ବୁଲବୁଲ ତାଣ୍ଡବ ରଚିଲା….

- Advertisement -

ଭୁବନେଶ୍ୱର : ବାତ୍ୟା ବୁଲବୁଲ୍ ପାରାଦୀପ ର ୯୫ କିମି ଦୂରରେ ରହିଛି ।୧୩କିମି ବେଗରେ ମାଡି ଆସୁଛି ।ଏହାର ପ୍ରଭାବ ରେ ଆଜି ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେବ । ଗତକାଲି ହୋଇଥିବା ବର୍ଷା ମୁଖ୍ୟତଃ ତିନୋଟି ବ୍ଲକ ରେ ୧୦୦ ମିଲିମିଟର ରୁ ଅଧିକ ବର୍ଷା ହୋଇଛି । ରାଜନଗର ୧୮୦ ,ଚାନ୍ଦବାଲି ରେ ୧୫୦ ମିଲିମିଟର ,କେନ୍ଦ୍ରାପଡା ରେ ୧୩୬ ମିଲିମିଟର, ତିର୍ତୋଲରେ ୧୦୦ ମିଲିମିଟର ବର୍ଷା ରେର୍କଡ ହୋଇଛି । ସନ୍ଧ୍ୟା କିମ୍ବା ରାତି ୧୦ ସୁଦ୍ଧା ପଶ୍ଚିମ ବଙ୍ଗ ଓ ବାଙ୍ଗଲାଦେଶ୍ ଆଡକୁ ଗତି କରିବ । ଏହା ସହ ଭଦ୍ରକ ବାଲେଶ୍ବର ଓ କେନ୍ଦ୍ରାପଡା ରେ ଅନେକ ଗଛ ଉପୁଡିଥିବା ସୂଚନା ଦେଇଛନ୍ତି ଏସଆରସି ।ଏନଡିଆରଏଫ ଓ ଓଡ୍ରାଫ ଗଛ କାଟି ରାସ୍ତା ସଫେଇ କାମରେ ନିୟୋଜିତ ହୋଇଛନ୍ତି ।
ଅଳ୍ପ କେତେକ ସ୍ଥାନରେ ଘର ଭାଙ୍ଗିଛି। ୨ହଜାର ୫୦୦ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହା ସହ କୈଣସି ମୃତ୍ୟୁ ହୋଇନାହିଁ । ଭଦ୍ରକ ଜିଲ୍ଲାର ଗୋଟିଏ ଡଙ୍ଗା ବୁଡିଥିବା ଖବର ଆସୁଛି ।ସମସ୍ତ ୯ଜଣ ସୁରକ୍ଷିତ ରହିଛନ୍ତି । କୃଷ ଉପରେ ପ୍ରଭାବ ପଡିଛି ଏନେଇ କୃଷି ଅଧିକାରୀ ମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି । ଅନ୍ୟ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣ ଧିନ ରହିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles