ଭୁବନେଶ୍ୱର :ପୁଣି ପିପିଲି ବିଧାୟକ ପ୍ରଦୀପ ମହାରଥୀ ବିଧାନସଭାରେ ବିରୋଧୀଙ୍କ ପରି ପ୍ରଶ୍ନ କରି ଘାଇଲା କରିଛନ୍ତି ମନ୍ତ୍ରୀ ସମୀର ଦାସଙ୍କୁ l ତେବେ କଣ ପଚାରିଲେ ପ୍ରଦୀପ ଓ କି ଉତ୍ତର ଦେଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ନଜର ପକାନ୍ତୁ…
ପ୍ରଶ୍ନ-1-ସ୍କୁଲରେ ପାଇଖାନା ଅଛି ଯଦି ପାଣି ବ୍ୟବସ୍ଥା ଅଛି କି? ସଫା ପାଇଁ sweeper ଅଛି କି?
ଉତ୍ତର – ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
1- Sweeper ପାଇଁ ବିଭାଗ ବିଚାର କରିନି। ହେଲେ ସବୁ ସ୍କୁଲରେ ପାଣିର ବ୍ୟବସ୍ଥା ଅଛି। ହୁଏତ overhead tank ନ ଥାଇପାରେ, ହେଲେ tubewell ମାଧ୍ୟମରେ ପାଣି ଯୋଗାଇ ଦିଆଯାଇଛି। ସଫା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଯିଏ ବ୍ୟବହାର କରୁଛି, ଶିକ୍ଷକ, ଛାତ୍ର ବା ଅନ୍ୟ ଯିଏ ବି, ସେମାନେ ନିଜେ ସଫା କରିବାକୁ ମୁଁ ଅନୁରୋଧ କରୁଛି
ବିଧାନସଭାରେ କଣ ପ୍ରଶ୍ନ କଲେ ମହାରଥୀ : କି ଉତ୍ତର ଦେଲେ ମନ୍ତ୍ରୀ ସମୀର
ଦରବୃଦ୍ଧିକୁ ବିଧାନସଭାରେ ମାନିଲେ ଯୋଗାଣ ମନ୍ତ୍ରୀ..
ଭୁବନେଶ୍ୱର : ରୋଷେଇ ତେଲ, ଡାଲି, ଆଳୁ, ପିଆଜ ଦର ବୃଦ୍ଧି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଖବର ଥିବା ଗୃହରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ। ଏହା ଜାତୀୟ ସମସ୍ୟା। କାରଣ ପଡୋଶୀ ରାଜ୍ୟ ଉପରେ ଓଡ଼ିଆ ନିର୍ଭରଶୀଳ। ସେମାନଙ୍କ ଦର ନିର୍ଦ୍ଧାରଣର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼େ। ଦର ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା-
ରାଜ୍ୟ ସରକାର ବ୍ୟବସାୟୀଙ୍କ ସହ ବୈଠକ କରି ଦର ନିୟନ୍ତ୍ରଣ ପନ୍ଥା ନିଅନ୍ତି।
ଜିଲ୍ଲାପାଳ ଓ ବ୍ୟବସାୟୀ ବୈଠକରେ ସୁଲଭ ମୂଲ୍ୟ ଉପରେ ଦୃଷ୍ଟି ରଖିବା ପଦକ୍ଷେପ ସହ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି।ଆଳୁ ପିଆଜ ପାଇଁ Storage Control Order ଲାଗୁ ହୋଇଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରଖି 100 କୋଟି ଟଙ୍କାର Price Stabilization Fund ଗଠନ କରାଯାଇଛି।ସୁଲଭ ଦରରେ ପିଆଜ ବିକୁଛନ୍ତି ରାଜ୍ୟ ସରକାର।ମାପ ଓ ଓଜନରେ ଅସାଧୁ ଉପାୟ ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି। 2018-19ରେ 5466 ମାମଲା ରୁଜୁ ହୋଇ 1କୋଟି7ଲକ୍ଷ32ହଜାର900 ଟଙ୍କା ଜରିମାନା ଆଦାୟ ହୋଇଛି।2017-18ରେ 6737 ମାମଲା ରୁଜୁ ହୋଇ 1କୋଟି49ଲକ୍ଷ58ହଜାର650 ଟଙ୍କା ଆଦାୟ ହୋଇଛି
ମନ୍ତ୍ରୀ ଥିଲେ ଲବିରେ : ସୁଯୋଗ ଦେଖି ଘେରିଲେ ବିରୋଧୀ..
ଭୁବନେଶ୍ୱର :ଲବିରୁ ଦଉଡି ଆସିଲେ ୪ମନ୍ତ୍ରୀ ଓ ଶାସକଦଳର ଅନେକ ବିଧାୟକ । ହେଲେ କାହିଁକି l କାରଣ ଗୃହରେ ଉପସ୍ଥିତ ରହୁ ନାହାନ୍ତି ମନ୍ତ୍ରୀ
ଓ ବିଧାୟକମାନେ ଏପରି ଅଭିଯୋଗ ଆଣି ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରିବା ପରେ ଛନକା ପଶିଥିଲା ଶାସକ ଦଳ ଭିତରେ l ଯେଉଁଥି ପାଇଁ ଲବି ଛାଡି ଗୃହକୁ ଆସିଥିଲେ l ଏହାପରେ ବାଚସ୍ପତିଙ୍କ ନିର୍ଦ୍ଦେଶ ଦେଇଥିଲେ ଯେ ଗୃହ କାର୍ଯ୍ୟ ଚାଲିବା ବେଳେ କିଛି ଜଣ ମନ୍ତ୍ରୀ ରହିବା ଦରକାର । ସରକାରୀଦଳ ମୁଖ୍ୟ ସଚେତକ ଏ ଦାୟିତ୍ଵ ନେବା କଥା । ବିରୋଧୀ ଉଠାଇଥିବା ପ୍ରଶ୍ନ ସଠିକ l ଆଜି ଶୁନ୍ୟକାଳରେ ଉପସ୍ଥିତ ରହିନଥିଲେ ଜଣେ ମନ୍ତ୍ରୀ । ତେଣୁ ବିଧାନସଭା ଚାଲିଥିବା ସମୟରେ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବା ପାଇଁ ସରକାରୀ ମୁଖ୍ୟ ସଚେତକଙ୍କୁ ନିର୍ଦେଶ ଦେଇଥିଲେ ବାଚସ୍ପତି l
ଆମେ ବହୁତ ଖୁସି : ବିଷ୍ଣୁ ସେଠୀ, ବିଜେପି ଉପନେତା
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିକୁ ପ୍ରସଂଶା କରିବା ପ୍ରସଙ୍ଗ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗୃହରେ ନିଜର ମତ ରଖିଛନ୍ତି l ସେ କହିଛନ୍ତି ଯେ ସଂସଦୀୟ ବ୍ୟବସ୍ଥା କଣ ହେବ ତାହାର ଉଦାହରଣ ଦେଇ ବିଜେଡିକୁ ପ୍ରଧାନମନ୍ତ୍ରୀ ପ୍ରସଂଶା କରିଛନ୍ତି। ସାରା ଦେଶରୁ ନବୀନଙ୍କୁ ପ୍ରସଂଶାର ସୁଅ ଛୁଟୁଛି। ବିଜେଡି ଉପରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରତିକ୍ରିୟା। ସଂଘୀୟ ବ୍ୟବସ୍ଥା ରେ ପ୍ରସଂଶା କରିବା ଉଚିତ। କେବଳ ରାଜ୍ୟ ସଭାରେ ନୁହେଁ ଜାପାନରେ ମଧ୍ୟ ଫନି ପାଇଁ ଓଡିଶା ସରକାରଙ୍କୁ ପ୍ରସଂଶା କରିଥିଲେ। ବିଜେଡି ଯଦି ସାର୍ଟିଫିକେଟ ପାଇଁ ଖୁସି ତାହାହେଲେ ଏ ପ୍ରସଂଶାରେ ଆମେ ବହୁତ ଖୁସି ବୋଲି ବିଜେପି ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି l
ସ୍ମିତାରାଣୀ କଥା ଉଠିଲା ବିଧାନସଭାରେ…
ଭୁବନେଶ୍ୱର : ପୁଣି ସ୍ମିତାରାଣୀ ପ୍ରସଙ୍ଗ ଉଠିଲା ବିଧାନସଭାରେ। ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରୂପେଶଙ୍କ ସମେତ ଆହୁରି କେତେକ ଲୋକ ସାମିଲ ଅଛନ୍ତି। ସେମାନଙ୍କୁ ତଦନ୍ତ ପରିସର କାହିଁକି କରାଯାଉନି। କେଉଁ ଦବଙ୍ଗ ବିଧାୟକଙ୍କ ଚାପରେ ତଦନ୍ତ ହେଉନି କି। ରୂପେଶଙ୍କ ଆକାଉଣ୍ଟରୁ କେଉଁ କେଉଁ ଏମଏଲଏ,ଏମପି ଙ୍କୁ ଯାଇଛି ତାହାର ତଦନ୍ତ ହେଉ।
ଦୁଃଖ ପ୍ରକାଶ କଲେ ବାଚସ୍ପତି : ବିରୋଧୀ ଦଳ ନେତା କହିଲେ ଏହା ତାଙ୍କର ଉଦାରତା
ଭୁବନେଶ୍ୱର :ଭୁଲ ମାଗିଲେ ବାଚସ୍ପତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗତକାଲି ବିବୃତ୍ତି ଦେଉଥିବା ବେଳେ ଗୃହକୁ ବନ୍ଦ କରି ଦେଇଥିଲେ। ସେ ପ୍ରସଙ୍ଗରେ ବାଚସ୍ପତି ନିଜ ସ୍ପଷ୍ଟୀକରଣ ରଖିଲେ। ଭୁଲ ବୁଝାମଣା ଯୋଗୁଁ ସେ କହୁଥିବା ବେଳେ ଗୃହକୁ ବନ୍ଦ କରିଦେଇଥିଲି। ଏଥିପାଇଁ ମୁଁ ଦୁଃଖ ପ୍ରକାଶ କରିଛି ବୋଲି ବାଚସ୍ପତି ଗୃହରେ କହିଲେ। ସେପଟେ ବିରୋଧୀ ଦଳ ନେତା କହିଲେ, ଏହା ବାଚସ୍ପତିଙ୍କ ଏହା ଉଦାରତା, ସିଏ ଭୁଲ ମାଗିଛନ୍ତି l
ଦାମ ଭୂମିକାରେ ମହାରଥୀ : ମନ୍ତ୍ରୀ ପ୍ରତାପଙ୍କୁ ମାରିଲେ ତେରେଛା ବାଣ
ଭୁବନେଶ୍ୱର : ଦାମ ଭୂମିକାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ l ଶାସକ ଦଳର ବିଧାୟକ ହୋଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗୃହରେ ଘେରିଛନ୍ତି l ମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ନବୀନଙ୍କ ନାଁରେ ପାର ହୁଅନାହିଁ l କଣ କରି l ମହାରଥୀ କହିଛନ୍ତି ଯେ ପଞ୍ଚାୟତିରାଜମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ 2020 ସୁଦ୍ଧା ରାଜ୍ୟର ପ୍ରତି ଘରକୁ ପାନୀୟ ଜଳ ଯୋଗାଇବାର ପ୍ରତିଶୃତି ଦେଇଥିଲେ। ସେହି ପରିପ୍ରେକ୍ଷୀରେ ମୋର ପ୍ରଶ୍ନ ହେଉଛି ଯେ ମନ୍ତ୍ରୀ ବାରମ୍ବାର ତୁରନ୍ତ କାମ କହୁଥିବା କଥା କହୁଛନ୍ତି ତାର ସଂଜ୍ଞା କଣ? ବାକିଥିବା 27882 କେଉଁ ପଦ୍ଧତିରେ, କେନ୍ଦ୍ର ନା ରାଜ୍ୟ ଯୋଜନାରେ ପାନୀୟ ଜଳ ଯୋଗାଇବେ? କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ପାର ହେଲେ ଚାଲିବ ନାହିଁ ବୋଲି କହି କଟାକ୍ଷ କରିଛନ୍ତି l ଯାହା କିଛି ସମୟ ମନ୍ତ୍ରୀଙ୍କୁ ଚିନ୍ତାରେ ପକାଇଥିଲା l କାରଣ ମହାରଥୀ କହିଥିଲେ ଯେ ପ୍ରତାପ ବାବୁ ପରିବା ମନ୍ତ୍ରୀ ଓ ସାରା ଦେଶରେ ପୁରସ୍କାର ପାଇଛନ୍ତି l ଏହି ସମୟରେ ମନ୍ତ୍ରୀ ଅରୁଣ ସାହୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ କଥା ହେଉଥିବାରୁ ପ୍ରଦୀପ ମହାରଥୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ କଟାକ୍ଷ କରିଥିଲେ l ଅରୁଣ ଜଣେ ବିଶ୍ୱକାଳ ମନ୍ତ୍ରୀ l ବିଧାୟକ ପ୍ରଦୀପ ମହାରଥୀ ବିଧାନସଭାରେ ବିରୋଧୀ ପରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସମାଲୋଚନା କରିବା ପରେ ମନ୍ତ୍ରୀ ବି ନିଜ ଢଙ୍ଗରେ ଉତ୍ତର ରଖିଥିଲେ l ପଞ୍ଚାୟତ ରାଜମନ୍ତ୍ରୀ ପ୍ରତାପ ଜେନା ନିଜ ଉତ୍ତରରେ କହିଥିଲେ ଯେ 2024-25 ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା କଥା କହିଥିଲୁ। ଏ ନେଇ କାମ ଆରମ୍ଭ ହେଲାଣି। 2020 ମାର୍ଚ୍ଚ ସୁଦ୍ଧା ସହରାଞ୍ଚଳର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା କଥା କହିଥିଲୁ। ପ୍ରତି ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରୁଛନ୍ତି। 17372 କୋଟି ଟଙ୍କା ବ୍ୟୟବରାଦ ହୋଇଛି। କେନ୍ଦ୍ର କେବଳ 549 କୋଟି ଟଙ୍କା ଦେଇଛି। ସେହି ଅନୁସାରେ କାମ ଚାଲିଛି। ତୁରନ୍ତ ସମାଧାନ ହେବାର ଅର୍ଥ ହେଉଛି ମରାମତି, ପୁଣି ପାଇପ ଲଗାଇବା। ଆମେ ସବୁ ମେଗା ପାନୀୟ ପ୍ରକଳ୍ପ ସହ ସଂଯୋଗ କରିବୁ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ l ପ୍ରଶ୍ନକାଳରେ ବିରୋଧୀ ଅପେକ୍ଷା ଶାସକ ଦଳର ବିଧାୟକ ବିରୋଧୀ ଭୂମିକାରେ ଆସିବା ବିଜେଡିକୁ ଚିନ୍ତାରେ ପକାଇଛି l
ସାମ୍ବାଦିକ ସୁରକ୍ଷା ନେଇ ବିଧାନସଭାରେ କିଏ କଣ କହିଲା…
ଭୁବନେଶ୍ୱର :ନରସିଂହ ମିଶ୍ର ଗୃହରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରସଙ୍ଗ ଉଠାଇଲେ | ସେ କହିଲେ ଯେ ସାରା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁଃବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି | ଏମିତିକି ଲୋକ ପ୍ରତିନିଧିମାନେ ବି ସାମ୍ବାଦିକଙ୍କୁ ଦୁଃବ୍ୟବହାର କରୁଛନ୍ତି | ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି | ସେହି ଢାଞ୍ଚାରେ ଓଡିଶା ସରକାର ଏକ ଆଇନ ଆଣିବାର ଆବଶ୍ୟକତା ରହିଛି | ମୋତେ ସାମ୍ବାଦିକ ମାନେ ଭେଟି ଏନେଇ ଆଲୋଚନା କରିଛନ୍ତି |
ପ୍ରଫୁଲ୍ଲ ସାମଲ କହିଲେଯେ, ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି | ଏ ପର୍ଯ୍ୟନ୍ତ ସାମ୍ବାଦିକ ଚି଼ହ୍ନଟ କରାଯାଇପାରିନାହିଁ | ଶ୍ରମ ଓ ସୂଚନା ଓ ଲୋକ ସମ୍ପର୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମ୍ବାଦିକ ଚି଼ହ୍ନଟ କରିବା ଦରକାର | ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଦରକାର | ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ | ତେଣୁ ସାମ୍ବାଦିକଙ୍କ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର |
ସୁରେଶ ରାଉତରାୟ କହିଲେ ଯେ, ଓଡ଼ିଶାର ସାମ୍ବାଦିକ ଭାରି ଦୁଃଦିନରେ ଅଛନ୍ତି | ବାଡେ଼ଇଲେ କେହି ସୁରକ୍ଷା ଦେବାକୁ ନାହାନ୍ତି | ତାଙ୍କରି ପାଇଁ ରାଜ୍ୟବାସୀ ଖବର ପାଉଛନ୍ତି | ସେମାନଙ୍କୁ ସୁରକ୍ଷା ଦେବା ଦରକାର, ଦରମା ଦେବା ସହ ସରକାର ଘର ଦିଅନ୍ତୁ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି |













