ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏବେ ମୁଖ୍ୟତଃ ଏହା ଯାଜପୁର , ବାଲେଶ୍ଵର, ଓ ଭଦ୍ରକରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଆଜି ଜିଲ୍ଲାଗୁଡିକର କରୋନା ପ୍ରବଣ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁସାରେ ରେଡ଼ ଜୋନରେ ରାଜ୍ୟର ୬ ଜିଲ୍ଲା ଏହି ତାଲିକାରେ ଅଛି। ଏବେ ଯାଜପୁର ଏହି ତାଲିକା ଅନ୍ତର୍ଭୁକ୍ତ ହୋଇଛି । ଯଦି ଆସନ୍ତା ୪ ଭିତରେ ଭୁବନେଶ୍ୱରରୁ ପଜେଟିଭ କେସ ନ ଆସିବ ସେ ରେଡ଼ ଜୋନ ତାଲିକାରୁ କଟିଯିବ।
ଯେଉଁ ଜିଲ୍ଲା ଗୁଡିକରେ ୧୪ ଦିନ ଭିତରେ ଆକ୍ରାନ୍ତ ଚିହ୍ନଟ ହୋଇଥାଆନ୍ତି ତାକୁ ରେଡ଼ ଜୋନ କୁହାଯାଏ। ଏଥିରେ ଏବେ ଖୋର୍ଦ୍ଧା ଶୀର୍ଷରେ ଅଛି । କାରଣ ଏଠାରେ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅରେଞ୍ଜ ଜୋନରେ ଏବେ ରାଜ୍ୟର ୪ ଟି ଜିଲା ରହିଛି। ଯେଉଁ ଜିଲ୍ଲାରେ ଶେଷ ପଜେଟିଭ ଚିହ୍ନଟର ୧୪ ଦିନ ମଧ୍ୟରେ କେହି ଆକ୍ରାନ୍ତ ହୋଇନ ଥାଆନ୍ତି ।ତାହାକୁ ଅରେଞ୍ଜ ଜୋନ କୁହାଯାଇଥାଏ। ଏହାସହ ବାକି ୨୦ ଜିଲ୍ଲାରେ କୌଣସି ପଜେଟିଭ ଚିହ୍ନଟ ହୋଇନାହାନ୍ତି ।ତେଣୁ ସେ ଜିଲ୍ଲା ଗୁଡିକୁ ଗ୍ରୀନ ଜୋନରେ ରଖାଯାଇଛି।
ଏପଟେ ପଶ୍ଚିମବଙ୍ଗ ଓଡ଼ିଶା ପାଇଁ କାଳ ପାଲଟିଛି । ଯାହାଫଳରେ ଯାଜପୁର, ବାଲେଶ୍ଵର , ଭଦ୍ରକରେ ଦିନକୁ ଦିନ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି। ପୂର୍ବରୁ ବାଲେଶ୍ଵର ଓ ଭଦ୍ରକ ରେଡ଼ ଜୋନ ଅନ୍ତର୍ଭୁକ୍ତ ଥିଲେ । ଏବେ ଯାଜପୁର ଏଥିରେ ସାମିଲ ହୋଇଛି । ଜିଲ୍ଲାରେ ଏଯାଏଁ ୧୨ଜଣ ପଜେଟିଭ ଚିହ୍ନଟ ହୋଇସାରିଛନ୍ତି । ସରକାରଙ୍କ ତଥ୍ୟ ଅନୁସାରେ ଏଯାଏଁ ରାଜ୍ୟରେ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏହାସହ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। ସେଥିମଧ୍ୟରୁ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ଆସନ୍ତୁ ନଜର ପକେଇବା କେଉଁ ଜିଲ୍ଲା କେଉଁ ଜୋନ ଅଛି
ରେଡ଼ ଜୋନ- ଖୋର୍ଦ୍ଧା, ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ଼
ଅରେଞ୍ଜ ଜୋନ-କଟକ,ପୁରୀ,ଢେଙ୍କାନାଳ, କଳାହାଣ୍ଡି
ଗ୍ରୀନ ଜୋନ- ଅବଶିଷ୍ଟ ୨୦ ଜିଲ୍ଲା
ରେଡ଼ ଜୋନରେ ଓଡ଼ିଶାର ୬ ଜିଲ୍ଲା : ସାମିଲ ହେଲା ଯାଜପୁର
ଚିନ୍ତା ବଢ଼ାଉଛି ଭଦ୍ରକ : ୪ ନୂଆ ଆକ୍ରାନ୍ତ ଚିହ୍ନଟ
ଭଦ୍ରକ : ବର୍ତ୍ତମାନ ଓଡ଼ିଶାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୬ ଛୁଇଁଲା କରୋନା ସଂଖ୍ୟା। ସମସ୍ତ ଆକ୍ରନ୍ତ ପଶ୍ଚିମ ବଙ୍ଗ ଫେରନ୍ତା ବୋଲି ଜଣାଇଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଏଥିମଧ୍ୟରୁ ୨ ଜଣ ଧାମନଗର ଥିବାବେଳେ ଆଉ ୨ ଜଣ ତିହିଡି ବ୍ଲକର । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଁଚିଲା।
ରେଳବାଇ ସାଇଡିଂରେ ପଡିରହିଛି ଲକ୍ଷାଧିକ ଟଙ୍କାର ସିମେଣ୍ଟ ।
ବ୍ୟାସନଗର : କରୋନା ପାଇଁ ଦୀର୍ଘ ଦିନ ହେବ ସାରା ରାଜ୍ୟରେ ଚାଲିଛି ଲକଡାଉନ୍ ।ଏହି ପରିସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି ।ତେଣୁ ରେଳବାଇ ସାଇଡିଂରେ କାମ କରୁଥିବା ସହସ୍ରାଧିକ ଖଲାସି ବର୍ତ୍ତମାନ କାମକୁ ଆସୁନାହାନ୍ତି । ଫଳରେ ଦୀର୍ଘ ଦିନ ହେବ ଲକ୍ଷାଧିକ ଟଙ୍କାର ସିମେଣ୍ଟ ଖୋଲା ଆକାଶ ତଳେ ପାଲ ବନ୍ଧା ହୋଇ ପଡିରହିଛି ।ସରକାର ଇତିମଧ୍ୟରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଇଥିଲେ ମଧ୍ୟ ଲୋଡିଂ ଶ୍ରମିକ ଓ ପରିବହନ ଲାଗି ଆବଶ୍ୟକ ହେଉଥିବା ଟ୍ରକ୍ ଅଭାବ କାରଣରୁ ଏସବୁ ପଡିରହିଛି । ଦୀର୍ଘ ଦିନ ଧରି ପଡି ରହିବା କାରଣରୁ କିଛି ଦୁର୍ବୃତ୍ତ ମଧ୍ୟ ଏହାର ଫାଇଦା ନେବାରେ ଲାଗିଛନ୍ତି । ଢଙ୍କା ଯାଇଥିବା ପାଲକୁ କାଟି ସେଥି ମଧ୍ୟରୁ ନେଇଯାଉଥିବା ନଜରକୁ ଆସୁଛି ।ଏହା ଫଳରେ ସିମେଣ୍ଟ ଆମଦାନୀ କରୁଥିବା ବିଭିନ୍ନ ସଂସ୍ଥା କ୍ଷତିର ଶିକାର ହେଉଛନ୍ତି ।ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।
ରଥଯାତ୍ରା ନେଇ ଗଜପତି ମହାରାଜ କି ବାର୍ତ୍ତା ଦେଲେ….
ଭୁବନେଶ୍ୱର :ଦୁଇ ଦିନ ପରେ ଅକ୍ଷୟ ତୃତୀୟା , କିନ୍ତୁ ମେ ୩ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ , କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ପରିଚାଳନା କମିଟି ବାଧ୍ୟ ବୋଲି
ଗଜପତି ମହାରାଜ କହିଛନ୍ତି l ସେହିପରି ଜନସାଧାରଣଙ୍କ ସ୍ବାସ୍ଥ୍ୟ , ଜୀବନ ଓ ଦେବନୀତି ଉଭୟକୁ ଗୁରୁତ୍ବ ଦେବାକୁ ପଡିବ ଗଜପତି ମହାରାଜ କହିଛନ୍ତି l ଆଜି ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରାଯିବ l ଵିଧି କିପରି ରକ୍ଷା କରାଯିବ ସେ ନେଇ ଆଲୋଚନା ହେବ l
ରେକର୍ଡ ସଂଖ୍ୟକ ଟେଷ୍ଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଖାସ ସେଥିପାଇଁ ସାର ଟେଷ୍ଟିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି l ଟେଷ୍ଟରେ ରେକର୍ଡ l ଗୋଟିଏ ଦିନରେ 2474 ନମୁନା ପରୀକ୍ଷା ଅର୍ଥାତ ଗତକାଲି ରେକର୍ଡ ସଂଖ୍ୟକ ଟେଷ୍ଟ ହୋଇଛି l ପୂର୍ବରୁ 2209ଟି ନମୂନା ପରୀକ୍ଷା ହୋଇଥିଲା l ବର୍ତ୍ତମାନ ସୁଦ୍ଧା 18.458 ଟି ନମୂନା ପରୀକ୍ଷା ହୋଇଛି l ରାପିଡ ଆଣ୍ଟି ବଡି ଟେଷ୍ଟ 4975 l
ତିନି ଜିଲ୍ଲାକୁ ୬୦ଘଣ୍ଟା ପାଇଁ ସଟ୍ ଡାଉନ…
ଭୁବନେଶ୍ୱର : ଯାଜପୁର, ବାଲେଶ୍ଵର, ଭଦ୍ରକକୁ ଆଜିଠାରୁ ସଟ୍ ଡାଉନ ଘୋଷଣା କାରାଯାଇଛି। ଆଜି ରାତି ୧୦ ଟାଠାରୁ ୨୬ ତାରିଖ ଦିନ ୧୦ ଯାଏଁ ଏହି ନିୟମ ଜାରି ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ଏହି ତିନି ଜିଲ୍ଲାରୁ ଏବେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ସରକାରଙ୍କ ଚିନ୍ତା ବଢ଼ିଛି। ଯଦି ଆମେ ଗତ ୩ ଦିନର ତଥ୍ୟକୁ ଦେଖିବା ଏହି ଜିଲ୍ଲା ଗୁଡିକରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ପୂର୍ବରୁ ଏହି ସଟ୍ ଡାଉନକୁ ଭୁବନେଶ୍ୱର ଓ କଟକରେ ପ୍ରୟୋଗ କରି ସରକାର ଏହି ସହରରେ କରୋନାକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ସେଥିପାଇଁ ଏହାକୁ ଏବେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ରେ ସଟ୍ ଡାଉନ ଘୋଷଣା କାରାଯାଇଛି ।
ଏହି ସଟ୍ ଡାଉନ ସମୟରେ ସରକାରଙ୍କ ସ୍ୱୀକୃତି ପାଇଥିବା କିଛି ଔଷଧ ଦୋକାନ କେବଳ ଖୋଲା ରହିବ। ଲୋକମାନେ ସମ୍ପୂର୍ଣ୍ଣ ଭାବେ ଘରେ ରହିବେ । ଫଳରେ କରୋନା ଆଉ ଗୋଷ୍ଠୀ ସଂକ୍ରମଣ କରିପାରିବ ନାହିଁ। ବର୍ତ୍ତମାନ ସମୟରେ ପଶ୍ଚିମ ବଙ୍ଗରୁ ଅନେକ ଲୋକ ଏହି ତିନି ଜିଲ୍ଲାକୁ ଆସିଛନ୍ତି । ସେମାନଙ୍କୁ ସରକାର ଟ୍ରେଶ କରୁଛନ୍ତି ।ଏହାସହ କେମିତି ଅଧିକରୁ ଅଧିକ ଟେଷ୍ଟ କରାଯିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏହି ୬୦ ଘଣ୍ଟା ଏହି ତିନି ଜିଲ୍ଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରହିବ।
ଜାଲି ଖବର ଉପରେ ଗାଇଡଲାଇନ ଉନ୍ମୋଚିତ
ଢେଙ୍କାନାଳ: ଜାଲି ଖବର ସାରା ପୃଥିବୀରେ ଭୟାନକ ବିପଦ ଭାବେ ଉଭା ହୋଇଛି । ଫଳରେ କେଉଁଟି ସତ, କେଉଁଟି ମିଛ ଲୋକମାନେ ଜାଣିପାରୁ ନାହାନ୍ତି । ଆଉ କ୍ରମଶଃ ଏହା ଆମର ଖବର ପଠନର ଶୈଳୀକୁ ବି କବଜା କରିବାକୁ ବସିଲାଣି । ତେଣୁ ଜାଲି ଖବରକୁ କିପରି ଯାଞ୍ଚ କରାଯାଇ ପାରିବ, ସେ ସଂପର୍କରେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ପକ୍ଷରୁ ଆଜି ଏକ ଗାଇଡ଼୍ଲାଇନ୍ ଉନ୍ମୋଚିତ ହୋଇଯାଇଛି । ଇଂରାଜୀରେ ପ୍ରସ୍ତୁତ ଏହି ଗାଇଡ଼୍ଲାଇନକୁ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ଇ-ଉନ୍ମୋଚନ କରିଥିଲେ ।
ଏହି ଅବସରରେ ସେ କହିଥିଲେ- ସମ୍ବାଦ ପ୍ରସାରଣ କ୍ଷେତ୍ରରେ ଜାଲି ଖବର ଏବେ ଏକ ବଡ଼ ସମସ୍ୟା ହୋଇଗଲାଣି । ଏହା ସଂପ୍ରଦାୟ, ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିପାରେ । ଦେଶକୁ ମାନସିକ ସ୍ତରରେ ଖଣ୍ଡ ଖଣ୍ଡ କରିଦେବାର କ୍ଷମତା ଜାଲି ଖବରର ରହିଛି । ତେଣୁ ସମସ୍ତେ ଏ ଦିଗରେ ଅବଗତ ହେବା ବର୍ତ୍ତମାନ ସମୟର ଆବଶ୍ୟକତା । ସମସ୍ତେ ଏ ସଂପର୍କରେ ଜାଣିଲେ ହିଁ କେଉଁଟି ଅସଲି, କେଉଁଟି ନକଲି ତାହା ବାଛି ପାରିବେ ବୋଲି ଡ. ଚାଟାର୍ଜୀ କହିଥିଲେ ।
ଆଇଆଇଏମସି, ଢେଙ୍କାନାଳ ଓ ପ୍ରେସ୍ କ୍ଲବ, କୋଲକାତା ପକ୍ଷରୁ ଏହି ଗାଇଡ଼୍ଲାଇନ୍ ପ୍ରସ୍ତୁତ କରାଯାଇଛି । ପ୍ରଫେସର ମୃଣାଳ ଚାଟାର୍ଜୀ ଓ ପ୍ରେସ୍ କ୍ଲବର ସଭାପତି ସ୍ନେହାଶିଷ ସୁର ଏଥିପାଇଁ ଆବଶ୍ୟକୀୟ ସହାୟତା କରିଛନ୍ତି । ଗାଇଡ଼୍ଲାଇନକୁ ସଂକଳିତ କରିଛନ୍ତି ସହକାରୀ ପ୍ରଫେସର ସମ୍ବିତ ପାଲ୍ ।
ଜାଲି ଖବରକୁ ଜାଣିବା ପାଇଁ ଅନେକ ଅନଲାଇନ ଟୁଲ ଅଛି । ଏହାକୁ ସମସ୍ତେ ଜାଣିବା ଦରକାର ବୋଲି ସମ୍ବିତ ପାଲ୍ କହିଛନ୍ତି । ଏହି ଗାଇଡ଼୍ଲାଇନ ଓଡ଼ିଆ ସମେତ ତେଲୁଗୁ, ବଙ୍ଗଳା ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରକାଶିତ ହେବ ବୋଲି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସୂଚନା ଦେଇଛନ୍ତି ।
ଲକଡାଉନ ସମୟରେ ଆଇଆଇଏମସି, ଢେଙ୍କାନାଳ ପକ୍ଷରୁ ଏହା ଦ୍ୱିତୀୟ ଇ-ଉନ୍ମୋଚନ । ପୂର୍ବରୁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସଂପର୍କରେ ଏକ ମନୋଗ୍ରାଫ୍ ଆଇଆଇଏମସି ପକ୍ଷରୁ ଅପ୍ରେଲ ୧୩ ତାରିଖ ଦିନ ଉନ୍ମୋଚିତ ହୋଇଯାଇଛି । ତା ପୂର୍ବରୁ ବିଷାଦ ଓ ମାନସିକ ଚାପ ଉପରେ ଏକ ମନୋଗ୍ରାଫ୍ ଆଇଆଇଏମସି ପ୍ରକାଶ କରିଥିଲା ।














