ବିଜେପୁର ଉପ ନିର୍ବାଚନ ପୂର୍ଵରୁ ବଦଳିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

- Advertisement -

ଭୁବନେଶ୍ବର () ଆଇଏଏସ ସ୍ତରରେ ଅଦଳବଦଳ । ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅବକାରୀ ସଚିବ ତଥା ବାଣିଜ୍ୟ କର ଅତିରିକ୍ତ କମିଶନର ସୁଶିଲ କୁମାର ଲୋହାନି ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇବା ପରେ ସୁରେନ୍ଦ୍ର କୁମାରଙ୍କୁ ଏହି ଦାୟିତ୍ବ ମିଳିଛି । କେନ୍ଦ୍ରରୁ ଡେପୁଟେସନରେ ଫେରିବା ପରେ ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମଫେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ଅନ୍ୟଜଣେ ଆଇଏଏସ ଅଫିସର ପି.ଅନଭେସା ରେଡ୍ଡୀଙ୍କୁ ଓଡିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚ ଆଇଏସ ଅଫିସର ପାଟିଲ ଆଶିଷ ଇଶ୍ବର ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ଫେରିବା ପରେ ତାଙ୍କୁ ଗ୍ରିଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚର ଦିବାକର ଟି.ଏସ. ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ତାଙ୍କୁ ଓକାକର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚର ହେମକାନ୍ତ ସାଏ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଓଡିଶା ପର୍ଯ୍ୟଟନ ନିଗମର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶ ଭାବେ ଅବସ୍ଥାପିତ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles