ମା ଆସୁଛନ୍ତି : ସବୁଠି ଉତ୍ସାହର ମାହୋଲ…

- Advertisement -

ଭୁବନେଶ୍ୱର : ମା ଆସୁଛନ୍ତି। ସେ ଲାଗି ଧରଣୀ ବି ସଜେଇ ହୋଇଛି। ନଦୀ ପଠାରେ ପବନ ସହ ଖେଳୁଥିବା ଧୋବ ଫର ଫର କାଶତଣ୍ଡି ଏହାର ଉଦାହରଣ। ନୀଳ ଆକାଶର କଳା ବାଦଲ ବି ମଝିରେ ମଝିରେ ଜଳ ଢାଳି ମାଙ୍କ ସ୍ବାଗତ ପାଇଁ ପରିଷ୍କାର କରିଦେଉଛି ପରିବେଶକୁ।
ଗାଁ ଠାରୁ ସହର ସବୁ ଆଡେ ଏବେ ଚଳ ଚଞ୍ଚଳ। ସବୁଠି ଉଦ୍ଦୀପନାର ମାହୋଲ। ମାଙ୍କ ଆଗମନକୁ ନେଇ ମା ଧରା ପୃଷ୍ଠକୁ ଆସିବେ। ଭକ୍ତଙ୍କ ମନ ଦର୍ଶନ ଦେବେ। ସେଥିପାଇଁ ସବୁଠି ଜୋରସୋରରେ ଚାଲିଛି ପ୍ରସ୍ତୁତି ।ସୁଉଚ୍ଚ ତୋରଣ ସାଙ୍ଗକୁ ମାଙ୍କ ସୁନ୍ଦର ପ୍ରତିମୂର୍ତି ମାନ ତିଆରି ପ୍ରାୟ ଶେଷ ପର୍ଯ୍ୟାୟରେ। ବାହାରେ ଚାକିରି କରୁଥିବା ଚାକିରିଆ ବି ଏବେ ଘର ମୁହାଁ। ସେଥିପାଇଁ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠି ଉତ୍ସହର ମାହୋଲ l ବ୍ୟବସାୟିମାନଙ୍କର ବ୍ୟବସାୟ ମଧ୍ୟ ବଢିଛି। ବଜାରରେ ବି ଲାଗିଛି ଗହଳି ।ମୁଖ୍ୟତଃ ପୋଷାକ ଦୋକାନ ବିକ୍ରି ବର୍ତ୍ତମାନ ଜମିବାରେ ଲାଗିଛି। ମା ସମସ୍ତେଙ୍କ ଦୁଃଖ ଦୂର କରନ୍ତୁ ଏହାହିଁ କାମନା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles