ଦଳ ଛାଡ଼ିବେ ଚିରଞ୍ଜୀବ !

- Advertisement -

ଭୁବନେଶ୍ୱର : ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଛି l 2019 ସାଧାରଣ ନିର୍ବାଚନ ହାରିବା ପରେ କଂଗ୍ରେସ ରାଜନୀତିରେ ସେତେଟା ସକ୍ରିୟ ହେଉନାହାନ୍ତି ସେ l ଯାହାକୁ ନେଇ ଏପରି ଚର୍ଚ୍ଚା ଆରମ୍ଭ ହୋଇଛି l ଉଭୟ ବିଜେଡି -ବିଜେପି ଯୋଗାଯୋଗରେ ସେ ଅଛନ୍ତି l ତେବେ ବିଜେଡ଼ର ଜଣେ ଟାଣୁଆ ଯୁବନେତାଙ୍କ ସହ ସେ ଯୋଗାଯୋଗରେ ଥିବା ନେଇ ବି ଆଲୋଚନା ହେଉଛି l ନିକଟରେ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀରେ ଯେଉଁ ବୈଠକ ଡାକିଥିଲେ ସେହି ବୈଠକରେ ଚିରଞ୍ଜୀବ ଯୋଗା ଦେଇନଥିଲେ l ତେଣୁ ସେ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି l ତେବେ ଚିରଞ୍ଜୀବ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନାହାନ୍ତି ବୋଲି ତାଙ୍କର ଅତି ଘନିଷ୍ଠ କହିଛନ୍ତି l ତେବେ ଏନେଇ ଚିରଞ୍ଜୀବ ଙ୍କ ପ୍ରତିକ୍ରିୟା ମିଳିନାହିଁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles