ବାଲେଶ୍ଵରରେ ପୁଣି 5 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ରାଜ୍ୟରେ ଆଉ 5ଜଣ କରୋନା ଆକ୍ରାନ୍ତଙ୍କ
ଚିହ୍ନଟ ହୋଇଛନ୍ତି । 5ଜଣ ବାଲେଶ୍ଵର ବୋଲି ଏବେ ଟୁଇଟ କରି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦେଇଛି ।ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 79 ରେ ପହଞ୍ଚିଛି । ବର୍ତମାନ ବାଲେଶ୍ୱରରେ ଆକ୍ରାନ୍ତ ସଂଖ୍ୟା 8ରେ ପହଂଚିଛି l

ରାଜ୍ୟରେ 79ରେ ପହଁଚିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ ଆଉ 5ଜଣ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।ତାଙ୍କର ବିଷୟରେ ଏଯାଏଁ କୌଣସି ସୂଚନ ମିଳିପାରିନାହିଁ ।ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 79ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ 53ଜଣ ଚିକିତ୍ସିତ ହେଉଛନ୍ତି। ଏହାସହ 25ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗାଁ ଲୋକଙ୍କ ଠାରୁ ଶିଖନ୍ତୁ କଟକ-ଭୁବନେଶ୍ୱର ବାସୀ : ବାଗଚି

ଭୁବନେଶ୍ୱର : କରୋନା ଜାଲରେ ଏବେ ସାରା ଦେଶ । ଧୀର ଧୀରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।ଯାହାକି କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଆଜି ଓଡ଼ିଶାରେ ଗୋଟିଏ ଦିନରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଯାହାକି ଓଡ଼ିଶା ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ । କରୋନା ଆକ୍ରାନ୍ତ ସଂଖ୍ୟା ବଢିବାକୁ ନେଇ ଆଜି ରାଜ୍ୟ କରୋନା ମୁଖପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଦିଗଟି ହେଲେ ସହର ଅପେକ୍ଷା କରୋନାକୁ ନେଇ ଗାଁ ଲୋକମାନେ ଅଧିକ ସଚେତନ ଅଛନ୍ତି । କିଛି ଫଟୋ ଦ୍ଵାରା ସେ ଏହାକୁ ବୁଝାଇଥିଲେ । ପ୍ରଥମେ ସେ କିଛି ଗାଁ ଅଞ୍ଚଳର ଚିତ୍ର ଦେଖାଇ ଥିଲେ । ଯେଉଁଥିରେ କି ଗାଁର ମୁଖ୍ୟତଃ ମହିଳାମାନେ ପାଣି ଆଣିବା ବେଳେ ମଧ୍ୟ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଉଛନ୍ତି। ଯାହା କି ଦେଶ ପାଇଁ ଏକ ଭଲ ବାର୍ତା କହିଲେ ମଧ୍ୟ ଭୁଲ୍ ହେବ ନାହିଁ । ଅପରପକ୍ଷେ କଟକ ଭୁବନେଶ୍ୱରର କିଛି ଚିତ୍ର ମଧ୍ୟ ସେ ଦେଖାଇଥିଲେ । ଯାହା କି ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ସହରରେ ଅନେକ ଶିକ୍ଷିତ ଲୋକ ଥାଆନ୍ତି।। ହେଲେ ସେମାନେ ସାମାଜିକ ଦୁରତାକୁ ବିଲକୁଲ ବି ମାନୁ ନଥିବା ଉକ୍ତ ଚିତ୍ରରେ ଦେଖାଯାଇଛି। ଯଦି ଆମେ ବର୍ତ୍ତମାନ ଓଡ଼ିଶାରେ ଦେଖିବା ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରର ।ଯାହାକି ଭାରତର ଏକ ନମ୍ବର ସ୍ମାର୍ଟ ସିଟି ମଧ୍ୟ।ହେଲେ ଏଠାରେ ଲୋକ ସଚେତନ ନୁହଁନ୍ତି। ଓଡ଼ିଶାରେ ଏବେ ମୋଟ ୭୪ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ କେବଳ ଭୁବନେଶ୍ୱରରୁ ୪୬ ଜଣ ଅଛନ୍ତି। ଏଥିପାଇଁ ଏହାକୁ କରୋନା ହଟ୍ସସ୍ପଟ ଘୋଷଣା କରାଯାଇଛି। ବିଶେଷ କରି ବମୀଖାଲ, ସୂର୍ଯ୍ୟ ନଗର ଝାରପଡା ଅଞ୍ଚଳରେ ବିଶେଷ କରି ଆକ୍ରାନ୍ତ ସଂଖ୍ୟା ଅଧିକ । ଦେଖିବାକୁ ମିଳୁଛି ରାଜଧାନୀ ବାସୀ କରୋନାକୁ ନେଇ ସେତେ ସଚେତନ ନାହାନ୍ତି । ସାମାଜିକ ଦୂରତା କଥା ବହୁତ ଦୂରରେ ଯେମିତି । କିନ୍ତୁ ମଫସଲି ଗାଁ ତଥା ଆଦିବାସୀ ପ୍ରବଣ ଇଲାକାରେ ପାଣି ପାଇଁ ଗଲେ ମଧ୍ୟ ସେମାନେ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଉଛନ୍ତି । ଫଳରେ ଗାଁ ଅପେକ୍ଷା ସହରରେ ଅଧିକା କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି।

ଖବରରେ ଖବରଦାତା : ମୁମ୍ବାଇର ୫୩ ଜଣ ସାମ୍ବାଦିକଙ୍କୁ କରୋନା….

ମୁମ୍ବାଇ : କରୋନାର ଟିକନିକ ଖବର ଲୋକମାନେ ଘରେ ବସିକି ଦେଖୁଛନ୍ତି ।ହେଲେ ଆମ ପାଖକୁ ଯିଏ ଏହି ଖବର ପହଂଚାଉଛନ୍ତି ସେମାନେ ଏବେ ବିପଦରେ ।କାରଣ ମୁମ୍ବାଇର ୫୩ ଜଣ ସାମ୍ବାଦିକଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏହି ୫୩ ଜଣଙ୍କ ମଧ୍ୟରେ ରିପୋର୍ଟର, କ୍ୟାମେରାମ୍ୟାନ୍‌ ଏବଂ ଫଟୋ ଜର୍ଣ୍ଣାଲିଷ୍ଟ ଅଛନ୍ତି। ଯାହାକି ଏବେ ସାମ୍ବାଦିକ ଜଗତ ପାଇଁ ଚିନ୍ତାର ବିଷୟ ପାଲଟିଛି ।
କରୋନାର ସବୁ ହଟ ସ୍ପଟକୁ ଯାଇ ଜୀଵନ ବାଜିରେ ଲଗେଇ ଖବର ପରିବେଶ କରୁଛନ୍ତି ସାମ୍ବାଦିକ ।ମୁମ୍ବାଇରେ କରୋନା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସରବରାହ ସଂସ୍ଥାରୁ ଜଣାପଡିଛି। ହଫିଙ୍ଗପୋଷ୍ଟ ନାମକ ଏକ ଖବର ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ହଟ୍‌ସ୍ପଟ୍‌ କୁହାଯାଉଥିବା ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସରକାରଙ୍କୁ ବଳ ଦେଉଛି ସୋଆ : ତାଳଚେରରେ156 ଶଯ୍ୟା ବିଶିଷ୍ଟକୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର, ଏପ୍ରିଲ 20:ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ 19 ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି l କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ସୋଆର ଏହି ପ୍ରୟାସକୁ ସହଯୋଗ କରିଛି ମହାନଦୀ କୋଲ ଫିଲଡ ଲିମିଟେଡ଼ l ତାଳଚେର ସ୍ଥିତ ଏମସିଏଲ ହସ୍ପିଟାଲ ପରିସରରେ ସମ କୋଭିଡ 19 ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ ଭିଡ଼ିଓ କାନଫରେନସିଂ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ହସ୍ପିଟାଲ ଉଦଘାଟନ ହେବାପୂର୍ବରୁ ସୋମବାର ସକାଳେ ସମ ହସ୍ପିଟାଲ, ଏମସିଏଲ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ 156 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ନେଇ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା l ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଏମସିଏଲ ତାଳଚେରର ଜେନେରାଲ ମ୍ୟାନେଜର ଏନ. ଜି. ବ୍ରହ୍ମପୁରକର ଏହି ଚୁକ୍ତିନାମା ସ୍ଵାକ୍ଷରିତ କରିଥିଲେ l
156 ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ନିମନ୍ତେ ଏମସିଏଲ ଆର୍ଥିକ ସହାୟତା କରୁଥିବା ବେଳେ ଡାକ୍ତର, ନର୍ସ, ଏବଂ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ଡାକ୍ତରୀ ବ୍ୟବସ୍ଥା ସମ ପକ୍ଷରୁ ଯୋଗାଇ ଦିଆଯିବ l
ଏହି ଭିଡିଓ କନଫରେନସିଂ ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଡାକ୍ତର, ଏବଂ ମେଡିକାଲ ଷ୍ଟାଫ ମାନେ କରୋନା ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ l ହସ୍ପିଟାଲ କୁ ନେଇ ଏମସିଏଲ ର ସହଯୋଗକୁ ପ୍ରଶଂସା କରିବା ସହ ସୋଆର ଉଦ୍ୟମ ଓ ଦାୟିତ୍ୱବୋଧତା କୁ ନେଇ ମଧ୍ୟ ଆନନ୍ଦବ୍ୟକ୍ତ କରିଥିଲେ.l
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାରାଦେଶରେ 682 ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବ ବେଳେ ଓଡିଶା ଏ ଦିଗରେ ଅଗ୍ରଣୀ ଭୂମିକା ନେଇଛି l ତେବେ ଆଗାମୀ 6 ମାସ ପର୍ଯ୍ୟନ୍ତ କୌଣସି ଏହି ହସ୍ପିଟାଲ ଗୁଡିକୁ କେହି କରୋନା ରୋଗୀ ନ ଆସନ୍ତୁ ବୋଲି ସେ ଆଶା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ କିନ୍ତୁ ଆମକୁ ବିଶ୍ୱରୁ କରୋନା ସମ୍ପୂର୍ଣ ହଟିବା ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ ବୋଲିସେ କହିଥିଲେ l
ଏହି ଅବସରରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, 5ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଓ କୋଭିଡ 19 ନିମନ୍ତେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚି ପ୍ରମୁଖ ଉପସ୍ଥିତ ଥିଲେ l
ସୋମବାର ତାଳଚେର ସମେତ ଜଗତସିଂହପୁର, ନବରଙ୍ଗପୁର, ବରଗଡ ଓ ସୁନ୍ଦରଗଡ଼ ରେ ମଧ୍ୟ ଆଇଓସିଏଲ, ପାରାଦ୍ୱୀପ ପୋର୍ଟ ଲିମିଟେଡ଼ ଓ ଏନଟିପିସି ର ସହଯୋଗରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି l
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନସଚିବ ଶ୍ରୀ ତ୍ରିପାଠୀ କହିଥିଲେଯେ ଓଡିଶାର 22 ଟି ଜିଲ୍ଲାରେ 5000 ରୁ ଉର୍ଧ୍ଵ ଶଯ୍ୟା ବିଶିଷ୍ଟ 25 ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବା ବେଳେ ସୋମବାର ଆଉ 825 ଶଯ୍ୟା ବିଶିଷ୍ଟ 5 ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି l
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସମ ହସ୍ପିଟାଲ ର ବରିଷ୍ଠ ଡାକ୍ତର ଈଶ୍ୱର ବେହେରା ଏବଂ ଡାକ୍ତର ବସନ୍ତ କୁମାର ପତି ପ୍ରମୁଖ ତାଳଚେରରେ ଉପସ୍ଥିତ ଥିଲେ l
ଏପ୍ରିଲ 6 ତାରିଖରେ 525 ଶଯ୍ୟା ବିଶିଷ୍ଟ ଓଡିଶାର ବୃହତମ କୋଭିଡ ହସ୍ପିଟାଲ ସୋଆ ପକ୍ଷରୁ କ୍ୟାମ୍ପସ 2 ରେ ଆରମ୍ଭ ହୋଇଥିବା ବେଳେ ନିକଟରେ କେନ୍ଦ୍ରାପଡ଼ା ର ଛତା ଠାରେ ସମ ପକ୍ଷରୁ 110 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି l

ଯାଜପୁରର 5ଟି ପଂଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା..

ଯାଜପୁର :ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା 5 ଜଣଙ୍କ ସମ୍ପୂର୍ଣ୍ଣ ପଂଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଯାଜପୁରର ବାସୁଦେବପୁର, ମାର୍କଣ୍ଡପୁର ଏବଂ ବେହେରା ପାଟଣା ଅଂଚଳରୁ ଜଣେ ଲେଖାଏଁ, ଦଶରଥପୁର ବ୍ଲକ ର ବିରଜାପୁର,କୋରେଇ ବ୍ଲକର ମୁକୁନ୍ଦପୁରରୁକୁ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାରୁ ଏହି ଅଂଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।ଏହାସହ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଦଶରଥପୁର ବ୍ଲକ ଅଞ୍ଚଳର ୧୭ ଜଣ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ସୂଚନା । ମାର୍ଚ୍ଚ୨୯/୩୦ରେ କଲିକତାରୁ ଆସିଥିବା ସୂଚନl

ଆଜି 13ଜଣ କରୋନା ଚି଼ହ୍ନଟ : କୋଲକତା ଫେରନ୍ତା ଦେଉଛନ୍ତି ଟେନସନ..

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ପଡୋଶୀ ରାଜ୍ୟ କୋଲକତାରୁ ଫେରୁଥିବା ଲୋକମାନେ ନିଜ ଆଡୁ ଜଣାଇବା ପାଇଁ ସରକାର ନିବେଦନ କରିଛନ୍ତି l ଆଜି ଗୋଟିଏ ଦିନରେ ଯେଉଁ 13ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଅଧିକାଂଶ
ପ୍ରାୟ କୋଲକତା ଫେରନ୍ତା l ଯାଜପୁର ଜିଲାରୁ ଓ ଭଦ୍ରକ ଜିଲାର ରୋଗୀଙ୍କ ଗ୍ରସ୍ତରୁ ଜଣା ପଡିଛି l ବର୍ତମାନ ରାଜ୍ୟରେ ମୋଟ 74 କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାପାଳ କୋଲକତା ଫେରନ୍ତାମାନେ ନିଜ ଆଡୁ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି l

ଯାଜପୁରରେ ୫ ଜଣ କରୋନା ଆକ୍ରାନ୍ତ : ଚିନ୍ତା ବଢିଲା ପ୍ରଶାସନର

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ରାଜ୍ୟରେ ପୁଣି ଆଉ 6 କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଯାଜପୁର ଅଂଚଳର ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି । ସେମାନଙ୍କ ମଧ୍ୟରୁ 3ଟି ଯାଜପୁର ବ୍ଲକ, କୋରେଇ 1ଟି, ଦଶରଥପୁର ଅଂଚଳରେ ଜଣେ କରୋନା ପଜେଟିଭ ବୋଲି ଜିଲ୍ଲାପାଳ କହିଛନ୍ତି l ଲକ ଡାଉନ ଯାଜପୁରରେ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

ରାଜ୍ୟରେ 74ରେ ପହଁଚିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ ଆଉ 6ଜଣ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ତାଙ୍କର ବିଷୟରେ ଏଯାଏଁ କୌଣସି ସୂଚନ ମିଳିପାରିନାହିଁ । ଏଥି ମଧ୍ୟରୁ 5ଜଣ ଯାଜପୁର ଚି଼ହ୍ନଟ କରାଯାଇଛି l ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 74 ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ 43ଜଣ ଚିକିତ୍ସିତ ହେଉଛନ୍ତି। ଏହାସହ 24ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭଦ୍ରକ ଆକ୍ରାନ୍ତଙ୍କ ସହ ଯାଜପୁର ଲିଙ୍କ :ସଜାଗ ହେଲା ପ୍ରଶାସନ

ଯାଜପୁର: ଭଦ୍ରକ ପାଇଁ ସଜାଗ ହେଲା ଯାଜପୁର ପ୍ରଶାସନ । ଆଜି ସକାଳୁ ଭଦ୍ରକର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ଜଣେ ଆକ୍ରାନ୍ତ ଯାଜପୁରର ୬ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛି । ଯାହାକି ଖୋଦ ଆକ୍ରାନ୍ତ ବ୍ୟକ୍ତି କହିଛନ୍ତି । ଏହା ଜାଣିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ୟକ୍ତି ଜଣଙ୍କ କହିବା ଅନୁସାରେ ସେ ୨୯ ତାରିଖରେ କଲିକତାର ବଡ଼ ବଜାରରୁ ଏକ ମାରୁତୀ କାରରେ ଫେରିଥିଲେ । ସେଥିରେ ତାଙ୍କ ସହ ୬ଜଣ ଲୋକ ଥିଲେ । ଭଦ୍ରକର ଆକ୍ରାନ୍ତ ଜଣକ ୩୦ ତାରିଖରେ ସକାଳ ୬:୩୦ରେ ନେଉଳିଆ ଛକରେ ଓହ୍ଲାଇଥିଲେ । ଅନ୍ୟ ୬ ଜଣ ଷଠିପୁରରେ ଓଲ୍ହାଇବେ ବୋଲି କଥା ହେଉଥିଲେ । ଫଳରେ ସେମାନେ ଷଠିପୁର ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ହେଲେ ଉକ୍ତ ୬ ଜଣଙ୍କର ସଠିକ ଠିକଣା ଭଦ୍ରକ ଆକ୍ରାନ୍ତ ଜଣଙ୍କ କହି ପାରୁନାହାନ୍ତି । ଏହାପରେ ଯଦି ସେହି ଅଞ୍ଚଳରେ କେହି କଲିକତାରୁ ଫେରିଥିବା ଲୋକ ଥାଅନ୍ତି ତେବେ ସେମାନେ ନିଜ ତରଫରୁ ଜିଲ୍ଲା ପ୍ରଶାସନକୁ ଜଣାଇବା ପାଇଁ ଜିଲାପାଳ ରଞ୍ଜନ ଦାଶ ନିବେଦନ କରିଛନ୍ତି। ଭଦ୍ରକ ବ୍ୟକ୍ତିଙ୍କ ସହ ଆସିଥିଲେ ସେମାନଙ୍କୁ ଜିଲ୍ଲା ପ୍ରଶାସନକୁ କ୍ୱାରେଣ୍ଟାଇନରେ ରଖିବେ ଓ ଚିକିତ୍ସା କରାଇବେ । ଯାହା ଫଳରେ ଗୋଷ୍ଠୀ ସଂକ୍ରମଣରୁ ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ତେଣୁ କରି ସେ ଅଞ୍ଚଳର ବାସିନ୍ଦା ଓ ଫେରିଥିବା ଲୋକଙ୍କୁ ସେ ବିଷୟରେ ଜିଲ୍ଲା ପ୍ରଶାସନକୁ ସୂଚନା ଦେବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ଏହି ୬ ,ଜଣଙ୍କୁ ଚିହ୍ନଟ ପାଇଁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବି ଅନୁରୋଧ କରିଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news