ଯାଜପୁର ଚିନ୍ତା ବଢ଼ାଇଲା ପଶ୍ଚିମ ବଙ୍ଗ…

ଯାଜପୁର ଚିନ୍ତା ବଢ଼ାଇଲା ପଶ୍ଚିମ ବଙ୍ଗ
ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ମୋଟ 12
ଜଣେ ସୁସ୍ଥ ।
ସବୁ କରୋନା ଆକ୍ରାନ୍ତଙ୍କ ପଶ୍ଚିମ ବଙ୍ଗ ଲିଙ୍କ
ଘରେ ରହିବାକୁ ଜିଲ୍ଲାପାଳଙ୍କ ଅନୁରୋଧ ।
ଯାଜପୁର : ବର୍ତ୍ତମାନ ଓଡ଼ିଶାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୨ ଛୁଇଁଲା କରୋନା ସଂଖ୍ୟା । ଏହି ସମସ୍ତଙ୍କର କଲିକତା ଲିଙ୍କ ରହିଛି । ଏନେଇ ସୂଚନା ଦେଲେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।ଏଥିମଧ୍ୟରୁ ୩ ଜଣ ଯାଜପୁର ବ୍ଲକର ଥିବାବେଳେ ଜଣେ ଦଶରଥପୁର ବ୍ଲକ୍ ର ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ପୂର୍ବ ୫ ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଁଚିଲା । ସେପଟେ ଯାଜପୁର ଜିଲ୍ଲାକୁ ପଶ୍ଚିମବଙ୍ଗରୁ ପ୍ରାୟ ୬୦୦ ରୁ ୭୦୦ ଲୋକ ଆସିଛନ୍ତି ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଗଣମଧ୍ୟମକୁ କହିଛନ୍ତି ।

ଯାଜପୁରରେ ପୁଣି ନୂଆ 4ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ 12

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ରାଜ୍ୟରେ ଆଉ 4ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେ 4ଜଣ ଯାଜପୁର ଜିଲ୍ଲାର ବୋଲି ଏବେ ଟୁଇଟ କରି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦେଇଛି । ଯାଜପୁର ଚି଼ହ୍ନଟ ହୋଇଥିବା 4ଜଣ କରୋନା ଆକ୍ରାନ୍ତ ମଧ୍ୟରୁ 3ଜଣ ଯାଜପୁର ବ୍ଲକ ଓ ଜଣେ ଦଶରଥପୁର ବ୍ଲକ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି l ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 87ରେ ପହଞ୍ଚିଛି । ଏବେ ରାଜ୍ୟରେ ମୋଟ 53ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାସହ 33 ଜଣ ସୁସ୍ଥ ହୋଇ ଘରକୁ ଗଲେଣି । ଏ ନେଇ ଟୁଇଟ କରି ଜଣାଇଛନ୍ତି ରାଜ୍ୟ ସରକାର।

ଅନ୍ତସ୍ତରୀୟ ମନ୍ତ୍ରୀ ପରିଷଦ ବୈଠକ କଣ ନିଷ୍ପତି ନିଆଗଲା ପଢନ୍ତୁ…

ଭୁବନେଶ୍ୱର : କୋଭିଡ୍ ୧୯ ମୁକାବିଲା ପାଇଁ ଅନ୍ତସ୍ତରୀୟ ମନ୍ତ୍ରୀ ପରିଷଦ ବୈଠକ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏହି ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ ରାଜସ୍ଵ ମନ୍ତ୍ରୀ ସୁଦାମା ମାରାଣ୍ଡି ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜାସ୍ଵାଇଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ,ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି l
ବୈଠକ ପରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ
ଅପ୍ରିଲ ମାସ ଶେଷ ସୁଦ୍ଧା ଦିନକୁ 3ହଜାର ଟେଷ୍ଟ କରିବାକୁ ଲକ୍ଷ ରଖାଯାଇଛି। 4 ମେଡିକାଲ କଲେଜ ବଲାଙ୍ଗୀର, ବାଲେଶ୍ୱର, ବାରିପଦା, କୋରାପୁଟ ଏବଂ OUAT ରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ। ILS ରେ ଦିନକୁ 450 ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ସୀମା ସିଲ ଅଧିକ କଡାକଡି କରାଯାଇଛି। ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ସମ୍ପୂର୍ଣ୍ଣ ସିଲ କରିବା ସମ୍ଭବ ନୁହଁ। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଂଚାୟତ ସ୍ତର ରେ 5 ଜଣିଆ କମିଟି ସରପଞ୍ଚଙ୍କ ଅଧ୍ୟକ୍ଷତାରେ ହେବ। କମିଟିରେ ପଂଚାୟତ ସଂପାଦକ, ଶିକ୍ଷକ ଓ ଜିଆରଏସ ରହିବେ। ସଂଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି। ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେବ କୋଭିଡ ଅନ୍ଲାଇନ ପଞ୍ଜିକରଣ ପୋର୍ଟାଲ।

ବିଶ୍ୱରେ ବଢୁଛି କରୋନା ରୋଗୀ ଙ୍କ ମୃତ୍ୟୁ….

ଭୁବନେଶ୍ୱର : ବଢୁଛି କରୋନା ରୋଗୀ ଙ୍କ ମୃତ୍ୟୁ ହାର । ପ୍ରଥମେ କୁହାଯାଉଥିଲା କରୋନା ଜନିତ ମୃତ୍ୟୁ ହାର ୩% ରୁ ୪% । ଏବେ କରୋନା ଜନିତ ମୃତ୍ୟୁ ହାର ପ୍ରାୟ ୭% ।

ବିଶ୍ଵ =୦୬.୮୧%
ବେଲଜିଅମ=୧୪.୬୪%
ଆମେରିକା =୦୪.୮୩%
ଚିନ୍ =୦୫.୫୦%
ଭାରତ =୦୩.୨୦%

ବିଦ୍ୟୁତ ଦର ଅପରିବର୍ତ୍ତିତ..

<ଭୁବନେଶ୍ୱର : ବିଦ୍ୟୁତ ଉପଭୋକ୍ତା ପାଇଁ ଖୁସି ଖବର l 2019-20 ଆର୍ଥିକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ଏନେଇ ରାୟ ଶୁଣାଇଛନ୍ତି ଓଡିଶା ବିଦ୍ୟୁତ ନିୟମକ ଆୟୋଗ। ତେବେ ଖାଉଟିଙ୍କ ପାଇଁ ଭଲ ଖବର ହେଉଛି କି ବିଦ୍ୟୁତ ଦେୟ ପ୍ରଦାନ ଉପରେ ରିବେଟ ବା ରିହାତି ପାଇବେ। ଓପିଟିସିଏଲ ପାଇଁ କୌଣସି ବିଚାର କରି ନାହାନ୍ତି କମିଶନ। ଓଡିଶା ଜଳ ବିଦ୍ୟୁତ ନିଗମ ପାଇଁ ୟୁନିଟ ପିଛା ଦର ୮୬.୧୦ ପଇସା ଥିବା ବେଳେ ଏହାକୁ ୯୦.୧୧ ପଇସାକୁ ବୃଦ୍ଧି କରିଛନ୍ତି କମିଶନ। OERC ର ଏହି ନିଷ୍ପତିକୁ ସ୍ୱାଗତ କରିଛି ଉପଭୋକ୍ତା ମହାସଂଘ l

କଟକଣା ମୁକ୍ତ ହେଲା ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର…

ଭୁବନେଶ୍ୱର : କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର । ସୂର୍ଯ୍ୟନଗର, ସତ୍ୟନଗର ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ ଆଦେଶ। ସେଠାରେ ଜାରି ରହିବ ଲକଡାଉନ୍ ନିୟମ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସେସବୁ ଅଞ୍ଚଳରେ ଜାରି ରହିବ ସକ୍ରିୟ ସର୍ଭେଲାନ୍ସ । ସୂଚନା ଦେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ । ଏହି ଅଂଚଳରେ କରୋନା ରୋଗୀ ଅଧିକ ଚି଼ହ୍ନଟ ହୋଇଥିବାରୁ ଏଠାରେ କଟକଣା ଜାରୀ କରାଯାଇଥିଲା l

ଯାଜପୁରର 8ନମ୍ବର କରୋନା ଆକ୍ରାନ୍ତ ଦଶରଥପୁରର…

ଯାଜପୁର : ଯାଜପୁରରେ ଚିହ୍ନଟ ହୋଇଥିବା ୮ ନମ୍ବର କରୋନା ଆକ୍ରାନ୍ତ ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡା ପଞ୍ଚାୟତ ର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ବ୍ୟକ୍ତି ଜଣକ କୋଲକାତା ଗଙ୍ଗାଘାଟ ଅଞ୍ଚଳରୁ ୧୧ ଜଣଙ୍କ ସହ ଏକ ଫୋର୍ସ ଗାଡି ମାଧ୍ୟମରେ ଯାଜପୁର ଜିଲ୍ଲା ମଧ୍ୟକୁ ୩୦ ତାରିଖରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସୁଧା ସିଧାସଳଖ ୫୦ ରୁ ଉର୍ଦ୍ଧ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେ ବିଭିନ୍ନ ଦୋକାନକୁ ଯିବା ସହ ସେଲୁନ,ପାନ ଦୋକାନ ଓ ଅନେକ ବ୍ୟକ୍ତିଙ୍କ ସହ ତାସ ମଧ୍ୟ ଖେଳିଛନ୍ତି। ତେବେ ରାଜ୍ୟର ୮୩ ଓ ଜିଲ୍ଲାର ୮ ନମ୍ବେର ରୋଗୀଙ୍କ ଟ୍ରାଭେଲ ଇତିହାସ ବି ଆସିଛି l

ଆସନ୍ତା 5 ଦିନ ଘରେ ପହଞ୍ଚିବ ପାଠ୍ୟ ପୁସ୍ତକ

ଭୁବନେଶ୍ୱର : ଆସନ୍ତା 5 ଦିନ ଭିତରେ ସାରା ରାଜ୍ୟର ବଣ୍ଟାଯିବ ପାଠ୍ୟ ପୁସ୍ତକ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ପାଠ୍ୟ ପୁସ୍ତକ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓସେପା ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ବ୍ଲକ ରେ ବହି ପହଞ୍ଚି ସାରିଛି। ବ୍ଲକ ଶିକ୍ଷା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ସ୍କୁଲରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି। ସ୍କୁଲରେ ବହି ପହଞ୍ଚିବା ପରେ ପ୍ରଧାନ ଶିକ୍ଷକ ମାନେ ସ୍କୁଲ୍ ରେ କାଉଣ୍ଟର ଖୋଲି ବହି ବାଣ୍ଟିବେ। ଆବଶ୍ୟକ ସ୍ଥଳେ ଘରକୁ ଯାଇ ବହି ବାଣ୍ଟିବାକୁ ନିର୍ଦ୍ଦେଶ ରହିଛି। ତେବେ Hotspot/ containment zone ରେ କିନ୍ତୁ ବହି ବଣ୍ଟାଯିବ ନାହିଁ। ପୁସ୍ତକ ଦେବା ସମୟରେ ସାମାଜିକ ଦୂରତା, ସ୍ଵଚ୍ଛତା କୁ ଗୁରୁତ୍ବ ଦେବା ସହ ଜିଲ୍ଲାପାଳ ଙ୍କୁ ଅବଗତ କରାଇବେ।

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ..

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ
ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ କରି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦେଇଛି ।ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 83ରେ ପହଞ୍ଚିଛି । ଏବେ ରାଜ୍ୟରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାସହ 32 ଜଣ ସୁସ୍ଥ ହୋଇ ଘରକୁ ଗଲେଣି । ଏ ନେଇ ଟୁଇଟ କରି ଜଣାଇଛନ୍ତି ରାଜ୍ୟ ସରକାର। ବର୍ତମାନ ଯାଜପୁରରେ ମୋଟ 8ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି l

ଖୁସି ଖବର : ସୁସ୍ଥ ହେଲେ ଆଉ 2 କରୋନା ଆକ୍ରାନ୍ତ

ଭୁବନେଶ୍ୱର : ସୁସ୍ଥ ହେଲେ ଆଉ 2 କରୋନା ଆକ୍ରାନ୍ତ l ୨ ଜଣ ହେଲେ ଭୁବନେଶ୍ୱରର l ଭୁବନେଶ୍ୱରର 46 ରୁ 20 ହେଲେ ସୁସ୍ଥ ହୋଇଛନ୍ତି l ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା 32ରେ ପହଁଚିଲା । ମୋଟ 82 ଜଣ ରାଜ୍ୟରେ କରୋନା ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news