ଆସନ୍ତା 5 ଦିନ ଘରେ ପହଞ୍ଚିବ ପାଠ୍ୟ ପୁସ୍ତକ

- Advertisement -

ଭୁବନେଶ୍ୱର : ଆସନ୍ତା 5 ଦିନ ଭିତରେ ସାରା ରାଜ୍ୟର ବଣ୍ଟାଯିବ ପାଠ୍ୟ ପୁସ୍ତକ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ପାଠ୍ୟ ପୁସ୍ତକ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓସେପା ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ବ୍ଲକ ରେ ବହି ପହଞ୍ଚି ସାରିଛି। ବ୍ଲକ ଶିକ୍ଷା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ସ୍କୁଲରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି। ସ୍କୁଲରେ ବହି ପହଞ୍ଚିବା ପରେ ପ୍ରଧାନ ଶିକ୍ଷକ ମାନେ ସ୍କୁଲ୍ ରେ କାଉଣ୍ଟର ଖୋଲି ବହି ବାଣ୍ଟିବେ। ଆବଶ୍ୟକ ସ୍ଥଳେ ଘରକୁ ଯାଇ ବହି ବାଣ୍ଟିବାକୁ ନିର୍ଦ୍ଦେଶ ରହିଛି। ତେବେ Hotspot/ containment zone ରେ କିନ୍ତୁ ବହି ବଣ୍ଟାଯିବ ନାହିଁ। ପୁସ୍ତକ ଦେବା ସମୟରେ ସାମାଜିକ ଦୂରତା, ସ୍ଵଚ୍ଛତା କୁ ଗୁରୁତ୍ବ ଦେବା ସହ ଜିଲ୍ଲାପାଳ ଙ୍କୁ ଅବଗତ କରାଇବେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles