ବିଧାନସଭାରେ ହଟଗୋଳ ଜାରୀ….

- Advertisement -

ଭୁବନେଶ୍ୱର : ଗୃହ ଆରମ୍ଭରୁ କଂଗ୍ରେ ସଭ୍ୟଙ୍କ ପ୍ରତିବାଦ। ମଧ୍ୟ ଭାଗରେ ହଟଗୋଲ। ଚାଷୀ ମାରଣ ନୀତି ବନ୍ଦ କର। ନାରୀ ନିର୍ଯ୍ୟାତନା ବନ୍ଦ କର।
ଗୃହ 11.30 ଯାଏ ମୁଲତବୀ l ହଟଗୋଳ ଯୋଗୁ ଗୃହ ବନ୍ଦ ହେବା ପରେ କିଏ କଣ କହିଲେ ଶୁଣନ୍ତୁ…
ଅମର ଶତପଥି- ଏହା ଦୁର୍ଭାଗ୍ୟଜନକ ଯେ କଂଗ୍ରେସ ଗତକାଲି rules of house କଥା କହୁଥିଲେ, ହେଲେ ଜାଣିବା କଥା ଏକାଧିକ ପ୍ରସଙ୍ଗ ଗୋଟାଏ ସମୟରେ ଆଲୋଚନା ହୁଏ ନାହିଁ। ଶୂନ୍ୟକାଳରେ ଆଲୋଚନା ହୋଇପାରିଥାନ୍ତ। ଏମିତି ଅଯଥାରେ ଗୃହର ମୂଲ୍ୟବାନ ସମୟ ନଷ୍ଟ କଲେ କିଛି ସମସ୍ୟାର ସମାଧାନ ହୁଏ ନାହିଁ। ଏହା ଖରାପ ସଂସଦୀୟ ପରମ୍ପରା ସୃଷ୍ଟି କରୁଛି। ଏହି ବ୍ୟତିକ୍ରମ ଶୁଭଙ୍କର ନୁହେଁ।
ତାରା ବାହିନୀପତି- ଚାଷୀ ଆନ୍ଦୋଳ ପୁରା ରାଜ୍ୟରେ। ଧାନ କିଣା ହୋଇପାରୁନାହିଁ। ଯାଜପୁର ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ, ବାଇପାସ ରାସ୍ତା କାମ ହେଉନି। ସରକାରଙ୍କ ଅହଂକାର ବଢିଛି ସଂଖ୍ୟା ପାଇଁ। ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ। ଏହି ସବୁ କଥା ଗୃହରେ ଆଲୋଚନା ହେଇଛି। ହେଲେ କାର୍ଯ୍ୟ ହୁଏନି l ସେପଟେ ଗୃହକୁ ସୁପରିଚାଳନା କରିବା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ହଟଗୋଳ ଜାରୀ ରହିଥିବାରୁ ସାଢ଼େ 12ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ ବାଚସ୍ପତି । ଚାଷୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ହଟଗୋଳ ଜାରି ରଖିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles