ଲକ୍ ଡାଉନକୁ ଏକ ମାସ ଓ ବିଶ୍ୱର ବିଚିତ୍ର ରୂପ

- Advertisement -

ଭୁବନେଶ୍ୱର : ଲକ ଡାଉନ କିଛି ଦିନ ତଳେ ସମସ୍ତଙ୍କ ପାଇଁ ଥିଲା ଏକ ନୂଆ ଶବ୍ଦ। ଜନତା କର୍ଫ୍ୟୁ, ଏହା ପରେ ସଟ୍ ଡାଉନ ଓ ଶେଷରେ ଲକ ଡାଉନ । ୨୦୨୦ ମାର୍ଚ୍ଚ ୨୨ ତାରିଖରୁ ଏପରି କିଛି ଶବ୍ଦ ନିତିଦିନିଆ ହୋଇଗଲା । ଏହାପରେ ଲକ୍ ଡାଉନ୍ ଆମକୁ ସମ୍ପୂର୍ଣ୍ଣ ଲକ୍ କରିଦେଲା । ଲକ୍ ଡାଉନ୍ ଏମିତି ଏକ ନିର୍ଦ୍ଦେଶ ଯିଏ ଯେଉଁଠି ଅଛି ସେଇଠି ରହିବ । ଲକ୍ ଡାଉନ୍ର ଲକ୍ଷ୍ମଣରେଖା ସେପଟେ ଅଛି ବିପଦ । ଆଉ ଏ ବିପଦ ଦୁନିଆର ସବୁ ବିପଦ ଠାରୁ ଭୟାନକ, ଅର୍ଥାତ ମୃତ୍ୟୁ । ସେ ଦିନ ଏହାକୁ ଲୋକେ ବିଶ୍ୱାସ କରୁ ନଥିଲେ । ହେଲେ ଆଜି ଏହା ବାସ୍ତବ ରୂପ ନେଇ ସାରିଛି ଦେଶ ଓ ବିଦେଶରେ । ଏହାର ମୁଖ୍ୟ ଉଦେଶ୍ୟ ହେଲା କରୋନାକୁ ହରାଇବା । ବିଶ୍ୱ ମହାମାରୀରୁ ମୁକ୍ତି ଦେବା ।କାରଣ କରୋନା ଭୂତାଣୁର ଏଯାଏଁ କୌଣସି ପ୍ରତିଷେଧକ ବା ଚିକିତ୍ସା ପଦ୍ଧତି ବାହାରି ନାହିଁ । ଏହାର ଏକମାତ୍ର ପ୍ରତିଷେଧକ ହେଲା ନିଜକୁ ଲକ୍ ଡାଉନ୍ କରି ରଖିବା । ବାହାରେ କାହାରି ସହିତ ମିଳାମିଶା ନକରିବା । ଅର୍ଥାତ ଘରେ ରହିବା ସୁରକ୍ଷିତ ରହିବା। ଲକ୍ ଡାଉନକୁ ଆଜି ମାସେ ପୁରିଛି । ଏହାକୁ ଅଳ୍ପ ବହୁତେ ସମସ୍ତେ ଗ୍ରହଣ କରିସାରିଲେଣି । ଛୁଆ ଠାରୁ ବୁଢା ସଭିଏଁ ଏବେ ଲକ୍ । ୨୪ ଘଣ୍ଟା ଘର ଚାରି କାନ୍ଥ ଭିତରେ ଆବଦ୍ଧ ସବୁ। ଆଉ ଲକ୍ ହୋଇ ଏହି ବିଶ୍ୱର ବିଚିତ୍ର ରୂପକୁ ଆମେ ଦେଖୁଛି। ଯେଉଁ ରାସ୍ତାରେ ମିନିଟକୁ ହଜାର ହଜାର ଗାଡି ଯାଉଥିଲା, ସେ ରାସ୍ତା ଆଜି ଶୁନ ଶାନ୍ ।ବଜାର ବନ୍ଦ । ଅଖ ଚକ ସବୁ ବନ୍ଦ। ଏମିତି ସମୟ ଆସିଛି ଯେ ବାପାର ଶବକୁ ପୁଅ ମୁଖାଗ୍ନି ଦେଇପାରୁନି, ତ ଆଉ କେଉଁଠି ଜନ୍ମ କଲା ସନ୍ତାନକୁ ସ୍ପର୍ଶ କରିପାରୁନି ମା । ନିଜ ଲୋକଙ୍କ ଠାରୁ ଦୁରେଇବାକୁ ପଡୁଛି। ଶବ ବି ଆଜି ଅଛୁଆଁ । ସଭିଙ୍କ ମୁହଁରେ ତୁଣ୍ଡି। ଯାନିଯାତ୍ରା ,ମେଳା ପରମ୍ପରା ସବୁ ଫିକା । ମୁକ୍ତ ଦିନିଆରେ ବୁଲୁଥିବା ମଣିଷ ଏବେ ପଞ୍ଜୁରି ଭିତରେ। ଧନୀ ଗରିବ ସବୁ ଏକ । ବିଶ୍ୱର ଶକ୍ତିଶାଳୀ ଦେଶ ବି ଆଜି ଶକ୍ତିହୀନ। ସମସ୍ତେ ଉପାୟ ଶୂନ୍ୟ । ସହରରୁ ଗାଁ ସବୁଠି ଶୁନ ସାନ୍ ଓଃ ନିରବ। ବର୍ଷା ,ଖରା ,ପବନ ସବୁ ଯେମିତି ଆଜି ଅଟକି ଯାଇଛନ୍ତି। ଖାଇବା ପାଇଁ ସବୁଠି ହାହାକାର ପରିସ୍ଥିତି । ଏଥିରୁ ବାଦ ପଡିନାହାନ୍ତି ପଶୁପକ୍ଷୀ । ଏବେ ଏମିତି ପରିସ୍ଥିତି ଦେଖାଦେଇଛି କି ମେଟ୍ରୋ ସିଟିରେ ମଧ୍ୟ ବାଘ ବୁଲୁଛି । ଆଉ ସମୁଦ୍ର ଲହରୀ ତାଳେ ତାଳେ ହରିଣ ନାଚୁଛି । ଦୀର୍ଘ ଏକ ମାସ ହେବ ବିଶ୍ୱର ଏ ବିଚିତ୍ର ରୂପ ଦେଖୁଛି ମଣିଷ। ଯାହାକି ବିଚିତ୍ର ଘଟଣାବଳିରେ ମଧ୍ୟ ପୂର୍ଣ୍ଣ । ଏବେ ଗାଁ ମୁହାଁ ହେଉଛନ୍ତି ଲୋକେ । ରାମାୟଣ ମହାଭାରତ ଆଧ୍ୟାତ୍ମିକ ସିରିଏଲ ପ୍ରତି ମଧ୍ୟ ଲୋକଙ୍କ ଆଗ୍ରହ ବଢିଛି ସଭିଙ୍କ । ମଣିଷ ମଣିଷକୁ ଜାଣୁଛି ,ଆଦର କରୁଛି । ଅପକାର୍ଯ୍ୟ ବହୁତ ମାତ୍ରାରେ କମିଛି। ଲକ୍ ଡାଉନର ଏ ବିଚିତ୍ର ରୂପ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଏବେ ସମସ୍ତଙ୍କର ଗୋଟିଏ ଚିନ୍ତା କେବେ ଦୂରେଇ ଯିବ କରୋନା । ଆଉ କେବେ ଉଠିବ ଲକ୍ ଡାଉନ ।
ମୁଖ୍ୟ ସମ୍ପାଦକ,Big News Odisha

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles