ବିଧାନସଭାରେ ଡଙ୍କାରୀ ଝଡ଼ : ପ୍ରତିଷ୍ଠା ହେବ ଫାଣ୍ଡି

- Advertisement -

ଭୁବନେଶ୍ବର () ବିଧାନସଭାରେ ଡଙ୍କାରୀ ଝଡ l ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡର ଲଘୁ ଖଣିଜ ସମ୍ପଦକୁ ରାଜନେତା-ପ୍ରଶାସକ-ପୋଲିସର ତ୍ରିକୋଣୀୟ ମେଣ୍ଟ ଲୁଟି ନେଇଛନ୍ତି । ପାହାଡ ବିକ୍ରି କରି ଦଲାଲମାନେ ରାଜନେତା ଓ ପ୍ରଶାସକଙ୍କୁ ମୋଟା ଅଙ୍କ ଦେଇଛନ୍ତି । ସରକାର 2016ରୁ ଏହାର ସୁରକା ପାଇଥିଲେ ବି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି । ଆଜି ଏ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଅଭିଯୋଗ କରିଥିଲେ । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ତ ସ୍ବୀକାର କରିଛନ୍ତି ଯେ, ଡଙ୍କାରୀ ପାହାଡ ଲିଜ ନେଇଥିବା ଶିବାସ ଜେନାଙ୍କ ଠାରୁ ସରକାର 58 କୋଟି 62 ଲକ୍ଷ ଟଙ୍କା ରୟାଲଟି ଆଦାୟ କରିପାରିନାହାଁନ୍ତି ।
ଡଙ୍କାରୀ ପାହାଡରୁ ବେଆଇନ ଭାବେ ବହୁମୂଲ୍ୟ କଳା ପଥର ଖନନ ହେଉଛି ଏବଂ ବାହାରକୁ ଚାଲାଣ ହେଉଛି । ଏ ସମ୍ପର୍କରେ 2016 ମସିହାରେ ତତ୍କାଳିନ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ପାହାଡକୁ ନିଶ୍ଚିହ୍ନ କରିଦେବାକୁ ଚେଷ୍ଟା କରାଯାଉଥିବା କଥା ଉଲ୍ଲେଖ କରି 10 ଜଣ ଆରଆଇଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ । ଏପରିକି 2016 ଅଗଷ୍ଟ 6 ତାରିଖରେ ଜିଲ୍ଲାପାଳ ରାଜସ୍ବ ସଚିବଙ୍କୁ ଚିଠି ଲେଖି 6 ଜଣ ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ସେହି ବର୍ଷ ଜୁନ ମାସରେ ତତ୍କାଳିନ ଖଣି ନିର୍ଦ୍ଦେଶକ ମଧ୍ୟ ବେଆଇନ କଳା ପଥର ଚାଲାଣ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । କିନ୍ତୁ 3 ବର୍ଷ ଧରି କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନି । କିଏ ସେମାନଙ୍କୁ ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ କରିଥିଲ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।
ଦୈନିକ ଡଙ୍କାରୀରୁ ଦୁଇ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ ହେଉଛି । ଏହି ଲୁଟରେ ସମ୍ପୃକ୍ତ ଲୋକଙ୍କର ସ୍ମିତାରାଣୀ ମୃତ୍ୟୁ ଘଟଣା ସହ ମଧ୍ୟ ସମ୍ପର୍କ ରହିଛି । ସ୍ମିତାରାଣୀ ମୃତ୍ୟୁ ସହ ଜଡିତ ରୁପେଶ ଭଦ୍ରା ଜଣେ ସାମାନ୍ୟ ଚା ଦୋକାନରୁ କୋଟିପତି ହେଲେ କେମିତି । ଦୈନିକ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ନେଣ ଦେଣ ହେଉଛି କେମିତି । ଏସବୁ ତଦନ୍ତ ସାପେକ୍ଷ ବୋଲି ବିରୋଧୀ ଦଳ ଦାବି କରିଛି । କେବଳ ଡଙ୍କାରୀ କାହିଁକି ବଲାଙ୍ଗିର, ଋଷିକୂଲ୍ୟା, ଖୋର୍ଦ୍ଧା ସବୁଠି ଲଘୁ ଖଣିଜ ସମ୍ପଦର ବେଆଇନ ଚାଲାଣ ହେଉଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ ।
ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ତି ଏହାରର ଉତ୍ତରରେ ସ୍ବୀକାର କରିଥିଲେ ଯେ, ଡଙ୍କାରୀ ପାହାଡ ଲିଜଧାରୀ ଶିବାସ ଜେନାଙ୍କ ଠାରୁ 58 କୋଟି 62 ଲକ୍ଷ ଟଙ୍କା ସରକାର ଆଦାୟ କରିପାରିନାହାଁନ୍ତି । ହାଇକୋର୍ଟ ଧର୍ମଶାଳା ତହସିଲଦାରଙ୍କ ଆବେଦନକୁ ଖାରଜ କରିଥିଲେ । ପରେ ସୁପ୍ରିମ କୋର୍ଟରେ ଏହି ମାମଲା ବିଚାର ଅପେକ୍ଷାରେ । 2018ରେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶରେ ଏକ ତଦନ୍ତ କରାଯାଇ ଡଙ୍କାରୀ ପାହାଡର କଳା ପଥର ଖଣିର ପରିବେଶ ମଂଜୁରୀ ରଦ୍ଦ କରାଯାଇ ଉତ୍ତୋଳନ ବନ୍ଦ କରାଯାଇଛି । ବେଆଇନ ଚାଲାଣକୁ ରୋକିବା ପାଇଁ ଡଙ୍କାରୀରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରାଯିବା ସହ ଥାନାରେ ଗୋଟେ ପ୍ଲାଟୁନ ଫୋର୍ସ ମୁତ୍ତୟନ ହେବେ । ରାଜସ୍ବ ନିରୀକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପରିବେଶ ଆଇନ ଉଲଂଘନକାରୀଙ୍କ ବିରୋଧରେ ମଧ୍ୟ ଚଣ୍ତିଖୋଲ ଜେଏମଏଫସି କୋର୍ଟରେ ମାମଲା ଦାୟର କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles