ନବୀନଙ୍କୁ ମୋଦି ଦେଲେ ବଡ ସାଟିଫିକେଟ…

- Advertisement -

ଭୁବନେଶ୍ୱର : ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ବଡ ସାଟିଫିକେଟ l ଯାହା ଦିଲ୍ଲୀରୁ ରାଜଧାନୀ ଭୁବନେଶ୍ୱର ଯାଏ ଚର୍ଚ୍ଚାର ବିଷୟ l ନବୀନଙ୍କ ଅନୁଶାସନ କଥା ବି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ l ସବୁ ରାଜନୈତିକ ଦଳକୁ ବିଜେଡି ଓ ଏନସିପି ଠାରୁ କିଛି ଶିଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି l ତେବେ ରାଜ୍ୟସଭାରେ କଣ କହିଲେ ପ୍ରଧାନମନ୍ତ୍ରୀ ନଜର ପକାନ୍ତୁ…

1- ବିଜେଡି ଓ ଏନସିପି କେବେ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରନ୍ତିନାହିଁ l
2-ବିଜେଡି ଓ ଏନସିପି କେବେ ଗୃହ କାର୍ଯ୍ୟରେ ବାଧା ଦିଅନ୍ତି ନାହିଁ l
3-ତେଣୁ ତାଙ୍କ ଠାରୁ ଶିଖିବା ଦରକାର l
4- ବିଜେଡି ଓ ଏନସିପି ସାଂସଦ ମାନେ ଅନୁଶାସନରେ ରହି କାର୍ଯ୍ୟ କରୁଛନ୍ତି l
5-ଉଚିତ ଢଙ୍ଗରେ ବିଜେଡି ଓ ଏନସିପି ସାଂସଦ ମାନେ ଦାବି ଉପସ୍ଥାପନ କରୁଛନ୍ତି l
6-ସଂସଦର ନିୟମକୁ ମାନୁଛନ୍ତି l ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବାଦରକାର l
ପ୍ରଧାନମନ୍ତ୍ରୀ ରାଜ୍ୟ ସଭାରେ ଏହି ବୟାନ ନବୀନ ଅନୁଶାସାନ ଓ ବିଜେଡି ସାଂସଦ ମାନଙ୍କ ନେତା ହେବାର ଦକ୍ଷତାକୁ ବଡ ସାଟିଫିକେଟ ଦେଇଛି l ନିଶ୍ଚିତ ଭାବେ ଏହା ବିଜେଡି ଓ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବେଶ ଉତ୍ସାହିତ କରିଛି l ଗୋଟେ ପଟେ ବିଜେଡି ଓ ନବୀନଙ୍କ କାର୍ଯ୍ୟ ଶୈଳୀକୁ ରାଜ୍ୟ ବିଜେପି ସମାଲୋଚନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିକୁ ପ୍ରଶଂସା ରାଜ୍ୟ ରାଜନୀତିକୁ ଭିନ୍ନ ବାର୍ତ୍ତା ଦେଇଛି l ଏହା ଛଡା ବିଧାନସଭାକୁ ବିଜେପି ଯେପରି 5ଦିନ ଧରି ପ୍ରତିବାଦ କରୁଛି ଓ ଗୃହ କାର୍ଯ୍ୟରେ ସାମିଲ ହେନଥିଲା ସେଥିରେ ବି ଏହି ବୟାନ କିଛି ବାର୍ତ୍ତା ଦେଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles