ବବିଙ୍କ ମୁହଁରେ ନବୀନ ବାଣୀ….

- Advertisement -

ଯାଜପୁର : ସେବା ହିଁ ବିକାଶ ର ମୂଳମନ୍ତ୍ର l ଜଣେ ବ୍ୟକ୍ତି କେବେ ବିକାଶର ରଥ କୁ ଆଗେଇ ନେଇ ପାରିବନି l ବିକାଶ ପାଇଁ ସମସ୍ତେ ଏକଜୁଟ ହେଵା ଦରକାର l ମୋ ଗାଁ ର ସମସ୍ୟା ମୁଁ ନିଜେ ଦୂର କରିବି l ଏପରି ମନବୃତି ସମସ୍ତଙ୍କ ମନରେ ଆସିବା ଉଚିତ, ତାହାଲେ ଯାଏଁ ନିଜ ଗାଁ ଓ ଜିଲ୍ଲା ର ବିକାଶ ହେଇପାରିବ l ଗାନ୍ଧୀଜୟନ୍ତୀ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ସମାଜ ସେବା ” ହିଁ ମୋର ସବୁଠାରୁ ଭଲ ଯୋଜନା ବୋଲି ରାଜଧାନୀ ରେ ନବୀନ କହିବା ପରେ ଯାଜପୁର ରେ ଏହି ନୀତିବାଣୀ କୁ ଭୋଟରଙ୍କୁ ଶୁଣାଇଛନ୍ତି ବବି l ନିଜ ଗାଁ ନିଜ ଜିଲ୍ଲା ର ସମସ୍ୟା ପାଇଁ ସମସ୍ତେ ସେବା ମନବୃତି ନେଇ କାମ କରିବା ଉଚିତ ବୋଲି ଯାଜପୁର ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା ରେ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l
ଏହାସହ ତାଙ୍କର କେହି ନିଜ ଲୋକ ନାହାନ୍ତି କି ପାଖ ଲୋକ ବି ନାହାନ୍ତି l ଯାଜପୁର ର ବିକାଶ ପାଇଁ ସମସ୍ତଙ୍କୁ ଜଣେ ଜଣେ ବବି ଦାସ ହେବାକୁ ପଡିବ ବୋଲି ଆହ୍ୱାନ ଦେଇଛନ୍ତି ବିଧାୟକ l ସେଵାମନବୃତି, ସ୍ଵଚ୍ଛତା ଓ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ lକେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ 5ଟି ଯୋଜନା ର ଲକ୍ଷ, ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ଲୋକଙ୍କୁ ଜଣେଇବା ପାଇଁ କର୍ମୀ ଓ ନେତାଙ୍କୁ କହିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles