ଭୁବନେଶ୍ୱର : ବିଧାନସଭାରେ ଚିନି ତାତି l ରାଜ୍ୟରେ ରୁଗଣ ପଡିଥିବା ଚିନି କଳ ପାଇଁ ଆଖୁ ଚାଷ କମିବାରେ ଲାଗୁଛି। ଏହି ଅଭିଯୋଗ କରି ଗୃହରେ ସମବାୟ ମନ୍ତ୍ରୀଙ୍କୁ ଘେରିଥିଲେ ଉଭୟ ଶାସକ ଓ ବିରୋଧୀ। କେହି ଚିନି କଳ କିଣିବାକୁ ରାଜି ନ ହେବାରୁ ଏପରି ସ୍ଥିତି ଉପୁଜିଥିବା ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ଚିନି ଉତ୍ପାଦନ ସମବାୟ ବିଭାଗ ଅଧୀନରେ ଆସୁନଥିବା ଗୃହରେ ସ୍ପଷ୍ଟ କରିଛନ୍ତି ସମବାୟ ମନ୍ତ୍ରୀ। ହେଲେ ସମବାୟ ବିଭାଗ ଯେଉଁ ଚିନି କଳ ନିଜ ଅକ୍ତିଆରକୁ ନେଇଛି, ସେଠି ଉତ୍ପାଦନ ଓ ବିକ୍ରି ନେଇ ସମସ୍ୟା ଥିବା ସେ କହିଛନ୍ତି। ଉତ୍ପାଦନ ପାଇଁ 47ରୁ48 ଟଙ୍କା ଖର୍ଚ୍ଚ ହୋଇଥାଏ। ହେଲେ 32 ଟଙ୍କାରେ ବିକ୍ରି ଯୋଗୁ ବିଭାଗ କ୍ଷତିରେ ଚାଲୁଛି। ବିଭାଗୀୟ ସମନ୍ୱୟ ନେଇ ବିଜେପି ବିଧାୟକ ମୋହନ ମାଝୀଙ୍କ କହିଛନ୍ତି l ରାଜ୍ୟରେ ଥିବା ଚିନି କଳ ଗୁଡିକର ବାସ୍ତବ ସ୍ଥିତି ଉପରେ। ୮ଟି ବୃହତ ଚିନି ଶିଳ୍ପରୁ ଆସିକା ଓ ଢେଙ୍କାନାଳରେ ଥିବା ଚିନି କାରଖାନା କାର୍ଯ୍ୟକ୍ଷମ ରହିଛି। ବଲାଙ୍ଗୀର ବିଜୟାନନ୍ଦ ଚିନି କାରଖାନା ଉପରେ ଥିଵା ବକେୟା ଋଣ ପରିଶୋଧ ଲାଗି ନିଲାମୀ ପ୍ରକ୍ରିୟା ଜାରି ରହିଛି। ୨୦୧୪-୧୫ରୁ ଆଖୁପେଡା ଵନ୍ଦ ରହିଛି। ବରଗଡରେ ଆଖୁ, କଞ୍ଚାମାଲ ଓ ଯନ୍ତ୍ରପାତି ଅଭାବରୁ ୨୦୧୭-୧୮ରୁ ଆଖୁପେଡା ଵନ୍ଦ ରହିଛି। ବଡମ୍ବା ଓ ନୟାଗଡ଼ ରେ ଥିଵା କାରଖାନା କୁ ୨ଟି ଘରୋଈ ସଂସ୍ଥାକୁ ଦେଇ ତ୍ଵରାନ୍ଵିତ କରିବାକୁ ୨୦୦୫ରୁ ଉଦ୍ୟମ ହୋଇଥିଲା। ହେଲେ ୨୦୧୩-୧୪ରୁ ଆଖୁପେଡା ଏଠି ବି ବନ୍ଦ। କେଵଳ ଆସିକା ଓ ଢେଙ୍କାନାଳ ର ଶକ୍ତି ସୁଗାର ମିଲରେ ଉତ୍ପାଦନ କାର୍ଯ୍ୟକ୍ଷମ ରହିଛି। ରାଜ୍ୟରେ ବାର୍ଷିକ ୨.୧୧ ଲକ୍ଷ ମେଟ୍ରିକ ଟନ୍ ଚିନିର ଆବଶ୍ୟକତା ରହିଛି। ହେଲେ ଚାହିଦା ମେଣ୍ଟାଇ ପାରୁନଥିବାରୁ ବାହାରୁ ଚିନି ଆମଦାନୀ ହେଉଛି।
ଫେରିଲା ରତ୍ନଭଣ୍ଡାର ରାଜନୀତି….
ଭୁବନେଶ୍ୱର : ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ରତ୍ନ ଭଣ୍ଡାର ଖୋଲାହେବା ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ।ଯାହାର ଉତ୍ତର ରଖି ଆଇନମନ୍ତ୍ରୀ କହିଥିଲେ, ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଏହାସହ ସେ ଆହୁରି ମଧ୍ୟ କହିଥିଲେ, ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଖୋଲା ଯାଇଥିଲା। ସେହି ସମୟରେ ୪୫୪ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା। ଏଥିରେ ୧୨ ହଜାର ୮୩୮ ଭରି ମୂଲ୍ୟବାନ ପଥର ଥିଲା। ସେହିପରି ୨୩୬ଗୋଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା। ଏଥିରେ ୧୮ ହଜାର ୮୧୫ ଓ ୬ ଅଣା ଭରି ମୂଲ୍ୟବାନ ପଥର ଥିଲା। ଏହି ଅଳଙ୍କାର ଓ ସାମଗ୍ରୀ ମଧ୍ୟରୁ ୮ଗୋଟି ସୁନା ମୂର୍ତ୍ତି, ୬ ଗୋଟି ରୂପା ବାସନ ଓ ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରି ନ ଥିଲା। ଏଣୁ ଏହାର ପରିମାଣ ଆକଳନ କରାଯାଇ ନାହିଁ। ଏହାକୁ ଉପରୋକ୍ତ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।୧୯୭୮ ମସିହା ମେ ୧୩ ତାରିଖରୁ ୧୯୭୮ ମସିହା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ତାଲିକାଭୁକ୍ତ ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ମନ୍ତ୍ରୀ କହିଛନ୍ତି।ସେପଟେ ଆଉ ନ ଖୋଲିବ ନେଇ ବିରୋଧୀକହିଛନ୍ତି ରତ୍ନ ଭଣ୍ଡାର ଖୋଲିବ ପାଇଁ ସରକାରଙ୍କ ଦମ ନାହିଁ। ଖୋଲିଲେ ସବୁ ଧର ପଡିଯିବ ବୋଲି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠ କହିଛନ୍ତି.ସେପଟେ କଂଗ୍ରେସ କହିଛି ଏ କଥାକୁ ଚତୁରତାର ସହ ଏଡେଇଦେଇଛନ୍ତି। କଲି ବିଧାନସଭାରେ ଏ କଥା ଉଠେଇବୁ। ଖୋଲିଲେ କଣ ଅଛି ସମସ୍ତେ ଜାଣିବା ଦରକାର ସନ୍ତୋଷ ସିଂ ସାଲୁଜ କହିଛନ୍ତି l
ବିଧାନସଭାରେ ବିଜେଡି-ବିଜେପି ଉପରେ କଣ କହିଲେ ନରସିଂହ
ଭୁବନେଶ୍ୱର :ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବଦଳିଛି। କେନ୍ଦ୍ର ଅବହେଳା ଆଉ ଶୁଭୁ ନାହିଁ। ମହାନଦୀ ବଂଶଧରା ଜଳ ବିବାଦକୁ ନେଇ ଗୃହ ଉଠୁଥିଲା ପଡୁଥିଲା। ଶାସକ ଦଳ ଗୃହ ମଧ୍ୟ ବିଭାଗକୁ ଆସୁଥିଲେ। ମହାନଦୀ ଦୁଇ ଦୁଇ ଟି କମିଟି ଗଠନ ହୋଇଛି। ଗୋଟିଏ ବାଚସ୍ପତି ଓ ଆଉ ଗୋଟିଏ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ କମିଟି ହୋଇଛି। ଟ୍ରିବୁନାଲ ରେ ଶୁଣାଣି ଚାଲିଛି। କେନ୍ଦ୍ରାପଡ଼ା ରେ ଲୁଣି ପାଣି ମାଡ଼ି ଆସୁଛି। ଚାଷ ଜମି ପ୍ରଭାବିତ ହେଉଛି। ତେଣୁ ଏନେଇ ସରକାର ଗୃହରେ ତଥ୍ୟ ରଖନ୍ତୁ ବୋଲି ଦାବି କଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।
ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଉ :ନବୀନ
ଭୁବନେଶ୍ୱର : ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି ପୁଣି ଥରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଶ୍ରେଷ୍ଟ ସମ୍ମାନ ହେବ ବୋଲି ବିଧାନସଭାରେ ଅନୁଷ୍ଠିତ ସମ୍ବିଧାନ ଦିବସରେ
ସମ୍ବିଧାନର ପ୍ରଣେତା ବି.ଆର. ଆମ୍ବେଦକର ମଧ୍ୟ ସମ୍ବିଧାନର ସୁରକ୍ଷା ଓ ସଂରକ୍ଷଣ ପାଇଁ ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ଆମେ ଆମ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମ୍ବିଧାନ ଦେଶକୁ ଏକାଠି ବାନ୍ଧି ରଖିବାର ଅଠା ସଦୃଶ । ତେଣୁ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ଏଥିସହ ସମ୍ବିଧାନ ପ୍ରଣୟନରେ ଓଡିଶା ବିଧାନସଭାର ସଦସ୍ୟ ବିଚିତ୍ରାନନ୍ଦ ଦାସ, ସରଙ୍ଗାଧର ଦାସ, ଲାଲ ମୋହନ ପତି, ଯୁଧିଷ୍ଟିର ଦାସ, ମାଳତୀ ଚୌଧୁରୀ, କୃଷ୍ଣଚନ୍ଦ୍ର ଗଜପତି ମହାରାଜ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀ ମନେପକେଇଥିଲେ । ଏହି ଅବସରରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ସମ୍ବିଧାନ ଗଠନର 70 ବର୍ଷ ବିତିଯାଇଥିଲେ ବି ସମସ୍ତଙ୍କୁ ସମ୍ମାନ ସହ ବଂଚିବା କହିବାର ଅଧିକାର ମିଳିନି । ଯେଉଁଠି ଏହି ଅଧିକାରର ହନନ ହେଉଛି ସେଠାରେ ଲୋକ ପ୍ରତିନିଧି ଭାବେ ଆମେ ସେମାନଙ୍କୁ ସୁରକ୍ଷା ଦେବା ଉଚିତ । ଆମ ନୀତି ନିୟମ ମଧ୍ୟ ସମ୍ବିଧାନର ସୁରକ୍ଷା ପାଇଁ ହେବା ଉଚିତ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦଳମତ ନିର୍ବିଶେଷରେ ସମସ୍ତେ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ଵାନ ଦେଇଥିଲେ । କେବଳ ଖାଇବାକୁ ଦେଇଦେଲେ ବଞ୍ଚିବାର ଅଧିକାର ପୁରଣ ହେଉନି । ବଞ୍ଚିବାର ଅଧିକାର, ସ୍ୱାଧୀନତାର ଅଧିକାର, ସମାନତାର ଅଧିକାର ଓ ସମ୍ମାନର ଅଧିକାରକୁ ପ୍ରକୃତ ଅର୍ଥରେ ପାଳନ ହେଉ ବୋଲି ସେ କହିଛନ୍ତି । ସମ୍ବିଧାନକୁ କାର୍ଯ୍ୟକାରୀ କରିବାରେ କେଉଁଠି ତୃଟି ରହିଛି ଓ ଏହାର କିଭଳି ସୁଧାର ହୋଇପାରିବ ତାର ସମୀକ୍ଷା ହେବା ଆବଶ୍ୟକ।
ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…..
ମହାରାଷ୍ଟ୍ର :ଭୁବନେଶ୍ୱର : ରାତିରେ ବଦଳିଗଲା ମହାରାଷ୍ଟ୍ର ମହା ରାଜନୀତିର ଡ଼୍ରାମା । ସମସ୍ତେ ଜାଣିଥିଲେ ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିବ । ହେଲେ ରାତିରେ ବଦଳିଗଲା ନିଷ୍ପତି । ଫଡ଼ନାଭିସ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ନେଇଛନ୍ତି । ବିଜେପି ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତିି । ।ଜ୍ୟପାଳ ଭଗତ ସିଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଫଡ଼ନାଭିସଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ୧୦୫ ସିଟିରେ ବିଜୟ ଲାଭ କରିଥିବା ବେଳେ ଏନସିପି 54ସିଟିରେ ବିଜୟ ଲାଭ କରିଥିଲା । ରାତାରାତି ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଆସିବା ଦେଶରେ ଏବେ ଚର୍ଚ୍ଚାର ବିଷୟ ।
ଛାତ୍ର ଜୀବନର ସ୍ମୁତିକୁ ବାଣୀଵିହାରେ ମନେ ପକାଇଲେ ଅରୁଣ..
ଭୁବନେଶ୍ୱର : ଅରୁଣ ସାହୁ l ଦିନେ ବାଣୀବିହାର ଛାତ୍ର ନେତା ଥିଲେ l ବାଣୀବିହାରରୁ ପାଠ ପଢି ଓ ରାଜନୀତିକରି ଆଜି ରାଜ୍ୟର ଯୁବ ଲୋକପ୍ରିୟ ମନ୍ତ୍ରୀ ହୋଇପାରିଛନ୍ତି l ସବୁବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରନ୍ତି ଳ ଯେତେବେଳେ ଯେଉଁମନ୍ତ୍ରୀ ହୁଅନ୍ତି ସେଥିରେ ନିଜର ଦକ୍ଷତା ସେ ଦେଖନ୍ତି l ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସେ ସବୁବେଳେ ଚର୍ଚ୍ଚିତ ନିଜର ନିଆରା ଗୁଣ ପାଇଁ l ମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ସବୁବେଳେ ସାଧାରଣ ଭାବେ ଜୀବନ କାଟନ୍ତି l ଯାହା ତାଙ୍କୁ ଅତି ନିକଟରୁ ଦେଖିଲେ ଯିଏ କେହି ଅନୁଭବ କରି ପାରିବ l ଓଡିଶା ଉଚ୍ଚଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ବାଣୀବିହାର ପାଳନ କରୁଛି ତାର ପ୍ଲାଟିନମ ଜୁବୁଲି । ଉକ୍ରଳ ବିଶ୍ୱବିଦ୍ୟାଳୟର ଏହି ମହାକୁମ୍ଭରେ ସାମିଲ ହେଉଛନ୍ତି ଶିକ୍ଷାନୁଷ୍ଠାନର ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ର । ଯୋଗକୁ ସେତେବେଳେର ବାଣୀବିହାର ସଭାପତି ଅରୁଣ ସାହୁ ଏବେ ଉଚ୍ଚଶିକ୍ଷା ମନ୍ତ୍ରୀ l ତେଣୁ ଏହାକୁ କିପରି ସ୍ମରଣୀୟ ଭାବେ ପାଳନ କରାଯିବ ତାହାର ପ୍ରୟାସ ଜାରୀ ରଖିଛନ୍ତି ଅରୁଣ l
iରାଜନୀତିରୁ ଉଦ୍ଧ୍ୱର୍ରେ ରହି ଅରୁଣ ଏବେ ସବୁ ପୁରୁଣା ଛାତ୍ରଛାତ୍ରୀଙ୍କୁ ଏକାଠି କରିବାରେ ଲାଗିଛନ୍ତି l ଆଉ ତାହାରି ଭିତରେ ନିଜର ସ୍ମୁତିକୁ ବି ମନେପକାଇଛନ୍ତି l ଯାହା ଆଜି ସଂଧ୍ୟାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୁଟବଲ ଫିବର ଦେଖିଲେ ଯେ କେହି ବିଶ୍ୱାସ କରିବେ l ବାଣୀବିହାରରେ ଫୁଟବଲ ଖେଳି ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ l
ଗଣତନ୍ତ୍ର ମନ୍ଦିରରେ ନବୀନଙ୍କ ମହତ ବାଣୀ : ବିରୋଧୀଙ୍କୁ ଆହ୍ୱାନ ନାରୀଙ୍କୁ ନେଇ କରନାହିଁ ରାଜନୀତି
ଭୁବନେଶ୍ୱର :ଭୁଲିଯାଅନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି। ଜଣେ ବରିଷ୍ଠ ମନ୍ତ୍ରୀ ଭାବେ କହୁଛି, ବିଧାନସଭାରେ ଉଚ୍ଚସ୍ତରୀୟ ଆଲୋଚନା ହେଉ। ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି କରା ନଯାଉ। ମହିଳାଙ୍କ ବିରୋଧରେ ଅପରାଧକୁ ଗୁରୁତ୍ୱ ଦିଆଯାଉଛି। ମହିଳା ଶିଶୁଙ୍କ ମାମଲାକୁ ଗୁରୁତ୍ୱ ଦିଆଯାଇଛି। ମୋ ସରକାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମୁଁ ନିଜେ 300 କଲ କରିଛି। ସବୁ ପୋଲିସକୁ ଅପିଲ କରୁଛି ନିଜ କର୍ତ୍ତବ୍ୟ ସଠିକ ଭାବରେ ତୁଳାନ୍ତୁ। କେତେ ମାମଲା ରୁଜୁ ହେଉଛି ତାହା ଗୁରୁତ୍ୱ ନୁହେଁ l ଲୋକଙ୍କ ସେବା ହେଉଛି ଗୁରୁତ୍ୱ l 5ଟିକୁ ଲୋକମାନେ ବେଶ ଗ୍ରହଣ କରୁଛନ୍ତି l ମୋ ସରକାର ଯୋଜନାର ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ l ମୋଟାମୋଟି ଆଇନଶୃଙ୍ଖଳା ପରିସ୍ଥିତି ରାଜ୍ୟରେ ନିୟନ୍ତ୍ରଣ ଧୀନ ରହିଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ।
ଗୃହ ବିଭାଗ ଖର୍ଚ୍ଚ ଦାବି ପାରିତ ବେଳେ ମୁଖ୍ୟମନ୍ତ୍ରୀ ଏପରି ଉତ୍ତର ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ସଭ୍ୟଙ୍କ କକ୍ଷତ୍ୟାଗ।
ସାମ୍ବାଦିକଙ୍କ ସହ ନବୀନ : ଚିକତ୍ସା ପାଇଁ ଦେଲେ 2ଲକ୍ଷ ସହାୟକ
ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରୁଛନ୍ତି । ଏହି କ୍ରମରେ ଆଜି ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ 2 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ) ମାନସ ମଙ୍ଗରାଜ ଆଜି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।
ଦୈନିକ ପ୍ରମେୟ ଖବରକାଗଜର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡା କିଡନୀ ରୋଗରେ ପୀଡିତ ହୋଇ ତାଙ୍କର ଦୁଇଟି ଯାକ ଅକାମୀ ହୋଇଯାଇଛି । ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ପ୍ରଦାନ କରିବାକୁ ସହମତି ଦେଇଛନ୍ତି। ତେବେ ପ୍ରତିରୋପଣ ପାଇଁ 9 ଲକ୍ଷ ଟଙ୍କା ଆବଶ୍ୟକ ।
ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ ମଙ୍ଗରାଜ ପ୍ରାରମ୍ଭିକ ସହାୟତା ଅର୍ଥ ପ୍ରଦାନ କରିଛନ୍ତି । ଜଣେ ସାମ୍ବାଦିକ ଭାବେ ମାନସଙ୍କର ସାମ୍ବାଦିକଙ୍କ ପ୍ରତି ରହିଥିବା ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସହାୟତା ପାଇଥିବା ସାମ୍ବାଦିକ ଆଦିତ୍ୟ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।
ଟୋକନ ପ୍ରତ୍ୟାହାର ନେଇ ବିଧାନସଭାରେ ଝଡ଼…
ଭୁବନେଶ୍ୱର :ବିଧାନସଭା ଚାଲୁଥିବା ବେଳେ ମନ୍ତ୍ରୀ ଟୋକନ ବ୍ୟବସ୍ଥା ନେଇ ବାହାରେ ମନ୍ତବ୍ୟ ଦେଲେ କିପରି। ବିନା ଟୋକନରେ ଧାନ ବିକ୍ରି କରିପାରିବେ ବୋଲି କହିଲେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ କିପରି ମନ୍ତବ୍ୟ ଦେଲେ। ଗୃହରେ ଖୋଦ ଯୋଗାଣ ମନ୍ତ୍ରୀ ଉତ୍ତର ଦେଲେ ନାହିଁ ହେଲେ ବାହାରେ ମନ୍ତବ୍ୟ ଦେଲେ କାହିଁକି। ଗଣମାଧ୍ୟମ ରେ ବୟାନ ଦେଲେ କିପରି ? ମନ୍ତ୍ରୀ ବିଧାନସଭାକୁ ବିଶ୍ୱାସକୁ ନେଲେ ନାହିଁ। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ। ସେମାନଙ୍କୁ କିଏ ପଠାଇଥିଲେ। ସରକାରଙ୍କ ତରଫରୁ ଯାଇଥିଲେ ନା ବିଜେଡି ତରଫରୁ ଯାଇଥିଲେ ତା ସ୍ପଷ୍ଟ କରାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗ ଉଠାଇ ସରକାରୀ ଦଳ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏନେଇ ମନ୍ତ୍ରୀ ଗୃହକୁ ଅବଗତ କରନ୍ତୁ ବୋଲି ସାଲୁଜା କହିଥିଲେ। ସେହିପରି ବରିଷ୍ଠ ବିଧାୟକ ଜୟନରାୟନ ମିଶ୍ର ମଧ୍ୟ ଏ ପ୍ରସଙ୍ଗ ଉଠାଇଥିଲେ। ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ମନ୍ତ୍ରୀ ସୁଶାନ୍ତ ସିଂ କିପରି ଖୋଲା ମନ୍ତବ୍ୟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି।














