ବିଜେପୁରରେ ବିରୋଧୀଙ୍କୁ ଚିନ୍ତା ଅନ୍ତଦ୍ୱନ୍ଦ !

0

ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖର ବିଜେପୁର ଉପ ନିର୍ବାଚନ । ବିଜେପୁର ଉପ ନିର୍ବାଚନ ଲାଗି ସରଗରମ ରାଜ୍ୟ ରାଜନୀତି । କିଏ ଜିତିବି ବିଜେପୁର ବାଜି । ସେନେଇ ଚାରିଆଡ଼େ ଚର୍ଚ୍ଚା । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପୁର ବାଜି ଜିତିବା ପାଇଁ ଫୁଲ ଦମରେ ଲାଗିପଡ଼ିଛନ୍ତି । ସେପଟେ ପ୍ରାର୍ଥୀମାନେ ମଧ୍ୟ ଭୋଟରଙ୍କ ମନ ଜିଣିବା ପାଇଁ ଘରଘର ବୁଲି ପ୍ରଚାର କରୁଛନ୍ତି । ରାଜନୈତିକ ସମୀକ୍ଷକ କହିଲେଣୀ ବିଜେଡ଼ି-ବିଜେପି ମଧ୍ୟରେ ବିଜେପୁରରେ ବନ୍ଧୁତା ମ୍ୟାଚ ହେଉଛି । କଂଗ୍ରେସ ସଂଘର୍ଷ କରୁଛି ହେଲେ ଦଳର ଗୋଷ୍ଠୀବିବାଦ ଓ ରାଜ୍ୟରେ କଂଗ୍ରେସର ଶୋଚନୀୟ ଅବସ୍ଥା କଂଗ୍ରେସକୁ ଚିନ୍ତାରେ ପକାଇଛି ବିଜେପୁରରେ । ଅଶୋକ ଓ ରିପୁନାଥ କଣ ରହିବ ଭୂମିକା ବିଜେପୁର ଉପ ନିର୍ବାଚନରେ ପୂର୍ବତନ ବିଜେପୁର ବିଧାୟକ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରପୁନାଥ ସେଠଙ୍କ ଭୂମିକା କଣ ରହିବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । କାରଣ ବିଜେପି ଉପରେ ଅଶୋକ ଖପା ଓ କଂଗ୍ରେସ ଉପରେ ରିପୁନାଥ ରାଗିଛନ୍ତି । ଏଯାଏ ଉଭୟ ଦଳ ଏହି ଦୁଇ ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ବୁଝାଇପାରିନାହିଁ । ଯାହାକୁ ବିଜେପି ଓ କଂଗ୍ରେସ ପାଇଁ ଚିନ୍ତାର କାରଣ ।
୨୦୦୦ ମସିହାରୁ ଅଶୋକ ପାଣିଗ୍ରାହୀ ବିଜେପୁର ସଂଗଠନ କରିଛନ୍ତି । ଥରେ ବିଧାୟକ ହୋଇଛନ୍ତି । ତେଣୁ ଅଶୋକ ଯଦି ବିଦ୍ରୋହ ଭୂମିକାରେ ଆସିବେ ତାହା ବିଜେପିକୁ ବିଜେପୁରରେ ବଡ଼ ଝଟକା ଦେବେ । ଅଶୋକ ମଧ୍ୟ ବିଭିନ୍ନ ସ୍ଥାନରେ ଗୁପ୍ତ ସଭାସମିତି କରି ବିଜେପି ତାଙ୍କୁ କିପରି ଅଣଦେଖା କରିଛି ତାହା ପ୍ରକାଶ କରିଛନ୍ତି । ଅଶୋକ ଦଳ ଛାଡ଼ିବା ଚର୍ଚ୍ଚା ବି ଜୋର ଧରିଛି । ସେହିପରି ରିପୁନାଥ ସେଠ ଏଥର କଂଗ୍ରେସ ପ୍ରାର୍ଥୀ କରିନଥିବାରୁ ସେ ମଧ୍ୟ କଂଗ୍ରେସ ଉପରେ ଅସନ୍ତୋଷ ଅଛନ୍ତି । ତେଣୁ ଉଭୟ ଅଶୋକ ଓ ରପୁନାଥ ଦଳ ଉପରେ ଅସନ୍ତୋଷ ଥିବାରୁ ଉପ ନିର୍ବାଚନରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱ ପୂର୍ଣ୍ଣ ରହିବ । ତେଣୁ ଉଭୟ କଂଗ୍ରେସ ଓ ବିଜେପି ନିଜ ଦଳର ନେତାଙ୍କୁ ବୁଝାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ରିପୁନାଥ ଖୋଲାଖୋଲି ଭାବେ କଂଗ୍ରେସ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି । ସେପଟେ ଅଶୋକ ମଧ୍ୟ ବିଜେପି ଛାଡ଼ିବା ପାଇଁ ଗୋଡ଼ ଟେକି ବସିଛନ୍ତି । ବିରୋଧୀଙ୍କ ଏପରି ଅର୍ନ୍ତଦ୍ୱନ୍ଦ ବିଜେପୁରରେ ବିଜେଡିକୁ ବେଶ ଫାଇଦା ଦେବେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

ଶୁଭ ଦଶହରା….

0

ଭୁବନେଶ୍ୱର : ଆଜି ଦଶହରା l ଅସତ୍ୟ ଉପରେ ସତ୍ୟର ବିଜୟ l ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ବିଗ ନ୍ୟୁଜ ଓଡିଶା ପରିବାର ପକ୍ଷରୁ ଆନ୍ତରିକ ଶୁଭେଚ୍ଛା l ଜଗତଜନନୀ ମା’ ଦୁର୍ଗାଙ୍କ ଅପାର କରୁଣାରୁ ହସ, ଖୁସି ଓ ଶାନ୍ତିରେ ରୁହନ୍ତୁ l ଆଜିର ଅବସରରେ ମା ଦୁର୍ଗାଙ୍କ ନିକଟରେ ଆପଣଙ୍କ ପରିବାର ପାଇଁ ଏତିକି ପ୍ରାର୍ଥନା l ଗଣମାଧ୍ୟମ ଜଗତ ସହିତ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ l ସମାଜର ମଙ୍ଗଳ ପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ ଖବରର ପ୍ରଚାର ଓ ପ୍ରସାର କରୁ ତାହାହିଁ କାମନା l

ପୂଜାପରେ ଜମିବ ପ୍ରଚାର :ଫୋକସରେ ଦିଲ୍ଲୀ ନେତା..

0

ଭୁବନେଶ୍ୱର : ଅକ୍ଟୋବର 21 ତାରିଖରେ ବିଜେପୁର ଉପ ନିର୍ବାଚନ l ଏଥିଲାଗି ଜୋର ଧରିଲାଣି ପ୍ରଚାର l ହେଲେ ପୂଜା ପରେ ଷ୍ଟାର ପ୍ରଚାରକ ମାନେ ପ୍ରଚାର କରିବେ l ଆସନ୍ତା ୧୪ରେ ବିଜେପୁରରେ ପ୍ରଚାର କରିବେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ । ସେ ସିଧାସଳଖ କିଛି ବୁଣାକାର ପରିବାରକୁ ଭେଟିବା ସହିତ ସମ୍ବୋଧନ କରିବେ l ସ୍ମୃତି ଇରାନୀ ଅତିକମରେ ଦୁଇ ଥର ବିଜେପୁର ଗସ୍ତ କରିବାର ବିଜେପି ପ୍ରାର୍ଥୀ ସନତ ଗଡତିଆ ଲାଗି ଭୋଟ ଭିକ୍ଷା କରିବେ l ଠିକ ସେହିପରି ଆସନ୍ତା 17 ଓ 18 ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ l ରୀତା ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ ନବୀନ l ପୂଜା ଛୁଟି ପରେ କଂଗ୍ରେସ ପ୍ରଚାର ବି ଜୋରଦାର କରିବ ବୋଲି କହିଛି l
ବର୍ତମାନ ପ୍ରଚାରକୁ ଜୋରଦାର କରିଛି ବିଜେଡି l ମନ୍ତ୍ରୀ ଓ ନେତା ମାନେ ବିଜେପୁରରେ ଡେରା ପକାଇ ପ୍ରାର୍ଥୀ ରୀତା ସାହୁଙ୍କୁ ଧରି ଭୋଟ ଭିକ୍ଷା କରୁଛନ୍ତି lବିଶେଷ କରି ଯୁବ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂହ, ବିଜେଡ଼ର ପାୱାରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ବିଜେପୁରରେ ଡେରା ପକାଇ ରହିଛନ୍ତି l ଯାହା ବିରୋଧୀଙ୍କୁ ଚିନ୍ତାରେ ପକାଇଛି l ପିସିସି ସଭାପତି ବି ଏହି ନେତାଙ୍କ କର୍ତ୍ତବ୍ୟକୁ ପ୍ରସଂଶା କରିଛନ୍ତି l ହେଲେ ବିଜେପି ବିଜେଡି ନେତାଏ ବିଜେପୁରରେ ପୂଜା ସମୟରେ ପଡି ରହି ପ୍ରଚାର କରିବାକୁ ସମାଲୋଚନା କରିଛି l ତେବେ ଏହାରି ଭିତରେ 3ପ୍ରମୁଖ ଦଳ ସଭାସମିତି କରି ଭୋଟ ଯୋଗାଡ଼ରେ ବ୍ୟସ୍ତ l

ପୂଜା ରାଜନୀତି : କିଏ ରାମ ଆଉ କିଏ ରାବଣ…

0

ଭୁବନେଶ୍ୱର : ଏବେ ଚାରିଆଡେ ପୂଜା ମାହୋଲ l ଏଥିରୁ ବାଦ ପଡ଼ିନାହିଁ ରାଜନୀତି l ରାଜନୀତିରେ ରାମ, ରାବଣ, ସୀତା ସବୁ ଅଛନ୍ତି l ଯାହାକୁ ନେଇ ନେତାଏ ନିଜ ନିଜ ମତ ରଖିଛନ୍ତି l ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ଓଡିଶା ରାଜନୀତିରେ ସବୁ ଦଳରେ ରାବଣ ଅଛନ୍ତି l ବିଜେଡିରେ ଅଧିକ ରାବଣ, କଂଗ୍ରେସରେ କମ ଅଛନ୍ତି l ବେଳେବେଳେ ଲୋକଙ୍କ କାମ ପାଇଁ ସେ ରାବଣ ହେଇଯାଆନ୍ତି ବୋଲି ସୁର କହିଛନ୍ତି l ନବୀନ ଓ ଧର୍ମେନ୍ଦ୍ର ପ୍ରଥମେ ରାମ ଥିଲେ, ମଝିରେ ରାବଣ ହେଲେ, ପରେ ପୁଣି ରାମ, ଆଉ ଏବେ ଅଧା ରାବଣ ବୋଲି ସୁର କହିଛନ୍ତି l ନବୀନଙ୍କ ନାରୀ ପ୍ରୀତି ନାହିଁ, ମେହେଫିଲ୍ ପାଇଁ ଇନ୍ଦ୍ରଙ୍କ ଯାହା ଦରକାର, ତାଙ୍କର ଚଳେ l ଓଡିଶା ରାଜନୀତିକୁ ଜାଣି କୌଣସି ନେତାଙ୍କୁ ପାଖ ପୁରାଉ ନାହାନ୍ତି l କିଛି କର୍ମଚାରୀଙ୍କୁ ହାତ କରି ଏମିତି ବାଡ଼ି ବୁଲାଉଛନ୍ତି ଯେ, ଧର୍ମେନ୍ଦ୍ର, ନିରଞ୍ଜନ ହତାଶ ହୋଇଯାଇଛନ୍ତି
ସେପଟେ ରାଜନୀତି ରେ ରାମ,ରାବଣ ଉପାଖ୍ୟାନ। ନଵୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ, ଏ ତିନିଜଣ ରାମ ଚରିତ୍ରର କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି ଯେ ସଵୁ ଦଳ ଭଳି ବିଜେଡିରେ ବି ରାବଣ ଚରିତ୍ର ଅଛନ୍ତି। ତେଵେ ସେମାନେ କିଏ,ସେମାନଙ୍କ ନାଁ ମୁଁ କହିଵା ଦରକାର ନାହିଁ। ଗଣମାଧ୍ୟମ ନିଜେ ବୁଝୁ ଆଉ ନିଜେ ବାଛୁ। ନବୀନ ରାମ ହେଲେ ମୁଁ ହନୁମାନ ର ଭୂମିକା ତୁଲାଉଛି। ପୂର୍ବରୁ ଜାନକୀ ଓ ଵିଜୁଙ୍କ ପାଖରେ ଵି ମୁଁ ହନୁମାନ ଭୂମିକା ତୁଲାଇଥିଲି ବୋଲି ସେ କହିଛନ୍ତି l

ପଦ୍ମ ଛାଡ଼ିବେ ଅଶୋକ : ବଜାଇବେ ଶଙ୍ଖ… !

0

ଭୁବନେଶ୍ବର : ଘଡିକେ ଘୋଡା ଛୁଟୁଛି ବିଜେପୁର ରାଜନୀତିରେ l ପଦ୍ମ ଛାଡି ଶଙ୍ଖ ଫୁଙ୍କିବାକୁ ପ୍ରସ୍ତୁତ ହେଲେଣି l ଯାହା ବିଜେପିକୁ ବଡ ଝଟକା ଲାଗିପାରେ l ବିଜେଡିକୁ ଫେରିବାକୁ ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀ ଏବେ ବିଜେପୁର ନିର୍ବାଚନ କର୍ମୀ ସମ୍ମିଳନୀ କରିଛନ୍ତି l ଖୁବଶୀଘ୍ର ସେ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି l ବିଜେପି ତାଙ୍କୁ ଅଣଦେଖା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି l ହେଲେ ବିଜେପି କହିଛି ଦଳ ତାଙ୍କୁ ଅଣଦେଖା କରିନାହିଁ l
2000 ମସିହାରେ ବିଜେଡି ଟିକଟରେ ଥରେ ବିଧାୟକ ହେବାର ସୁଯୋଗ ପାଇଥିବା ଅଶୋକ ଆଉ ନିର୍ବାଚନ ଜିତିପାରିନାହାଁନ୍ତି ।2004ରେ ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସୁବଳ ସାହୁଙ୍କ ବିରୋଧରେ ସେ 22 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ । ଏପରିକି ବିଧାୟକ ହେବା ପରେ ସେ ନିଜ ନିର୍ବାଚନମଣ୍ଡଳୀରେ ଲୋକ ସମ୍ପର୍କରେ ରହିଲେ ନାହିଁ । ତେଣୁ 200ରେ ଦଳ ତାଙ୍କୁ ପ୍ରାର୍ଥୀ କଲାନାହିଁ । ନୂଆ ମୁହଁ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା ।

2018ରେ ସୁବଳ ସାହୁଙ୍କ ମୃତ୍ୟୁ ପରେ ଦଳ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା । ବିଦ୍ରୋହୀ ଭୂମୀକାରେ ଥିବା ଅଶୋକ ସେ ସମୟରେ ବିଜେପି ଶିବିରେ ଯୋଗ ଦେଇ ପ୍ରାର୍ଥୀ ହେଲେ । କିନ୍ତୁ ରୀତାଙ୍କ ବିରୋଧରେ 42 ହଜାର ଭୋଟ ବ୍ୟବଧାନରେ ହାରିଗଲେ । ତେଣୁ ଆଉ ଅଶୋକଙ୍କ ଉପରେ ଭରସା କଲାନି ବିଜେପି । 2019 ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ ନକିର ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଥିଲା । ସତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଛିଡା ହୋଇ ପ୍ରାୟ 50 ହଜାର ଭୋଟ ପାଇଥିଲେ । ତେଣୁ ଏଥର ଉପନିର୍ବାଚନରେ ମଧ୍ୟ ବିଜେପି ପୁଣି ଥରେ ସନତଙ୍କୁ ପ୍ରାର୍ଥୀ କରିଛି । ବିଜେପି କେବଳ ଅଶୋକଙ୍କ ପ୍ରାର୍ଥୀତ୍ବକୁ ମନା କରିନି ତାଙ୍କର ବିଜେପୁର ଯିବା ଉପରେ ମଧ୍ୟ ଅଙ୍କୁଶ ଲଗାଇଦେଇଛି । ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରି ଅଶୋକ ବିଜେଡିକୁ ଫେରିବାକୁ ଯୋଜନା କରୁଛନ୍ତି ।
ଅଶୋକ ବିଜେଡ଼ରେ ସାମିଲ ହେବାର ସଂକେତ ମନ୍ତ୍ରୀ ସୁଶାନ୍ତ ସିଂହ ଦେଇଛନ୍ତି l ବିଜେପୁରର ଉପ ନିର୍ବାଚନ ପୂର୍ଵରୁ ଅଶୋକ ଦଳ ଛାଡ଼ିବା ସସପେସ ବିଜେପି ଅଡୁଆରେ ପକାଇଛି l

କଂଗ୍ରେସ ନେତାଙ୍କୁ ନିରଞ୍ଜନ ପରାମର୍ଶ : ବିଜେଡି ଠାରୁ ଶିଖିବାର କଥା

0

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପୂର୍ଵରୁ ବିଜେଡି ନେତାଙ୍କୁ ବଡ ସାଟିଫିକେଟ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ l ବର୍ତ୍ତମାନ ପୂଜା ମାହୋଲ l ସଭିଏଁ ପୂଜାରେ ପରିବାର ଶହ ସମୟ କାଟୁଛନ୍ତି l ହେଲେ ବିଜେଡି ନେତାମାନେ ବିଜେପୁରରେ ପଡିରହିଛନ୍ତି l କର୍ତ୍ତବ୍ୟ ପାଇଁ ସେମାନେ ପଡି ରହିଛନ୍ତି l ତେଣୁ ବିଜେଡି ନେତାଙ୍କ ଠାରୁ ଶିଖିବାର କଥା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି l ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ଏପରି ପ୍ରଶଂଶା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି l ତେବେ କାହିଁକି ନିରଞ୍ଜନ ଏପରି କହିଲେ ତାହା ଏବେ ରହସ୍ୟରେ l ଏକଥା କଂଗ୍ରେସ ନେତାଙ୍କୁ କେତେ ସହାୟତା କରୁଛି ତାହା ତ ପିସିସି ସଭାପତି ଜାଣିଥିବେ l ହେଲେ ଏହା ବିଜେଡି ନେତାଂକୁ ବେଶ ଉତ୍ସାହିତ କରିଛି l

ନିଦରେ ଶୋଇଛି ବିଏମସି : ନାଳରେ ମୋ ସାଇକେଲ

0

ଭୁବନେଶ୍ୱର : ଏବେ ଦିଗହରା ହୋଇପଡିଛି ମୋ ସାଇକେଲ ଯୋଜନା।କେତେବେଳେ ପୋଖରୀ ଭିତରୁ ତ ଆଉ କେତେବେଳେ କେଉଁ ଅଳିଆ ଗଦାରୁ ମିଳୁଛି ସାଇକେଲ।ଯେଉଁ ଯୋଜନାକୁ ନେଇ ଦିନେ ସାରା ଭାରତରେ ଓଡ଼ିଶା ଚର୍ଚ୍ଚାକୁ ଆସିଥିଲା ଏବେ ତାହାର ଅବସ୍ଥା କହିଲେ ନ ସରେ।
ହକି ବିଶ୍ୱକପ ପୂର୍ବରୁ ଓଡ଼ିଶା ସରକାର ଅନେକ ଯୋଜନା କରିଥିଲେ। ନୂଆ ବସ ଷ୍ଟାଣ୍ଡ ସାଙ୍ଗକୁ ମୋ ସାଇକେଲକୁ ନେଇ ରାଜଧାନୀ ବାସୀ ବେଶ ଖୁସି ଥିଲେ।ବିଦେଶ ଢାଞ୍ଚାରେ ତିଆରି କରାଯାଇଥିଲା ମୋ ସାଇକେଲ ଯୋଜନା। ଅଳ୍ପ ମୂଲ୍ୟରେ ସାଇକେଲର ବୁଲିବାର ମଜା। କିନ୍ତୁ କିଛି ଦିନ ଗଲାପରେ ଏବେ ଫଳ ସମ୍ପୁର୍ଣ୍ଣ ଓଲଟା। ଯେମିତି ସରକାର ଏହି ଯୋଜନା ଉପରୁ ଆଖି ଫେରେଇ ନେଇଛନ୍ତି। ଏବେ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳୁଛି ନା କେଉଁ ସାଇକେଲ ଚାଳକ । ନା ସାଇକେଲ ଷ୍ଟାଣ୍ଡ ରେ ସାଇକେଲ।

ବିଜେପୁର ବାଜି ଜିତିବ କିଏ ?

0

ଭୁବନେଶ୍ୱର : ଏଥର ବିଜେପୁର ବାଜି କିଏ ଜିତିବ l ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା l 3 ପ୍ରମୁଖ ଦଳ ବିଜେଡି -ବିଜେପି – କଂଗ୍ରେସ ଏହି ନିର୍ବାଚନରେ ବିଜୟ କରିବେ ବୋଲି କହୁଛନ୍ତି l ସେ ନେଇ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି l ତେବେ ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଯୋଦ୍ଧା ବି ପ୍ରସ୍ତୁତ l ବିଜେଡ଼ର ପୁଣି ଥରେ ବିଜେପୁର ଗଡ଼ ହାତେଇବା ପାଇଁ ନବୀନ 68ଜଣ ନେତାଂକୁ ଦାୟିତ୍ୱ ଦେଇଛନ୍ତି l ବିଶେଷକରି ଯୁବ ନେତାମାନେ ଦିନ ରାତି ଏକ କରି ରୀତା ସାହୁଙ୍କୁ ଜିତାଇବା ଅଣ୍ଟା ଭିଡିଛନ୍ତି l 2018 ଉପ ନିର୍ବାଚନରେ ରୀତାଙ୍କୁ ଜିତାଇବା ପାଇଁ ନବୀନଙ୍କ ନିର୍ଦେଶରେ ବିଜେଡ଼ର ପାୱାରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେପୁରରେ ଚତୁର ଗୋଟି ଚାଳନା କରିଥିଲେ l ତାଙ୍କୁ ସହଯୋଗ କରିଥିଲେ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂହ ପ୍ରମୁଖ l ଏଥର ମଧ୍ୟ ବିଜେଡି ବିଜେପୁର ଗଡ଼ ହାତେଇବା ପାଇଁ ସମାନ ରଣନୀତି ଆପଣାଇଛି l ନବୀନ ପୁରା ବିଜେପୁର ଦାୟିତ୍ୱ 68ରୁ ଅଧିକ ନେତାଙ୍କୁ ଦେଇଥିଲେ ମଧ୍ୟ ଏହି ଯୁବ ନେତାମାନେ ମୁଖ୍ୟ ଭୂମିକାରେ ରହିଛନ୍ତି l
ସେହିପରି ବିଜେପି ବିଜେପୁର ଗଡ଼ ଜିତିବା ପାଇଁ ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ, ପ୍ରଦୀପ ପୁରୋହିତ, ବସନ୍ତ ପଣ୍ଡା. ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଦାୟିତ୍ୱ ନେଇଛନ୍ତି l ଦଳ ଏଥର ପୁଣି ଥରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି l ସନତ କିପରି ଜିତିବେ ସେ ନେଇ ନେତାଏ ଏବେ ବିଜେପୁରରେ ଡେରା ପକାଇଛନ୍ତି l
କେବଳ ବିଜେଡି -ବିଜେପି ନୁହେଁ କଂଗ୍ରେସ ମଧ୍ୟ ବିଜେପୁର ଗଡ଼ ଜିତିବା ପାଇଁ ଏଥର ଜୋରଦାର ପ୍ରୟାସ କରିଛି l ଦଳ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରଥମ କରି ପ୍ରାର୍ଥୀ କରିଛି l ତାଙ୍କୁ ଜିଟାଇବା ପାଇଁ 5ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଡାକ l ପ୍ରକାଶ ଦେବତା. ପ୍ରଦୀପ ମାଝୀ,ସୁର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ନିହାର ମହାନନ୍ଦଙ୍କ ପ୍ରମୁଖ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନ ରାତି ଏକ କରିଛନ୍ତି l 10 ତାରିଖରୁ ବିଜେପୁରରେ ପ୍ରଚାର ଜମିବ l ବିଜେଡି ପାଇଁ ପ୍ରଚାରର ମଙ୍ଗ ନବୀନ ଧରୁଥିବା ବେଳେ କଂଗ୍ରେସ ଓ ବିଜେପି କେନ୍ଦ୍ରୀୟ ନେତା ମଙ୍ଗ ଧରିବେ l ତେବେ ଦେଖିବାର କଥା 24 ରେ କିଏ ବିଜେପୁର ବାଜି ଜିତୁଛି l

ପ୍ରସନ୍ନ ମହାନ୍ତିଙ୍କୁ ବିରଜା ଶ୍ରୀ ସମ୍ମାନ..

