍ରୋକ : ଯାହା କହିଲେ ତାହା କରିଦେଖାଇଲେ…

0

ମୟୁରଭଞ୍ଜ : ଦଳରେ ବିଶୁଙ୍ଖଳାକୁ ବରଦାସ୍ତ କରାଯିବନି l ବିଜେଡିରେ ନାହିଁ କୌଣସି ଗୋଷ୍ଠୀ l ନବୀନଙ୍କ ନିର୍ଦେଶରେ ଦଳ ଚାଲିଛି ଚାଲିବ l ଆମର ଜଣେ ନେତା ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଦଳର ସଭାପତି ନବୀନ ପଟ୍ଟନାୟକ l ଯେଉଁମାନେ ଦଳରେ ରହି ଗୋଷ୍ଠୀ କରିବେ ଓ ଦଳ ବିରୋଧୀ କାମ କରିବେ ସେମାନେ ଦଳରେ ରହିବେ ନାହିଁ l ମୟୁରଭଞ୍ଜ ପଯ୍ୟବେକ୍ଷକ ଦାୟିତ୍ୱ ନେଵା ପରେ ଜିଲ୍ଲାର କାଯ୍ୟକାରୀ ବୈଠକରେ କର୍ମୀମାନଙ୍କୁ ସିଧା ସିଧା ଶୁଣାଇଥିଲେ ପ୍ରଣବ ପ୍ରକାଶ ଦାସ (ବବି ) l ଆଉ ଏବେ ତାହା ବାସ୍ତବ ରୂପ ନେଇଛି l ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ସୁଜିତ ମହାନ୍ତି ନିଲମ୍ବିତ ହୋଇଛନ୍ତି | ଶ୍ରୀ ମହାନ୍ତିଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |
ଅଭିଯୋଗ ଅନୁସାରେ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଆୟୋଜିତ କର୍ମଶାଳାରେ ପର୍ଯ୍ୟବେକ୍ଷକ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ସଭ୍ୟ ସଂଗ୍ରହ ପ୍ରସଙ୍ଗରେ ଯୁକ୍ତିତର୍କ କରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଥିବା କାରଣରୁ ଜିଲ୍ଲା ସଭାପତିଙ୍କ ସୁପାରିଶ କ୍ରମେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି | ଯାହା ଏବେ ରାଜଧାନୀରୁ ମୟୁରଭଞ୍ଜ ଯାଏ ଚର୍ଚ୍ଚାର ବିଷୟ l କାରଣ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବବି ଜିଲ୍ଲା ଦାୟିତ୍ୱ ନେବା ଦିନ ବୈଠକରେ ଚେତାବନୀ ଦେଇଥିଲେ l ବବିଙ୍କ ଏପରି କଡା ଆଭିମୁଖ୍ୟ ମୟୁରଭଞ୍ଜ ବିଜେଡି ନେତାଙ୍କୁ ଚିନ୍ତାରେ ପକାଇଛି l ଏବେ ପୁରା ଜିଲ୍ଲାରେ ଗୋଟିଏ ଚର୍ଚ୍ଚା ବବି ଯାହା କହେ ତାହା କରେ l ବିଜେଡି ସଂଗଠନକୁ ଯେଉଁଠି ଦୁର୍ବଳ ହୁଏ ସେଠି ଉଭା ହୁଅନ୍ତି ବବି l

Follow us

20,832FansLike
0FollowersFollow
14,700SubscribersSubscribe

Latest news