କଥା ଦେଇ କଥା ରଖିଲେ ପ୍ରଣବ : ବିଧାୟକଙ୍କୁ ସବୁ ମହଲରୁ ପ୍ରଶଂସା

- Advertisement -

ଭୁବନେଶ୍ୱର : କଥା କମ କାମ ଅଧିକ । ଏହି ନୀତିରେ ଆଜକୁ ୧୯ବର୍ଷ ଧରି ଓଡ଼ିଶାରେ ଚାଲିଛି ବିଜୁ ଜନତା ଦଳ ସରକାର । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେବେଳେ ଯାହା କହନ୍ତି ତାହାକୁ ଅକ୍ଷର ଅକ୍ଷର ପାଳନ କରନ୍ତି । ଯେଉଁଥି ପାଇଁ ୫ଥର ମୁଖ୍ୟମନ୍ତ୍ରୀ ଆସନରେ ଓଡ଼ିଶାବାସୀ ତାଙ୍କୁ ବସାଇଛନ୍ତି । ସୁପ୍ରିମୋଙ୍କ ନୀତି ଓ ଆର୍ଦଶରେ ଅନୁପ୍ରାଣିତ ଓ ନବୀନଙ୍କ ଅତି ବିଶ୍ୱସ୍ତ ବିଜେଡିି ସାଧାରଣ (ସଂଗଠନ) ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ନିର୍ବାଚନୀ ମଣ୍ଡଳୀରେ ନବୀନଙ୍କ ନୀତିକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି । ଯେଉଁଥି ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତି ଏବେ କୁହାକୁହି ହେଉଛନ୍ତି ବିଧାୟକ ଯାହା କହନ୍ତି ତାହା କରନ୍ତି । ନବୀନଙ୍କ ନିର୍ଦ୍ଦେଶ ଓ ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ସବୁବେଳେ ତତପର । ନିଜ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଂଚାୟତରେ ମୋ ସରକାର କାର୍ଯ୍ୟକ୍ରମର ପ୍ରସାର ପ୍ରଚାର କରୁଛନ୍ତି ପ୍ରଣବ । ବିଭିନ୍ନ ପଂଚାୟତରେ ରାତ୍ରୀଯାପନ କରି ପ୍ରଣବ ଜନ ଶୁଣାଣୀ କରୁଛନ୍ତି । ଲୋକଙ୍କର କଣ ରହିଛି ସମସ୍ୟା ଓ କିପରି ଏହାର ସମାଧାନ ହେବ ତାହା ଉପରେ ଗୁରୁତ୍ୱ ଦିଅନ୍ତି । ଘଣ୍ଟା ଘଣ୍ଟା କାଳ ଲୋକଙ୍କ ସହ ଆଲୋଚନା କରନ୍ତି ମଧ୍ୟ । ତାହାପରେ ତାଙ୍କ ମୁହଁରୁ ପଦେ ଶଦ୍ଦ ବାହାରେ ‘ ଓକେ ଡ଼ନ’ । ଆଉ ତାପରେ ଆରମ୍ଭ ହୋଇଯାଏ ପ୍ରକ୍ରୀୟା । ନିକଟରେ ଯାଜପୁର ବିଧାୟକ ମୋ ସରକାର କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର ପାଇଁ ଯାଜପୁର ବ୍ଲକର ବେରୁଦା ପଂଚାୟତରେ ରାତ୍ରୀଯାଜପନ କରିଥିଲେ । ଏହି ପଂଚାୟତର ନେଳିପୁର ଗ୍ରାମବାସୀମାନେ ବିଧାୟକଙ୍କୁ ସ୍ୱାସ୍ଥ୍ୟସେବା ସମସ୍ୟା ସର୍ମ୍ପକରେ ଅବଗତ କରିଥିଲେ । କିପରି ଲୋକମାନେ ହଇରାଣ ହେଉଛନ୍ତି ସ୍ୱାସ୍ଥ୍ୟସେବା ପାଇବାରୁ । ବାସ ଏହାପରେ ସେହି ଗାଁରେ କିପରି ଭାବ ଚିକିତ୍ସାଳୟ କରାଯାଇ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ପ୍ରଣବ ପ୍ରୟାସ ଆରମ୍ଭ କରିଥିଲେ । ଯାହା ଫଳ ଆଜି ଦେଖିବାକୁ ମିଳିଛି ନେଳିପୁର ଗ୍ରାମରେ । ନେଳିପୁର ଗ୍ରାମରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଭାବଗ୍ରାହି ଚିକିତ୍ସାଳୟ ଉଦଘାଟନ କରିଛନ୍ତି । ଏହି ଭାବଗ୍ରାହି ଚିକିତ୍ସାଳୟରେ ପ୍ରଥମେ ବିଧାୟକ ନିଜର ସ୍ୱାସ୍ଥ୍ୟ ବି ପରୀକ୍ଷା କରିଥିଲେ । ବିଧାୟକଙ୍କ ଏପରି କାମକୁ ବେଶ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles