କାଳ ହେଲା ପ୍ରେସମିଟ : କଂଗ୍ରେସରୁ ଇତିଶ ନିଲମ୍ବିତ

0

ଭୁବନେଶ୍ୱର : ଭାରୀପଡିଲା ପ୍ରେସମିଟ l କଂଗ୍ରେସରୁ ବିଦା ହେଲେ ଇତିଶ ପ୍ରଧାନ l ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ତାଙ୍କୁ ମହଙ୍ଗା ପଡ଼ିଲା । ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଏବେକାର ରାଜ୍ୟ ଆବାହକ ଇତୀଶ ପ୍ରଧାନଙ୍କୁ ଏନଏସୟୂଆଇରୁ ନିଲମ୍ବିତ କରାଯାଇଛି । ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଭାରୀ ମୋଥା ରୋହିତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଯାହାକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି l
କିଛିଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରେସମିଟରେ ଇତୀଶ ସମାଲୋଚନା କରିବା ସହ ଓଡ଼ିଶାରେ ପୁରାଇ ନଦେବାକୁ ଚେତଵିନି ଦେଇଥିଲେ l ଯାହାକୁ ଦଳ ଗୁରୁତର ସହ ନେଇ ତାଙ୍କ ବିରୋଧରେ ଏପରି ପଦକ୍ଷେପ ନେଇଛନ୍ତି l….

ସରିଲା ଖୁଦୁରୁକୁଣୀ ଓଷା : କାଲି ବିଦାୟ ନେବେ “ମା”

0

ଯାଜପୁର : ପର୍ଣ୍ଣିମା ତିଥିରେ ଓଡିଶା ର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମାଁ ଖୁଦୁରୁକୁଣୀ ଙ୍କ ପୂଜା ଶେଷ ହୋଇଛି l ଓଡିଆ ଘରର ପରମ୍ପରା ସ୍ବରୂପ ଏହି ପୂଜା ଓଡିଆ ଘରର କୁଆଁରୀ ଝିଅ ମାନେ ନିଜ ଭାଇ ମାନଙ୍କ ଶୁଭ ମନାସୀ ଏହି ପୁଜା ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ପୁଜା ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । 5ପାଳି ପରେ ଆଜି ସାରିଛି “ମା “ଖୁଦୁରୁକୁଣୀଙ୍କ ପୂଜା l
ଆସନ୍ତା କାଲି ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ l ଏହା ସହିତ ଏକ ମାସ ଧରି ଚାଲିଥିବା ଓଷା ମଧ୍ୟ ଶେଷ ହୋଇଛି l

ଅଶୋକ ଦାସ ଫାଉଣ୍ଡେସନର ସାପ୍ତାହିକ ରକ୍ତଦାନ ଶିବିର..

0

ଯାଜପୁର : ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସାପ୍ତାହିକ ରକ୍ତଦାନ ଶିବିର ଯାଜପୁରରେ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ସହରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ ହୋଇ ଯୁବପିଢ଼ି ମାନେ ଅଧିକରୁ ଅଧିକ ରକ୍ତଦାନ କରିବାକୁ ଆହ୍ୱାନ କରିଛନ୍ତି l

ମନକଥା କହିଲେ ପ୍ରଦୀପ :ବିଜେପୁର ପ୍ରାର୍ଥୀ ହେବାକୁ ଇଛୁକ

0

ଭୁବନେଶ୍ୱର : ପାଖେଇ ଆସିଲାଣି ବିଜେପୁର ନିର୍ବାଚନ l ରାଜ୍ୟର 3 ପ୍ରମୁଖ ଦଳ ଏବେଠାରୁ ଅଣ୍ଟା ଭିଡ଼ିଲେଣି l ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ଉପନିର୍ବାଚନ ହେବ l ଆସନ୍ତା ସେପ୍ଟେମ୍ବର ମାସରେ ବିଜେପୁର ନିର୍ବାଚନ ହେବାର ସମ୍ଭାବନା ଅଛି l କୌଣସି ଦଳ ଏଯାଏଁ କିଏ ହେବ ଦଳୀୟ ପ୍ରାର୍ଥୀ ତାହା ସ୍ଥିର କରିନାହାନ୍ତି l ହେଲେ ଯେଉଁମାନେ ଆଗ୍ରହୀ ସେମାନେ ବିଜେପୁର ଲାଗି ତତପର ହେଲେଣି l ବିଜେପିର ବିଜେପୁର ପ୍ରାର୍ଥୀ ହେବାକୁ ପୂର୍ଵତନ ବିଧାୟକ ପ୍ରଦୀପ ପୁରୋହିତ ଇଛା ପ୍ରକାଶ କରିଛନ୍ତି l ସେ ଆଜି ତାଙ୍କ ମନକଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ପ୍ରଦୀପ କହିଛନ୍ତି ଯେ ପାଇକମାଳ ମୋ ନିଜ ଘର l ତେଣୁ ମତେ ବିଜେପୁର ପ୍ରାର୍ଥୀ କରାଗଲେ ମୁଁ ନିଶ୍ଚିତ ଜିତିବି l
ବିଜେପି ଅଶୋକ ପାଣିଗ୍ରାହୀ ଓ ସନତ ଙ୍କୁ ପୃର୍ଵରୁ ଦଳୀୟ ପ୍ରାର୍ଥୀ କରିଛି l ତେବେ ଦଳ ଏଥର କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାର କଥା l

ଟାର୍ଗେଟ 5ଲକ୍ଷ : ମଙ୍ଗ ଧରିଛନ୍ତି ବବି

0

ଯାଜପୁର : ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଯାଜପୁର ଜ଼ିଲ୍ଲାରେ ଜୋରଦାର ହୋଇଛି l ପୁରା ଯାଜପୁର ଜିଲ୍ଲାରେ 5ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଅଣ୍ଟl ଭିଡ଼ିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ l ଏଥିଲାଗି ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ସଭ୍ୟ ସଂଗ୍ରହ ଅଭିଯାନ କରାଯାଉଛି l ବିଜେଡି ସଭାପତି ନବୀନ ପଟ୍ଟନାୟକ ତୃଣମୂଳ ସ୍ଥଳରୁ ଦଳକୁ ମଜବୁତ କରିବା ପାଇଁ ନେତାଙ୍କୁ ପରାମର୍ଶ ଦେଉଛନ୍ତି l
ଏହି ଅନୁସାରେ ଆଜି ଯାଜପୁର ବିରଜା କଲ୍ୟାଣମଣ୍ଡପରେ ଯାଜପୁର ପୌର ପରିଷଦର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) ଏହି ଅଭିଯାନରେ ସାମିଲ ହୋଇ ବିଜେଡି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି l ଏହି ଅବସରରେ ବିଭିନ୍ନ ୱlଡର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ବିଧାୟକ l ଏକ ହୋଇ କାମ କରିବା ସହ ଲୋକଙ୍କ ସୁଖଦୁଃଖର ସାଥି ହେବା ପରାମର୍ଶ ଦେଇଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ l ବିଜେଡି ଏକ କୋଟି ସଭ୍ୟ ସଂଗ୍ରହ କରିବାବୁ ଲକ୍ଷ ରଖିଛି l ବିଧାୟକ ପ୍ରଣବ ପ୍ରକାଶ ଦାସ ଯାଜପୁରର ସମସ୍ତ ବିଧାୟକଙ୍କ ସହ ମିଶି ଜିଲ୍ଲାରେ 5ଲକ୍ଷ ସଭ୍ୟ ସଂଗ୍ରହ କରିବା ପାଇଁ ପ୍ରୟାସ ଜାରିରଖିଛନ୍ତି l

ଓଡିଶାରେ ସେବା ସପ୍ତାହକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…..

0

ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ ପାଇଁ ନିଆଗଲା ସଂକଳ୍ପ
 ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜନ୍ମସପ୍ତାହ ସେପ୍ଟେମ୍ବର ୧୪-୨୦କୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ କରାଯିବ ପାଳନ  ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ସେବା ଧର୍ମ ଏବଂ ଭାବନାକୁ ନେଇ ବିଜେପି କାର୍ଯ୍ୟ କରୁଛି : ସାଂସଦ ଅଶ୍ୱିନୀ ବୈଷ୍ଣବ  ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୩୬୫ ଦିନ ଲୋକସେବା କରାଯିବ : ସାଂସଦ ଅପରାଜିତା ଷଡଙ୍ଗୀ  ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନମାରେ ଓଡିଶାବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ  ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ଆମେ ବର୍ଜନ କରିବା ଦରକାର : ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଭୁବନେଶ୍ୱର, ତା.୧୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ । ସାରା ରାଜ୍ୟରେ ପୂରା ଏକ ସପ୍ତାହ ଧରି ଏହି ସେବା ସପ୍ତାହ ପାଳନ କରାଯିବ । ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ ଆଦି ଆୟୋଜିତ କରାଯିବ । ଏଥି ସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ । ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ସେବା କାର୍ଯ୍ୟ କରାଯିବା ସହ ବିଜେପି ପକ୍ଷରୁ ସହାୟତା ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ସେବା ସପ୍ତାହର ପ୍ରଥମ ଦିନରେ ଆଜି ଭୁବନଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିଶାଳ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ଜୀବନଧାରା ଏବଂ ଉପଲବ୍ଧୀ ସଂର୍ପକୀତ ଫଟୋ ଟିତ୍ର ପ୍ରଦର୍ଶିତ କରାଯାଇଥିଲା ।ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ଆମେ ବର୍ଜନ କରିବା ଦରକାର । ଏହି ପ୍ଲାଷ୍ଟିକ ପଦାର୍ଥ ଗୁଡିକ ମାଟିରେ ମିଶି ପାରିବ ନାହିଁ । ବିଶ୍ୱର ପର୍ଯ୍ୟାବରଣ ଜଳବାୟୁ ପରିବର୍ତନରେ ପ୍ଲ୍ାଷ୍ଟିକ ପଦାର୍ଥର ଭୂମିକା ଅନେକ ରହିଛି । ଏଣୁ ପଲିଥିନ, କ୍ୟାରିବେଗ, ଚା କପ ଆଦି ପଦାର୍ଥକୁ ବର୍ଜନ କରିବା ଦରକାର ବୋଲି ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଦେଶରେ ରାଜନୀତିକୁ ସେବାର ବ୍ରତ ଭାବେ ଗ୍ରହଣ କରିଛନ୍ତି । ସମାଜର ଅନ୍ତିମ ଚରଣରେ ଥିବା ଲୋକଙ୍କୁ ସେବା ଯୋଗାଇ ଦେବା ଭାରତୀୟ ଜନତା ପାର୍ଟିର ମୂଳ ଧର୍ମ । ସେବା ଧର୍ମ ଏବଂ ଭାବନାକୁ ନେଇ ବିଜେପି କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ବ୍ୟବସ୍ଥାରେ ପବିବର୍ତନ ଆଣିଛନ୍ତି । ବିଭିନ୍ନ ଯୋଜନାର ସବସିଡି ସିଧା ଲୋକଙ୍କୁ ଆକାଉଂଟରେ ପହଂଚୁଛି । ଲୋକଙ୍କ ସେବାରେ ବିଜେପି ନେତୃବୃନ୍ଦ ମାନେ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳିତ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ୩୬୫ ଦିନ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ସମସ୍ତ ଯୋଜନା କିପରି ଲୋକଙ୍କୁ ଲାଭାନ୍ୱିତ କରିବ ସେ ନେଇ ପ୍ରଧାନମନ୍ତ୍ରୀ ସବୁ ସମୟରେ କାର୍ଯ୍ୟ କରିଥାନ୍ତି । ପ୍ରତି ପରିବାରକୁ ଶୌଚାଳୟ, ଛାତ ଘର, ବିଜୁଳୀ, ଉଜଳା ଗ୍ୟାସ ଏବଂ ପାଇପ ଯୋଗେ ପିଇବା ପାଣି ପହଂଚାଇବା ପ୍ରଧାନମନ୍ତ୍ରୀଙ୍କ ସେବା ମନବୃତିର ପରିଚୟ । ସବୁ କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ । ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ ହେବ । ବିଜେପି ନେତୃବୃନ୍ଦ ପ୍ରତି ଘରକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କୁ ସେବା ଯୋଗାଇଦେବେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୩୬୫ ଦିନ ଲୋକସେବା କରାଯିବ ବୋଲି ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନମାରେ ଓଡିଶାବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ମୁଖ୍ୟମନ୍ତ୍ରୀ ନିଜ ନାଁ ଲଗାଇ ପ୍ରଚାର କରୁଛନ୍ତି । ସେବା ସପ୍ତାହ ପାଇଁ ବିଜେପି କାର୍ଯ୍ୟକର୍ତମାନେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କୁ ସେବା ଯୋଗାଇ ଦେବା ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି । ରାଜନୀତି କ୍ଷେତ୍ରରେ ମହିଳାମାନଙ୍କୁ ସଂରକ୍ଷଣ ଦେବା, ମହିଳା ସଶକ୍ତିକରଣ ଆଦି ମୋଦି ସରକାର ଦ୍ୱାରା ସମ୍ଭବ ହୋଇ ପାରିଛି । ଗରିବ ମା ଓ ଭଉଣୀ ମାନଙ୍କୁ ମାଗଣା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି । ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ଭରତପୁର ଅଂଚଳରେ ରକ୍ତଦାନ ଶିବିର, ଦିବ୍ୟାଙ୍ଗମାନଙ୍କୁ ଉପକରଣ ବଂଟନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦିଙ୍କ ଜନ୍ମଦିନରେ ସର୍ବଶ୍ରେଷ୍ଠ ଉପହାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ ଏବଂ ଏଥିପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ୱ ନେଇ ପାଦେ ଆଗକୁ ବଢିବା ପାଇଁ ପଡିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ବର୍ଷ ପୂର୍ତି ଅବସରରେ ଦେଶର ପ୍ରଧାନସେବକଙ୍କ ଆଦର୍ଶକୁ ଦେଶର ସାମାନ୍ୟ ଲୋକ ପାଳନ କରିବା ନେଇ ଦଳ ପକ୍ଷରୁ ସେବା ସପ୍ତାହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ରାଜ୍ୟର ସବୁ ପଂଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ କରାଯିବ । ଏକ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତଥା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧାନ ନେଇ ସମସ୍ତ ଦେଶବାସୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପଣ୍ଡିତ ଗୋପବନ୍ଧୁ ଦାସ ନିଜ ପୁଅର ଜୀବନକୁ ଛାଡି ବନ୍ୟା, ବାତ୍ୟାରେ ଲୋକଙ୍କୁ ଚୂଡା, ଚାଉଳ ବାଂଟିବା ପାଇଁ ଚାଲିଯାଇଥିଲେ । ଏହା ଓଡିଆ ସଂସ୍କତି ଓ ସଭ୍ୟତା ଏବଂ ଏହି ପରମ୍ପରାର ସମସ୍ତେ ଦାୟଦ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରରେ ‘ସେବା ସପ୍ତାହ’କୁ ଭବ୍ୟ ଭାବେ ସାମାଜିକ ଉତ୍ସବ ଭାବେ ପାଳନ କରିବା ନେଇ ଶ୍ରୀ ପ୍ରଧାନ ନିବେଦନ କରିଥିଲେ ।ଏହି ଅବସରରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ରୀ ଶ୍ୟାମସୁନ୍ଦର ଆଚାର୍ଯ୍ୟ ଏକ ଚିତ୍ରଶିଳ୍ପ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥପାଠ କରାଇଥିଲେ । ସେବା ସପ୍ତାହ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଉପକରଣ ବଂଟନ କରିଥିଲେ । ସୁଜାତା ବେହେରାଙ୍କୁ ସ୍ମାର୍ଟଫୋନ, କିଶୋର ଭତରାଙ୍କୁ ସ୍ମାର୍ଟ ଫୋନ ଏବଂ ସ୍ମାର୍ଟ କେନ, ଦୁର୍ଲଭ ଚନ୍ଦ୍ର ମାଝିଙ୍କୁ ଟାବଲେଟ ଓ ସ୍ମାର୍ଟ କେନ, ରଘୁ ବାସ୍କା, ସୁକାନ୍ତି ସାହୁ ଓ ଅନିତା ମହାରଣାଙ୍କୁ ଶବଣ ଯନ୍ତ୍ର, ନମିତା ପାଣ୍ଡବ ଓ ଆଶା ଗଡତିଆଙ୍କୁ ହ୍ୱିଲ ଚେୟାର ପ୍ରଦାନ କରିଥିଲେ । ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ ନିର୍ମିତ ବିଭିନ୍ନ ଦ୍ରବ୍ୟଗୁଡିକୁ ଡଷ୍ଟବିନରେ ଫୋପାଡି ଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ସମସ୍ତ ଅତିଥି ଓ ନେତୃବୃନ୍ଦ ରୋଗୀ ସେବା କେନ୍ଦ୍ର, ରକ୍ତଦାନ ଶିବିର ଏବଂ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିଥିଲେ । ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆଙ୍କ ସଂଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସପ୍ତାହ ରାଜ୍ୟ ସହ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ, ପ୍ରଦୀପ ପୁରୋହିତ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଦିଲୀପ ମହାନ୍ତି, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବାବୁ ସିଂହ, ବିଶ୍ୱରଂଜନ ବଡଜେନା, କାଳୁ ଖଣ୍ଡାୟତରାୟଙ୍କ ସମେତ ଜିଲ୍ଲା ଏବଂ ରାଜ୍ୟର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ପାଠ ପଢ଼ିଲେ ପୋଲିସ ବାବୁ : ପାଣ୍ଡିଆନ ଦେଲେ ଗୁରୁ ମନ୍ତ୍ର

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ 5 -T ର ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଅଂଟା ଭିଡିଛନ୍ତି I ସବୁବେଳେ ଗଣମାଧ୍ୟମ ଠାରୁ ଦୁରେଇ ରହୁଥିବା ପାଣ୍ଡିଆନ ଏବେ ଗଣମାଧ୍ୟମ ସାମ୍ନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଓଡିଶାକୁ ନେଇ ଲକ୍ଷ ଓ ସରକାର କରୁଥିବା ବିଭିନ୍ନ ଯୋଜନା କିଭଳି ଭାବେ ସଫଳ ହୋଇ ପାରିବ ତାହା ବଖାଣିଛନ୍ତି I ‘ମୋ ସରକାର’ ଯୋଜନା ଓ 5 -T ଉପରେ ସଚିବାଳୟର ତୃତୀୟ ମହଲରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବହୁ ଗୁଡିଏ ସଫଳ ଟିପ୍ସ ଦେଇଛନ୍ତି I ପାଣ୍ଡିଆନ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଏସରକାର ହେଉଛି ଲୋକଙ୍କ ସରକାର I ଗଣତନ୍ତ୍ରରେ ଲୋକେ ହେଉଛନ୍ତି ମାଲିକ I ତେଣୁ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦିଅନ୍ତି I ଏଥିପାଇଁ ନବୀନ ସରକାରର ଅନ୍ୟ ନାମ ‘ଜନତାର ସରକାର’ I ତେଣୁ

ଅକ୍ଟୋବର୨ ତାରିଖରୁ ଆରମ୍ଭ ହେଉଥିବା “ମୋ ସରକାର” ଯୋଜାନା ଓ 5 -T କାର୍ଯ୍ୟକ୍ରମର ଆଭିମୁଖ୍ୟ କଣ ତାହା ଉଦାହରଣ ଦେଇ ବୁଝାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ I
ତେବେ କଣ କହିଥିଲେ ପାଣ୍ଡିଆନ ନଜର ପକାନ୍ତୁ….
୧. ମୋ ସରକାର ଯୋଜନାରେ ଥାନାକୁ ଆସୁଥିବା ଲୋକଙ୍କ ଫୋନ ନମ୍ବର ପ୍ରଥମେ ପଞ୍ଜିକୃତ କରାଯିବ I
୨. ମୋ ସରକାର ପୋର୍ଟାଲ ସହ ଏହାକୁ ସଂଯୋଗ କରାଯିବ I
୩.୨୪ ଘଣ୍ଟା ମଧ୍ୟରେ ଅଭିଯୋଗକାରୀଙ୍କ ପାଖକୁ ଯିବ ମେସେଯ I
୪. ପଞ୍ଜିକୃତ ନହେଲେ ଟୋଲଫ୍ରି ନମ୍ବରରେ କଲ କରିପାରିବେ ଲୋକେ I
୫. ରେଜିଷ୍ଟର ହୋଇଥିବା ସମସ୍ତ ନମ୍ବର ମଧ୍ୟରୁ ଲକି ଡ୍ରରେ ୧୦ଟି ନମ୍ବରକୁ ଫୋନ କଲ ଯିବ I
୬.ଭଲ କାମ କରୁଥିବା ଅଧିକାରୀଙ୍କୁ ପୁରସ୍କାର ଦିଆଯିବ ଓ ଖରାପ କଲେ କାର୍ଯ୍ୟାନୁଷ୍ଠାନ I
୭. ଥାନା ଓ ହସ୍ପିଟାଲ ଅଧିକାରୀମାନଙ୍କୁ ଲୋକଙ୍କ ସେବା କରିବା ପାଇଁ ନିର୍ଦ୍ଧେଶ I
୮. 5 -T କୁ ଗୁରୁତ୍ୱ ଦେବା ପାଇଁ ଦେଲେ ପରାମର୍ଶ I
ସାଧାରଣ ଲୋକମାନେ ଡାକ୍ତରଖାନା ଓ ଥାନାରେ ବହୁ ଅସୁବିଧା ଭୋଗୁଥିବାରୁ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି I ଏହା କିପରି ଲୋକଙ୍କ ସହିତ ଯୋଡି ହେବ ସେ ନେଇ ଏକ ଉଦାହରଣ ଦେଇଥିଲେ କାର୍ତିକେୟନ ପାଣ୍ଡିଆନ I
ଉଦାହରଣଟି ଥିଲା ଏପରି … 5 -T ର ସଚିବ ପାଣ୍ଡିଆନ କହିଥିଲେଯେ, ଆମେ ଯେତେବେଳେ କୌଣସି ବଡ ହୋଟେଲକୁ ଖାଇବାକୁ ଯାନ୍ତି ଖାଇସାରିଲାପରେ ହୋଟେଲ ପକ୍ଷରୁ ଏକ ଫିଡବ୍ୟାକ ଫର୍ମ ଦିଆଯାଏ ସେହି ଫିଡବ୍ୟାକ ଫର୍ମରେ ହୋଟେଲର ସର୍ଭିସ କିପରିଥିଲା , ହୋଟେଲର ଖାଇବା ଆପଣଙ୍କୁ କେମିତି ଲାଗିଲା , ଖାଦ୍ୟରେ ଲୁଣ ଠିକ ଥିଲା କି ନାହିଁ ଓ ହୋଟେଲ ପାଇଁ କଣ ପରାମର୍ଶ ଦେବେ ତାହା ପୁରାଣ କରିବା ପାଇଁ ଗ୍ରାହକଙ୍କୁ ଦିଆଯାଏ I ଠିକ ସେହିପରି ସେବା ମନବୃତି ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଯେଉଁ ସେବା ଯୋଗାଉଛନ୍ତି ତାହା ଲୋକେମାନେ ଠିକ ରୂପରେ ପାଉଛନ୍ତି କି ନାହିଁ ତାହାର ଫିଡବ୍ୟାକ ନିଆଯିବ I ଭଲ କାମ କରିଥିବା ବ୍ୟକ୍ତିଙ୍କୁ ମିଳିବ ପୁରସ୍କାର ଓ ପଦୋଉର୍ନତି ଏବଂ ଖରାପ କାମ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋଲା ଖୋଲି ଭାବେ ଜଣାଇଥିଲେ ପାଣ୍ଡିଆନ I
5t ସଚିବ ହେଵା ପରେ ଭି. କେ. ପାଣ୍ଡିଆନ ବେଶ ଆଗଭର ହୋଇଛନ୍ତି l 5ମ ପାଳିରେ ନବୀନ ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତିଶୁତି ଦେଇଛନ୍ତି ତାହା ପାଳନ କରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି l

ଅନଲାଇନ ଗେମ୍ ମାୟାରେ ଯୁବକ..

0

ଯାଜପୁର : ଆଜି କାଲି ଅନଲାଇନ ଗେମ ମାୟାରେ ସମସ୍ତେ l ବିଶେଷ କରି ଯୁବକ ଯୁବତୀମାନେ ମୋବାଇଲ ଗେମରେ ମାତିଛନ୍ତି l କ୍ୟାଣ୍ଡି କ୍ରସ ସାଗା, କୈନ ମାଷ୍ଟର, ପବଜି, ପରି ଅନଲାଇନ ଗେମ୍ ଲୋକଙ୍କୁ ପାଗଳ କରୁଛି l ଗଳି କନ୍ଦି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଲୋକେ ମୋବାଇଲ ଧରି ଗେମ ଖେଳୁଥିବା ଦେଖିବାକୁ ମିଳୁଛି l ଏ ଗେମ୍ ନିଶା ଲୋକଙ୍କୁ ଏମିତି ଘାରିଛି ଯେ ଲୋକେ ଖାଇବା ପିଇବା ଭୁଲିଗଲେଣି l
ଏକ ଗବେଷଣା ଅନୁସାରେ ଅଧିକ ଗେମ ଖେଳିଲେ ହାତ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ l ହେଲେ ଏହାକୁ ଖାତିର ନକରି ଯୁବକମାନେ ଖେଲିଚାଲିଛନ୍ତି l ଫଳରେ ସ୍କୁଲ କଲେଜ ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଚିନ୍ତାରେ ପଡିଗଲେଣି l ଏହିପରି ଗେମ୍ ର ସବୁଠୁଁ ଖରାପ ଦିଗ ହେଉଛି ଏହି ନିଶା ମଦ ଗଞ୍ଜେଇ ଠାରୁ ଖରାପ l ଅଧିକ ଦିନ ଖେଳିଲେ କର୍କଟ.ହୃଦରୋଗ, ପା ରଲିସ ପରି ରୋଗ ହେବାର ଆଶଙ୍କା ଅଛି ବୋଲି ଆମେରିକାର ଏକ ସଂସ୍ଥା କହିଛି l ଏହା ସହ ଏହାକୁ ଖେଳୁଥିବା ଲୋକମାନେ ହଠାତ ରାଗିଯାଉଛନ୍ତି କେତେକ ଗେମ୍ ଖେଳୁଥିବା ଲୋକ କହିଛନ୍ତି l ଯାଜପୁରର ହରେକୃଷ୍ଣ ବେହେରା କହିଛନ୍ତି l

ମୋ ସରକାର କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ..

0

ଭୁବନେଶ୍ୱର : ଅକ୍ଟୋବର 2ରୁ ଆରମ୍ଭ ହେବାକୁଥିବା ମୋ ସରକାର କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଚିବାଳୟରୁ ସେ 635 ଜଣ ଥାନାଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସି ଜରିଆରେ କଥା ହୋଇଛନ୍ତି। 5T ଅନୁସାରେ ଯିଏ ଭଲ କାମ କରିବ, ତାଙ୍କୁ ବିନା କିଛି ସର୍ତ୍ତାବଳି ପଦୋନ୍ନତି ଦିଆଯିବ। ଯିଏ ନ କଲେ, ତାଙ୍କ ପଦବୀ ହଠାତ କମାଇ ଦିଆଯିବ ବୋଲି ସତର୍କବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ବି ସଚିବାଳୟରେ ଆଲୋଚନା ହୋଇଛି l ଅଗଷ୍ଟ 15ରେ ମୋ ସରକାର ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର l

ଯାଜପୁର ବିଜେଡିରେ ୟଙ୍ଗ ବ୍ରିଗେଡିୟର…..

0

ଯାଜପୁର :ଓଡ଼ିଶାରେ ବିଜେଡିର ଗଡ଼ କୁହାଯାଉଥିବା ଯାଜପୁର ଜ଼ିଲ୍ଲା ବିଜେଡିର ମଙ୍ଗ ଏବେ ଧରିଛନ୍ତି ନବୀନଙ୍କ ତିନି ଜଣ ଯୁବ ବ୍ରିଗେଡିୟର l ବବି -ଜିତୁ -ଡ୍ୟାନି l ଏହି ତିନି ଜଣଙ୍କ ଯୋଡି ଏବେ ଯାଜପୁରରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିଛି l ଯୁବକ ମାନଙ୍କୁ ସାଙ୍ଗରେ ଧରି ଏହି ନେତାମାନେ ଯାଜପୁରରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛନ୍ତି l
2019 ସାଧାରଣ ନିର୍ବାଚନରେ ଜ଼ିଲ୍ଲାର 7ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଅକ୍ତିଆର କରିଛି ବିଜେଡି l ନେତାଙ୍କ ରଣନୀତି ପାଖରେ ହାରମାନିଥିଲା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ରଣନୀତି l ଏବେ ଏହି ତିଣିନେତା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l କେବଳ ଯାଜପୁର ଜିଲ୍ଲା ନୁହେଁ ଏହି ତିନିନେତାଙ୍କ ସଂଗଠନିକ ଦକ୍ଷତା ଯୋଗୁଁ ନବୀନ ଏମାନଙ୍କୁ ଦଳର ବହୁ ଗୁରୁ ଦାୟିତ୍ୱ ଦେଇଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news