0

ଯାଜପୁର : ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତିଙ୍କୁ ବିରଜା ଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି l ସାମ୍ବାଦିକତାରେ ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି l ମା ଟିଭି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନୀତ କରାଯାଇଛି l

ବିଜେପୁର ବିଜୟ ପାଇଁ ଅଙ୍କ କଷୁଛନ୍ତି ଅରୁଣ….

0

ଭୁବନେଶ୍ୱର : ବିଜେପୁରରେ କିପରି ବିଜେଡି ବିଜୟ କରିବ l ରୀତା ସାହୁ ସପକ୍ଷରେ କିପରି ଅଧିକ ଭୋଟ ପଡିବ ସେନେଇ ବିଜେପୁରରେ ରାଜନୀତିର ଗଣିତ କଷୁଛନ୍ତି ଯୁବମନ୍ତ୍ରୀ ଅରୁଣ ସାହୁ l 2018 ଉପ -ନିର୍ବାଚନ ପରି ଏଥର ବି ଅରୁଣ ବିଜେପୁର ବ୍ଲକ ଦାୟିତ୍ୱରେ ଅଛନ୍ତି l ବିଭିନ୍ନ ପଡାରେ ବୈଠକ କରି ଭୋଟକୁ ମନାଉଛନ୍ତି l ଅକ୍ଟୋବର 21 ତାରିଖରେ ଯେଉଁ ନିର୍ବାଚନ ହେବ ସେଥିରେ ବିଜେଡି କିପରି ଭଲ ଭୋଟରେ ବିଜୟ ହେବ ସେ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ଅରୁଣ ବିଜେପୁର ବ୍ଲକ ଜଗିଛନ୍ତି l
ବିଜେପୁରରେ ଏବେ ଜୋରଦାର ପ୍ରଚାର ହେଲାଣି l ରାଜ୍ୟର 3 ପ୍ରମୁଖ ଦଳର ଯୋଦ୍ଧାମାନେ ବିଜେପୁର ମୁହାଁ l ପୌର ନିର୍ବାଚନ ପୂର୍ଵରୁ ବିଜେପୁର ଉପ -ନିର୍ବାଚନ ହେଉଥୁବାରୁ ସବୁଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ l ତେଣୁ କାଳେବଳେ କୌଶଳେ ବିଜେପୁର ଗଡ଼ ହାତେଇବା ପାଇଁ ସବୁ ରାଜନୈତିକ ଦଳ ଚେଷ୍ଟା କରୁଛନ୍ତି l ଗଲା ପଂଚାୟତ ନିର୍ବାଚନରେ ବିଜେପୁରରେ ବିଜେପି ଅଧିକ ଭୋଟ ପାଇଥିଲା l ତେଣୁ ଛାତ୍ର ଜୀବନରୁ ରାଜନୀତି କରୁଥିବା ଅରୁଣ ନିଜର ଚତୁର ଗୋଟି ଚାଳନ କରି କିପରି ବିରୋଧୀଙ୍କୁ ଧରାଶାୟୀ କରାଯିବ ସେ ଅଙ୍କ ବିଜେପୁର ବ୍ଲକରେ କଷୁଛନ୍ତି l
2018ଉପ ନିର୍ବାଚନ ଓ 2919 ସାଧାରଣ ନିର୍ବାଚନରେ ବିଜେଡି ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେପୁର ବାଜି ଜିତିଥିଲା l ତେଣୁ ଏଥର ପୁଣି ବିଜେପୁରରେ ବିଜେଡି କିପରି ଭଲ ଭୋଟରେ ଜିତିବ ସେ ନେଇ ବିଜେଡ଼ର ଯୁବ ବିଗ୍ରେଡିୟରମାନେ ଦିନରାତି ଏକ କରିଦେଇଛନ୍ତି l ଯାହାର ବିଜେପୁର ମଙ୍ଗ ଧରିଛନ୍ତି ଅରୁଣ l

Follow us

20,832FansLike
0FollowersFollow
14,700SubscribersSubscribe

Latest news