ବିଜେପୁର ଫାଇଟ : ୬୮ ବନାମ ୯ ..

- Advertisement -

ଭୁବନେଶ୍ୱର : ବିଜେପୁର ଗଡ଼ ହାତେଇବା ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସବୁ ପ୍ରକାର କସରତ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରାର୍ଥୀ ଚୟନ ଏକ ରକମର ଚୁଡ଼ାନ୍ତ ହେବା ପରେ ବିଜେପୁର ଉ- ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ଓ ବିଜେଡ଼ି ନେତାଙ୍କୁ ଦାୟିତ୍ୱ ବଣ୍ଟନ ରିଛନ୍ତି । କଂଗ୍ରେସ ବିଜେପୁର ନିର୍ବାଚନ ପରିଚାଳନା ପାଇଁ ୯ ଜଣ ନେତାଙ୍କୁ ଗୁୁରୁଦାୟିତ୍ୱ ଦେଇଛି । କଂଗ୍ରେସ ବିଜେପୁର ନିର୍ବାଚନ ପରିଚାଳନା ପାଇଁ ୯ ଜଣିଆ ଟିମ ଯୁବ ଓ ବରିଷ୍ଠ ସ୍ଥାନ ପାଇଛନ୍ତି । ସେମାନେ ହେଉଛନ୍ତି କଂଗ୍ରେସ ନେତା ପ୍ରକାଶ ଦେବତା, ସମରେନ୍ଦ୍ର ମିଶ୍ର, ସତ୍ୟଭୂଷଣ ସାହୁ, ରମେଶ ଜେନା,ତାରା ପ୍ରସାଦ ବାହୀନତି. ସନ୍ତୋଷ ସିଂହ ସାଲୁଜା, ପ୍ରଦୀପ ଦେବତା, ନିହାର ମହାନନ୍ଦ, ସରୋଜ ମହାପାତ୍ର ପ୍ରମୁଖ ନେତାଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି ।
ସେପଟେ ବିଜେପୁର ଉପ ନିର୍ବାଚନ ପରିଚାଳନା ଲାଗି ଶାସକ ବିଜେଡ଼ି ୬୮ଜଣ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ନବୀନ । ସେମାନେ ହେଲେ ଅରୁଣ ସାହୁ, ସଂଜୟ ଦାସବମ।।ର୍,ସୁଶାନ୍ତ ସିଂହ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନ ଦାସ, ଅତନୁ ସବ୍ୟସାଚୀୟ ନାୟକ, କିଶୋର ମହାନ୍ତି,ଦେବେର୍ଶ ଆଚାର୍ଯ୍ୟ,ପ୍ରସନ୍ନ ଆଚାର୍ଯ୍ୟ ପରି ନେତାଙ୍କୁ ପରିଚାଳନା ଦାୟିତ୍ୱ ଦେଇଛନ୍ତି ନବୀନ । ତେବେ କଂଗ୍ରେସର ପୁରାତ ଗଡ଼ରେ ୨ଥର ପରି ଏଥର ବି ବିଜେଡ଼ି ଅକ୍ତିଆର କରୁଛି ନା କଂଗ୍ରେସ ଗଡ଼ ଫେରିପାଉଛି ତାହା ଉପରେ ସମସ୍ତଙ୍କ ନଜର । କଣ ୬୮କୁ ଭାରିପଡ଼ିବେ ୯ ନିର୍ବାଚନ ପରିଚାଳକ ନେତା । ତାହା ଏବେ ବଡ଼ ପ୍ରଶ୍ନ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles