ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧକ୍ଷ ହେଲେ ସୁବାସ ଚୌହାନ l ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି l ଜଣେ ଦକ୍ଷସଂଗଠକ ଭାବେ ବେଶ ପରିଚିତ l ପଶ୍ଚିମ ଓଡିଶା ରେ ଘରେ ଘରେ ସୁବାଷ ଙ୍କ ରହିଛି ସ୍ୱତନ୍ତ୍ର ପରିଚୟ l ଏଭଳି ଏକ ବ୍ୟକ୍ତି ଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦାୟିତ୍ୱ ଦେଇ ନବୀନ ଦର୍ଶାଇଛନ୍ତି ତାଙ୍କ ଫୋକସ ରେ ପଶ୍ଚିମ ଓଡିଶା l
ଆଗକୁ ବିଜେପୁର ଉପନିର୍ବାଚନ l ସୁବାଷ ମଧ୍ୟ ବିଜେପୁର ରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ କିନ୍ତୁ ଏବେ ତାଙ୍କ ଆଶା ମଉଳି ଯାଇଛି l
ସୁବାଷ ହାତରେ ପଶ୍ଚିମ ଓଡିଶା ଦାୟିତ୍ୱ….
ମିଡ଼ିଆ ଜଗତର କାଉଲ !
ଭୁବନେଶ୍ୱର : ଯାହାର କେହି ନାହିଁ, ତାହାର ସିଏ ଅଛି…ଯେଉଁଠି କିଛି ପାଇବାର ସବୁ ସମ୍ଭାବନା ମଉଳି ଯାଏ, ସେଠି ସେ ହାତ ଛୁଇଁବା ମାତ୍ରେ ସ୍ୱପ୍ନ କଅଁଳିବା ଆ ରମ୍ଭ କରେ…କାହାରିଙ୍କୁ ନିରାଶ କରିବାର କେହି କେବେ ଦେଖି ନଥିବେ… ନିଜ ପାଖରେ କିଛି ନଥିଲା ବେଳେ ବି ଅନ୍ୟକୁ ଦେବାରେ କାର୍ପଣ୍ୟ କରିନାହାନ୍ତି। ସେ ଅନେକଙ୍କୁ ଭଲ ପାଆ ନ୍ତି, କିନ୍ତୁ ନିଜର ବୋଲି କେହି ଦାବି କରିବାକୁ କାହାକୁ ଅଧିକାର ଦେଇନାହାନ୍ତି। ଅନେକଙ୍କ ହୃଦୟରେ ସେ, ଅଥଚ ତାଙ୍କ ହୃଦୟରେ କେହି ନାହାନ୍ତି। ତାଙ୍କ ଭିତରେ ଥିବା ମଣି ଯେମିତି ସମସ୍ତଙ୍କ ଆ ଖିକୁ ଝଲସାଇଦିଏ, ତାଙ୍କ ଭିତରେ ଥିବା ଫାଙ୍କ ବି ସମସ୍ତଙ୍କ ଆ ଖିକୁ ଜଳଜଳ ହୋଇ ଦିଶେ…। ଜୀବନ ପ୍ରତି କୌଣସି ଅଭିଯୋଗ ନାହିଁ, ନାହିଁ ବି ଅବସୋସ । କାହାଠୁ କିଛି ପାଇବାର ଆ ଶା ନାହିଁ, ହରାଇବାର ଦୁଃଖ ବି ନାହିଁ। ପ୍ରାପ୍ତି ଅପ୍ରାପ୍ତିର ଉର୍ଦ୍ଧରେ ସେ…। ସମ୍ପୂର୍ଣ୍ଣ ଭାବେ ନିର୍ବିକାର, ନିରାସକ୍ତ… । କହିବାକୁ ଗଲେ ସେ ହେଉଛନ୍ତି ଯଥାର୍ଥରେ ମିଡିଆ ଜଗତର କାଉଲ । ହୁଏତ ସେ ନିଜେ ବାରିଷ୍ଟର ଗୋବିନ୍ଦ ଦାସଙ୍କ ‘ଅମାବାସ୍ୟାର ଚନ୍ଦ୍ର’ ପଢ଼ି ନଥିବେ କିମ୍ବା ବହୁଚର୍ଚ୍ଚିତ କାଉଲ ଚରିତ୍ରଟିକୁ ଜାଣି ନଥିବେ ! କିନ୍ତୁ ତାଙ୍କ ଅଜାଣତରେ ସେ ଅନେକଙ୍କ ଆଖିରେ ଏଇ ଚରିତ୍ରରେ ଉଭା ହୋଇଥିବା ତାଙ୍କୁ ଜାଣିଥିବା ପ୍ରାୟ ସମସ୍ତେ କହନ୍ତି।
ଭବାନୀ ମଲ୍ଲିକ । ଇଲୋକେ୍ଟ୍ରାନିକ୍ ଚ୍ୟାନେଲର ଖୁବ୍ ପରିଚିତ ନାଁ । ରାସ୍ତାଘାଟରୁ ହକ୍ ରଖୁଥିବା ଚଳତ୍ ଚିତ୍ରକୁ କ୍ୟାମେରାରେ ତୋଳିଧରି ଟିଭି ପର୍ଦ୍ଦାରେ ପହଞ୍ଚାଇବା ତାଙ୍କ ଟାଗେର୍ଟ୍। ଆ ଉ ତାଙ୍କର ସେଇ ସର୍ଟ ଟିଭି ପରଦାକୁ ହଲଚଲ୍ କଲେ ସେ ଯେମିତି ହାତ ପାପୁଲିରେ ପୃଥିବୀକୁ ମୁଠେଇଧରନ୍ତି।
ଲାଲ ରଂଗ ବିପଦର ପ୍ରତୀକ, ମାନେ ଡେଞ୍ଜର ସିଗନାଲ୍। ଟ୍ରାଫିକ୍ ଛକରେ ରେଡ୍ ଲାଇଟ ଜଳିଲେ ଛାତି ଧଡ୍ପଡ ହୁଏ। ରେଡ୍ ଲାଇଟ ଅଞ୍ଚଳ କଥା ପଡ଼ିଲେ ସମେସ୍ତେ ଭୃକୁଞ୍ଚନ କରନ୍ତି। ନିଆଁ ର ରଂଗ ବି ଲାଲ୍। ମାତ୍ର ଲାଲ ରଂଗ ସହ ଖେଳିବା ଯେମିତି ତାଙ୍କ ହବି। ପ୍ରତି ମୁହୂର୍ତ୍ତରେ ସେ ହାତରେ କ୍ୟାମେରାର ରେଡ୍ ବଟନ୍ ଟିପି ଚାଲିଥାଅାନ୍ତି। ସତେଯେମିତି ଘଟଣାମାନଙ୍କୁ ସାମ୍ନା କରିବା ଆ ଉ ନିଜ ଆ ଦବକାଇଦାରେ ତାକୁ ପରାସ୍ତ କରି ନିଜ କ୍ୟାମେରା ଲେନ୍ସରେ ପଣବନ୍ଦୀ କରିବା ତାଙ୍କ ଅଭିଳାଷ। ଫିଲ୍ଡରେ କେତେ ଚ୍ୟାନେଲର କେତେ ଭିଡିଓ ଜର୍ଣ୍ଣା ଲିଷ୍ଟ ଥାଅାନ୍ତି, କିନ୍ତୁ ଭବାନୀ ହାତରେ କ୍ୟାମେରା ଧରିଲେ ସତେଯେମିତି ଘଟଣାସବୁ ଘଟିବା ଅାରମ୍ଭ କରନ୍ତି।
କହିବାକୁ ଗଲେ ଭବାନୀଙ୍କ ଜୀବନ ଗୋଟେ ମୁକୁଳା ବହି। ସାତରୁ ସତୁରୀ ସମସ୍ତଙ୍କ ପାଇଁ ତାଙ୍କ ପୃଷ୍ଠା ଖୋଲା । ଇନ୍ଟର୍ନ ଠୁ ନେଇ ଏଡିଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସେ ଫେଭରିଟ୍। ବେଳେବେଳେ ପ୍ରଶ୍ନ ଉଙ୍କି ମାରେ ଅନେକଙ୍କ ପାଇଁ ଏତେସବୁ କରି କଣ ସତରେ ଏତେ ଅନାସକ୍ତ ରହିହୁଏ…? ଲୋଭ ଆ ସେନି, ମୋହ ଆ ସେନି, ଆ ସେନି ସ୍ୱାର୍ଥ ହାସଲର ଅଭିସନ୍ଧି ? ଏସବୁର ଉତ୍ତର କେବଳ ‘ନା’… ଆ ରେ, ସେତିକି ତ ହିଁ ତାଙ୍କ ଇର୍ନ ବିୟୁଟି… ଅର୍ଥାତ ଅନ୍ତସୌନ୍ଦର୍ଯ୍ୟର ସୂତ୍ର ।
ଭାଗ୍ୟର ସଂଜ୍ଞା କଣ ଭବାନୀ ଜାଣନ୍ତିନି। ଜାଣିବାକୁ ଚେଷ୍ଟା ବି କେବେ କରିନାହାନ୍ତି। ନା ସେ ଭାଗ୍ୟବାଦୀ, ନା ଭାଗ୍ୟ ବିରୋଧରେ ଅଛି ଉଦ୍ଗୀରଣ । ଓଲଟି ନିଜ ବୁଦ୍ଧିମତା ଓ କଳାକୌଶଳରେ ସେ ଅନେକଙ୍କ ଭାଗ୍ୟର ମୋଡ଼ ବଦଳେଇ ଦେଇଛନ୍ତି। ସେ ଫୁଟଫାଥର କେଉଁ ଅଜଣା ମୁହଁ ହେଉ ଅଥବା କ୍ଷମତାଶାଳୀ ରାଜନୈତିକ ବ୍ୟକ୍ତିବିଶେଷ । ଅବଶ୍ୟ ଏଥିପାଇଁ ତାଙ୍କ କ୍ୟାମେରା ଲେନ୍ସ ହିଁ ସବୁ କେ୍ରଡିଟର ହକଦାର।
ଦିନସାରା କ୍ୟାମେରାରେ ସମସ୍ତଙ୍କୁ ଅସ୍ଥିର କରି ରଖୁଥିବା ଭବାନୀ ସଂଧ୍ୟାରେ ରାଜଧାନୀ ଛାଡ଼ି କଟକ ମୁହାଁ ହୁଅନ୍ତି । ଗାଡ଼ି ଟାୟାର୍ କାଠଯୋଡ଼ି ମାଡ଼ିଲେ ସେ ଅାଉ କେଉଁ ଟିଭି ଚ୍ୟାନେଲର ଭିଡିଓ ଜର୍ଣ୍ଣା ଲିଷ୍ଟ ହୋଇ ନଥାନ୍ତି। ବାପାଙ୍କର ଗୋଟେ ସୁନା ପୁଅ ଓ ସ୍ତ୍ରୀର ଗୋଟେ ବାଧ୍ୟ ସ୍ୱାମୀ। ଭାରି ଶାନ୍ତ, ସରଳ ଆ ଉ ସ୍ଥିତପ୍ରଜ୍ଞ । ଠିକ୍ ଜ୍ୟାମିତି ଉପପାଦ୍ୟର ସିଦ୍ଧାନ୍ତ ପରି। ଧାର୍ଯ୍ୟ ଓ ସ୍ଥିରୀକୃତ।
ବଡଚାଷୀ-ସରକାରୀ କର୍ମଚାରୀ ଅଯୋଗ୍ୟ -ପ୍ରତାପ ଦେବ
ଭୁବନେଶ୍ୱର : କାଳିଆ ହୋଇଛି ଗୋଳିଆ l ସବୁଦିନ ସରକାରଙ୍କୁ ଘାରିଛି କାଳିଆ ଯୋଜନା ଚିନ୍ତା l କାଳିଆ’ ଅଯୋଗ୍ୟ ସଂଖ୍ୟା ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ବିତଣ୍ଡା ଯୁକ୍ତି ବାଡ଼ିଛନ୍ତି l ସିଧାସଳଖ ପ୍ରତାପ ଦେବ କହିଛନ୍ତି l ୩ ଲକ୍ଷ ୪୧ ନୁହେଁ, କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି l କେବଳ ବଡ଼ ଚାଷୀ ଓ ସରକାରୀ କର୍ମଚାରୀ ଅଯୋଗ୍ୟ ବୋଲି ପ୍ରତାପ କହିଛନ୍ତି l ୧୨ ହଜାର ବଡ଼ ଚାଷୀ ଓ ୨୦ ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ ବୋଲି ସେ କହିଛନ୍ତି l ଏହାସହ ଯେଉଁ ପରିବାରରୁ ଏକାଧିକ ପାଇଛନ୍ତି ସେମାନେ ଅଯୋଗ୍ୟ ନୁହନ୍ତି l ବରଂ ପରିବାରରୁ ଏକାଧିକ ପାଇଥିଲେ ପରବର୍ତ୍ତୀ କିସ୍ତି ଟଙ୍କା ପାଇବେନି ବୋଲି ପ୍ରତାପ କହଛନ୍ତି l
ସେପଟେ ଦିଲ୍ଲୀରେ କାଳିଆ ଅଯୋଗ୍ୟଙ୍କୁ ଟଙ୍କା ମିଳିବା ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରେଇବା ପାଇଁ ବ୍ୟବସ୍ଥା ହୋଇଛି l
ସରକାରୀ ଚାକିରୀଆ ନେଇଛନ୍ତି କାଳିଆ ଟଙ୍କା….
ଭୁବନେଶ୍ୱର : ରାଜ୍ୟରେ ମୋଟ 51ଲକ୍ଷ 5 ହଜାର 290 ଜଣ କାଳିଆ ଟଙ୍କା ପାଇଛନ୍ତି l କାଳିଆରେ 3 ଲକ୍ଷ 41 ହଜାର ଆଯୋଗ୍ୟ ହିତାଧିକାରୀ ଅଛନ୍ତି ।ଏହି ତାଲିକାରେ 12 ହଜାର ବଡ଼ ଚାଷୀ କାଳିଆ ସହାୟତା ପାଇଛନ୍ତି। ସେମାନେ ଙ୍କୁ ତାଙ୍କ ଟଙ୍କା ଫେରାଇବାକୁ କୁହାଯାଇଛି। 9 ହଜାର ନାବାଳିକା ନାବାଳକ ସହାୟତା ପାଇଛନ୍ତି ।
ଏହାଛଡା 20 ହଜାର ସରକାରୀ ଚାକିରିଆ ବା ପେନସନ ଭୋଗୀ କାଳିଆ ସହାୟତା ପାଇଁ ଛନ୍ତି। ସେମାନଙ୍କୁ ଟଙ୍କା ଫେରସ୍ତ ପାଇଁ କୁହାଯିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି l ଯଦି ଟଙ୍କା ଫେରସ୍ତ ନକରନ୍ତି ଆଇନ ଅନୁସାରେ ଦଣ୍ଡିତ କରାଯିବ l ନଚେତ ତାଙ୍କ ଦରମା କିମ୍ବା ପେନସନ ରୁ ଭରଣା କରାଯିବ। 3ଲକ୍ଷ ହିତାଧିକାରୀ ଗୋଟିଏ ପରିବାରକୁ ଏକାଧିକ ପାଇଛନ୍ତି।ପରବର୍ତ୍ତୀ କ୍ଷେତ୍ରରେ ଅନ୍ୟମାନେ ପାଇଥିବା ରାଷ୍ଗି ପରବର୍ତ୍ତୀ କିସ୍ତିରେ ବ୍ୟବସ୍ଥିତ କରାଯିବ। କାଳିଆ ଯୋଜନାକୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଛି l
ନିରଞ୍ଜନଙ୍କୁ ହେବ ଅଣ୍ଡା ମାଡ….
ଭୁବନେଶ୍ୱର : କଂଗ୍ରେସକୁ ଫେରିଛି ଅଣ୍ଡାମାଡ ରୋଗ l ଏଥର ବିରୋଧୀ ଦଳର କୌଣସି ନେତାଙ୍କୁ ନୁହେଁ ବରଂ ପିସିସି ସଭାପତିଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡା ମାଡ କରାଯିବ ବୋଲି ଛାତ୍ର କଂଗ୍ରେସର ନିଲମ୍ବିତ ଆବାହକ ଇତିଶ ପ୍ରଧାନ କହିଛନ୍ତି l ତେବେ ସବୁ ବେଳେ ବିରୋଧୀ ଗୋଷ୍ଠୀଙ୍କୁ ଅଣ୍ଡା ମାଡ କରୁଥିବା କଂଗ୍ରେସ ଆଜି ନିଜ ଦଳର ନେତାଙ୍କୁ ଅଣ୍ଡା ମାଡ କରିବା ଧମକ ଦେଇ କେଉଁ ବର୍ତ୍ତl ଦେବାକୁ ଚାହୁଁଛି ତାହାକୁ ନେଇ କଂଗ୍ରେସରେ ତୁ ତୁ ମେ ମେ ଆରମ୍ଭ ହୋଇଛି l
ବଢିଲା କଂଗ୍ରେସ କଳି : ଇତିଶ -କଂଗ୍ରେସ ମୁହାଁମୁହିଁ
ଭୁବନେଶ୍ୱର : ନିଳମ୍ବନକୁ ମୁଁ ଗ୍ରହଣ କରୁନାହିଁ l ମୋ ନିଳମ୍ବନ ବିଷୟରେ NSUI ସଭାପତି ଜାଣିନାହାନ୍ତି ବୋଲି ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ କହିଛନ୍ତି l ମୋତେ ନିଲମ୍ବନ କରିବାର ଅଧିକାର ନାହିଁ ଯିଏ କରିଛନ୍ତି l ମୋତେ ଛାତ୍ର କଂଗ୍ରେସରୁ ବହିଷ୍କାର କରାଯାଇଛି, କଂଗ୍ରେସରୁ ନୂହେଁ ବୋଲି କହିଛନ୍ତି ଇତିଶ l ଶାସକ ଦଳ ସହ ହାତ ମିଳାଇ ଯେଉଁ ମାନେ କଂଗ୍ରେସର କ୍ଷତି ପହଞ୍ଚିଛନ୍ତି ତାଙ୍କ ମୁଖା ଖୋଲିବୁ ବୋଲି ଚେତାବନୀ ଦେଇଛନ୍ତି l ଏହାସହ ଯେଉଁମାନେ ପିସିସି ସଭାପତି ନିରଞ୍ଜନ ପଟନାୟକ ଯୁଆଡେ ଯିବେ ଆଣ୍ଡା ମାଡ ହେବ ଇତିଶ ଖୋଲା ଚ୍ୟାଲେଜ ଦେଇଛନ୍ତି l ଏହା ସହ ସେ AICC ଅଫିସ ସମ୍ମୁଖରେ ଅନଶନ ହେବ କରିବେ ବୋଲି କହିଛନ୍ତି l ସେପଟେ ପୁର୍ବତନ ପିସିସି ମୁଖପାତ୍ର ପଦ୍ମାକର ଗୁରୁଙ୍କ ଇତିଶ ନେଇ କହିଛନ୍ତି ଯେ ଇତିଶଙ୍କ କଥା ଗାଲୁଆଙ୍କର ବାରବାଟି ଚାଷ l ତେବେ ଆଗକୁ ଏହି କଳି କେଉଁ ମୋଡ ନେଉଛି ତାହା ଦେଖିବାର କଥା l
26 ବିଧାୟକଙ୍କୁ ନୋଟିସ : ଘର ଛାଡ
ଭୁବନେଶ୍ୱର : 26 ଜଣ ପୂର୍ବତନ ବିଧାୟକ ସରକାରୀ ଘରକୁ ଛାଡ଼ୁନାହାନ୍ତି l ଏଥିଲାଗି 26 ଜଣ ବିଧାୟକଙ୍କୁ ନୋଟିସ କରାଯାଇଛି l ଯଦି ଏହାପରେ ସେମାନେ ଘର ନଛାଡ଼ିବେ ତେବେ ସେହିସବୁ ଘରକୁ ପାଣି, ବିଜୁଳି ଦିଆଯିବନାହିଁ l ଏହି ତାଲିକାରେ ଅଛନ୍ତି ପ୍ରଭାତ ତ୍ରିପାଠୀ, ଗୋଲକ ନାୟକ, ବସନ୍ତ ପଣ୍ଡା, ବିଜୟଶ୍ରୀ ରାଉତରାୟ, ସାନଦ ମାରାଣ୍ଡି, ଭୁଜବଳ ମାଝୀ ନାଁ ରହିଛି l
ତୁରନ୍ତ ସରକାରୀ ଘର ଛାଡିବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି l କାରଣ ପୂର୍ଵତନ ବିଧାୟକ ଘର ଛାଡିଲେ ନୁଆଁ ବିଧାୟକମାନେ ଘର ପାଇବେ l ସବୁଠାରୁ ବିଡମ୍ବନାର ବିଷୟ ଯେ ଦିନେ ଆଇନ ପ୍ରଣୟନ କରୁଥିବା ଏହି ବିଧାୟକ ମାନେ କାହିଁକି ଆଇନକୁ ମାନୁନାହାନ୍ତି ତାହା ଚାରିଆଡେ ଚର୍ଚ୍ଚା l














