ନବୀନଙ୍କୁ ମୋଦି ଦେଲେ ବଡ ସାଟିଫିକେଟ…

0

ଭୁବନେଶ୍ୱର : ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ବଡ ସାଟିଫିକେଟ l ଯାହା ଦିଲ୍ଲୀରୁ ରାଜଧାନୀ ଭୁବନେଶ୍ୱର ଯାଏ ଚର୍ଚ୍ଚାର ବିଷୟ l ନବୀନଙ୍କ ଅନୁଶାସନ କଥା ବି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ l ସବୁ ରାଜନୈତିକ ଦଳକୁ ବିଜେଡି ଓ ଏନସିପି ଠାରୁ କିଛି ଶିଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି l ତେବେ ରାଜ୍ୟସଭାରେ କଣ କହିଲେ ପ୍ରଧାନମନ୍ତ୍ରୀ ନଜର ପକାନ୍ତୁ…

1- ବିଜେଡି ଓ ଏନସିପି କେବେ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରନ୍ତିନାହିଁ l
2-ବିଜେଡି ଓ ଏନସିପି କେବେ ଗୃହ କାର୍ଯ୍ୟରେ ବାଧା ଦିଅନ୍ତି ନାହିଁ l
3-ତେଣୁ ତାଙ୍କ ଠାରୁ ଶିଖିବା ଦରକାର l
4- ବିଜେଡି ଓ ଏନସିପି ସାଂସଦ ମାନେ ଅନୁଶାସନରେ ରହି କାର୍ଯ୍ୟ କରୁଛନ୍ତି l
5-ଉଚିତ ଢଙ୍ଗରେ ବିଜେଡି ଓ ଏନସିପି ସାଂସଦ ମାନେ ଦାବି ଉପସ୍ଥାପନ କରୁଛନ୍ତି l
6-ସଂସଦର ନିୟମକୁ ମାନୁଛନ୍ତି l ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବାଦରକାର l
ପ୍ରଧାନମନ୍ତ୍ରୀ ରାଜ୍ୟ ସଭାରେ ଏହି ବୟାନ ନବୀନ ଅନୁଶାସାନ ଓ ବିଜେଡି ସାଂସଦ ମାନଙ୍କ ନେତା ହେବାର ଦକ୍ଷତାକୁ ବଡ ସାଟିଫିକେଟ ଦେଇଛି l ନିଶ୍ଚିତ ଭାବେ ଏହା ବିଜେଡି ଓ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବେଶ ଉତ୍ସାହିତ କରିଛି l ଗୋଟେ ପଟେ ବିଜେଡି ଓ ନବୀନଙ୍କ କାର୍ଯ୍ୟ ଶୈଳୀକୁ ରାଜ୍ୟ ବିଜେପି ସମାଲୋଚନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିକୁ ପ୍ରଶଂସା ରାଜ୍ୟ ରାଜନୀତିକୁ ଭିନ୍ନ ବାର୍ତ୍ତା ଦେଇଛି l ଏହା ଛଡା ବିଧାନସଭାକୁ ବିଜେପି ଯେପରି 5ଦିନ ଧରି ପ୍ରତିବାଦ କରୁଛି ଓ ଗୃହ କାର୍ଯ୍ୟରେ ସାମିଲ ହେନଥିଲା ସେଥିରେ ବି ଏହି ବୟାନ କିଛି ବାର୍ତ୍ତା ଦେଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି l

କଥା ଦେଇ କଥା ରଖିଲେ ପ୍ରଣବ : ବିଧାୟକଙ୍କୁ ସବୁ ମହଲରୁ ପ୍ରଶଂସା

0

ଭୁବନେଶ୍ୱର : କଥା କମ କାମ ଅଧିକ । ଏହି ନୀତିରେ ଆଜକୁ ୧୯ବର୍ଷ ଧରି ଓଡ଼ିଶାରେ ଚାଲିଛି ବିଜୁ ଜନତା ଦଳ ସରକାର । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେବେଳେ ଯାହା କହନ୍ତି ତାହାକୁ ଅକ୍ଷର ଅକ୍ଷର ପାଳନ କରନ୍ତି । ଯେଉଁଥି ପାଇଁ ୫ଥର ମୁଖ୍ୟମନ୍ତ୍ରୀ ଆସନରେ ଓଡ଼ିଶାବାସୀ ତାଙ୍କୁ ବସାଇଛନ୍ତି । ସୁପ୍ରିମୋଙ୍କ ନୀତି ଓ ଆର୍ଦଶରେ ଅନୁପ୍ରାଣିତ ଓ ନବୀନଙ୍କ ଅତି ବିଶ୍ୱସ୍ତ ବିଜେଡିି ସାଧାରଣ (ସଂଗଠନ) ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ନିର୍ବାଚନୀ ମଣ୍ଡଳୀରେ ନବୀନଙ୍କ ନୀତିକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି । ଯେଉଁଥି ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତି ଏବେ କୁହାକୁହି ହେଉଛନ୍ତି ବିଧାୟକ ଯାହା କହନ୍ତି ତାହା କରନ୍ତି । ନବୀନଙ୍କ ନିର୍ଦ୍ଦେଶ ଓ ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ସବୁବେଳେ ତତପର । ନିଜ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଂଚାୟତରେ ମୋ ସରକାର କାର୍ଯ୍ୟକ୍ରମର ପ୍ରସାର ପ୍ରଚାର କରୁଛନ୍ତି ପ୍ରଣବ । ବିଭିନ୍ନ ପଂଚାୟତରେ ରାତ୍ରୀଯାପନ କରି ପ୍ରଣବ ଜନ ଶୁଣାଣୀ କରୁଛନ୍ତି । ଲୋକଙ୍କର କଣ ରହିଛି ସମସ୍ୟା ଓ କିପରି ଏହାର ସମାଧାନ ହେବ ତାହା ଉପରେ ଗୁରୁତ୍ୱ ଦିଅନ୍ତି । ଘଣ୍ଟା ଘଣ୍ଟା କାଳ ଲୋକଙ୍କ ସହ ଆଲୋଚନା କରନ୍ତି ମଧ୍ୟ । ତାହାପରେ ତାଙ୍କ ମୁହଁରୁ ପଦେ ଶଦ୍ଦ ବାହାରେ ‘ ଓକେ ଡ଼ନ’ । ଆଉ ତାପରେ ଆରମ୍ଭ ହୋଇଯାଏ ପ୍ରକ୍ରୀୟା । ନିକଟରେ ଯାଜପୁର ବିଧାୟକ ମୋ ସରକାର କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର ପାଇଁ ଯାଜପୁର ବ୍ଲକର ବେରୁଦା ପଂଚାୟତରେ ରାତ୍ରୀଯାଜପନ କରିଥିଲେ । ଏହି ପଂଚାୟତର ନେଳିପୁର ଗ୍ରାମବାସୀମାନେ ବିଧାୟକଙ୍କୁ ସ୍ୱାସ୍ଥ୍ୟସେବା ସମସ୍ୟା ସର୍ମ୍ପକରେ ଅବଗତ କରିଥିଲେ । କିପରି ଲୋକମାନେ ହଇରାଣ ହେଉଛନ୍ତି ସ୍ୱାସ୍ଥ୍ୟସେବା ପାଇବାରୁ । ବାସ ଏହାପରେ ସେହି ଗାଁରେ କିପରି ଭାବ ଚିକିତ୍ସାଳୟ କରାଯାଇ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ପ୍ରଣବ ପ୍ରୟାସ ଆରମ୍ଭ କରିଥିଲେ । ଯାହା ଫଳ ଆଜି ଦେଖିବାକୁ ମିଳିଛି ନେଳିପୁର ଗ୍ରାମରେ । ନେଳିପୁର ଗ୍ରାମରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଭାବଗ୍ରାହି ଚିକିତ୍ସାଳୟ ଉଦଘାଟନ କରିଛନ୍ତି । ଏହି ଭାବଗ୍ରାହି ଚିକିତ୍ସାଳୟରେ ପ୍ରଥମେ ବିଧାୟକ ନିଜର ସ୍ୱାସ୍ଥ୍ୟ ବି ପରୀକ୍ଷା କରିଥିଲେ । ବିଧାୟକଙ୍କ ଏପରି କାମକୁ ବେଶ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

ପ୍ରଣବଙ୍କ ଫିଟନେସ ମନ୍ତ୍ର…

0

ଯାଜପୁର : ସ୍ୱାସ୍ଥ୍ୟ ହିଁ ସଂମ୍ପଦ । ଏକଥାକୁ ଯିଏ ବୁଝିଛି ସେ ସୁସ୍ଥଜୀବନ କଟାଉଛି । କାରଣ ସ୍ୱାସ୍ଥ୍ୟ ଠିକ ଅଛି ତ ସବୁ ଠିକ । କେବଳ ରାଜନୀତି ନୁହେଁ, ଜଣେ ଲୋକପ୍ରିୟ ବିଧାୟକ ଭାବେ ନିଜ ନିର୍ବାଚନୀ ମଣ୍ଡଳୀର ଲୋକମାନେ କିପରି ସୁୂସ୍ଥ ରହିବେ ସେନେଇ ବି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ନିଜର ପ୍ରୟାସ ଜାରୀ ରଖିଛନ୍ତି । ଯୋଗ ମାଧ୍ୟମରେ ଜଣେ ନିରୋଗ ରହିପାରିବ ତାହା ସେ ତାଙ୍କ ନିବାଚନୀ ମଣ୍ଡଳୀରେ ଲୋକଙ୍କୁ ବୁଝାଉଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକ କଣ ନିଜେ ଯୋଗ କରି ଅନ୍ୟମାନଙ୍କୁ ପ୍ରତ୍ୟେକ ଦିନ ସକାଳୁ ଯୋଗ କରିବା ପାଇଁ ସଚେତନ କରିଛନ୍ତି । ନିଜର ନିର୍ବାଚନୀ ମଣ୍ଡଳୀର ଭୁଇଁପୁର ଗାଁରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଗାଁ ଲୋକଙ୍କ ମିଶି ନିଜେ ଯୋଗ କରିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମୋ ସରକାର କାର୍ଯ୍ୟକ୍ରମ ଲାଗି ବିଧାୟକ ନିଜ ନିର୍ବାଚନୀ ମଣ୍ଡଳୀର ଭୁଇଁପୁରରେ ରାତ୍ରୀଯାପନ କରିଥିଲେ । ଭୁଇଁପୁରରେ ବିଧାୟକ ଜନଶୁଣାଣୀ କରିବା ସହ ଲୋକଙ୍କ ସମସ୍ୟା କଥା ପଚାରିବୁଝିଥିଲେ । ଏହାସହ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୃତି ଦିଆଯାଇଥିଲା ତାହା କିପରି ପାଳନ ହେବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଭିନ୍ନ ଗାଁରେ ବିଧାୟକ ରାତ୍ରୀଯାପନ କରି ନିଜ ଗାଁ କୁ ନିଜେ ଗଢିତୋଳିବା ପାଇଁ ଗାଁ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ନିଜେ ସାମିଲ ହୋଇ ଲୋକଙ୍କୁ ଉତ୍ସାହିତ କରିଥିଲେ । ଅଶୋକ ଦାସ ଫାଉାଣ୍ଡେସନ ପକ୍ଷରୁ ଅନୁଷ୍ଠିତ ସଫେଇ, ବୃକ୍ଷରୋପଣ, ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମରେ ବିଧାୟକ ସାମିଲ ହୋଇ ପ୍ରତ୍ୟେକ ବ୍ୟକ୍ତି ଏପରି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ବିଧାୟକଙ୍କ ଆହ୍ୱାନ ପରେ ଲୋକମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିଜୁ ଜନତା ଦଳର ସାଧାରଣ (ସଂଗଠନ) ସମ୍ପାଦକ ହେବା ପରେ ପ୍ରଣବଙ୍କ ଉପରେ ରାଜ୍ୟର ସଂଗଠନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଣବ ମଧ୍ୟ ସେହି କାର୍ଯ୍ୟରେ ଲାଗିଛନ୍ତି । ଆଉ ଏତେ ବ୍ୟସ୍ତ ଜୀବନ ଶୈଳୀ ଭିତରେ ନିଜ ନିର୍ବାଚନୀ ମଣ୍ଡଳୀରେ ରାତ୍ରୀଯାପନ କରି ମୋ ସରକାର କାର୍ଯ୍ୟକ୍ରମର ପ୍ରସାର ପ୍ରଚାର କରିବା ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି ଯାଜପୁରବାସୀ । ବିଧାୟକଙ୍କ ଏପରି ପରିଶ୍ରମ ଆଜି ତାଙ୍କୁ ଜଣେ ଭିଡ଼ ଭିତର ନେତା ଭାବେ ପରିଚିତ କରିଛି ପୁରା ଯାଜପୁର ଅଞ୍ଚଳରେ ।

ଗାନ୍ଧୀଙ୍କ ଉପରେ କଣ କହିଲେ ମନ୍ତ୍ରୀ ସମୀର ଦାସ..

0

ଭୁବନେଶ୍ୱର : ପିଲାଙ୍କୁ କୌଣସି ଭୂଲ ତଥ୍ୟ, ବିଭ୍ରାନ୍ତି କିମ୍ବା ଘଟଣାଚକ୍ରକୁ ବଦଳାଇବା ଉଦେଶ୍ୟ ନଥିଲା। ଏହି ଅନିଛାକୃତ ତୃଟି ଲାଗି ପତ୍ରିକାକୁ ପ୍ରତ୍ୟାହାର କରାଯାଇଛି। ଜଣଙ୍କୁ ସେବାନିବୃତ୍ତ ସହ ୨ ଜଣଙ୍କୁ କୈଫିୟତ ତଲବ କରାଯାଇଛି। ପୁସ୍ତିକାରେ ଏହି ତୃଟିକୁ ସଂଶୋଧନ କରି ପୁନଃ ମୁଦ୍ରଣ କରି ୧ ମାସ ଭିତରେ ବଣ୍ଟନ କରାଯିବ।

ପ୍ରଣବଙ୍କୁ ମଙ୍ଗ ଧରାଇଲେ ନବୀନ : ମିଳିଲା ଗୁରୁ ଦାୟିତ୍ୱ..

0

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ, କେନ୍ଦ୍ରାପଡ଼ା ନିର୍ବାଚନ , ମୟୁରଭଞ୍ଜ ସଂଗଠନ ଦାୟିତ୍ୱ ହେଉ ଅବା ଯେଉଁ ଜିଲ୍ଲାର ବିଜେଡି ସଂଗଠନ ସଜାଡ଼ିବା ଦାୟିତ୍ୱ l ବିଜେଡି ସୁପ୍ରିମୋ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ତାହାକୁ ସେ ସଠିକ ଭାବେ ତୁଲାଇଛନ୍ତି l ଯେଉଁଥି ପାଇଁ ସେ ନବୀନଙ୍କ ଆସ୍ଥା ଜିଣିଛନ୍ତି l ଯାହାର ପୁରସ୍କାର ପ୍ରଣବଙ୍କୁ ଆଜି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ପ୍ରଥମଥର ପାଇଁ ବିଜେଡିରେ ସାଧାରଣ (ସଂଗଠନ ) ସମ୍ପାଦକ ପଦବୀ ଆରମ୍ଭ କରି ପ୍ରଣବକୁ ଗୁରୁ ଦାୟିତ୍ୱ ଦେଇଛନ୍ତି ନବୀନ l ଦଳପ୍ରତି ପ୍ରଣବଙ୍କ ଆନୁଗତ୍ୟ ଓ ନିଜର କାମ କରିବାର ଦକ୍ଷତା ଯୋଗୁଁ ବିଜେଡି ସୁପ୍ରିମୋ ଯୁବ ବିଧାୟକ ପ୍ରଣବଙ୍କୁ ସଂଗଠନର ମଙ୍ଗ ଧରାଇଛନ୍ତି l
ନବୀନଙ୍କ ନିର୍ଦେଶରେ ବିଜେଡିକୁ ରାଜ୍ୟରେ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରଣବ ପ୍ରକାଶ ଦାସ (ବବି ) ଦିନରାତି ଏକ କରି ଦଳ ପାଇଁ କାମ କରନ୍ତି l ଦଳର ବରିଷ୍ଠ, ଯୁବ, ଛାତ୍ର, ମହିଳା ସଂଗଠନକୁ ସାଥିରେ ନେଇ ନବୀନଙ୍କ ଅର୍ଜୁନ ଭାବେ ପ୍ରଣବ ସବୁବେଳେ କାମ କରିଆସିଛନ୍ତି l ଯେତେବେଳେ ବି ଯେଉଁଠି ସଂଗଠନ ମଜବୁତ କରିବା ପାଇଁ ଆବଶ୍ୟକ ପଡେ ସେତେବେଳେ ନବୀନ ସେଠାକୁ ପ୍ରଣବଙ୍କୁ ପଠାଇଥାନ୍ତି l ପ୍ରଣବ ବି ନବୀନଙ୍କ ନିର୍ଦେଶ ଅନୁସାରେ କାମ କରନ୍ତି ଓ ସଂଗଠନ ସଜାଡି ଦିଅନ୍ତି l ଯେଉଁଥି ପାଇଁ ନବୀନଙ୍କ ସେ ବିଶ୍ୱାସ ଜିଣିଛନ୍ତି l ନିର୍ବାଚନ ସମୟ ହେଉ ଅବା ବିଧାନସଭା ରେ ଯେତେବେଳେ ଦଳକୁ ବିପଦ ଆସେ ସେତେବେଳେ ପ୍ରଣବ ଉଭା ହୁଅନ୍ତି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେବେଳେ ଯେଉଁ ରଣନୀତି ପ୍ରସ୍ତୁତ କରନ୍ତି ତାହାକୁ ସଠିକ ଭାବେ କାର୍ଯ୍ୟକାରୀ କରନ୍ତି ପ୍ରଣବ l କେତେବେଳେ ବି ପଦ ପଦବୀ ମୋହ ନଥାଏ ତାଙ୍କର l ନିଜ ନିର୍ବାଚନ ମଣ୍ଡଳୀ ଅପେକ୍ଷା ସେ ସବୁବେଳେ ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହନ୍ତି l ତାହା ସହ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିଜର ସଂଗଠନିକ ଦାୟିତ୍ୱ କିଛି ନେତାଂକୁ ନ୍ୟସ୍ତ କରି ସେ ରାଜ୍ୟ ସଂଗଠନ ପାଇଁ ସବୁବେଳେ କାମ କରିଥାନ୍ତି l
ପ୍ରଥମଥର ପାଇଁ ସଂଗଠନ ସମ୍ଫାଦକ ପଦବୀ ଆରମ୍ଭ କରିଛି ଏଥିରେ ଦଳର ସଂଗଠନ ଆହୁରି ମଜବୁତ ହେବ ବୋଲି ବିଜେଡି ନେତାଏ କହିଛନ୍ତି l ଆଗକୁ ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ l ତେଣୁ ପ୍ରଣବଙ୍କ ହାତରେ ଦଳର ସଂଗଠନ ଦାୟିତ୍ୱ ନବୀନ ଦେବା ପରେ ବିରୋଧୀ ଚିନ୍ତାରେ ପଡିଛନ୍ତି l

2ମାସରେ ଥରେ ରିପୋର୍ଟ ଦେବେ ବିଧାୟକ…

0

ଭୁବନେଶ୍ୱର : ଏଣିକି ମାସିକ ରିପୋର୍ଟ ଦେବେ ବିଜେଡି ବିଧାୟକମାନେ l ସେମାନେ ନିଜ ନିର୍ବାଚନୀ ମଣ୍ଡଳିରେ କଣ କାମ କରୁଛନ୍ତି ତାହାର ରିପୋର୍ଟ ଦେବେ l ଦୁଇ ମାସକୁ ଥରେ ରିପୋର୍ଟ ଦେବେ l ଏଥିପାଇଁ 4ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ l ଏହି କମିଟିରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅମର ପ୍ରସାଦ, ଉଷା ଦେବୀ ଓ କିଶୋର ମହାନ୍ତି ଅଛନ୍ତି l ଏହି କମିଟି ସ୍ଥିର କରିବ ବିଧାୟକମାନେ କିପରି ରିପୋର୍ଟ ଦେବେ l ପୃର୍ବରୁ ସାଂସଦ ମାନେ ରିପୋର୍ଟ ଦେଉଥିଲେ l

ସବୁ ଆଲୋଚନା ପାଇଁ ଆମେ ପ୍ରସ୍ତୁତ : ନବୀନ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ବିଧାୟକ ଦଳ ବୈଠକ ବିଧାନସଭା ଶେଷ ହୋଇଛି l 54 ନମ୍ବର ରୁମରେ ଦଳୀୟ ବିଧାୟକଙ୍କ ସହ ଶୀତକାଳୀନ ବିଧାନସଭାର ରଣନୀତି ନେଇ ଆଲୋଚନା କରିଛନ୍ତି ନବୀନ l ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ :ଏହା ଗୁରୁତ୍ୱପୂର୍ଣ ଅଧିବେଶନ। ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବ। ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ବିରୋଧୀଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତl

ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ…

0

ଭୁବନେଶ୍ୱର : ଆଜି ଠାରୁ ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର 19 ଯାଏ ଚାଲିବ। ପ୍ରଥମ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ପ୍ରାୟ ୮୫୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିବେ । ଆଜି ବିଜେଡି ଓ ବିଜେପିର ବିଧିବଦ୍ଧ ବିଧାୟକ ଦଳ ବୈଠକ ବସିବ। ଏ ବୈଠକରେ ଦୁଇ ଦଳ ବିଧାନସଭା ପାଇଁ ନିର୍ଦ୍ଦିଷ୍ଟ ରଣକୌଶଳ ଗ୍ରହଣ କରିବେ। କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି।
କୃଷି ଓ କୃଷକ ସମସ୍ୟା ନେଇ ବିଧାନସଭା ଯିବ କଂଗ୍ରେସ l ବିଧାନସଭାରେ ଉଠିବ ଧାନର ଅଭାବୀ ବିକ୍ରୀ l ରାଜ୍ୟର ଆଇନ ଶୁଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ l ରାଜ୍ୟ ପୋଲିସ ବିଜେଡିର ହାତ ବାରିସୀ ସାଜିଛି l ନାରୀ ନିର୍ଯାତନାରେ ଓଡିଶା ନଂ 1 l ନାବାଳିକା ଦୁଷ୍କର୍ମ ରାଜ୍ୟରେ ଅହେତୁକ ଭାବେ ବଢିଛି l ସରକାରୀ ଦଳର ନେତା ଓ କର୍ମୀଙ୍କ ବିରୋଧରେ ଅଭିଯୋଗ ଆସୁଛି ! କିନ୍ତୁ ପୋଲିସ ତଦନ୍ତ ମୋଡି ହେଉଯାଉଛି l ମୁଖ୍ୟ ବିରୋଧୀ ଦଳ ବିଜେପି l କିନ୍ତୁ ବିଜେଡି ସହିତ ଭିତିରି ବୁଝାମଣା ହୋଇଛି l ତେଣୁ ଲୋକଙ୍କ କଥାକୁ ବିଧାନସଭାରେ କଂଗ୍ରେସ ଉଠାଇବ ବୋଲି ଦଳ ଦାବି କରିଛି l

ନେତା ହେବ ତ, ଆଗ ଦାସ ହୁଅ :ପ୍ରଣବ

0

ଭୁବନେଶ୍ୱର : ମୁଁ ତମ ମୁଲିଆ, କାମ କରିବାକୁ ଆସିଛି ମୟୁରଭଞ୍ଜକୁ । ତମେ ଲୋକଙ୍କ ମୁଲିଆ ହୁଅ । ଗଣତନ୍ତ୍ର ଶାସନରେ ଲୋକେ ହେଉଛନ୍ତି ସବୁକିଛି । ତେଣୁ ଲୋକଙ୍କ ସେବା କର ପ୍ରଥମେ । ତାପରେ ଆପେଆପେ ତମେ ନେତା ହୋଇଯିବ । ଯେ ପର୍ଯ୍ୟନ୍ତ କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ୱୟ ଠିକ ହେବ ନାହିଁ ସେତେବେଳେ ଯାଏ ଆମେ ଅଧିକ ଶକ୍ତିଶାଳୀ ହୋଇପାରିବା ନାହିଁ । ଯିଏ କାମ କରିବ ସେ ନେତା ହେବ । ଆଜି ମୁଁ କହିବି ଆଉ ତମେ ଶୁଣିବ । ଶୁକ୍ରବାର ମୟୁରଭଞ୍ଜ ଜିଲ୍ଳାର ବିଜେଡ଼ି ସାଂଗଠନିକ ସ୍ଥିତିିର ନିର୍ବାଚନୀ ମଣ୍ଡଳୀର ସମୀକ୍ଷା ବେଳେ ଏପରି ଚରମବାଣୀ ଶୁଣାଇଛନ୍ତି ଜିଲ୍ଳା ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) । ଯାହାକୁ ଏବେ ମୟୁରଭଞ୍ଜରୁ ରାଜଧାନୀ ଯାଏ ଚଚ୍ଚାର୍ର ବିଷୟ । ମୟୁରଭଞ୍ଜରେ ବିଜେଡ଼ିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୨୦୧୯ ନିବାର୍ଚନ ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ସବୁଠାରୁ ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଜିଲ୍ଳାର ଦାୟିତ୍ୱ ଦେଲେ । କାରଣ ୨୦୧୯ ନିର୍ବାଚନରେ ମୟୁରଭଞ୍ଜର ୯ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୬ଟିରେ ପରାଜୟ ହୋଇଛି । ଏହାଛଡ଼ା ଗୋଟିଏ ସଂସଦୀୟ କ୍ଷେତ୍ର ବି ଦଳ ହରାଇଛି । ଏହା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇଥିଲା । ତେଣୁ ଯେଉଁଠି ବିଜେଡ଼ି ସଂଗଠନ ଦୁର୍ବଳ ହୁଏ ସେଠାରେ ନବୀନ ପ୍ରଣବକୁ ଖୋଜନ୍ତି । ମୟୁରଭଞ୍ଜର ପର୍ଯ୍ୟବେକ୍ଷକ ଦାୟିତ୍ୱ ନେବା ପରେ ପ୍ରଥମେ ଜିଲ୍ଳାରେ ଥିବା ଗୋଷ୍ଠୀ ବିବାଦ କିପରି ଦୂର ହେବ ସେନେଇ ପ୍ରଣବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ସିଧାସିଧା ଦୁଇ ପୂର୍ବତନ ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ ସଂଜୟ ଦାସ ବମାର୍ଙ୍କ ଉପସ୍ଥିତିରେ ନେତା ଓ କର୍ମୀଙ୍କୁ ଶୁଣାଇଥିଲେ ଆଗକୁ ମୟୁରଭଞ୍ଜ ବିଜେଡ଼ିରେ ଗୋଷ୍ଠୀ ରହିବ ନାହିଁ । ଏଠି କେହି କାହାର ଲୋକ ନୁହେଁ, ସଭିଁଏ ନବୀନଙ୍କ ଲୋକ । ଯେଉଁମାନେ ଗୋଷ୍ଠୀ କରିବେ ସେମାନଙ୍କୁ ଦଳରୁ ବିଦା କରିବାକୁ ଏକ ମିନିଟ ବି ଲାଗିବ ନାହିଁ ବୋଲି ପ୍ରଣବ ସିଧାସିଧା ଶୁଣାଇଥିଲେ l ପରବର୍ତ୍ତୀ ସମୟରେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କୁ ବିଦା କରି ନିଜ କଥା ରଖିଥିଲେ । ଏହାପରେ ବିଜେଡ଼ି ଜିଲ୍ଳାରେ କିପରି ଅଧିକ ଶକ୍ତିଶାଳୀ ହେବ ସେନେଇ ଗେମପ୍ଲାନ ପ୍ରସ୍ତୁତ କରିଥିଲେ । ଯାହା ଧୀରେଧୀରେ ସଫଳ ହେବାରେ ଲାଗିଛି । ଯାହା ଫଳ ସ୍ୱରୂପ ସଭ୍ୟ ସଂଗ୍ରହ ଅଭିଯାନରେ ମୟୁରଭଞ୍ଜ ଜିଲ୍ଳା ଏବେ ବେଶ ଆଗରେ । ଯେଉଁ ଟାଗେର୍ଟ ଦିଆଯାଇଥିଲା ତାହା ବି ପୂରଣ ହେଲାଣୀ । ଆଜି ଯାଏ ସଭ୍ୟ ସଂଗ୍ରହ ୫୪ହଜାରରେ ପହଞ୍ଚିଲାଣୀ । ଆଗକୁ ୬୫ ହଜାର ଲକ୍ଷ ବି ପୂରଣ ହେବ । ମୟୁରଭଞ୍ଜରେ ପ୍ରଣବ ବିଜେଡ଼ି ସଂଗଠନକୁ ଯେପରି ସକ୍ରୀୟ କରିଛନ୍ତି ତାହା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ଘନଘନ ବୈଠକ କରି ବିଜେଡ଼ି ସଂଗଠନ ମଜବୁତ କରିବାରେ ପ୍ରଣବ ସଫଳ ହୋଇଛନ୍ତି ।

ବୁଲବୁଲ ତାଣ୍ଡବ ରଚିଲା….

0

ଭୁବନେଶ୍ୱର : ବାତ୍ୟା ବୁଲବୁଲ୍ ପାରାଦୀପ ର ୯୫ କିମି ଦୂରରେ ରହିଛି ।୧୩କିମି ବେଗରେ ମାଡି ଆସୁଛି ।ଏହାର ପ୍ରଭାବ ରେ ଆଜି ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେବ । ଗତକାଲି ହୋଇଥିବା ବର୍ଷା ମୁଖ୍ୟତଃ ତିନୋଟି ବ୍ଲକ ରେ ୧୦୦ ମିଲିମିଟର ରୁ ଅଧିକ ବର୍ଷା ହୋଇଛି । ରାଜନଗର ୧୮୦ ,ଚାନ୍ଦବାଲି ରେ ୧୫୦ ମିଲିମିଟର ,କେନ୍ଦ୍ରାପଡା ରେ ୧୩୬ ମିଲିମିଟର, ତିର୍ତୋଲରେ ୧୦୦ ମିଲିମିଟର ବର୍ଷା ରେର୍କଡ ହୋଇଛି । ସନ୍ଧ୍ୟା କିମ୍ବା ରାତି ୧୦ ସୁଦ୍ଧା ପଶ୍ଚିମ ବଙ୍ଗ ଓ ବାଙ୍ଗଲାଦେଶ୍ ଆଡକୁ ଗତି କରିବ । ଏହା ସହ ଭଦ୍ରକ ବାଲେଶ୍ବର ଓ କେନ୍ଦ୍ରାପଡା ରେ ଅନେକ ଗଛ ଉପୁଡିଥିବା ସୂଚନା ଦେଇଛନ୍ତି ଏସଆରସି ।ଏନଡିଆରଏଫ ଓ ଓଡ୍ରାଫ ଗଛ କାଟି ରାସ୍ତା ସଫେଇ କାମରେ ନିୟୋଜିତ ହୋଇଛନ୍ତି ।
ଅଳ୍ପ କେତେକ ସ୍ଥାନରେ ଘର ଭାଙ୍ଗିଛି। ୨ହଜାର ୫୦୦ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହା ସହ କୈଣସି ମୃତ୍ୟୁ ହୋଇନାହିଁ । ଭଦ୍ରକ ଜିଲ୍ଲାର ଗୋଟିଏ ଡଙ୍ଗା ବୁଡିଥିବା ଖବର ଆସୁଛି ।ସମସ୍ତ ୯ଜଣ ସୁରକ୍ଷିତ ରହିଛନ୍ତି । କୃଷ ଉପରେ ପ୍ରଭାବ ପଡିଛି ଏନେଇ କୃଷି ଅଧିକାରୀ ମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି । ଅନ୍ୟ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣ ଧିନ ରହିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news