ରାଜନୀତିକୁ ଵାଏ ଵାଏ କଲେ ଭକ୍ତ….

- Advertisement -

ଭୁବନେଶ୍ୱର : ରାଜନୀତିକୁ ବାଏ ବାଏ କଲେ ଭକ୍ତ l ଜୀବନରେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସିଧା ସିଧା କହିଦେଲେ l କଂଗ୍ରେସର ପଦଯାତ୍ରା ଅବସରରେ ଶ୍ରୀ ଦାସ ଏହା କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଆଉ ଲୋକସଭା ଲଢିବି ନାହିଁ । ୯ଥର ନିର୍ବାଚନ ଲଢିଲିଣି । ୩ଥର ସାଂସଦ ହୋଇଥିବାବେଳେ ୬ ଥର ହାରିଛି । ଲୋକଙ୍କ ଉପରେ କାହିଁକି ବୋଝ ହେବି । ଏଥର ନୂଆ ପିଲାଙ୍କୁ ସୁଯୋଗ ଦେବା । ତେବେ ମୁଁ କଂଗ୍ରେସରେ ଅଛି, ଲୋକଙ୍କ ପାଇଁ ଓ ଦଳ ପାଇଁ ସଂଗ୍ରାମ କରିବି ବୋଲି ଭକ୍ତ କହିଛନ୍ତି l ଜଣକ ପରେ ଜଣେ କଂଗ୍ରେସ ନେତା ନିର୍ବାଚନ ନଲଢ଼ିବା ନେଇ ଯେଉଁ ନିଷ୍ପତି ନେଉଛନ୍ତି ତାହା ପିସିସି ସଭାପତିଙ୍କୁ ଚିନ୍ତାରେ ପକାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles