ଭୁବନେଶ୍ୱର : ରାଜ୍ୟରେ SC ST ଛାତ୍ରଛାତ୍ରୀଙ୍କ ପାଇଁ 700ଟି ଆଶ୍ରମ ସ୍କୁଲ, 501 ସେବାଶ୍ରମ, 27 ଏକଲବ୍ୟ ମଡେଲ ସ୍କୁଲ, 10 କଳିଙ୍ଗ ଆବାସିକ ସ୍କୁଲ ଥିବା ଗୃହରେ ଉତ୍ତର ରଖିଛନ୍ତି SC ST ବିକାଶ ମନ୍ତ୍ରୀ ଜଗନ୍ନାଥ ସରକା। 422 ଉଚ୍ଚବିଦ୍ୟାଳୟରୁ 62କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି। 7.50 % ପିଲାଙ୍କୁ ବୃତ୍ତି ଦିଆଯାଉଛି। 19ଟି ଜିଲ୍ଲାରେ ସ୍ୱାକ୍ଷରତା କମ ଥିବାରୁ ସଂଯୋଜକ ଓ ପ୍ରେରକ ନିଯୁକ୍ତି ଦିଆଯାଇଛି। ଆମ କଥା ଓ ଭାରତ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଜରିଆରେ SC ST ଛାତ୍ରଛାତ୍ରୀଙ୍କୁ ସ୍ୱାକ୍ଷର କରାଯାଉଛି l
ରାଜସ୍ବ ମନ୍ତ୍ରୀଙ୍କୁ କଣ ପ୍ରଶ୍ନ କଲେ ଶାସକ ଦଳ ବିଧାୟକ : ପଢନ୍ତୁ..
ଭୁବନେଶ୍ୱର : ଵହୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଏବେ ବିପଦସଂକୁଳ ଅବସ୍ଥାରେ। ଅଧିକାଂଶ ଯଦିଓ ସ୍କୁଲ ଓ କଲେଜ ପରିସରରେ ନିର୍ମାଣ ହୋଇଛି, ହେଲେ ଏହାର ମରାମତି ସହ ରକ୍ଷଣାବେକ୍ଷଣ କିଏ କରିବ। ଗଣଶିକ୍ଷା, ରାଜସ୍ବ ସମେତ ଆର ଡି ଵିଭାଗ କେହି ବି ଏହାର ଦାୟିତ୍ୱ ନେଵାକୁ ମଙ୍ଗୁନାହାନ୍ତି। ଯାହାକି ଦୁର୍ଭାଗ୍ୟଜନକ।
ପ୍ରଶାନ୍ତ ମୁଦୁଲି
ବିଜେଡି ଵିଧାୟକ
2-ଆଶ୍ରୟସ୍ଥଳୀରେ ଲୋକେ ରହିଵା ପାଇଁ ସରକାର ହାଣ୍ଡି, ଡେକଚି,ଜେନେରେଟର ଓ ଲାଇଟ ଯୋଗାଇଥିଲେ। ହେଲେ ଏବେ ୮୦ ପ୍ରତିଶତ ଆଶ୍ରୟସ୍ଥଳୀରେ ଏସବୁ କିଛି ନାହିଁ। କମିଟି କରାଯାଇଥିଲା ଏହାର ତଦାରଖ କରି ରିପୋର୍ଟ ଦେବାକୁ। ତଦାରଖ ହୋଇଛି କି? ରାସ୍ତା ନଥିବାରୁ ବିଲ ଭିତରେ ଲୋକେ ଆଶ୍ରୟସ୍ଥଳୀକୁ ଯାଉଛନ୍ତି।
ପ୍ରଦୀପ ମହାରଥୀ
ବିଜେଡି ଵିଧାୟକ
ଅଧିକ ବାତ୍ୟାସ୍ଥଳୀ ହେବାର ପ୍ରସ୍ତାବ ନାହିଁ : ରାଜସ୍ୱମନ୍ତ୍ରୀ
ଭୁବନେଶ୍ୱର : ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଓଡ଼ିଶାର 6ଟି ଉପକୂଳ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ 694ଟି ବହୁମୁଖୀ ଆଶ୍ରୟସ୍ଥଳୀ OSDMA ପକ୍ଷରୁ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। ସେହିପରି 65ଟି Red Cross ନିର୍ମାଣ କରିଛି। ସମୁଦାୟ 759ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡ଼ିଶାରେ ଅଛି। ପଞ୍ଚାୟତସ୍ତରୀୟ ଭିତ୍ତିରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡିକର ମରାମତି କରାଯାଉଛି। ବାକି ସବୁର ଯାଞ୍ଚ ଚାଲିଛି। ରିପୋର୍ଟ ଆସିଲେ ମରାମତି କରାଯିବ।
ପଶ୍ଚିମ ଓଡ଼ିଶାର ହିରୋ ମନ୍ତ୍ରୀ ସୁଶାନ୍ତ ସିଂ : ଚାଷୀ ଆନ୍ଦୋଳନ ପ୍ରତ୍ୟାହାର
ଭୁବନେଶ୍ୱର : ଟୋକନ ବ୍ୟବସ୍ଥାରେ ଚାଷୀ ମଣ୍ଡୀରେ ଧାନ ବିକ୍ରୀ କରିବେ । ଯୋଗାଣ ବିଭାଗର ଏପରି ନିଷ୍ପତିରେ ଚାଷୀ ଧାନ ମଣ୍ଡିରେ ବିକ୍ରୀ କରିପାରିଲେ ନାହିଁ । ଫଳରେ ଚାଷୀ ଆନ୍ଦୋଳନ ଉଗ୍ର ହେଲା ପଶ୍ଚିମ ଓଡ଼ିଶାରେ । ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇ ଧାନ ବିକ୍ରୀରେ ଟୋକନ ବ୍ୟବସ୍ଥାକୁ ବିରୋଧ କଲେ । ଲୋକସଭାରୁ ବିଧାନସଭା । ଚାଷୀ ଧାନ ବି୍କ୍ରୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ପଶ୍ଚିମ ଓଡ଼ିଶା ବି ଜୋର ଧରିଥିଲା ଚାଷୀ ଆନ୍ଦୋଳନ । ଏହାକୁ ନେଇ ଆରମ୍ଭରୁ ବିଧାନସଭାରେ ହଟଗୋଳ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଜିଦ ଧରିଥିବା ଚାଷୀଙ୍କ ଦାବିକୁ ଶେଷରେ ଗ୍ରହଣ କରିଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ । କିପରି ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ବିଧାୟକଙ୍କୁ ନେଇ ଚାଲିଲା ବୈଠକ । ଯୋଗଣା ମନ୍ତ୍ରୀ ବି ଏହି ବୈଠକରେ ନିଜର ମତ ରଖିଥିଲେ । ଏହାପରେ ମନ୍ତ୍ରୀ ସୁଶାନ୍ତ ସିଂହ ନିଜ କାମରେ ଲାଗିପଡ଼ିଲେ । ସାଙ୍ଗରେ ସରକାରଙ୍କ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ ସାଙ୍ଗରେ ଧରି ସୁଶାନ୍ତ ନିଜେ ସମ୍ମଲପୁର ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । ବିଜେଡ଼ି ସବୁବେଳେ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି ଓ ଆଜି ବି ଦେବ ବୋଲି ଶ୍ରମମନ୍ତ୍ରୀ ଆନ୍ଦୋଳନ କରିଥିବା ଚାଷୀଙ୍କୁ ବୁଝାଇଥିଲେ । ଶେଷରେ ତାଙ୍କ ଉପରେ ବିଶ୍ୱାସ ରଖି ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡ଼ି ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ବରେଇ ପାଲିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ମନ୍ତ୍ରୀ ଓ ବିଧାୟକ ଟୋକନ ବ୍ୟବସ୍ଥାରେ ସରଳୀକରଣ କରାଯିବ। ଯେତେ ପରିମାଣରେ ଧାନ ଆଣିଲେ ବି ଚାଷୀ ମଣ୍ଡିରେ ଧାନ ବିକି ପାରିବେ। ସରକାରଙ୍କ ପକ୍ଷରୁ ଚାଷୀଙ୍କ ସବୁ ଧାନ ସଂଗ୍ରହ କରାଯିବ। ଜରୁରୀ ସମୟରେ ଟୋକନ ଜେନେରଟ କରାଯିବ। ଏଥିରେ ଚାଷୀଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଚାଷୀଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ କୃଷକ ପ୍ରତିନିଧିଙ୍କ ବୈଠକ ବସିଥିଲା। ଏହା ପରେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଯେପରି ସହଜରେ ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କଲେ ଏଥିରୁୂ ବିରୋଧୀଙ୍କ ହାତରୁ ଗୋଟେ ପ୍ରସଙ୍ଗ ଛଡ଼ାଇ ନେଲେ । ତେଣୁ ଏବେ ବିଜେଡ଼ି ପାଇଁ ପଶ୍ଚିମ ଓଡ଼ିଶା ହିରୋ ସାଜିଛନ୍ତି ମନ୍ତ୍ରୀ ସୁଶାନ୍ତ । କାରଣ ବିଧାନସଭାରେ ମନ୍ତ୍ରୀ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରାଯିବ ନାହିଁ କରିବା ପରେ ପଶ୍ଚିମ ଓଡ଼ିଶା ଚାଷୀ ଆନ୍ଦୋଳନ ଜୋର ଧରିଥିଲା ।
କାଲି ଯାଏ ଗୃହ ମୁଲତବୀ….
ଭୁବନେଶ୍ୱର :ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ । ପ୍ରବଳ ହଟଗୋଳ ଭିତରେ ପାରିତ ହେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ବ୍ୟୟ ଅଟକଳ । ସର୍ବମୋଟ 54 କୋଟି 87 ଲକ୍ଷ 50 ହଜାର ଟଙ୍କାର ବିଲ ପାରିତ । ରାଜ୍ୟପାଲଙ୍କ ଅନୁମୋଦନ ପରେ ଏହି ବିଲକୁ ଗୃହରେ ପାରିତ କରାଯାଇଛି ।
ହୋହଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ପାରିତ। ଅତିରିକ୍ତ ଅନୁଦାନ 54 କୋଟି 87 ଲକ୍ଷ 50 ହଜାର ଟଙ୍କାର ବଜେଟ ଅନୁମୋଦନ ଲାଭ କରିଛି। ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଆଲୋଚନା ରେ ଅଂଶଗ୍ରହଣ କରି ନଥିଲେ। ଚାଷୀ ଓ ଧାନ ସଂଗ୍ରହ ପ୍ରସଙ୍ଗ ନେଇ ହୋହଲ୍ଲା କରିଥିଲେ। ବାଚସ୍ପତି ଙ୍କ ପୋଡିୟୁମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସଦ ବାହିନୀପତି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ପୋଡିୟମ ସମ୍ମୁଖରେ ନାରାବାଜି କରିଥିଲେ। ଆସନ୍ତକାଲି ଯାଏ ଗୃହ କୁ ମୁଲତବୀ ରଖିଛନ୍ତି ବାଚସ୍ପତି।
ବିଧାନସଭାରେ ହଟଗୋଳ ଜାରୀ….
ଭୁବନେଶ୍ୱର : ଗୃହ ଆରମ୍ଭରୁ କଂଗ୍ରେ ସଭ୍ୟଙ୍କ ପ୍ରତିବାଦ। ମଧ୍ୟ ଭାଗରେ ହଟଗୋଲ। ଚାଷୀ ମାରଣ ନୀତି ବନ୍ଦ କର। ନାରୀ ନିର୍ଯ୍ୟାତନା ବନ୍ଦ କର।
ଗୃହ 11.30 ଯାଏ ମୁଲତବୀ l ହଟଗୋଳ ଯୋଗୁ ଗୃହ ବନ୍ଦ ହେବା ପରେ କିଏ କଣ କହିଲେ ଶୁଣନ୍ତୁ…
ଅମର ଶତପଥି- ଏହା ଦୁର୍ଭାଗ୍ୟଜନକ ଯେ କଂଗ୍ରେସ ଗତକାଲି rules of house କଥା କହୁଥିଲେ, ହେଲେ ଜାଣିବା କଥା ଏକାଧିକ ପ୍ରସଙ୍ଗ ଗୋଟାଏ ସମୟରେ ଆଲୋଚନା ହୁଏ ନାହିଁ। ଶୂନ୍ୟକାଳରେ ଆଲୋଚନା ହୋଇପାରିଥାନ୍ତ। ଏମିତି ଅଯଥାରେ ଗୃହର ମୂଲ୍ୟବାନ ସମୟ ନଷ୍ଟ କଲେ କିଛି ସମସ୍ୟାର ସମାଧାନ ହୁଏ ନାହିଁ। ଏହା ଖରାପ ସଂସଦୀୟ ପରମ୍ପରା ସୃଷ୍ଟି କରୁଛି। ଏହି ବ୍ୟତିକ୍ରମ ଶୁଭଙ୍କର ନୁହେଁ।
ତାରା ବାହିନୀପତି- ଚାଷୀ ଆନ୍ଦୋଳ ପୁରା ରାଜ୍ୟରେ। ଧାନ କିଣା ହୋଇପାରୁନାହିଁ। ଯାଜପୁର ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ, ବାଇପାସ ରାସ୍ତା କାମ ହେଉନି। ସରକାରଙ୍କ ଅହଂକାର ବଢିଛି ସଂଖ୍ୟା ପାଇଁ। ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ। ଏହି ସବୁ କଥା ଗୃହରେ ଆଲୋଚନା ହେଇଛି। ହେଲେ କାର୍ଯ୍ୟ ହୁଏନି l ସେପଟେ ଗୃହକୁ ସୁପରିଚାଳନା କରିବା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ହଟଗୋଳ ଜାରୀ ରହିଥିବାରୁ ସାଢ଼େ 12ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ ବାଚସ୍ପତି । ଚାଷୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ହଟଗୋଳ ଜାରି ରଖିଛନ୍ତି l
ବିଧାନସଭାରେ ଡଙ୍କାରୀ ଝଡ଼ : ପ୍ରତିଷ୍ଠା ହେବ ଫାଣ୍ଡି
ଭୁବନେଶ୍ବର () ବିଧାନସଭାରେ ଡଙ୍କାରୀ ଝଡ l ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡର ଲଘୁ ଖଣିଜ ସମ୍ପଦକୁ ରାଜନେତା-ପ୍ରଶାସକ-ପୋଲିସର ତ୍ରିକୋଣୀୟ ମେଣ୍ଟ ଲୁଟି ନେଇଛନ୍ତି । ପାହାଡ ବିକ୍ରି କରି ଦଲାଲମାନେ ରାଜନେତା ଓ ପ୍ରଶାସକଙ୍କୁ ମୋଟା ଅଙ୍କ ଦେଇଛନ୍ତି । ସରକାର 2016ରୁ ଏହାର ସୁରକା ପାଇଥିଲେ ବି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି । ଆଜି ଏ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଅଭିଯୋଗ କରିଥିଲେ । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ତ ସ୍ବୀକାର କରିଛନ୍ତି ଯେ, ଡଙ୍କାରୀ ପାହାଡ ଲିଜ ନେଇଥିବା ଶିବାସ ଜେନାଙ୍କ ଠାରୁ ସରକାର 58 କୋଟି 62 ଲକ୍ଷ ଟଙ୍କା ରୟାଲଟି ଆଦାୟ କରିପାରିନାହାଁନ୍ତି ।
ଡଙ୍କାରୀ ପାହାଡରୁ ବେଆଇନ ଭାବେ ବହୁମୂଲ୍ୟ କଳା ପଥର ଖନନ ହେଉଛି ଏବଂ ବାହାରକୁ ଚାଲାଣ ହେଉଛି । ଏ ସମ୍ପର୍କରେ 2016 ମସିହାରେ ତତ୍କାଳିନ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ପାହାଡକୁ ନିଶ୍ଚିହ୍ନ କରିଦେବାକୁ ଚେଷ୍ଟା କରାଯାଉଥିବା କଥା ଉଲ୍ଲେଖ କରି 10 ଜଣ ଆରଆଇଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ । ଏପରିକି 2016 ଅଗଷ୍ଟ 6 ତାରିଖରେ ଜିଲ୍ଲାପାଳ ରାଜସ୍ବ ସଚିବଙ୍କୁ ଚିଠି ଲେଖି 6 ଜଣ ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ସେହି ବର୍ଷ ଜୁନ ମାସରେ ତତ୍କାଳିନ ଖଣି ନିର୍ଦ୍ଦେଶକ ମଧ୍ୟ ବେଆଇନ କଳା ପଥର ଚାଲାଣ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । କିନ୍ତୁ 3 ବର୍ଷ ଧରି କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନି । କିଏ ସେମାନଙ୍କୁ ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ କରିଥିଲ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।
ଦୈନିକ ଡଙ୍କାରୀରୁ ଦୁଇ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ ହେଉଛି । ଏହି ଲୁଟରେ ସମ୍ପୃକ୍ତ ଲୋକଙ୍କର ସ୍ମିତାରାଣୀ ମୃତ୍ୟୁ ଘଟଣା ସହ ମଧ୍ୟ ସମ୍ପର୍କ ରହିଛି । ସ୍ମିତାରାଣୀ ମୃତ୍ୟୁ ସହ ଜଡିତ ରୁପେଶ ଭଦ୍ରା ଜଣେ ସାମାନ୍ୟ ଚା ଦୋକାନରୁ କୋଟିପତି ହେଲେ କେମିତି । ଦୈନିକ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ନେଣ ଦେଣ ହେଉଛି କେମିତି । ଏସବୁ ତଦନ୍ତ ସାପେକ୍ଷ ବୋଲି ବିରୋଧୀ ଦଳ ଦାବି କରିଛି । କେବଳ ଡଙ୍କାରୀ କାହିଁକି ବଲାଙ୍ଗିର, ଋଷିକୂଲ୍ୟା, ଖୋର୍ଦ୍ଧା ସବୁଠି ଲଘୁ ଖଣିଜ ସମ୍ପଦର ବେଆଇନ ଚାଲାଣ ହେଉଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ ।
ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ତି ଏହାରର ଉତ୍ତରରେ ସ୍ବୀକାର କରିଥିଲେ ଯେ, ଡଙ୍କାରୀ ପାହାଡ ଲିଜଧାରୀ ଶିବାସ ଜେନାଙ୍କ ଠାରୁ 58 କୋଟି 62 ଲକ୍ଷ ଟଙ୍କା ସରକାର ଆଦାୟ କରିପାରିନାହାଁନ୍ତି । ହାଇକୋର୍ଟ ଧର୍ମଶାଳା ତହସିଲଦାରଙ୍କ ଆବେଦନକୁ ଖାରଜ କରିଥିଲେ । ପରେ ସୁପ୍ରିମ କୋର୍ଟରେ ଏହି ମାମଲା ବିଚାର ଅପେକ୍ଷାରେ । 2018ରେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶରେ ଏକ ତଦନ୍ତ କରାଯାଇ ଡଙ୍କାରୀ ପାହାଡର କଳା ପଥର ଖଣିର ପରିବେଶ ମଂଜୁରୀ ରଦ୍ଦ କରାଯାଇ ଉତ୍ତୋଳନ ବନ୍ଦ କରାଯାଇଛି । ବେଆଇନ ଚାଲାଣକୁ ରୋକିବା ପାଇଁ ଡଙ୍କାରୀରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରାଯିବା ସହ ଥାନାରେ ଗୋଟେ ପ୍ଲାଟୁନ ଫୋର୍ସ ମୁତ୍ତୟନ ହେବେ । ରାଜସ୍ବ ନିରୀକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପରିବେଶ ଆଇନ ଉଲଂଘନକାରୀଙ୍କ ବିରୋଧରେ ମଧ୍ୟ ଚଣ୍ତିଖୋଲ ଜେଏମଏଫସି କୋର୍ଟରେ ମାମଲା ଦାୟର କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।














