ଓଡିଶାରେ ସେବା ସପ୍ତାହକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…..

- Advertisement -

ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ ପାଇଁ ନିଆଗଲା ସଂକଳ୍ପ
 ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜନ୍ମସପ୍ତାହ ସେପ୍ଟେମ୍ବର ୧୪-୨୦କୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ କରାଯିବ ପାଳନ  ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ସେବା ଧର୍ମ ଏବଂ ଭାବନାକୁ ନେଇ ବିଜେପି କାର୍ଯ୍ୟ କରୁଛି : ସାଂସଦ ଅଶ୍ୱିନୀ ବୈଷ୍ଣବ  ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୩୬୫ ଦିନ ଲୋକସେବା କରାଯିବ : ସାଂସଦ ଅପରାଜିତା ଷଡଙ୍ଗୀ  ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନମାରେ ଓଡିଶାବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ  ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ଆମେ ବର୍ଜନ କରିବା ଦରକାର : ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଭୁବନେଶ୍ୱର, ତା.୧୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ । ସାରା ରାଜ୍ୟରେ ପୂରା ଏକ ସପ୍ତାହ ଧରି ଏହି ସେବା ସପ୍ତାହ ପାଳନ କରାଯିବ । ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ ଆଦି ଆୟୋଜିତ କରାଯିବ । ଏଥି ସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ । ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ସେବା କାର୍ଯ୍ୟ କରାଯିବା ସହ ବିଜେପି ପକ୍ଷରୁ ସହାୟତା ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ସେବା ସପ୍ତାହର ପ୍ରଥମ ଦିନରେ ଆଜି ଭୁବନଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିଶାଳ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ଜୀବନଧାରା ଏବଂ ଉପଲବ୍ଧୀ ସଂର୍ପକୀତ ଫଟୋ ଟିତ୍ର ପ୍ରଦର୍ଶିତ କରାଯାଇଥିଲା ।ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ଆମେ ବର୍ଜନ କରିବା ଦରକାର । ଏହି ପ୍ଲାଷ୍ଟିକ ପଦାର୍ଥ ଗୁଡିକ ମାଟିରେ ମିଶି ପାରିବ ନାହିଁ । ବିଶ୍ୱର ପର୍ଯ୍ୟାବରଣ ଜଳବାୟୁ ପରିବର୍ତନରେ ପ୍ଲ୍ାଷ୍ଟିକ ପଦାର୍ଥର ଭୂମିକା ଅନେକ ରହିଛି । ଏଣୁ ପଲିଥିନ, କ୍ୟାରିବେଗ, ଚା କପ ଆଦି ପଦାର୍ଥକୁ ବର୍ଜନ କରିବା ଦରକାର ବୋଲି ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଦେଶରେ ରାଜନୀତିକୁ ସେବାର ବ୍ରତ ଭାବେ ଗ୍ରହଣ କରିଛନ୍ତି । ସମାଜର ଅନ୍ତିମ ଚରଣରେ ଥିବା ଲୋକଙ୍କୁ ସେବା ଯୋଗାଇ ଦେବା ଭାରତୀୟ ଜନତା ପାର୍ଟିର ମୂଳ ଧର୍ମ । ସେବା ଧର୍ମ ଏବଂ ଭାବନାକୁ ନେଇ ବିଜେପି କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ବ୍ୟବସ୍ଥାରେ ପବିବର୍ତନ ଆଣିଛନ୍ତି । ବିଭିନ୍ନ ଯୋଜନାର ସବସିଡି ସିଧା ଲୋକଙ୍କୁ ଆକାଉଂଟରେ ପହଂଚୁଛି । ଲୋକଙ୍କ ସେବାରେ ବିଜେପି ନେତୃବୃନ୍ଦ ମାନେ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳିତ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ୩୬୫ ଦିନ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ସମସ୍ତ ଯୋଜନା କିପରି ଲୋକଙ୍କୁ ଲାଭାନ୍ୱିତ କରିବ ସେ ନେଇ ପ୍ରଧାନମନ୍ତ୍ରୀ ସବୁ ସମୟରେ କାର୍ଯ୍ୟ କରିଥାନ୍ତି । ପ୍ରତି ପରିବାରକୁ ଶୌଚାଳୟ, ଛାତ ଘର, ବିଜୁଳୀ, ଉଜଳା ଗ୍ୟାସ ଏବଂ ପାଇପ ଯୋଗେ ପିଇବା ପାଣି ପହଂଚାଇବା ପ୍ରଧାନମନ୍ତ୍ରୀଙ୍କ ସେବା ମନବୃତିର ପରିଚୟ । ସବୁ କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ । ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ ହେବ । ବିଜେପି ନେତୃବୃନ୍ଦ ପ୍ରତି ଘରକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କୁ ସେବା ଯୋଗାଇଦେବେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୩୬୫ ଦିନ ଲୋକସେବା କରାଯିବ ବୋଲି ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନମାରେ ଓଡିଶାବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ମୁଖ୍ୟମନ୍ତ୍ରୀ ନିଜ ନାଁ ଲଗାଇ ପ୍ରଚାର କରୁଛନ୍ତି । ସେବା ସପ୍ତାହ ପାଇଁ ବିଜେପି କାର୍ଯ୍ୟକର୍ତମାନେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କୁ ସେବା ଯୋଗାଇ ଦେବା ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି । ରାଜନୀତି କ୍ଷେତ୍ରରେ ମହିଳାମାନଙ୍କୁ ସଂରକ୍ଷଣ ଦେବା, ମହିଳା ସଶକ୍ତିକରଣ ଆଦି ମୋଦି ସରକାର ଦ୍ୱାରା ସମ୍ଭବ ହୋଇ ପାରିଛି । ଗରିବ ମା ଓ ଭଉଣୀ ମାନଙ୍କୁ ମାଗଣା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି । ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ଭରତପୁର ଅଂଚଳରେ ରକ୍ତଦାନ ଶିବିର, ଦିବ୍ୟାଙ୍ଗମାନଙ୍କୁ ଉପକରଣ ବଂଟନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦିଙ୍କ ଜନ୍ମଦିନରେ ସର୍ବଶ୍ରେଷ୍ଠ ଉପହାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ ଏବଂ ଏଥିପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ୱ ନେଇ ପାଦେ ଆଗକୁ ବଢିବା ପାଇଁ ପଡିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ବର୍ଷ ପୂର୍ତି ଅବସରରେ ଦେଶର ପ୍ରଧାନସେବକଙ୍କ ଆଦର୍ଶକୁ ଦେଶର ସାମାନ୍ୟ ଲୋକ ପାଳନ କରିବା ନେଇ ଦଳ ପକ୍ଷରୁ ସେବା ସପ୍ତାହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ରାଜ୍ୟର ସବୁ ପଂଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ କରାଯିବ । ଏକ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତଥା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧାନ ନେଇ ସମସ୍ତ ଦେଶବାସୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପଣ୍ଡିତ ଗୋପବନ୍ଧୁ ଦାସ ନିଜ ପୁଅର ଜୀବନକୁ ଛାଡି ବନ୍ୟା, ବାତ୍ୟାରେ ଲୋକଙ୍କୁ ଚୂଡା, ଚାଉଳ ବାଂଟିବା ପାଇଁ ଚାଲିଯାଇଥିଲେ । ଏହା ଓଡିଆ ସଂସ୍କତି ଓ ସଭ୍ୟତା ଏବଂ ଏହି ପରମ୍ପରାର ସମସ୍ତେ ଦାୟଦ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରରେ ‘ସେବା ସପ୍ତାହ’କୁ ଭବ୍ୟ ଭାବେ ସାମାଜିକ ଉତ୍ସବ ଭାବେ ପାଳନ କରିବା ନେଇ ଶ୍ରୀ ପ୍ରଧାନ ନିବେଦନ କରିଥିଲେ ।ଏହି ଅବସରରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ରୀ ଶ୍ୟାମସୁନ୍ଦର ଆଚାର୍ଯ୍ୟ ଏକ ଚିତ୍ରଶିଳ୍ପ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥପାଠ କରାଇଥିଲେ । ସେବା ସପ୍ତାହ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଉପକରଣ ବଂଟନ କରିଥିଲେ । ସୁଜାତା ବେହେରାଙ୍କୁ ସ୍ମାର୍ଟଫୋନ, କିଶୋର ଭତରାଙ୍କୁ ସ୍ମାର୍ଟ ଫୋନ ଏବଂ ସ୍ମାର୍ଟ କେନ, ଦୁର୍ଲଭ ଚନ୍ଦ୍ର ମାଝିଙ୍କୁ ଟାବଲେଟ ଓ ସ୍ମାର୍ଟ କେନ, ରଘୁ ବାସ୍କା, ସୁକାନ୍ତି ସାହୁ ଓ ଅନିତା ମହାରଣାଙ୍କୁ ଶବଣ ଯନ୍ତ୍ର, ନମିତା ପାଣ୍ଡବ ଓ ଆଶା ଗଡତିଆଙ୍କୁ ହ୍ୱିଲ ଚେୟାର ପ୍ରଦାନ କରିଥିଲେ । ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ ନିର୍ମିତ ବିଭିନ୍ନ ଦ୍ରବ୍ୟଗୁଡିକୁ ଡଷ୍ଟବିନରେ ଫୋପାଡି ଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ସମସ୍ତ ଅତିଥି ଓ ନେତୃବୃନ୍ଦ ରୋଗୀ ସେବା କେନ୍ଦ୍ର, ରକ୍ତଦାନ ଶିବିର ଏବଂ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିଥିଲେ । ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆଙ୍କ ସଂଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସପ୍ତାହ ରାଜ୍ୟ ସହ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ, ପ୍ରଦୀପ ପୁରୋହିତ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଦିଲୀପ ମହାନ୍ତି, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବାବୁ ସିଂହ, ବିଶ୍ୱରଂଜନ ବଡଜେନା, କାଳୁ ଖଣ୍ଡାୟତରାୟଙ୍କ ସମେତ ଜିଲ୍ଲା ଏବଂ ରାଜ୍ୟର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles