ପ୍ରଣବଙ୍କୁ ମଙ୍ଗ ଧରାଇଲେ ନବୀନ : ମିଳିଲା ଗୁରୁ ଦାୟିତ୍ୱ..

- Advertisement -

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ, କେନ୍ଦ୍ରାପଡ଼ା ନିର୍ବାଚନ , ମୟୁରଭଞ୍ଜ ସଂଗଠନ ଦାୟିତ୍ୱ ହେଉ ଅବା ଯେଉଁ ଜିଲ୍ଲାର ବିଜେଡି ସଂଗଠନ ସଜାଡ଼ିବା ଦାୟିତ୍ୱ l ବିଜେଡି ସୁପ୍ରିମୋ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ତାହାକୁ ସେ ସଠିକ ଭାବେ ତୁଲାଇଛନ୍ତି l ଯେଉଁଥି ପାଇଁ ସେ ନବୀନଙ୍କ ଆସ୍ଥା ଜିଣିଛନ୍ତି l ଯାହାର ପୁରସ୍କାର ପ୍ରଣବଙ୍କୁ ଆଜି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ପ୍ରଥମଥର ପାଇଁ ବିଜେଡିରେ ସାଧାରଣ (ସଂଗଠନ ) ସମ୍ପାଦକ ପଦବୀ ଆରମ୍ଭ କରି ପ୍ରଣବକୁ ଗୁରୁ ଦାୟିତ୍ୱ ଦେଇଛନ୍ତି ନବୀନ l ଦଳପ୍ରତି ପ୍ରଣବଙ୍କ ଆନୁଗତ୍ୟ ଓ ନିଜର କାମ କରିବାର ଦକ୍ଷତା ଯୋଗୁଁ ବିଜେଡି ସୁପ୍ରିମୋ ଯୁବ ବିଧାୟକ ପ୍ରଣବଙ୍କୁ ସଂଗଠନର ମଙ୍ଗ ଧରାଇଛନ୍ତି l
ନବୀନଙ୍କ ନିର୍ଦେଶରେ ବିଜେଡିକୁ ରାଜ୍ୟରେ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରଣବ ପ୍ରକାଶ ଦାସ (ବବି ) ଦିନରାତି ଏକ କରି ଦଳ ପାଇଁ କାମ କରନ୍ତି l ଦଳର ବରିଷ୍ଠ, ଯୁବ, ଛାତ୍ର, ମହିଳା ସଂଗଠନକୁ ସାଥିରେ ନେଇ ନବୀନଙ୍କ ଅର୍ଜୁନ ଭାବେ ପ୍ରଣବ ସବୁବେଳେ କାମ କରିଆସିଛନ୍ତି l ଯେତେବେଳେ ବି ଯେଉଁଠି ସଂଗଠନ ମଜବୁତ କରିବା ପାଇଁ ଆବଶ୍ୟକ ପଡେ ସେତେବେଳେ ନବୀନ ସେଠାକୁ ପ୍ରଣବଙ୍କୁ ପଠାଇଥାନ୍ତି l ପ୍ରଣବ ବି ନବୀନଙ୍କ ନିର୍ଦେଶ ଅନୁସାରେ କାମ କରନ୍ତି ଓ ସଂଗଠନ ସଜାଡି ଦିଅନ୍ତି l ଯେଉଁଥି ପାଇଁ ନବୀନଙ୍କ ସେ ବିଶ୍ୱାସ ଜିଣିଛନ୍ତି l ନିର୍ବାଚନ ସମୟ ହେଉ ଅବା ବିଧାନସଭା ରେ ଯେତେବେଳେ ଦଳକୁ ବିପଦ ଆସେ ସେତେବେଳେ ପ୍ରଣବ ଉଭା ହୁଅନ୍ତି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେବେଳେ ଯେଉଁ ରଣନୀତି ପ୍ରସ୍ତୁତ କରନ୍ତି ତାହାକୁ ସଠିକ ଭାବେ କାର୍ଯ୍ୟକାରୀ କରନ୍ତି ପ୍ରଣବ l କେତେବେଳେ ବି ପଦ ପଦବୀ ମୋହ ନଥାଏ ତାଙ୍କର l ନିଜ ନିର୍ବାଚନ ମଣ୍ଡଳୀ ଅପେକ୍ଷା ସେ ସବୁବେଳେ ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହନ୍ତି l ତାହା ସହ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିଜର ସଂଗଠନିକ ଦାୟିତ୍ୱ କିଛି ନେତାଂକୁ ନ୍ୟସ୍ତ କରି ସେ ରାଜ୍ୟ ସଂଗଠନ ପାଇଁ ସବୁବେଳେ କାମ କରିଥାନ୍ତି l
ପ୍ରଥମଥର ପାଇଁ ସଂଗଠନ ସମ୍ଫାଦକ ପଦବୀ ଆରମ୍ଭ କରିଛି ଏଥିରେ ଦଳର ସଂଗଠନ ଆହୁରି ମଜବୁତ ହେବ ବୋଲି ବିଜେଡି ନେତାଏ କହିଛନ୍ତି l ଆଗକୁ ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ l ତେଣୁ ପ୍ରଣବଙ୍କ ହାତରେ ଦଳର ସଂଗଠନ ଦାୟିତ୍ୱ ନବୀନ ଦେବା ପରେ ବିରୋଧୀ ଚିନ୍ତାରେ ପଡିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles