ଯାଜପୁର ଚିନ୍ତା ବଢ଼ାଇଲା ପଶ୍ଚିମ ବଙ୍ଗ…

- Advertisement -

ଯାଜପୁର ଚିନ୍ତା ବଢ଼ାଇଲା ପଶ୍ଚିମ ବଙ୍ଗ
ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ମୋଟ 12
ଜଣେ ସୁସ୍ଥ ।
ସବୁ କରୋନା ଆକ୍ରାନ୍ତଙ୍କ ପଶ୍ଚିମ ବଙ୍ଗ ଲିଙ୍କ
ଘରେ ରହିବାକୁ ଜିଲ୍ଲାପାଳଙ୍କ ଅନୁରୋଧ ।
ଯାଜପୁର : ବର୍ତ୍ତମାନ ଓଡ଼ିଶାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୨ ଛୁଇଁଲା କରୋନା ସଂଖ୍ୟା । ଏହି ସମସ୍ତଙ୍କର କଲିକତା ଲିଙ୍କ ରହିଛି । ଏନେଇ ସୂଚନା ଦେଲେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।ଏଥିମଧ୍ୟରୁ ୩ ଜଣ ଯାଜପୁର ବ୍ଲକର ଥିବାବେଳେ ଜଣେ ଦଶରଥପୁର ବ୍ଲକ୍ ର ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ପୂର୍ବ ୫ ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଁଚିଲା । ସେପଟେ ଯାଜପୁର ଜିଲ୍ଲାକୁ ପଶ୍ଚିମବଙ୍ଗରୁ ପ୍ରାୟ ୬୦୦ ରୁ ୭୦୦ ଲୋକ ଆସିଛନ୍ତି ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଗଣମଧ୍ୟମକୁ କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles