ଅଶୋକଙ୍କୁ ବିଜେପୁର ମନା..

- Advertisement -

ଭୁବନେଶ୍ୱର : ବିଜେପୁରକୁ ଅଶୋକଙ୍କୁ ନା l ବିଜେପି ଅଶୋକ ପାଣିଗ୍ରାହୀକୁ ବିଜେପୁର ପ୍ରଚାର କରିବାକୁ ବାରଣ କରିଛି l ଠିକ ସେହିପରି ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି l ଯାହା ଏବେ ବିଜେପୁର ରାଜନୀତିକୁ ସରଗରମ କରିଛି l ଦୁଇ ଦଳ ବିଜେଡି -ବିଜେପି କାହିଁକି ଅଶୋକ ନାଁକୁ ବିଜେପୁରରେ ନାଁ କଲେ ତାହା ଏବେ ଚାରିଆଡେ ଚର୍ଚ୍ଚା l କାରଣ ବିଜେପି 2018 ଉପ ନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା l ଠିକ ସେହିପରି ବିଜେଡି ବି ମନ୍ତ୍ରୀ ଅଶୋକ ପଣ୍ଡାକୁ ଷ୍ଟାର ପ୍ରଚାରକ କରିଥିଲା l ହେଲେ 2019 ଉପ ନିର୍ବାଚନରେ ଉଭୟ ଅଶୋକଙ୍କୁ ବିଜେପୁର ମନା l ଯେହେତୁ ଏବେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଖବର ପ୍ରକାଶ ହେଉଛି l ତେଣୁ ସେଥିପାଇଁ ଅଶୋକକୁ ଦଳ ବିଜେପୁରରୁ ଦୁରେଇ ରଖିଲା l ଅନ୍ୟପଟେ ଅଶୋକ ପାଣିଗ୍ରାହୀକୁ ଓ ବିଜେପି ରାଜ୍ୟ ନେତୃତ୍ୱ ମଧ୍ୟରେ କିଛି ଅସନ୍ତୋଷ ଥିବାରୁ ତାଙ୍କୁ ବି ବିଜେପି ବିଜେପୁର ଦୂରେଇ ରଖିଥିବା ଚର୍ଚ୍ଚା ହେଉଛି l ହେଲେ ନେଇ ମନ୍ତ୍ରୀ ଅଶୋକ ପଣ୍ଡା କି ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିନାହିଁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles