ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ମୁଖ୍ୟତଃ ଉପକୂଳ ଓଡିଶାରେ ଏହି ସଂଖ୍ୟା କ୍ରମାଗତ ଭାବରେ ବଢୁ ଥିବାର ଦେଖୁବକୁ ମିଳୁଛି। ମୋଟ ୧୦ଟି ଜିଲ୍ଲାରୁ ଏଯାଏଁ ୮୨ ଜଣ ଆକ୍ରାନ୍ତଥିବା ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।ଯଦି ବର୍ତ୍ତମାନ ସମୟକୁ ଆଲୋଚନା କରିବା ରାଜ୍ୟ ପାଇଁ କାଳ ସାଜିଛି କଲିକତାରୁ ଫେରିଥିବା ଲୋକମାନେ ।କାରଣ ଗତ ୩-୪ ଦିନ ମଧ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଅଧିକାଂଶ କଲିକତା ଲିଙ୍କ ଅଛି।ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୮୨ ପଜିଟିଭ୍ଙ୍କ ମଧ୍ୟରୁ କୋଭିଡ ୧୯ ହସ୍ପିଟାଲରେ ଚିକିତ୍ସା ପରେ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ-
୧-ଖୋର୍ଦ୍ଧା( ଭୁବନେଶ୍ୱର)-୪୬
୨-ଭଦ୍ରକ-୧୧
୩-ବାଲେଶ୍ୱର -୮
୪-ଯାଜପୁର -୭
୫-ସୁନ୍ଦରଗଡ -୩
୬-କୋନ୍ଦ୍ରାପଡା – ୨
୭-କଳାହାଣ୍ଡି-୨
୮-କଟକ-୧
୯-ଢେଙ୍କାନାଳ-୧
୧୦-ପୁରୀ-୧
ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ
ଲକ୍ ଡାଉନକୁ ଏକ ମାସ ଓ ବିଶ୍ୱର ବିଚିତ୍ର ରୂପ
ଭୁବନେଶ୍ୱର : ଲକ ଡାଉନ କିଛି ଦିନ ତଳେ ସମସ୍ତଙ୍କ ପାଇଁ ଥିଲା ଏକ ନୂଆ ଶବ୍ଦ। ଜନତା କର୍ଫ୍ୟୁ, ଏହା ପରେ ସଟ୍ ଡାଉନ ଓ ଶେଷରେ ଲକ ଡାଉନ । ୨୦୨୦ ମାର୍ଚ୍ଚ ୨୨ ତାରିଖରୁ ଏପରି କିଛି ଶବ୍ଦ ନିତିଦିନିଆ ହୋଇଗଲା । ଏହାପରେ ଲକ୍ ଡାଉନ୍ ଆମକୁ ସମ୍ପୂର୍ଣ୍ଣ ଲକ୍ କରିଦେଲା । ଲକ୍ ଡାଉନ୍ ଏମିତି ଏକ ନିର୍ଦ୍ଦେଶ ଯିଏ ଯେଉଁଠି ଅଛି ସେଇଠି ରହିବ । ଲକ୍ ଡାଉନ୍ର ଲକ୍ଷ୍ମଣରେଖା ସେପଟେ ଅଛି ବିପଦ । ଆଉ ଏ ବିପଦ ଦୁନିଆର ସବୁ ବିପଦ ଠାରୁ ଭୟାନକ, ଅର୍ଥାତ ମୃତ୍ୟୁ । ସେ ଦିନ ଏହାକୁ ଲୋକେ ବିଶ୍ୱାସ କରୁ ନଥିଲେ । ହେଲେ ଆଜି ଏହା ବାସ୍ତବ ରୂପ ନେଇ ସାରିଛି ଦେଶ ଓ ବିଦେଶରେ । ଏହାର ମୁଖ୍ୟ ଉଦେଶ୍ୟ ହେଲା କରୋନାକୁ ହରାଇବା । ବିଶ୍ୱ ମହାମାରୀରୁ ମୁକ୍ତି ଦେବା ।କାରଣ କରୋନା ଭୂତାଣୁର ଏଯାଏଁ କୌଣସି ପ୍ରତିଷେଧକ ବା ଚିକିତ୍ସା ପଦ୍ଧତି ବାହାରି ନାହିଁ । ଏହାର ଏକମାତ୍ର ପ୍ରତିଷେଧକ ହେଲା ନିଜକୁ ଲକ୍ ଡାଉନ୍ କରି ରଖିବା । ବାହାରେ କାହାରି ସହିତ ମିଳାମିଶା ନକରିବା । ଅର୍ଥାତ ଘରେ ରହିବା ସୁରକ୍ଷିତ ରହିବା। ଲକ୍ ଡାଉନକୁ ଆଜି ମାସେ ପୁରିଛି । ଏହାକୁ ଅଳ୍ପ ବହୁତେ ସମସ୍ତେ ଗ୍ରହଣ କରିସାରିଲେଣି । ଛୁଆ ଠାରୁ ବୁଢା ସଭିଏଁ ଏବେ ଲକ୍ । ୨୪ ଘଣ୍ଟା ଘର ଚାରି କାନ୍ଥ ଭିତରେ ଆବଦ୍ଧ ସବୁ। ଆଉ ଲକ୍ ହୋଇ ଏହି ବିଶ୍ୱର ବିଚିତ୍ର ରୂପକୁ ଆମେ ଦେଖୁଛି। ଯେଉଁ ରାସ୍ତାରେ ମିନିଟକୁ ହଜାର ହଜାର ଗାଡି ଯାଉଥିଲା, ସେ ରାସ୍ତା ଆଜି ଶୁନ ଶାନ୍ ।ବଜାର ବନ୍ଦ । ଅଖ ଚକ ସବୁ ବନ୍ଦ। ଏମିତି ସମୟ ଆସିଛି ଯେ ବାପାର ଶବକୁ ପୁଅ ମୁଖାଗ୍ନି ଦେଇପାରୁନି, ତ ଆଉ କେଉଁଠି ଜନ୍ମ କଲା ସନ୍ତାନକୁ ସ୍ପର୍ଶ କରିପାରୁନି ମା । ନିଜ ଲୋକଙ୍କ ଠାରୁ ଦୁରେଇବାକୁ ପଡୁଛି। ଶବ ବି ଆଜି ଅଛୁଆଁ । ସଭିଙ୍କ ମୁହଁରେ ତୁଣ୍ଡି। ଯାନିଯାତ୍ରା ,ମେଳା ପରମ୍ପରା ସବୁ ଫିକା । ମୁକ୍ତ ଦିନିଆରେ ବୁଲୁଥିବା ମଣିଷ ଏବେ ପଞ୍ଜୁରି ଭିତରେ। ଧନୀ ଗରିବ ସବୁ ଏକ । ବିଶ୍ୱର ଶକ୍ତିଶାଳୀ ଦେଶ ବି ଆଜି ଶକ୍ତିହୀନ। ସମସ୍ତେ ଉପାୟ ଶୂନ୍ୟ । ସହରରୁ ଗାଁ ସବୁଠି ଶୁନ ସାନ୍ ଓଃ ନିରବ। ବର୍ଷା ,ଖରା ,ପବନ ସବୁ ଯେମିତି ଆଜି ଅଟକି ଯାଇଛନ୍ତି। ଖାଇବା ପାଇଁ ସବୁଠି ହାହାକାର ପରିସ୍ଥିତି । ଏଥିରୁ ବାଦ ପଡିନାହାନ୍ତି ପଶୁପକ୍ଷୀ । ଏବେ ଏମିତି ପରିସ୍ଥିତି ଦେଖାଦେଇଛି କି ମେଟ୍ରୋ ସିଟିରେ ମଧ୍ୟ ବାଘ ବୁଲୁଛି । ଆଉ ସମୁଦ୍ର ଲହରୀ ତାଳେ ତାଳେ ହରିଣ ନାଚୁଛି । ଦୀର୍ଘ ଏକ ମାସ ହେବ ବିଶ୍ୱର ଏ ବିଚିତ୍ର ରୂପ ଦେଖୁଛି ମଣିଷ। ଯାହାକି ବିଚିତ୍ର ଘଟଣାବଳିରେ ମଧ୍ୟ ପୂର୍ଣ୍ଣ । ଏବେ ଗାଁ ମୁହାଁ ହେଉଛନ୍ତି ଲୋକେ । ରାମାୟଣ ମହାଭାରତ ଆଧ୍ୟାତ୍ମିକ ସିରିଏଲ ପ୍ରତି ମଧ୍ୟ ଲୋକଙ୍କ ଆଗ୍ରହ ବଢିଛି ସଭିଙ୍କ । ମଣିଷ ମଣିଷକୁ ଜାଣୁଛି ,ଆଦର କରୁଛି । ଅପକାର୍ଯ୍ୟ ବହୁତ ମାତ୍ରାରେ କମିଛି। ଲକ୍ ଡାଉନର ଏ ବିଚିତ୍ର ରୂପ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଏବେ ସମସ୍ତଙ୍କର ଗୋଟିଏ ଚିନ୍ତା କେବେ ଦୂରେଇ ଯିବ କରୋନା । ଆଉ କେବେ ଉଠିବ ଲକ୍ ଡାଉନ ।
ମୁଖ୍ୟ ସମ୍ପାଦକ,Big News Odisha
ଭଦ୍ରକରୁ ନୂଆ ୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତଙ୍କ
ଚିହ୍ନଟ ହୋଇଛନ୍ତି। ସେ ୩ଜଣ ଭଦ୍ରକ ଜିଲ୍ଲାର ବୋଲି ଏବେ ଟୁଇଟ କରି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦେଇଛି ।ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 82ରେ ପହଞ୍ଚିଛି । ଏବେ ରାଜ୍ୟରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାସହ 30ଜଣ ସୁସ୍ଥ ହୋଇ ଘରକୁ ଗଲେଣି । ଏ ନେଇ ଟୁଇଟ କରି ଜଣାଇଛନ୍ତି ରାଜ୍ୟ ସରକାର।
କୃଷିମନ୍ତ୍ରୀ ହେବ ତ ଏମିତି……
ଭୁବନେଶ୍ୱର : ଓଡ଼ିଶା ଚାଷୀଙ୍କ ଦରଦୀ ବନ୍ଧୁ କୃଷିମନ୍ତ୍ରୀ ଡ଼ଃ ଅରୁଣ ସାହୁ । ସବୁବେଳେ ଚାଷୀଙ୍କ ସମସ୍ୟା ସାମାଧନ ଦିଗରେ ଆଗଭର । ଏବେ ଲକ୍ ଡାଉନ ପାଇଁ ଚାଷୀମାନେ ପରିବା ବିକ୍ରି କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କୃଷି ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଆଜି ଏକ ୱେବ ସାଇଟ ଲଞ୍ଚ କରିଛନ୍ତି। ଏଥିରେ ଓଡ଼ିଶାର 1500 ରୁ ଅଧିକ ବ୍ୟବସାୟୀ ଏଥିରେ ନାଁ ପଞ୍ଜିକରଣ କରିଛନ୍ତି। ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଏଥିରେ ଡାଟା ଅପଲୋଡ଼ କରିବେ। କେଉଁ ଅଂଚଳରେ କେତେ ପରିବା ଉତ୍ପାଦନ ହେଉଛି ତାର ତଥ୍ୟ ରହିବ।odihortmarketing.nic.in
ଏହି ୱେବ ସାଇଟ ମାଧ୍ୟମରେ ଚାଷୀଙ୍କ ପାଇଁ ବଜାର ସୃଷ୍ଟି ହେବ।
ଏବେ ଲକ୍ ଡାଉନ ପାଇଁ ସାରା ଦେଶର ଚାଷୀଙ୍କ ପରିବା ବିକ୍ରିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଫଳରେ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି। ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ , ମସଲାର ଗୁଣାତ୍ମକ କ୍ଷମତା ଶୀଘ୍ର ନଷ୍ଟ ହୋଇଯାଇଥାଏ। ଏହାର ଉପଯୁକ୍ତ ବିକ୍ରିବଟା ଏବେ ଏହି ନୂଆ ୱେବ ସାଇଟ ଦ୍ଵାରା କରିପାରିବେ । ଏହାସହ ସେମାନେ ସିଧାସଳଖ ତାଙ୍କର ଉତ୍ପାଦନ ବିଷୟରେ ଏହି ୱେବ ସାଇଟରେ ଜଣାଇବେ ।ଫଳରେ ଜିଲ୍ଲା ସ୍ତରର ଅଧିକାରୀ ଏହାର ସମାଧନ ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ଏଥିରେ ୩୦ ଜିଲ୍ଲାର ମୋଟ ୧୫୦୦ ଚାଷୀ ନାମ ପଞ୍ଜିକରଣ କରିଛନ୍ତି।
ନିଜେ ଚୁଟି କଟିଲେ ସଚିନ…..
ମୁମ୍ବାଇ : ଲକ୍ ଡାଉନ ପାଇଁ ଏବେ ଲୋକମାନେ ଘରେ ଲକ୍ ହୋଇ ରହିଛନ୍ତି। ସବୁ ଦୋକାନ ବଜାର ମଧ୍ୟ ବନ୍ଦ।ହେଲେ ଏହି ବନ୍ଦ ଲୋକଙ୍କୁ ନିଜ କାମ ନିଜେ କରିବା ଶିଖେଇ ଦେଇଛି ।କହିଲେ ଭୁଲ ହେବନି । କାରଣ ଏହା କେବଳ ଯେ ସାଧାରଣ ଲୋକଙ୍କ ପାଇଁ ତାହା ନୁହେଁ । ସେଲିବ୍ରିଟିମାନଙ୍କର ମଧ୍ୟ ସମାନ ଅବସ୍ଥା। ଏବେ ସାମାଜିକ ଗଣମାଧ୍ୟମରେ ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ବେଶ ଭାଇରଲ ହେଉଛି । ସେଥିରେ ସେ ନିଜେ ନିଜର ଚୁଟି କାଟୁଥିବାରୁ ଦେଖିବାକୁ ମିଳିଛି ।ଏହାସହ ଏହି ପୋଷ୍ଟକୁ ଅନେକ ଲୋକ ପ୍ରସଂଶା ମଧ୍ୟ କରିଛନ୍ତି ।ଏହା ପୂର୍ବରୁ ଭାରତର ଅଧିନାୟକ ବିରାଟ କହୋଲିଙ୍କ ମଧ୍ୟ ଏମିତି ଏକ ପୋଷ୍ଟ ଆସିଥିଲା । ସେଥିରେ ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କ ଚୁଟି କାଟୁଥିଲେ ।
କରୋନାରେ ନୁହେଁ କର୍କଟ ରୋଗରେ ମୃତ୍ୟୁ ହୋଇଛି 44ନମ୍ବର ରୋଗୀର : ବାଗଚି
ଭୁବନେଶ୍ୱର : ଦୁଃଖ ଖବର କରୋନା ନୁହେଁ କର୍କଟ ରୋଗରେ ମୃତ୍ୟୁ ହୋଇଛି ପଶ୍ଚିମବଙ୍ଗ ଲୋକl l 9ତାରିଖ ଦିନ ସେ କରୋନା ଆକ୍ରାନ୍ତ ହୋଇଥିଲେ l ଏହାପରେ ସେ କରୋନାରେ ସୁସ୍ଥ ହୋଇଥିଲେ l ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି l ତାଙ୍କର ବୟସ 70ବୋଲି ଜଣା ପଡିଛି l ଭୁବନେଶ୍ୱର ଝାରପଡା ଅଂଚଳର ଜଣେ ହିଁ କରୋନାରେ ମୃତ୍ୟୁ ହୋଇଥିଲା l ଏବେ ରାଜ୍ୟରେ କରୋନା ମୃତ୍ୟୁ ୧ରେ ରହିଛି l
ଶ୍ରମିକ ଚିନ୍ତା : ବିଧାନସଭାରେ କାଲିଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ
ଭୁବନେଶ୍ୱର : ବିଧାନସଭାରେ କାଲି ଠାରୁ ଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ। ନିଜ ନିଜ ଅଞ୍ଚଳର ଲୋକେ ବାହାରେ ରହିଥିବା ଶ୍ରମିକ ଓ ଲୋକଙ୍କ ବାବଦରେ ତଥ୍ୟ ଦେଇପାରିବେ ବିଧାୟକ ଓ ସାଂସଦ। ସେମାନଙ୍କ ତଥ୍ୟ ଲୋକସଭା ବାଚସ୍ପତି ଙ୍କୁ ଦେବା ସମ୍ପୃକ୍ତ ରାଜ୍ୟର ବାଚସ୍ପତି ଙ୍କୁ ମଧ୍ୟ ତଥ୍ୟ ଦିଆଯିବ। ସେମାନେ ଆବଶ୍ୟକ ପଦକ୍ଷେପ ନେବେ। ଲୋକସଭା ବାଚସ୍ପତିଙ୍କ ସହ video conferncing ଆଲୋଚନା କରିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ସୂଚନା।
ଯାଜପୁର ଜିଲ୍ଲାର ୩ଡାକ୍ତର ଓ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନ୍
ଯାଜପୁର : କରୋନା ଯାଜପୁର ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି l ଯାଜପୁରରେ ଚିହ୍ନଟ ହୋଇଥିବା 5ଜଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଯାଜପୁର ଜିଲ୍ଲାର ୩ଡାକ୍ତର ଓ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନ୍ଙ୍କୁ ପଠାଇଦିଆଯାଇଛି । ଗତକାଲି ରାତିରୁ ସଂପୃକ୍ତ ଡାକ୍ତରଙ୍କୁ ପାରମେଡିକାଲ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଏ ନେଇ ଯାଜପୁର ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏମାନଙ୍କର ରକ୍ତ ନମୂନା ସଂଗ୍ରହ କରଯାଇ ପରୀକ୍ଷା ପାଇଁ ପଠାଯିବ ।
ଯାଜପୁର ଚିହ୍ନଟ ୫କରୋନା ଆକ୍ରାନ୍ତ ଯାଜପୁର ମେଡିକାଲ, ପୌର ପରିଷଦର ବିଭିନ୍ନ ଅଂଚଳ ବୁଲିବା ସହ ରାସନ ନେଇଛନ୍ତି l ଯାହା କି ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି l ଯାଜପୁର ବିଜାପୁର ଅଂଚଳ ଉପରେ ଜିଲ୍ଲା ପ୍ରଶାସନ ଚେକିଂକୁ କଡାକଡି କରିଛି l














