ଯାଜପୁର ରୋଡ୍ ନୁଆ ଏସ୍ ଡି ପି ଓ ଙ୍କ ଦାୟିତ୍ବ ଗ୍ରହଣ

0

ବ୍ୟାସନଗର: ଯାଜପୁର ସବଡିଭିଜନ୍ ଅଧିନରେ ଥିବା ଏସ ଡି ପି ଓ
କେଦାରନାଥ ସାହୁଙ୍କ ଅନ୍ୟତ୍ର ବଦଳି ପରେ ଖାଲି ପୂରଣ ହୋଇଛି ତାଙ୍କ ସ୍ଥାନ । ମାଲକାନଗିରିରେ ଡି ଏସ୍ ପି ଭାବେ କାର୍ଯ୍ୟରତ ଥିବା ଚିନ୍ମୟ ନାୟକଙ୍କୁ ଏଠାକୁ ଏସ୍ ଡି ପି ଓ ଭାବେ ବଦଳି କରାଯାଇଥିଲା । ଶ୍ରୀ ନାୟକ ଗତ କାଲି ନିଜ ନୁଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଯାଜପୁର ସବଡିଭିଜନ୍ ଅଧିନରେ ଥିବା ସମସ୍ତ ଥାନା ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଥିଲେ । ସମସ୍ତ ଥାନା ଅଧିକାରୀମାନେ ନୂତନ ଏସ୍ ଡି ପି ଓ ସ୍ବାଗତ ଜଣାଇଥିଲେ । ଏହି ବୈଠକରେ ‘ମୋ ସରକାର’ଯୋଜନା ସମ୍ପର୍କରେ ପଚାରି ବୁଝିବା ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ ।

ମନର କଥା କହିଲେ ଅନୁଭବ : ହାରିବା ପରଠୁ ହଇରାଣ କରୁଛନ୍ତି ବୈଜୟନ୍ତ…….

0

ଭୁବନେଶ୍ୱର : ବୈଜୟନ୍ତ ପଣ୍ଡା ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି l ହାରିବା ପରଠୁ ବୈଜୟନ୍ତ ପଣ୍ଡା ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି l କେନ୍ଦ୍ରାପଡା ଓଟିଭି ସାମ୍ବାଦିକ ମନୋଜ ସ୍ବାଇଁଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ ଘଟଣାରେ ଦୁଃଖ ପ୍ରକାଶ କରି ଫେସବୁକରେ ଏକ ଭିଡିଓ ଜାରି କରିଛନ୍ତି କେନ୍ଦ୍ରାପଡା ସଂସଦ ଅନୁଭବ ମହାନ୍ତି l ଯେଉଁଥିରେ ସେ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି l ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ଅନୁଭବ ଅଭିଯୋଗ କରିଛନ୍ତି ଯେ ପ୍ରାୟ ଦେଢ଼ ଲକ୍ଷରୁ ଉର୍ଧ୍ଵ ଭୋଟରେ ତାଙ୍କ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିବା ବୈଜୟନ୍ତ ପଣ୍ଡା ଏବେ ତାଙ୍କୁ ସବୁଥିରେ ହଇରାଣ କରୁଛନ୍ତି l ତାଙ୍କ ପରିବାରର ମାଲିକାନାରେ ଥିବା ଓଟିଭି ଚାନେଲ ମୋ ଚରିତ୍ର ସଂହାର ସହିତ ମତେ ବିରକ୍ତ ଓ ଅପମାନିତ କରିବାରେ ଲାଗିଛି ବୋଲି ଭିଡିଓରେ ଅନୁଭବ ଅଭିଯୋଗ କରିଛନ୍ତି l କେବଳ ସେତିକି ନୁହେଁ, ବୈଜୟନ୍ତ ବାବୁ….ଏମିତି ନକରିବା ପାଇଁ ମୁ ଆପଣଙ୍କୁ ବିନମ୍ରତାର ସହ ଅନୁରୋଧ କରୁଛି ବୋଲି ଭିଡିଓରେ ସେ କହିଛନ୍ତି | ଶେଷରେ କେନ୍ଦ୍ରାପଡା ବାସୀଙ୍କ ସେବା କରିବା ସମୟରେ ଦୟାକରି ମତେ ଅଯଥା ହଇରାଣ କରନ୍ତୁ ନାହିଁ ବୈଜୟନ୍ତଙ୍କୁ ଅନୁରୋଧ କରିଛନ୍ତି ଅନୁଭବ l ତେବେ ଅନୁଭବ ଅଭିଯୋଗ ନେଇ କଣ ମତ ରଖୁଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା ତାହା ଉପରେ ସଭିଙ୍କ ନଜର l

ଚଳଚ୍ଚିତ୍ର ଢଙ୍ଗରେ କ୍ଷମା ମାଗିଲେ ସାଂସଦ

0

ଯାଜପୁର: ଚଳିତ ମାସ ୫ ତାରିଖରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ଯବହାର କରିଥିଲେ । ଏହାର ପ୍ରତିବାଦରେ ରାଜ୍ୟବ୍ଯାପି ଆନ୍ଦୋଳନ ହେବାପରେ ସାଂସଦଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବାର ଚବିଶ ଘଣ୍ଟା ନପୁରୁଣୁ ସାଂସଦଙ୍କ ଚଳଚିତ୍ର ସଂଳାପ ଢଙ୍ଗରେ ସାମାଜିକ ଗଣମାଧ୍ୟମ ଜରିଆରେ କ୍ଷମା ପ୍ରାର୍ଥନାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ସାମ୍ବାଦିକ ମହଲରେ ଘୋର ବିରୋଧ କରାଯାଇଛି । ଅଭିନେତାରୁ ନେତା ସାଜିଥିବା ସାଂସଦ, ସାମାଜିକ ଗଣମାଧ୍ୟମ ପରିବର୍ତ୍ତେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ଷମା ମାଗିବା ପାଇଁ ଦାବି ଜୋର ଧରିଛି । ଦଳୀୟ ଚାପ କିମ୍ୱା ଆଗାମୀ ବିଧାନସଭା ଶୀତ ଅଧିବେଶନ ଅଚଳ ଭୟକୁ ଆଖିରେ ରଖି,ସାଂସଦ ନିଜର ଭୁଲ୍ ବୁଝିପାରିଛନ୍ତି । କିନ୍ତୁ କ୍ଷମା ପ୍ରାର୍ଥନାର ଶୈଳୀ ସାଧାରଣରେ ଗ୍ରହଣ କରିପାରୁନାହାଁନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଯାଜପୁର ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ପକ୍ଷରୁ ଏହାର ଘୋର ବିରୋଧ କରାଯାଇଛି । ଜେୟୁଜେ ଦାବି କରିଛି କି ସାଂସଦ ଯେପରି ସର୍ବ ସମ୍ମୁଖରେ ପ୍ରତିନିଧି ଜଣଙ୍କୁ ଦୁର୍ବ୍ଯବହାର କରିଥିଲେ, ସେହିପରି ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ । ଏଠାରେ ଉଲ୍ଲେଖ କରାଯାଇପାରେ କି ଘଟଣା ପରଠାରୁ ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧି ମାନସିକ ସ୍ତରରେ ବହୁ ଯନ୍ତ୍ରଣା ଅନୁଭବ କରିଥିବାରୁ ଏପର୍ଯ୍ୟନ୍ତ ମାନସିକ ଚାପରୁ ମୁକୁଳି ପାରିନାହାନ୍ତି । ରୁଜୁ ହୋଇଥିବା ମାମଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଓ ସାଂସଦଙ୍କ ଗିରଫତାରୀ ଦାବି କରିଛି ଜେୟୁଜେ ।

ବବିଙ୍କ ଫୋକସରେ ଗାଁ….

0

ଯାଜପୁର : ଗାଁରେ ରହିଛି ଦେଶର ଆତ୍ମା । ତେଣୁ ଗାଁକୁ ଭଲ ପାଇଲେ ଆତ୍ମା ଶାନ୍ତି ହୁଏ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏହି ପରାମର୍ଶକୁ ଅକ୍ଷରଅକ୍ଷରେ ପାଳନ କରିଛନ୍ତି ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ । କାରଣ ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରିବାକୁ ଯେଉଁ ଆୟୋଜନ କରିଛନ୍ତି ତାହା କିପରି ଯାଜପୁରରୁ ଏକ ବଡ଼ ବାର୍ତ୍ତା ଯିବ ସେ ପ୍ରଚେଷ୍ଟା ଜାରି ରଖିଛନ୍ତି ବିଧାୟକ । ସ୍ୱଚ୍ଛତାକୁ ଗାନ୍ଧୀ ସବୁବେଳେ ଗୁରୁତ୍ୱ ଦେଉଥିଲେ । ୧୫୦ ତମ ଜୟନ୍ତୀ ସ୍ଵଚ୍ଛତା ବାତ୍ତାର୍କୁ ଘରେଘରେ ପହଞ୍ଚାଇବା ପାଇଁ ଯାଜପୁର ବିଧାୟକ ଅଣ୍ଟା ଭିଡ଼ିଛନ୍ତି । ସ୍ୱଚ୍ଛତା ହିଁ ସେବାର ଆହ୍ୱାନ ଦେଇ ନିଜ ନିବାର୍ଚନୀ ମଣ୍ଡଳୀର ଯୁବ,ମହିଳା ଓ ବରିଷ୍ଠଙ୍କୁ ଏକାଠି କରି ବିଧାୟକ ବିଭିନ୍ନ ଗାଁରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ସେବାମନବୃତି ସଭିଁଙ୍କ ମନରେ ସୃଷ୍ଟି କରିଛନ୍ତି । ଯାହା ଏବେ କେବଳ ଯାଜପୁର ନୁହେଁ, ସାରା ଓଡ଼ିଶାରେ ଚର୍ଚ୍ଚା । ପ୍ରତ୍ୟେକ ଦିନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ନିଜ ନିବାର୍ଚନୀମଣ୍ଡଳୀର ବିଭିନ୍ନ ପଂଚାୟତକୁ ଯାଇ ସ୍ୱଚ୍ଛତା ଅଭିଯାନ କରିବା ସହ ଗାଁର ସମସ୍ୟା ଗୁଡ଼ିକ ପ୍ରଚାରି ବୁଝୁଛନ୍ତି । ଗାଁ ଲୋକଙ୍କ ସହ ନିଜେ ସଫେଇ ଅଭିଯାନରେ ମଧ୍ୟ ସାମିଲ ହୋଇ ଯୁବପିଡ଼ି ମାନଙ୍କୁ ବହୁ ସଂଖ୍ୟାରେ ନିଜ ଗାଁର ସେବା କରିବା ପାଇଁ ଆହ୍ୱାନ ଦେଉଛନ୍ତି । ବିଧାୟକଙ୍କ ଆହ୍ୱାନରେ ଏହି କାର୍ଯ୍ୟକ୍ରମରେ ସ୍ୱତ୍ତପ୍ରବୃତ ଭାବେ ଗ୍ରାମବାସୀମାନେ ସାମିଲ ହେଉଛନ୍ତି । ଏଥିରେ ବାଛବିଚାର ରହୁନାହିଁ କିଏ କେଉଁ ଦଳର । କାରଣ ନିଜ ଗାଁର ବିକାଶ ପାଇଁ ଜଣେ ଜଣେ ବବି ଦାସ ହୁଅନ୍ତୁ ବୋଲି ଆଜକୁ ୨୦୦୯ ମସିହାରୁ ଆହ୍ୱାନ ଦେଇଆସୁଛନ୍ତି । ଯାହା ଏବେ ବାସ୍ତବରୂପ ନେଉଛି । ବିଶେଷ କରି ଜଣେ ଆମ ଆଦମୀ ପରି ବିଧାୟକ ପ୍ରଣବ ପ୍ରକାଶ ଦାସ ରାଜଧାନୀ ଓ ନିଜ ଘରେ ଛାଡ଼ି ନିଜ ନିବାର୍ଚନୀ ମଣ୍ଡଳୀର ବିିଭିନ୍ନ ପଂଚାୟତରେ ରାତ୍ରୀଯାପନ କରୁଛନ୍ତି । ଲକ୍ଷ୍ୟ ନିଜ ନିବାର୍ଚନୀ ମଣ୍ଡଳୀର ସବୁ ପଂଚାୟତକୁ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା । ନିକଟରେ ବିଧାୟକ ବେରୁଦା,ନେଉଳିପୁର, ଚଇନପୁର,ଭୁୂଇଁପୁର, ଜାଫରଫୁର, ଭଳି ବହୁ ଗାଁରେ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ କରିଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ଜନଶୁଣାଣି କରି ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରୟାସ କରିଛନ୍ତି । ସବୁବେଳେ ନିଜର ପରିଶ୍ରମୀ ଗୁଣ ଓ ଦକ୍ଷତା ଯୋଗୁଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେଡ଼ି ଓ ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ମଧ୍ୟ ସେ ପ୍ରିୟପାତ୍ର । ତାହା କେବଳ ସମ୍ଭବ ହୋଇଛି ତାଙ୍କର ପରିଶ୍ରମ ଓ ଆନୁଗତ୍ୟ ପାଇଁ । ନିଜର ଦକ୍ଷତା ବଳରେ ସେ ଯାଜପୁର ନିବାର୍ଚନୀ ମଣ୍ଡଳୀକୁ ନୂତନ ଭାବେ ଗଢି ତୋଳିଛନ୍ତି । ଯାହା ଏବେ ପୁରା ଓଡ଼ିଶାର ବିକାଶର ରୋଲ ମଡ଼େଲ ସାଜିଛି । ସେଥିପାଇଁ ତାଙ୍କୁ ନୂତନ ଯାଜପୁରର ବିନ୍ଧାଣୀ ବୋଲି ଆଖ୍ୟା ଦିଆଯାଇଛି । ପ୍ରଣବ ଏପରି କାର୍ଯ୍ୟକ୍ରମ ଯୋଗୁଁ ଜିଲ୍ଲାରେ ବିଜେଡ଼ି ସଂଗଠନ ମଜବୁତ ହେବା ସହ ରାଜ୍ୟ ସରକାର ଯେଉଁ 5-ଟି କାର୍ଯ୍ୟକ୍ରମ ଓ ମୋ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ତାହା ଯାଜପୁର ଜିଲ୍ଳାରେ ସଫଳ କରିବା ପାଇଁ ମଙ୍ଗ ଧରିଛନ୍ତି ନବୀନଙ୍କ ୧ ନମ୍ବର ବିଧାୟକ ପ୍ରଣବ ପ୍ରକାଶ ଦାସ । ବିଧାୟକଙ୍କ ଏପରି କାର୍ଯ୍ୟ ଆଜି ତାଙ୍କୁ ଘରେ ଘରେ ଲୋକପ୍ରିୟ କରିଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । କାରଣ ସେବା ହିଁ ମାନବିକତାକୁ ପାଥୟ କରି ବିଧାୟକଙ୍କ ନିର୍ଦ୍ଧେଶରେ ଯାଜପୁରର ବରପୁତ୍ର ସ୍ୱର୍ଗତ ଅଶୋକ ଦାସଙ୍କ ନାଁରେ ଅଶୋକ ଦାସ ଫାଉଣ୍ଡେସନ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି । ବୃକ୍ଷରୋପଣ,ରକ୍ତଦାନ , ସବୁ ଗାଁକୁ ସ୍ୱଚ୍ଛତା ବନ୍ଧନରେ ବାନ୍ଧିବା ଆଦି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ କରାଯାଉଛି ।

ସାଂସଦଙ୍କୁ ଗିରଫ ଦାବିରେ ସ୍ମାରକପତ୍ର ପ୍ରଦାନ

0

ଯାଜପୁର: ଦୁଇ ଦିନ ତଳେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଔଦ୍ଧତ୍ଯ ଆଚରଣ ବିରୁଦ୍ଧରେ ସାରା ଓଡ଼ିଶାର ସାମ୍ବାଦିକମାନେ ସ୍ବର ଉତ୍ତୋଳନ କରୁଥିବା ବେଳେ, ଆଜି ଯାଜପୁରରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଜି ସଖାଳୁ ଜିଲ୍ଲାର ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଏକାଠି ହୋଇ ସ୍ଥାନୀୟ ଗାନ୍ଧୀଛକଠାରୁ ଏକ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ଯରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯାଜପୁର ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ର ସଭାପତି ସମରଜିତ୍ ମହାନ୍ତିଙ୍କ ଆହ୍ବାନରେ ଶତାଧିକ ସାମ୍ବାଦିକ ଯାଜପୁର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ଯରେ ଦିଆଯାଇଥିବା ଉକ୍ତ ସ୍ମାରକପତ୍ର ମାଧ୍ୟମରେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ସାଂସଦ ପଦରୁ ବହିଷ୍କାର ପାଇଁ ଦାବି କରିବା ସହ ସାଂସଦଙ୍କ ଆଚରଣକୁ ତୀବ୍ର ନିନ୍ଦା କରାଯାଇଛି । ଏଥିସହ ରାଜ୍ୟ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ନୀତି ପ୍ରଣୟଣ ପାଇଁ ମଧ୍ୟ ସ୍ବର ଉତ୍ତୋଳନ କରାଯାଇଥିଲା । ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ଆଗାମୀ ଦିନରେ ସାରା ଓଡ଼ିଶାର ସାମ୍ବାଦିକମାନେ ରାଜରାସ୍ତାକୁ ଓଲ୍ହାଇବା ସହ ବିଧାନସଭା ଘେରାଉ କରିବାକୁ ପଛାଇବେ ନାହିଁ ବୋଲି ସୂଚନା ଦିଆଯାଇଛି ।

କଂଗ୍ରେସ କନ୍ଦଳ : ଆଜି କିଏ କଣ କହିଲେ..

0

ଭୁବନେଶ୍ୱର : କଂଗ୍ରେସ କନ୍ଦଳ ବଢିବାରେ ଲାଗିଛି l ଆଜି ଏନେଇ କିଏ କଣ କହିଲେ ନଜର ପକାନ୍ତୁ l
1- ଅସନ୍ତୋଷ କଂଗ୍ରେସ ନେତା…
କାହ୍ନୁଚରଣ କହିଲେ ମୁଁ ଯାହା କହିବା କଥା ଦିଲ୍ଳୀରେ କହିବି l
ଆମର ବିଶ୍ବାସ କଂଗ୍ରେସର ଖରାପ ସମୟରେ ସେ ସ୍ପଷ୍ଟ ମତ ରଖିବେ l
ତାରା ଓ ସୁରଙ୍କୁ ଟାର୍ଗେଟ କଲେ ନିରଞ୍ଜନ ବିରୋଧୀ l କହିଲେ ତାରା ଓ ସୁରଙ୍କ ଏଭଳି ହାଲକା ମନ୍ତବ୍ୟ ଯୋଗୁ ଆଜି କଂଗ୍ରେସର ଏ ସ୍ଥିତିl l
ତାରାଙ୍କୁ ପ୍ରଶ୍ନ l ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବାବେଳେ ସେ କାହା ପଇସାରେ ଦିଲ୍ଲୀ ଯାଇଥିଲେ l ତାରାଙ୍କ ଦଳ ବଦଳର ଅଭ୍ୟାସ ଅଛି…
2- କାହ୍ନୁଚରଣ ଲେଙ୍କାଙ୍କ ବରିଷ୍ଠ କଂଗ୍ରେସ ନେତା
ବର୍ତ୍ତମାନ ରାଜ୍ୟ କଂଗ୍ରେସର ସ୍ଥିତି ଅତି ଖରାପ l ଯାହାକୁ ଭାଷାରେ କହି ହେବ ନାହିଁ l ତେଣୁ କଂଗ୍ରେସ ଲୋକ ବ୍ୟତିବ୍ୟସ୍ତ ଓ ବ୍ୟଥିତ l କଂଗ୍ରେସର ଏପରି ଅବସ୍ଥା କେବେ ଅତୀତରେ ଆସି ନଥିଲା, ଯାହା ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆସିଛି l କଂଗ୍ରେସ ପାଇଁ କାମ କରୁଥିବା ଯୁବକଙ୍କୁ ବେ କଂଗ୍ରେସର କହିବା ଠିକ୍ ନୂହେଁ l ନିରଞ୍ଜନ ବାବୁ କେବେ ଏ ସ୍ତରକୁ ଆସିବା ଉଚିତ୍ ନଥିଲା l ନିରଞ୍ଜନଙ୍କ କଥା ସ୍ପଷ୍ଟ ହେଉ ନାହିଁ l ସେ ପରୋକ୍ଷରେ କହୁଛନ୍ତି ନିଜେ ସଭାପତି ସ୍ଥିର କରିବେ l ନିଜ ଗୋଷ୍ଠୀରୁ ଜଣଙ୍କୁ କରିବାକୁ ଚେଷ୍ଟା କରୁଥିବେ l ମୁକିମ ଥିଲେ ନିରଞ୍ଜନଙ୍କ ନିଜ ଲୋକ l
3- ମହମ୍ମଦ ମୋକିମ, କଂଗ୍ରେସ ବିଧାୟକ
ପିସିସି ପରିବର୍ତନ ନେଇ ଏତେ ଦିନର ନୀରବତା ପରେ ମୁହଁ ଖୋଲିଲେ ମୋକିମ l ଯୁବ ନେତୃତ୍ୱ ହିଁ କଂଗ୍ରେସ ଦଳକୁ ରକ୍ଷା କରିପାରିବ l ଜଣେ ଯୁବ ନେତା ଦାୟିତ୍ୱ ନେଲେ ଓଡ଼ିଶାରେ କଂଗ୍ରେସ ଆଗକୁ ବଢି ପାରିବ lବରିଷ୍ଠ ନେତାଙ୍କୁ ସାଙ୍ଗରେ ମଧ୍ୟ ନେଇକି ଯିବାକୁ ପଡ଼ିବ l

ମୋ ବସର ଯାତ୍ରୀ ହେଲେ ମୁଖ୍ୟମନ୍ତ୍ରୀ…

0

ଭୁବନେଶ୍ୱର : ମୋ ବସର ଯାତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆଜି ମୋ ବସସେବାକୁ ପୁରିଲା ବର୍ଷେ ! ଭୁବନେଶ୍ୱର-କଟକ-ପୁରୀକୁ ଗଡୁଛି ମୋ ବସ l ବର୍ଷେ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ମୋ ବସରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି !
ମୋ ବସ ଆରମ୍ଭର ପ୍ରଥମ ଯାତ୍ରୀ ହୋଇଥିବା ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ମୋ ବସରେ ଆସିଥିଲେ l ବସରୁ ସିଧା ଓଲ୍ହାଇ ଜୟଦେବ ଭବନ ଆସିଥିଲେ ମୁଖ୍ୟମନ୍ତ୍ରୀ l
ଜୟଦେବ ଭବନରେ ହେଉଥିବା ମୋ ବସର ପ୍ରଥମ ଆନିଭରସାରୀରେ ଯୋଗ ଦେଇଛନ୍ତି ! ମୋ ବସର ସଫଳତାକୁ ନେଇ ଭିଡ଼ିଓ ଡକୁମେଣ୍ଟାରୀ ପ୍ରଦର୍ଶ୍ରିତ ହୋଇଛି ! ଯାହାର କଥା ବସ୍ତୁ ହେଉଛି, ” The way we moved” ! ମୋ ବସ ମାସ୍କଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ! କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇଁ ମୋ ବସର କର୍ମଚାରୀଙ୍କୁ ଉଚ୍ଚପ୍ରଂଶସା କରିବା ସହିତ ସମ୍ମାନିତ କରିଛନ୍ତି ! କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରତାପ ଜେନା, ପ୍ରମୁଖ ଶାସନ ସଚିବ, କ୍ରୁଟ(CRUT) ଭିସି ଅରୁଣ ବୋଥ୍ରା, ଓଏସଡ଼ିଏ ଚେୟାରମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ l

20018 ନଭେମ୍ବର 6 ପ୍ରଥମଥର ଲାଗି ଭୁବନେଶ୍ୱରରେ ଗଡିଥିଲା ମୋ ବସ ! ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଓ ପୁରୀରେ ଗଡିଥିଲା ମୋ ବସ ! ପ୍ରତିଦିନ 21 ରୂଟରେ 200ଟି ମୋ ବସ ଗଡୁଛି ! 50 ଟି ଏସି ଓ 150ଟି ନନ ଏସି ବସ ଚଳାଚଳ କରୁଛି !

ବିଜେଡ଼ରେ ଭି. ରବି ନାରାୟଣ ରାଜୁ..

0

ଭୁବନେଶ୍ୱର : ବିଜେଡିର ମିଶିଲେ ଭି. ରବି ନାରାୟଣ ରାଜୁ। କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଇଛନ୍ତି । ତାଙ୍କ ସହ ଦିଗପହଣ୍ଡିର 500 କଂଗ୍ରେସ କର୍ମୀ ବି ମିଶିଲେ। 2009ରେ ଦିଗପହଣ୍ଡିରୁ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ରାଜୁ। ପୂର୍ବରୁ ଦୁଇ ଦୁଇ ଥର ଦିଗପହଣ୍ଡି nac ଅଧ୍ୟକ୍ଷ ବି ଥିଲେ। କଂଗ୍ରେସରେ କିଛି କାର୍ଯ୍ୟକ୍ରମ ନାହିଁ। ନବୀନଙ୍କ ଆଦର୍ଶ ଓ ଭଲ କାମ ପାଇଁ ବିଜେଡ଼ରେ ମିସିଥିବା କହିଲେ। ଯିଏ ହି ବିକାଶ ପାଇଁ କାମ କରିବ, ତାକୁ ସମର୍ଥନ ମିଳିବ l ନବୀନ ନିବାସରେ ନିଜର ସମର୍ଥକଙ୍କ ଶୋଭାଯାତ୍ରାରେ ଆସି ମିଶିଥିଲେ l

ପ୍ରଣବ ନିଆରା ଜନଶୁଣାଣି : ପଂଚାୟତରେ କଲେ ରାତ୍ରିଯାପନ, ବୁଝିଲେ ଲୋକଙ୍କ ଦୁଃଖ..

0

ଯାଜପୁର : ରାଜଧାନୀ ଛାଡ, ନିର୍ବାଚନ ମଣ୍ଡଳିରେ ଅଧିକ ସମୟ କାଟ l ଲୋକଙ୍କ ସୁଖ ଦୁଃଖରେ ସାମିଲ ହୁଅ l ରାତିରେ ଜିଲ୍ଲାରେ ରାତ୍ରିଯାପନ କର l ମନ୍ତ୍ରୀ, ସାଂସଦ, ବିଧାୟକ ଓ ସଚିବଙ୍କୁ ଏପରି ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯାହାକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ନବୀନ ସବୁଠାରୁ ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ l ନିଜର ପୁରା ବ୍ୟସ୍ତ ସମୟ ଭିତରେ ପ୍ରଣବ ଯେତେ ବେଳେ ସମୟ ପାଆନ୍ତି ସେତେବେଳେ ତାଙ୍କ ଗାଡି ରାଜଧାନୀରୁ ଯାଜପୁର ମୁହାଁ ହୁଏ l ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁଖ ଦୁଃଖରେ ସାଥି ହେବା ପାଇଁ ବିଧାୟକଙ୍କ ଦିନ ରାତି ସବୁ ସମାନ l ଯେଉଁଥି ପାଇଁ ବେଳେ ଭୁବନେଶ୍ୱର ରୁ ଯାଜପୁର 3ରୁ ଅଧିକ ଥର ପ୍ରଣବ ଯିବା ଆସିବା କରିଛନ୍ତି l ନିଜ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟ ସହ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝନ୍ତି l ଯେଉଁଠି ପାଇଁ ସେ ବିଧାୟକ ଭାବେ ନୁହେଁ ଭାଇ ଭାବେ ବେଶ ପରିଚିତ ନିଜ ଯାଜପୁର ବିଧାନସଭା କ୍ଷେତ୍ରରେ l
କାଳୀପୂଜା ସମୟରେ ଯେତେବେଳେ ପୁରା ଯାଜପୁର ଉତ୍ସବ ମୁଖର l ହଜାର ହଜାର ଲୋକଙ୍କ ସୁଅ ଛୁଟୁଛି ଯାଜପୁରକୁ ଠିକ ସେତିକି ବେଳେ ପ୍ରଣବ ବେରୁଦା ପଂଚାୟତର ନେଉଳିପୁର ଗାଁ ରେ ଅଧା ରାତି ଯାଏଁ ଜନଶୁଣାଣି କରିଛନ୍ତି l ଜଣେ ଯୁବ ବିଧାୟକଙ୍କ ଏପରି କାର୍ଯ୍ୟ ଏବେ ପୁରା ଯାଜପୁର ନୁହେଁ, ରାଜଧାନୀରେ ବି ଚର୍ଚ୍ଚାର ବିଷୟ l ଜନ ଶୁଣାଣି ବେଳେ ବିଧାୟକ ଲୋକଙ୍କ ସମସ୍ୟା କିପରି 48ଘଣ୍ଟାରେ ଦୂର ହେବ ସେ ନେଇ ସ୍ଥାନୀୟ ପ୍ରତିନିଧିଙ୍କୁ ନିର୍ଦେଶ ଦେଇଥିଲେ l ଶୁଣାଣି ବେଳେ ବିଧାୟକ ଲୋକଙ୍କୁ ପଚାରିଥିଲେ ନିର୍ବାଚନ ଯାହା ପ୍ରତିଶୃତି ଦିଆଯାଇ ଥିଲା ତାହା ପାଳନ ହୋଇଛି କି ନାହିଁ l ଯାହା ହୋଇନାହିଁ ତାହା କିପରି ହେବ ତାହା ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ l
ମୁଖ୍ୟମନ୍ତ୍ରୀ ନିର୍ଦେଶ ଓ ବବିଙ୍କ ରାତିରେ ଜନ ଶୁଣାଣି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛି l

ଆଜି ପୁଣି ଅଶାନ୍ତ ହେଲା କାରଖାନା ପରିସର

0

କଳିଙ୍ଗନଗର: କଳିଙ୍ଗନଗର ଶିଳ୍ପାଞ୍ଚଳର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବୋଲାଉଥିବା ନୀଳାଚଳ ଇସ୍ପାତ ନିଗମରେ ଆଜି ପୁଣି ଶ୍ରମିକ ଅଶାନ୍ତି ଦେଖାଦେଇଛି । ଗତକାଲି କାରଖାନାର କର୍ମଚାରୀମାନେ ଅଧିକାରୀ ମାନଙ୍କୁ ଘେରିଥିବା ବେଳେ ଆଜି କାରଖାନାର ସହସ୍ରାଧିକ ଠିକା କର୍ମଚାରୀ ସଖାଳୁ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ବହୁ ବର୍ଷ ଧରି ନିମ୍ନତମ ମଜୁରୀରେ ଖଟୁଥିବା ଶ୍ରମିକଙ୍କ ମଧ୍ୟରେ ନିଜ ମାସିକ ଦରମାକୁ ନେଇ ପ୍ରତିବାଦର ସ୍ବର ଉଠିଛି । ଆଜି ସଖାଳୁ ସହସ୍ରାଧିକ ଠିକା କର୍ମଚାରୀ ଯୋଜନାବଦ୍ଧ ହୋଇ କାରଖାନାର ମୂଖ୍ୟ ଫାଟକ ସହ ମେଟେରିଆଲ୍ ଓ ରେଲ୍ବେ ଫାଟକ ବନ୍ଦ କରି ରଖିଛନ୍ତି । ଫଳରେ ସକାଳ ସିଫ୍ଟ୍ ରେ କାରଖାନାକୁ ଯାଉଥିବା କର୍ମଚାରୀ କାରଖାନା ଭିତରକୁ ଯାଇପାରି ନାହାନ୍ତି । ଧାରଣରେ ବସିଥିବା ଶ୍ରମିକଙ୍କ ମଧ୍ୟ ଅନୁରୂପ ଦାବି । ଫରନେସ୍ କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା, ନିର୍ଦ୍ଧାରିତ ସମୟରେ ଦରମା ଦେବା,ଶ୍ରମିକଙ୍କୁ ବୋନସ୍ ପ୍ରଦାନ ଇତ୍ୟାଦି । କାରଖାନାର ଉତ୍ପାଦନ କ୍ଷେତ୍ରରେ ହେଉ କିମ୍ୱା ରକ୍ଷଣାବେକ୍ଷଣ କ୍ଷେତ୍ର ସମସ୍ତ ଦିଗରେ ଏହି ଠିକା କର୍ମଚାରୀ ମାନଙ୍କ ଭୂମିକା ସର୍ବଦା ଆଗରେ ଥାଏ । ସବୁ କ୍ଷେତ୍ରରେ ଆଗୁଆ ଥିବା ଶ୍ରମିକମାନେ ବହୁ ସମୟରେ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଠିକାଦାର ମାନଙ୍କଦ୍ବାରା ଶୋଷଣର ଶିକାର ହେଉଛନ୍ତି । ଏହି କ୍ରମରେ ଦୀର୍ଘ ଦିନ ଧରି ଲାଗିରହିଥିବା ଶ୍ରମିକ ଅଶାନ୍ତି ଆଜି ଶେଷରେ ଉଗ୍ରରୂପ ନେଇଛି । ଆନ୍ଦୋଳନକାରୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ନେତୃତ୍ବ ନେଉଥିବା ବହୁ ଶ୍ରମିକ କହିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news