କୃଷିମନ୍ତ୍ରୀ ହେବ ତ ଏମିତି……

- Advertisement -

ଭୁବନେଶ୍ୱର : ଓଡ଼ିଶା ଚାଷୀଙ୍କ ଦରଦୀ ବନ୍ଧୁ କୃଷିମନ୍ତ୍ରୀ ଡ଼ଃ ଅରୁଣ ସାହୁ । ସବୁବେଳେ ଚାଷୀଙ୍କ ସମସ୍ୟା ସାମାଧନ ଦିଗରେ ଆଗଭର । ଏବେ ଲକ୍ ଡାଉନ ପାଇଁ ଚାଷୀମାନେ ପରିବା ବିକ୍ରି କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କୃଷି ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଆଜି ଏକ ୱେବ ସାଇଟ ଲଞ୍ଚ କରିଛନ୍ତି। ଏଥିରେ ଓଡ଼ିଶାର 1500 ରୁ ଅଧିକ ବ୍ୟବସାୟୀ ଏଥିରେ ନାଁ ପଞ୍ଜିକରଣ କରିଛନ୍ତି। ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଏଥିରେ ଡାଟା ଅପଲୋଡ଼ କରିବେ। କେଉଁ ଅଂଚଳରେ କେତେ ପରିବା ଉତ୍ପାଦନ ହେଉଛି ତାର ତଥ୍ୟ ରହିବ।odihortmarketing.nic.in
ଏହି ୱେବ ସାଇଟ ମାଧ୍ୟମରେ ଚାଷୀଙ୍କ ପାଇଁ ବଜାର ସୃଷ୍ଟି ହେବ।
ଏବେ ଲକ୍ ଡାଉନ ପାଇଁ ସାରା ଦେଶର ଚାଷୀଙ୍କ ପରିବା ବିକ୍ରିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଫଳରେ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି। ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ , ମସଲାର ଗୁଣାତ୍ମକ କ୍ଷମତା ଶୀଘ୍ର ନଷ୍ଟ ହୋଇଯାଇଥାଏ। ଏହାର ଉପଯୁକ୍ତ ବିକ୍ରିବଟା ଏବେ ଏହି ନୂଆ ୱେବ ସାଇଟ ଦ୍ଵାରା କରିପାରିବେ । ଏହାସହ ସେମାନେ ସିଧାସଳଖ ତାଙ୍କର ଉତ୍ପାଦନ ବିଷୟରେ ଏହି ୱେବ ସାଇଟରେ ଜଣାଇବେ ।ଫଳରେ ଜିଲ୍ଲା ସ୍ତରର ଅଧିକାରୀ ଏହାର ସମାଧନ ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ଏଥିରେ ୩୦ ଜିଲ୍ଲାର ମୋଟ ୧୫୦୦ ଚାଷୀ ନାମ ପଞ୍ଜିକରଣ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles