ପ୍ରଣବଙ୍କ ଫିଟନେସ ମନ୍ତ୍ର…

- Advertisement -

ଯାଜପୁର : ସ୍ୱାସ୍ଥ୍ୟ ହିଁ ସଂମ୍ପଦ । ଏକଥାକୁ ଯିଏ ବୁଝିଛି ସେ ସୁସ୍ଥଜୀବନ କଟାଉଛି । କାରଣ ସ୍ୱାସ୍ଥ୍ୟ ଠିକ ଅଛି ତ ସବୁ ଠିକ । କେବଳ ରାଜନୀତି ନୁହେଁ, ଜଣେ ଲୋକପ୍ରିୟ ବିଧାୟକ ଭାବେ ନିଜ ନିର୍ବାଚନୀ ମଣ୍ଡଳୀର ଲୋକମାନେ କିପରି ସୁୂସ୍ଥ ରହିବେ ସେନେଇ ବି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ନିଜର ପ୍ରୟାସ ଜାରୀ ରଖିଛନ୍ତି । ଯୋଗ ମାଧ୍ୟମରେ ଜଣେ ନିରୋଗ ରହିପାରିବ ତାହା ସେ ତାଙ୍କ ନିବାଚନୀ ମଣ୍ଡଳୀରେ ଲୋକଙ୍କୁ ବୁଝାଉଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକ କଣ ନିଜେ ଯୋଗ କରି ଅନ୍ୟମାନଙ୍କୁ ପ୍ରତ୍ୟେକ ଦିନ ସକାଳୁ ଯୋଗ କରିବା ପାଇଁ ସଚେତନ କରିଛନ୍ତି । ନିଜର ନିର୍ବାଚନୀ ମଣ୍ଡଳୀର ଭୁଇଁପୁର ଗାଁରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଗାଁ ଲୋକଙ୍କ ମିଶି ନିଜେ ଯୋଗ କରିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମୋ ସରକାର କାର୍ଯ୍ୟକ୍ରମ ଲାଗି ବିଧାୟକ ନିଜ ନିର୍ବାଚନୀ ମଣ୍ଡଳୀର ଭୁଇଁପୁରରେ ରାତ୍ରୀଯାପନ କରିଥିଲେ । ଭୁଇଁପୁରରେ ବିଧାୟକ ଜନଶୁଣାଣୀ କରିବା ସହ ଲୋକଙ୍କ ସମସ୍ୟା କଥା ପଚାରିବୁଝିଥିଲେ । ଏହାସହ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୃତି ଦିଆଯାଇଥିଲା ତାହା କିପରି ପାଳନ ହେବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଭିନ୍ନ ଗାଁରେ ବିଧାୟକ ରାତ୍ରୀଯାପନ କରି ନିଜ ଗାଁ କୁ ନିଜେ ଗଢିତୋଳିବା ପାଇଁ ଗାଁ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ନିଜେ ସାମିଲ ହୋଇ ଲୋକଙ୍କୁ ଉତ୍ସାହିତ କରିଥିଲେ । ଅଶୋକ ଦାସ ଫାଉାଣ୍ଡେସନ ପକ୍ଷରୁ ଅନୁଷ୍ଠିତ ସଫେଇ, ବୃକ୍ଷରୋପଣ, ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମରେ ବିଧାୟକ ସାମିଲ ହୋଇ ପ୍ରତ୍ୟେକ ବ୍ୟକ୍ତି ଏପରି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ବିଧାୟକଙ୍କ ଆହ୍ୱାନ ପରେ ଲୋକମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିଜୁ ଜନତା ଦଳର ସାଧାରଣ (ସଂଗଠନ) ସମ୍ପାଦକ ହେବା ପରେ ପ୍ରଣବଙ୍କ ଉପରେ ରାଜ୍ୟର ସଂଗଠନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଣବ ମଧ୍ୟ ସେହି କାର୍ଯ୍ୟରେ ଲାଗିଛନ୍ତି । ଆଉ ଏତେ ବ୍ୟସ୍ତ ଜୀବନ ଶୈଳୀ ଭିତରେ ନିଜ ନିର୍ବାଚନୀ ମଣ୍ଡଳୀରେ ରାତ୍ରୀଯାପନ କରି ମୋ ସରକାର କାର୍ଯ୍ୟକ୍ରମର ପ୍ରସାର ପ୍ରଚାର କରିବା ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି ଯାଜପୁରବାସୀ । ବିଧାୟକଙ୍କ ଏପରି ପରିଶ୍ରମ ଆଜି ତାଙ୍କୁ ଜଣେ ଭିଡ଼ ଭିତର ନେତା ଭାବେ ପରିଚିତ କରିଛି ପୁରା ଯାଜପୁର ଅଞ୍ଚଳରେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles