ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ…

- Advertisement -

ଭୁବନେଶ୍ୱର : ଆଜି ଠାରୁ ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର 19 ଯାଏ ଚାଲିବ। ପ୍ରଥମ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ପ୍ରାୟ ୮୫୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିବେ । ଆଜି ବିଜେଡି ଓ ବିଜେପିର ବିଧିବଦ୍ଧ ବିଧାୟକ ଦଳ ବୈଠକ ବସିବ। ଏ ବୈଠକରେ ଦୁଇ ଦଳ ବିଧାନସଭା ପାଇଁ ନିର୍ଦ୍ଦିଷ୍ଟ ରଣକୌଶଳ ଗ୍ରହଣ କରିବେ। କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି।
କୃଷି ଓ କୃଷକ ସମସ୍ୟା ନେଇ ବିଧାନସଭା ଯିବ କଂଗ୍ରେସ l ବିଧାନସଭାରେ ଉଠିବ ଧାନର ଅଭାବୀ ବିକ୍ରୀ l ରାଜ୍ୟର ଆଇନ ଶୁଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ l ରାଜ୍ୟ ପୋଲିସ ବିଜେଡିର ହାତ ବାରିସୀ ସାଜିଛି l ନାରୀ ନିର୍ଯାତନାରେ ଓଡିଶା ନଂ 1 l ନାବାଳିକା ଦୁଷ୍କର୍ମ ରାଜ୍ୟରେ ଅହେତୁକ ଭାବେ ବଢିଛି l ସରକାରୀ ଦଳର ନେତା ଓ କର୍ମୀଙ୍କ ବିରୋଧରେ ଅଭିଯୋଗ ଆସୁଛି ! କିନ୍ତୁ ପୋଲିସ ତଦନ୍ତ ମୋଡି ହେଉଯାଉଛି l ମୁଖ୍ୟ ବିରୋଧୀ ଦଳ ବିଜେପି l କିନ୍ତୁ ବିଜେଡି ସହିତ ଭିତିରି ବୁଝାମଣା ହୋଇଛି l ତେଣୁ ଲୋକଙ୍କ କଥାକୁ ବିଧାନସଭାରେ କଂଗ୍ରେସ ଉଠାଇବ ବୋଲି ଦଳ ଦାବି କରିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles