ଭୁବନେଶ୍ୱର : ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଛି l 2019 ସାଧାରଣ ନିର୍ବାଚନ ହାରିବା ପରେ କଂଗ୍ରେସ ରାଜନୀତିରେ ସେତେଟା ସକ୍ରିୟ ହେଉନାହାନ୍ତି ସେ l ଯାହାକୁ ନେଇ ଏପରି ଚର୍ଚ୍ଚା ଆରମ୍ଭ ହୋଇଛି l ଉଭୟ ବିଜେଡି -ବିଜେପି ଯୋଗାଯୋଗରେ ସେ ଅଛନ୍ତି l ତେବେ ବିଜେଡ଼ର ଜଣେ ଟାଣୁଆ ଯୁବନେତାଙ୍କ ସହ ସେ ଯୋଗାଯୋଗରେ ଥିବା ନେଇ ବି ଆଲୋଚନା ହେଉଛି l ନିକଟରେ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀରେ ଯେଉଁ ବୈଠକ ଡାକିଥିଲେ ସେହି ବୈଠକରେ ଚିରଞ୍ଜୀବ ଯୋଗା ଦେଇନଥିଲେ l ତେଣୁ ସେ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି l ତେବେ ଚିରଞ୍ଜୀବ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନାହାନ୍ତି ବୋଲି ତାଙ୍କର ଅତି ଘନିଷ୍ଠ କହିଛନ୍ତି l ତେବେ ଏନେଇ ଚିରଞ୍ଜୀବ ଙ୍କ ପ୍ରତିକ୍ରିୟା ମିଳିନାହିଁ l
ସୌମ୍ୟଙ୍କୁ ଧର୍ମେନ୍ଦ୍ରଙ୍କ ବାଣ….
ଭୁବନେଶ୍ୱର : ମଉକା ଦେଖି ଚୌକା ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କନକ ଟିଭିର 10 ବର୍ଷ ପୂର୍ତ୍ତି ଅବସରରେ ନିଜ ଭାଷଣରେ ସୌମ୍ୟଙ୍କୁ ବାଣ ମାରିଛନ୍ତି ଧର୍ମେନ୍ଦ୍ର l ସେ କହିଛନ୍ତି ଯେ -ମୁଁ ଭାବେ ସୌମ୍ୟ ବାବୁ ଜଣେ MP/MLA ହେବାର ମୋହରୁ ଦୂରେଇ ରହି କେବଳ ସାମ୍ବାଦିକତାରେ ରହିଥିଲେ ଓଡ଼ିଶାର ଲାଭ ହୋଇଥାନ୍ତା। ମୁଁ ସେ କଥା ତାଙ୍କ ଝିଅ ତାନିଠାରୁ ଆଶା କରୁଛି- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି l ଧର୍ମେନ୍ଦ୍ରଙ୍କ ଏପରି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l ତେବେ କେନ୍ଦ୍ରମନ୍ତ୍ରୀ ଏପରି କହିବା ପଛର କାରଣ କଣ ତାହା ଏବେ ଚର୍ଚ୍ଚାର ବିଷୟ l
ବିଜେପୁର ଉପ ନିର୍ବାଚନ ପୂର୍ଵରୁ ବଦଳିଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ବର () ଆଇଏଏସ ସ୍ତରରେ ଅଦଳବଦଳ । ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅବକାରୀ ସଚିବ ତଥା ବାଣିଜ୍ୟ କର ଅତିରିକ୍ତ କମିଶନର ସୁଶିଲ କୁମାର ଲୋହାନି ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇବା ପରେ ସୁରେନ୍ଦ୍ର କୁମାରଙ୍କୁ ଏହି ଦାୟିତ୍ବ ମିଳିଛି । କେନ୍ଦ୍ରରୁ ଡେପୁଟେସନରେ ଫେରିବା ପରେ ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମଫେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ଅନ୍ୟଜଣେ ଆଇଏଏସ ଅଫିସର ପି.ଅନଭେସା ରେଡ୍ଡୀଙ୍କୁ ଓଡିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚ ଆଇଏସ ଅଫିସର ପାଟିଲ ଆଶିଷ ଇଶ୍ବର ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ଫେରିବା ପରେ ତାଙ୍କୁ ଗ୍ରିଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚର ଦିବାକର ଟି.ଏସ. ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ତାଙ୍କୁ ଓକାକର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚର ହେମକାନ୍ତ ସାଏ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଓଡିଶା ପର୍ଯ୍ୟଟନ ନିଗମର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶ ଭାବେ ଅବସ୍ଥାପିତ କରାଯାଇଛି ।
ଅଶୋକଙ୍କୁ ବିଜେପୁର ମନା..
ଭୁବନେଶ୍ୱର : ବିଜେପୁରକୁ ଅଶୋକଙ୍କୁ ନା l ବିଜେପି ଅଶୋକ ପାଣିଗ୍ରାହୀକୁ ବିଜେପୁର ପ୍ରଚାର କରିବାକୁ ବାରଣ କରିଛି l ଠିକ ସେହିପରି ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି l ଯାହା ଏବେ ବିଜେପୁର ରାଜନୀତିକୁ ସରଗରମ କରିଛି l ଦୁଇ ଦଳ ବିଜେଡି -ବିଜେପି କାହିଁକି ଅଶୋକ ନାଁକୁ ବିଜେପୁରରେ ନାଁ କଲେ ତାହା ଏବେ ଚାରିଆଡେ ଚର୍ଚ୍ଚା l କାରଣ ବିଜେପି 2018 ଉପ ନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା l ଠିକ ସେହିପରି ବିଜେଡି ବି ମନ୍ତ୍ରୀ ଅଶୋକ ପଣ୍ଡାକୁ ଷ୍ଟାର ପ୍ରଚାରକ କରିଥିଲା l ହେଲେ 2019 ଉପ ନିର୍ବାଚନରେ ଉଭୟ ଅଶୋକଙ୍କୁ ବିଜେପୁର ମନା l ଯେହେତୁ ଏବେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଖବର ପ୍ରକାଶ ହେଉଛି l ତେଣୁ ସେଥିପାଇଁ ଅଶୋକକୁ ଦଳ ବିଜେପୁରରୁ ଦୁରେଇ ରଖିଲା l ଅନ୍ୟପଟେ ଅଶୋକ ପାଣିଗ୍ରାହୀକୁ ଓ ବିଜେପି ରାଜ୍ୟ ନେତୃତ୍ୱ ମଧ୍ୟରେ କିଛି ଅସନ୍ତୋଷ ଥିବାରୁ ତାଙ୍କୁ ବି ବିଜେପି ବିଜେପୁର ଦୂରେଇ ରଖିଥିବା ଚର୍ଚ୍ଚା ହେଉଛି l ହେଲେ ନେଇ ମନ୍ତ୍ରୀ ଅଶୋକ ପଣ୍ଡା କି ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିନାହିଁ l
ବିଜେଡିର 40 ଜଣ ଷ୍ଟାରପ୍ରଚାରକ ତାଲିକା : 17ରେ ନବୀନଙ୍କ ବିଜେପୁର ଗ୍ରସ୍ତ
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଦଳର ବରିଷ୍ଠ ଓ କନିଷ୍ଠ ମାନଙ୍କୁ ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ଦଳର ମୁଖ୍ୟ ଷ୍ଟାର ପ୍ରଚାରକ ତାଲିକା ର ଶୀର୍ଷରେ ରହିଛନ୍ତି l ଏହି ପ୍ରଚାର ତାଲିକାରେ ଆସ୍କା ସାଂସଦ ପ୍ରମିଳା ବିଶୋଇ ସ୍ଥାନ ପାଇନାହାନ୍ତି l ଆସନ୍ତା 17 ଓ 18 ତାରିଖରେ ନବୀନ ବିଜେପୁରରେ ପ୍ରଚାର କରିବେ l ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିବେ l
ରାଜନୀତିକୁ ଵାଏ ଵାଏ କଲେ ଭକ୍ତ….
ଭୁବନେଶ୍ୱର : ରାଜନୀତିକୁ ବାଏ ବାଏ କଲେ ଭକ୍ତ l ଜୀବନରେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସିଧା ସିଧା କହିଦେଲେ l କଂଗ୍ରେସର ପଦଯାତ୍ରା ଅବସରରେ ଶ୍ରୀ ଦାସ ଏହା କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଆଉ ଲୋକସଭା ଲଢିବି ନାହିଁ । ୯ଥର ନିର୍ବାଚନ ଲଢିଲିଣି । ୩ଥର ସାଂସଦ ହୋଇଥିବାବେଳେ ୬ ଥର ହାରିଛି । ଲୋକଙ୍କ ଉପରେ କାହିଁକି ବୋଝ ହେବି । ଏଥର ନୂଆ ପିଲାଙ୍କୁ ସୁଯୋଗ ଦେବା । ତେବେ ମୁଁ କଂଗ୍ରେସରେ ଅଛି, ଲୋକଙ୍କ ପାଇଁ ଓ ଦଳ ପାଇଁ ସଂଗ୍ରାମ କରିବି ବୋଲି ଭକ୍ତ କହିଛନ୍ତି l ଜଣକ ପରେ ଜଣେ କଂଗ୍ରେସ ନେତା ନିର୍ବାଚନ ନଲଢ଼ିବା ନେଇ ଯେଉଁ ନିଷ୍ପତି ନେଉଛନ୍ତି ତାହା ପିସିସି ସଭାପତିଙ୍କୁ ଚିନ୍ତାରେ ପକାଇଛି l
ଲୋକମାନେ ହେଉଛନ୍ତି ପ୍ରକୃତ ସରକାର : ନବୀନ
ଭୁବନେଶ୍ବର () ଲୋକମାନେ ହେଉଛନ୍ତି ପ୍ରକୃତ ସରକାର l ତେଣୁ ଲୋକଙ୍କ ସେବାକୁ ମୋ ସରକାର ସବୁଠୁ ଗୁରୁତ୍ୱ ଦେଉଛି l ଖାସ ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ 8 ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ 8ଟି ନମ୍ବରକୁ ସେ ଫୋନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗିର, ସୁନ୍ଦରଗଡ, ମାଲକାନଗିରି, ଯାଜପୁର ଓ ବାରିପଦାର କିଛି ଲୋକଙ୍କ ସହ ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ସଂପର୍କରେ କଥା ହୋଇଥିଲା ବେଳେ ନୟାଗଡ ଓ ଭବାନିପାଟଣା ଲୋକଙ୍କ ସହ ଥାନାରେ ସେମାନଙ୍କୁ ମିଳିଥିବା ସେବା ସମ୍ପର୍କରେ କଥା ହୋଇଥିଲେ ।
ଲୋକମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ଥାନା ଓ ଡାକ୍ତରଖାନା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ ଏବଂ ଏଭଳି ଅଭିନବ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାତ ଜଣାଇଥିଲେ । ପରେ ସେ କ୍ୟାପିଟାଲ ହସପିଟାଲ ଓ ଶହୀଦ ନଗର ଥାନାକୁ ଯାଇ ସେଠାରେ ମୋ ସରକାର ଲୋକୋ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ନୋଚନ କରିଥିଲେ ।
ଆଜିଠାରୁ ରାଜ୍ୟର ସମସ୍ତ ପୋଲିସ ଥାନା ଓ 21ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ କଟକ, ବ୍ରହ୍ମପୁର ଓ ସମ୍ବଲପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର 30 ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । 2020 ମାର୍ଚ୍ଚ 5 ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ 15 ସ୍ବାଧିନତା ଦିବସ ଦିନ ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ସେବା ପାଇଁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ସେବା ଯୋଗାଇଦେବା । କାରଣ ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ପ୍ରକୃତ ମାଲିକ ଓ ସରକାରୀ କର୍ମଚାରୀମାନେ ହେଉଛନ୍ତି ସେବକ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟକ୍ରମକୁ ଆସୁଥିବା ଜନସାଧାରଣଙ୍କ ମତାମତକୁ ବିକ୍ଷିପ୍ତ ଭାବେ ଫୋନ ଜରିଆରେ ସଂଗହ କରାଯିବ । ଏହା ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ନୁହେଁ । କେବଳ ସରକାରୀ କର୍ମଚାରୀଙ୍କ ବ୍ୟବହାର, ବୃତ୍ତିଗତ ମନୋବାବ ସମ୍ପର୍କରେ ମତାମତ ଗ୍ରହଣ କରାଯାଇ ବ୍ୟବସ୍ଥାରେ ଉନ୍ନତି ଆଣିବା ଏହି କାର୍ଯ୍ୟକ୍ରମ ମୂଖ୍ୟ ଲକ୍ଷ୍ୟ । ବ୍ୟବସ୍ଥାରେ ଉନ୍ନତି ହିଁ ଜନସାଧାରଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିପାରିବ ।
ସରକାରୀ ଅନୁଷ୍ଠାନକୁ କାମ ପାଇଁ ଆସୁଥିବା ସବୁ ବ୍ୟକ୍ତିଙ୍କ ଟେଲିଫୋନ ନମ୍ବର ପଂଜିକରଣ କରାଯିବ ଏବଂ 24 ଘଣ୍ଟା ମଧ୍ୟରେ ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏକ ଏସଏମଏସ ଯିବ । ଯଦି ଏହା ନ ଯାଏ, କିମ୍ବା ତାଙ୍କ ନମ୍ବର ପଂଜିକୃତ ହୋଇନଥାଏ ତେବେ ସମ୍ପୃକ୍ତ ବ୍ୟକ୍ତି 14545 ନମ୍ବରକୁ ମିସ କଲ କରି ନିଜର ଟେଲିଫୋନ ନମ୍ବରକୁ ପଂଜିକୃତ କରିପାରିବେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବରେ ଟେଲିଫୋନ ନମ୍ବର ସଂଗ୍ରହ କରାଯିବ ଏବଂ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ, ଥାନା କ୍ଷେତ୍ରରେ ପୋଲିସ ମହାନିର୍ଦ୍ଦେଶକ ଏବଂ ଚିକିତ୍ସା ସୁବିଧା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ପ୍ରମୁଖ ଫୋନ କରି ଜନସାଧାରଣଙ୍କ ମତାମତ ଲୋଡିବେ ।
ଜନସାଧାରଣଙ୍କ ମତାମତ ଭିତ୍ତିରେ ସଂପୃକ୍ତ ଥାନା ବା ଡାକ୍ତରଖାନାର କର୍ମଚାରୀମାନଙ୍କୁ ଭଲ ବା ଖରାପ ରାଙ୍କ ଦିଆଯିବ । ଏହାସହିତ ଭଲ ରାଙ୍କ ପାଇଥିବା କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଓ ଖରାପ ରାଙ୍କ ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟାଳୟର ବ୍ୟବସ୍ଥା ଏବଂ କର୍ମଚାରୀମାନଙ୍କ ବ୍ୟବହାର ସମ୍ପର୍କରେ ନକରାତ୍ମକ ମତାମତ ଦେଇଥିବା ବ୍ୟକ୍ତିମାନଙ୍କ ପରିଚୟ ସମ୍ପୁର୍ଣ୍ଣ ଗୋପନ ରଖାଯିବ ।
ମା ଆସୁଛନ୍ତି : ସବୁଠି ଉତ୍ସାହର ମାହୋଲ…
ଭୁବନେଶ୍ୱର : ମା ଆସୁଛନ୍ତି। ସେ ଲାଗି ଧରଣୀ ବି ସଜେଇ ହୋଇଛି। ନଦୀ ପଠାରେ ପବନ ସହ ଖେଳୁଥିବା ଧୋବ ଫର ଫର କାଶତଣ୍ଡି ଏହାର ଉଦାହରଣ। ନୀଳ ଆକାଶର କଳା ବାଦଲ ବି ମଝିରେ ମଝିରେ ଜଳ ଢାଳି ମାଙ୍କ ସ୍ବାଗତ ପାଇଁ ପରିଷ୍କାର କରିଦେଉଛି ପରିବେଶକୁ।
ଗାଁ ଠାରୁ ସହର ସବୁ ଆଡେ ଏବେ ଚଳ ଚଞ୍ଚଳ। ସବୁଠି ଉଦ୍ଦୀପନାର ମାହୋଲ। ମାଙ୍କ ଆଗମନକୁ ନେଇ ମା ଧରା ପୃଷ୍ଠକୁ ଆସିବେ। ଭକ୍ତଙ୍କ ମନ ଦର୍ଶନ ଦେବେ। ସେଥିପାଇଁ ସବୁଠି ଜୋରସୋରରେ ଚାଲିଛି ପ୍ରସ୍ତୁତି ।ସୁଉଚ୍ଚ ତୋରଣ ସାଙ୍ଗକୁ ମାଙ୍କ ସୁନ୍ଦର ପ୍ରତିମୂର୍ତି ମାନ ତିଆରି ପ୍ରାୟ ଶେଷ ପର୍ଯ୍ୟାୟରେ। ବାହାରେ ଚାକିରି କରୁଥିବା ଚାକିରିଆ ବି ଏବେ ଘର ମୁହାଁ। ସେଥିପାଇଁ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠି ଉତ୍ସହର ମାହୋଲ l ବ୍ୟବସାୟିମାନଙ୍କର ବ୍ୟବସାୟ ମଧ୍ୟ ବଢିଛି। ବଜାରରେ ବି ଲାଗିଛି ଗହଳି ।ମୁଖ୍ୟତଃ ପୋଷାକ ଦୋକାନ ବିକ୍ରି ବର୍ତ୍ତମାନ ଜମିବାରେ ଲାଗିଛି। ମା ସମସ୍ତେଙ୍କ ଦୁଃଖ ଦୂର କରନ୍ତୁ ଏହାହିଁ କାମନା l
ବବିଙ୍କ ମୁହଁରେ ନବୀନ ବାଣୀ….
ଯାଜପୁର : ସେବା ହିଁ ବିକାଶ ର ମୂଳମନ୍ତ୍ର l ଜଣେ ବ୍ୟକ୍ତି କେବେ ବିକାଶର ରଥ କୁ ଆଗେଇ ନେଇ ପାରିବନି l ବିକାଶ ପାଇଁ ସମସ୍ତେ ଏକଜୁଟ ହେଵା ଦରକାର l ମୋ ଗାଁ ର ସମସ୍ୟା ମୁଁ ନିଜେ ଦୂର କରିବି l ଏପରି ମନବୃତି ସମସ୍ତଙ୍କ ମନରେ ଆସିବା ଉଚିତ, ତାହାଲେ ଯାଏଁ ନିଜ ଗାଁ ଓ ଜିଲ୍ଲା ର ବିକାଶ ହେଇପାରିବ l ଗାନ୍ଧୀଜୟନ୍ତୀ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ସମାଜ ସେବା ” ହିଁ ମୋର ସବୁଠାରୁ ଭଲ ଯୋଜନା ବୋଲି ରାଜଧାନୀ ରେ ନବୀନ କହିବା ପରେ ଯାଜପୁର ରେ ଏହି ନୀତିବାଣୀ କୁ ଭୋଟରଙ୍କୁ ଶୁଣାଇଛନ୍ତି ବବି l ନିଜ ଗାଁ ନିଜ ଜିଲ୍ଲା ର ସମସ୍ୟା ପାଇଁ ସମସ୍ତେ ସେବା ମନବୃତି ନେଇ କାମ କରିବା ଉଚିତ ବୋଲି ଯାଜପୁର ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା ରେ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l
ଏହାସହ ତାଙ୍କର କେହି ନିଜ ଲୋକ ନାହାନ୍ତି କି ପାଖ ଲୋକ ବି ନାହାନ୍ତି l ଯାଜପୁର ର ବିକାଶ ପାଇଁ ସମସ୍ତଙ୍କୁ ଜଣେ ଜଣେ ବବି ଦାସ ହେବାକୁ ପଡିବ ବୋଲି ଆହ୍ୱାନ ଦେଇଛନ୍ତି ବିଧାୟକ l ସେଵାମନବୃତି, ସ୍ଵଚ୍ଛତା ଓ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ lକେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ 5ଟି ଯୋଜନା ର ଲକ୍ଷ, ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ଲୋକଙ୍କୁ ଜଣେଇବା ପାଇଁ କର୍ମୀ ଓ ନେତାଙ୍କୁ କହିଥିଲେ l














