୦୨/୧୦ (ଯାଜପୁର) ସେ ଥିଲେ ଅହିଂସାର ପୂଜାରୀ, ସ୍ୱଚ୍ଛତାର ସତ୍ୟାଗ୍ରହୀ। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଶତବାଷକୀକୁ ମହା ଆଡମ୍ବରରେ ପାଳନ କରିଛନ୍ତି ଯାଜପୁର ବରୁଆଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରଛାତ୍ରୀ। ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ସ୍ୱଚ୍ଛତାର ବାର୍ତାନେଇ ଗାଁକୁ ଗାଁ ବୁଲିଥିଲେ। ବରୁଆ ସ୍କୁଲ ପରିସରରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ପୂଜାଲା, କେତକିଆ, ଟୋପିମିଆଁ ଛକ, ବରୁଆଁ ଛକ ଦେଇ ସ୍କୁଲରେ ପହଞ୍ଚିଥିଲା। କିଏ ଦେଶ ଗଢ଼ିବାର ସେ୍ଳାଗାନ ଦେଉଥିଲା ତ ଆଉ କିଏ ଦୁର୍ନୀତି ମୁକ୍ତ ଦେଶର ସଂକଳ୍ପ କରିଥିଲା। ପ୍ଲାଷ୍ଟିକ୍ ହଟାଅ, ପରିବେଶ ବଞ୍ଚାଅର ନାରା ନେଇ ପିଲାମାନେ ସଚେତନତାର ବାର୍ତା ବାଣ୍ଟିଥିଲେ। ସେଠାରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସଭାପତି ହିମାଂଶୁ ଭୂଷଣ ମହାପାତ୍ର, ସମାଜସେବୀ ବୈକୁଣ୍ଠ ବିଶ୍ୱାଳ, ଅଧ୍ୟକ୍ଷ ହିମାଂଶୁ ଶେଖର ପଣ୍ଡା, ନିର୍ଦେଶକ ଧୃବକୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ନନ୍ଦ କିଶୋର ସାହୁ, ସମାଜସେବୀ ପ୍ରକାଶ ପରିଡା ପ୍ରମୁଖ ଗାନ୍ଧି ଜୟନ୍ତୀ ପାଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।…
ରୋଟାରୀ କ୍ଲବ୍ ଓ ଆମ ପୋଲିସ ମିଶି ପାଳିଲେ ଗାନ୍ଧୀ ଜୟନ୍ତୀ
ବ୍ୟାସନଗର : ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ଓ ଆମ ପୋଲିସ ମିଳିତ ଭାବେ ପାଳନ କରିଛନ୍ତି ।ସଖାଳୁ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ର ସଭାପତି ଅଭୟ ପତି ଓ ଯାଜପୁର ରୋଡ ଥାନାର ଅଧିକାରୀ ଅନିଲ୍ କୁମାର ମହାନ୍ତିଙ୍କ ସମେତ ଥାନାର ବହୁ କର୍ମଚାରୀ ଯୋଗଦାନ କରିଥିଲେ ।ସ୍ଥାନୀୟ ନିଉମାର୍କେଟ୍ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିଥିଲେ ।ଏହି ଅବସରରେ ଶ୍ରୀ ପତି ଜନସାଧାରଣଙ୍କୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ଯାଗ୍ ବ୍ଯବହାର ବନ୍ଦ କରିବାକୁ ଅନୁରୋଧ କରିଥିଲେ ।ତତ୍ ସହିତ ପରିବେଶ ତଥା ନିଜ ଘରର ଚତୁର୍ପାଶ୍ବ ସଫା ଓ ସ୍ବଚ୍ଛ ରଖିବାକୁ ପରାମର୍ଶ ଦେଇଥିଲେ ।ସେହିପରି ଶ୍ରୀ ମହାନ୍ତି ସଡକ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ବ୍ଯକ୍ତିଙ୍କୁ ବୁଝାଇଥିଲେ ।ଗାଡି ଚାଳନା ସମୟରେ ଗାଡି ତଥା ନିଜର ବୈଧ କାଗଜପତ୍ର ପାଖରେ ରଖିବା,ହେଲମେଟ୍ ପିନ୍ଧିବା,ସିଟ୍ ବେଲ୍ଟ ବାନ୍ଧିବା ଇତ୍ୟାଦି ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ ।ଏହି ଅବସରରେ ରୋଟାରୀ କ୍ଲବ୍ ର ସମସ୍ତ ସଦସ୍ୟଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
ଆଜି ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି ମାଁ ଙ୍କୁ ଭିନ୍ନ ରୂପରେ
ଯାଜପୁର: ଆଜି ଶକ୍ତି ପୀଠ ମାନଙ୍କରେ ପଞ୍ଚମୀ ହେତୁ ଶ୍ରଦ୍ଧାଳୁମାନେ ଏକ ଅଲୌକିକ ବେଶରେ ମାଁ ବୀରଜାଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ।ମାଁଙ୍କର ଏହି ନିଆରା”କୁସ୍ମାଣ୍ଡା”ବେଶ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ।ଏଠାରେ ଉଲ୍ଲେଖ କରାଯାଇପାରେ ରାଜ୍ୟରେ ଥିବା ସମସ୍ତ ଶକ୍ତି ପୀଠ ମାନଙ୍କ ମଧ୍ୟରୁ ବୀରଜାକ୍ଷେତ୍ର ନିଆରା ।କାରଣ ବୀରଜା ହେଉଛନ୍ତି ଏକମାତ୍ର ଶକ୍ତି ସ୍ବରୂପା ଯିଏ କି ରଥ ଚଢି ମନ୍ଦିର ପରିକ୍ରମା କରିଥାନ୍ତି ।ଗବେଷକଙ୍କ ମତ୍ତ ଅନୁଯାୟୀ ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲୁଅଛି ।
ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କରୁଥିବା କର୍ମୀ ପିନ୍ଧାଇଲେ ପ୍ଲାଷ୍ଟିକ୍ ମାଳ ।
ବ୍ୟାସନଗର: ସରକାରଙ୍କ ପ୍ଲାଷ୍ଟିକ୍ ମୁକ୍ତ ଓଡିଶା ପ୍ରୟାସକୁ ସାକାର କରିବା ପାଇଁ ଗତ କିଛିଦିନ ହେବ ବ୍ୟାସନଗର ଅଞ୍ଚଳରେ ପୌରପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢାଉ ରହିଛି । ଏଥିସହ କିଛି ଦୋକାନୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଯେଉଁ ପୌରପରିଷଦର କର୍ମଚାରୀ ପ୍ଲାଷ୍ଟିକ୍ କୁ ବିରୋଧ କରିଛନ୍ତି, ସେମାନଙ୍କ ଦ୍ଵାରା ଆଜି ଜାତିର ପିତାଙ୍କୁ ପ୍ଲାଷ୍ଟିକ୍ ଫୁଲମାଳରେ ସମ୍ମାନ ଜଣାଇଛନ୍ତି । ପ୍ରାପ୍ତ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ପୌରପରିଷଦର କର୍ମଚାରୀମାନେ ସ୍ଥାନୀୟ ନିଉମାର୍କେଟ୍ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତୀତଳେ ଏକାଠି ହୋଇଥିଲେ । ସାଧାରଣ ଫୁଲମାଳ ପରିବର୍ତ୍ତେ ଜାତିର ପିତାଙ୍କ ଗଳାରେ ପ୍ଲାଷ୍ଟିକ୍ ଫୁଲମାଳ ଲମ୍ବାଇଥିଲେ ।ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଯେଉଁ ପ୍ରଶାସନ କିଛି ଦିନ ପୂର୍ବରୁ ଜୋରିମାନା ଆଦାୟ କରୁଥିଲା, ସେହି ପ୍ରଶାସନର ଆଜି ଏ ପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।
ଚାଇନାରେ ଓଡ଼ିଆ ପୁଅର କମାଲ….
ଭୁବନେଶ୍ୱର : ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି। ଚାଇନାରେ ଖେଳାଯାଇଥିବା ଚାଇନା ପାରା-ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦଙ୍କୁ ଡବଲ୍ ସ୍ୱର୍ଣ୍ଣ ପଦକ ମିଳିଛି। ସିଙ୍ଗଲ୍ସ ଏବଂ ପରେ ଡବଲ୍ସରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ହାସଲ କରି ରେକର୍ଡ ସୃଷ୍ଟି କରିବା ସହ ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏଥିସହ ସେ ପାରା ଅଲିମ୍ପିକ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛନ୍ତି। ସେ ଏପର୍ଯ୍ୟନ୍ତ ମୋଟ ୬୦୯୦ ପଏଣ୍ଟ ହାସଲ କରି ଏହି ସଫଳତା ହାସଲ କରିଛନ୍ତି।ଚାଇନାର ହାଙ୍ଗଝୁରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ୧୯-୨୧, ୨୧-୧୩, ୨୧-୧୪ ସେଟରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ସେହିପରି ଡବଲ୍ସରେ ସେ ମନୋଜ ସରକାରଙ୍କ ସହ ମିଶି ନିଜ ଦେଶର ଯୋଡ଼ି ବିକ୍ରମ ଓ ସୁହାସଙ୍କୁ ୧୮-୨୧, ୨୧-୧୬, ୨୧-୧୫ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଏଥିସହ ଚଳିତ ବର୍ଷ ପ୍ରମୋଦଙ୍କ ସ୍ୱର୍ଣ୍ଣ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ୪ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି।
ଭକ୍ତଙ୍କୁ ଦର୍ଶନ ଦେବେ ଚନ୍ଦ୍ରଘଣ୍ଟା ବେଶରେ
ଯାଜପୁର : ଆଜି ଯାଜପୁରର ଅଧୀଷ୍ଠାତ୍ରି ଦେବୀ ମାଁ ବିରଜା ଭକ୍ତଙ୍କୁ ଦର୍ଶନ ଦେବେ ଚନ୍ଦ୍ରଘଣ୍ଟା ବେଶରେ । ପ୍ରଚଳିତ ପ୍ରଥା ଅନୁଯାୟୀ ମାଁ ବିରଜାଙ୍କ ପଞ୍ଚମୀ ତିଥିରେ ମାଁ ଙ୍କୁ ଏହି ବେଶରେ ସଜ୍ଜିତ କରାଯାଏ । ଏଥିସହିତ ମାଆଙ୍କ ନିକଟରେ ପଞ୍ଚମୀ ହୋମ ମଧ୍ୟ ହୋଇଥାଏ ।ଆଜି ଦିନର ଏକ ଭିନ୍ନ ବିଶେଷତ୍ବ ଥିବାରୁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଛି । ମନ୍ଦିରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ପ୍ରଶାସନ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପୋଲିସର ବ୍ଯବସ୍ଥା କରାଯାଇଛି ।ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମଧ୍ୟ ସୁ ବନ୍ଦୋବସ୍ତ କରାଯାଅଛି ।
ବିଜେପୁର ଏସିଡ ଟେଷ୍ଟ : କିଏ ମାରିବ ବାଜି?
ଭୁବନେଶ୍ୱର : ବିଜେପୁର ବର୍ତ୍ତମାନ ଓଡ଼ିଶା ରାଜନୀତିର ଏକ ଚର୍ଚ୍ଚିତ ବିଧାନ ସଭା କ୍ଷେତ୍ର ।ଗତ 2 ବର୍ଷରେ ୩ ଥର ନିର୍ବାଚନ ଦେଖିଲାଣି ବିଜେପୁର। ଏହା ଏକ ସାଧାରଣ ଘଟଣା ନୁହେଁ। ରାଜନୀତି ଇତିହାସରେ ଏହା ଏକ ବିରଳ ଚିତ୍ର। ଏକଦା ବିଜେପୁର ଥିଲା କଂଗ୍ରେସର ଗଡ଼। କିନ୍ତୁ ତିନି ତିନି ଥରର ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ରାଜନୀତିର ପସାପାଲି ବଦଳି ଯାଇଥିଲା। ୨୦୧୮ମଧ୍ୟ ଭାଗରେ ହୋଇଥିଲା ସେଠାରେ ଉପନିର୍ବାଚନ।ଯାହାକି ୩ ଦଳ ପାଇଁ ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ମୁଣ୍ଡ ଉପରେ ଥାଏ ୨୦୧୯ ସାଧାରଣ ନିର୍ବାଚନ । ନିଜର ପତିଆରୀ ଜାହିର କରିବା ପାଇଁ ସବୁ ଦଳ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ।ଶେଷରେ ବିଜେଡି ଚାଳିଶ ହଜାରରୁ ଉର୍ଦ୍ଧ୍ବ ଭୋଟ୍ ରେ ବିଜୟ ହୋଇଥିଲା।
ଠିକ ସେହିପରି ଆଗକୁ ପୁଣି ଆସୁଛି ପୌର ନିର୍ବାଚନ।ଠିକ୍ ତା ଆଗରୁ ପୁଣି ବାଜିରେ ଲାଗିଛି ବିଜେପୁର।ତିନି ଦଳ ନିଜର କଳ ବଳ ଫୁଲ ଦମରେ ଲଗେଇ ଦେଇଛନ୍ତି ।ବାଜିକୁ ହାତେଇବା ପାଇଁ ।ସବୁ ପ୍ରାର୍ଥୀ ମଧ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଲେଣି। ବିଜେଡିରୁ ରୀତା ସାହୁ,କଂଗ୍ରେସରୁ ଦିଲ୍ଲୀପ ପଣ୍ଡା,ଓ ବିଜେପିରୁ ସନତ ଗଡ଼ତିଆ। ତିନି ସିପାହୀ ବର୍ତ୍ତମାନ ନିର୍ବାଚନ ରଣାଙ୍ଗନରେ ପ୍ରସ୍ତୁତ ହୋଇସାରିଲେଣି ଏବଂ ସେମାନଙ୍କର ସେନାପତି ମଧ୍ୟ ପ୍ରସ୍ତୁତ। ତେବେ ଦେଖିବାର କଥା କିଏ ବିଜେପୁରର ଏସିଡ ଟେଷ୍ଟରେ ବାଜି ମାରୁଛି।
ନବ କିଶୋର ସାହୁ
Iimc,
ଓଡ଼ିଶାରେ ପିଆଜ ରାଜନୀତି : ମୁହାଁମୁହିଁ ବିଜେପି -ବିଜେଡି
ଭୁବନେଶ୍ୱର : ଜୋରଧରିଲା ପିଆଜ ରାଜନୀତି l ପିଆଜ ଦର ବୃଦ୍ଧିକୁ ନେଇ ସରକାରଙ୍କ ଉପରେ ଵର୍ଷିଲା ବିଜେପି l ଆଳୁ ମିଶନ ଫେଲ୍, ପିଆଜ ମିଶନ ଫେଲ୍ କିନ୍ତୁ ନବୀନ ବାବୁ ପାସ୍ କିପରି ବୋଲି ବିଜେପି ପ୍ରଶ୍ନ କରିଛି l କଟାକ୍ଷ କରି ଦଳ କହିଛି ଯେ ସରକାରଙ୍କ ପାଠ କମ୍ ବସ୍ତାନି ଵଡ । ପିଆଜ ସଂରକ୍ଷଣ କଣ ରକେଟ୍ ସାଇନ୍ସ କି ? ୨୦ବର୍ଷ ଧରି ରାଜ୍ୟ ସରକାର ସଂରକ୍ଷଣ ବ୍ୟବସ୍ଥା କରିପାରିଲେନି । ଏଥିରୁ ଜଣାପଡିଲା ପଡୁଛି କିଛି ବ୍ୟବସାୟୀଙ୍କ ସହ ସରକାରଙ୍କ ଅସାଧୁ ମେଣ୍ଟ ଯୋଗୁ ଏମିତି ପରିସ୍ଥିତି ସୃଷ୍ଟି ହେଉଛି । ଅମଳ ସମୟରେ ଅଭାବୀ ବିକ୍ରି ହେଉଛି । କିନ୍ତୁ ଯେତେବେଳେ ଦର ବଢୁଛି ସେତେବେଳେ ଚିନ୍ତା ପଶୁଛି । ବିଭିନ୍ନ ଘୋଷଣା କରାଯାଉଛି । କିନ୍ତୁ କିଛି କରାଯାଉନାହିଁ । କେନ୍ଦ୍ର ସରକାର ପ୍ରାଇସ୍ ଷ୍ଟାବିଲିଟି ଫଣ୍ଡ ୭୫-୨୫ ଭାଗରେ ଗଠନ କରିଛନ୍ତି କିନ୍ତୁ ରାଜ୍ୟ ସରକାର କାହିଁକି ଖୋଲା ବଜାରରୁ କିଣି ଲୋକଙ୍କୁ ଦେଉନାହାନ୍ତି ବୋଲି ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି l ସେପଟେ ପିଆଜ ଦର ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି ଶାସକ ଦଳ କହିଛି l କେନ୍ଦ୍ର ସରକାରଙ୍କ ସହ ଏନେଇ ଆଲୋଚନା ଜାରୀ ରହିଛି ବୋଲି ବିଜେଡି କହିଛି l














