10ଟି ପ୍ରସ୍ଥାବାକୁ କ୍ୟାବିନେଟର ମୋହର : ଏଥର 60ଲକ୍ଷ ମେଟ୍ରିକ ଟନ ଧାନ

- Advertisement -

ଭୁବନେଶ୍ୱର : ଚଳିତ ବର୍ଷ 60 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ। ସେଥିରୁ 41 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବ। ଏଥିରେ ବ୍ୟାପକ ପରିମାଣରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସାମିଲ କରାଯିବ। 48 ଘଣ୍ଟା ମଧ୍ୟରେ ଚାଷୀ ଙ୍କୁ ଅର୍ଥ ମିଳିବ। ପୂର୍ବରୁ 72 ଘଂଟା ଥିଲା। ଯେଉଁ ମିଲର ମାନେ ଦେୟ ବକେୟା ଥିବ ସେମାନେ ଧାନ ସଂଗ୍ରହ ବ୍ୟବସ୍ଥା ରେ ସାମିଲ ହୋଇ ପାରିବେ ନାହିଁ।ଦୁଇବର୍ଷ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ l 32 ଜଣ court manager ଙ୍କୁ ନିୟମିତ କରାଯିବ। high court ଓ supreme court ଙ୍କ ନିର୍ଦେଶ ଅନୁସାରେ ନିଷ୍ପତ୍ତି ନିଆଯାଇଛି।ବସୁଧା ଯୋଜନାରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ 90 ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ 149 କୋଟି 12 ଲକ୍ଷ ଖର୍ଚ୍ଚ ହେବ। ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ରମ ସରିବ।ଭୁବନେଶ୍ୱର ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟ୍ରମିନାଲ ପାଇଁ ଟେଣ୍ଡର ଅନୁମୋଦନ।160 କୋଟି 66 ଲକ୍ଷ ବ୍ୟୟରେ ନିର୍ମାଣ ହେବ ବସ ଟର୍ମିନାଲ। ଦୁଇ ବର୍ଷ ଭିତରେ କାର୍ଯ୍ୟ ସରିବ।ବିଡିଏ ର ତଦାରଖରେ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ। 5 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟୀତ୍ୱ ନେବ ସମ୍ପୃକ୍ତ ସଂସ୍ଥା।
ବାଲେଶ୍ଵର ଡାକ୍ତରଖାନାରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ସକାଶେ 148 କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାସହ 5ଶହ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ନିର୍ମାଣ ହେବ। ଏହି କାର୍ଯ୍ୟ ଦୁଇ ବର୍ଷ 6 ମାସ ମଧ୍ୟରେ ଶେଷ ହେବ
I ବଲାଙ୍ଗୀରରେ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ନିମନ୍ତେ 5ଶହ ଶଯ୍ୟା ବିଶିଷ୍ଟ ନିମନ୍ତେ ମେଡିକାଲ ପ୍ରତିଷ୍ଠା ହେବ। ଏଥିପାଇଁ 145 କୋଟି 60 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଦୁଇ ବର୍ଷ 6 ମାସ ମଧ୍ୟରେ କାର୍ଯ୍ୟ ସରିବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles