ପଶ୍ଚିମ ଓଡ଼ିଶାର ହିରୋ ମନ୍ତ୍ରୀ ସୁଶାନ୍ତ ସିଂ : ଚାଷୀ ଆନ୍ଦୋଳନ ପ୍ରତ୍ୟାହାର

- Advertisement -

ଭୁବନେଶ୍ୱର : ଟୋକନ ବ୍ୟବସ୍ଥାରେ ଚାଷୀ ମଣ୍ଡୀରେ ଧାନ ବିକ୍ରୀ କରିବେ । ଯୋଗାଣ ବିଭାଗର ଏପରି ନିଷ୍ପତିରେ ଚାଷୀ ଧାନ ମଣ୍ଡିରେ ବିକ୍ରୀ କରିପାରିଲେ ନାହିଁ । ଫଳରେ ଚାଷୀ ଆନ୍ଦୋଳନ ଉଗ୍ର ହେଲା ପଶ୍ଚିମ ଓଡ଼ିଶାରେ । ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇ ଧାନ ବିକ୍ରୀରେ ଟୋକନ ବ୍ୟବସ୍ଥାକୁ ବିରୋଧ କଲେ । ଲୋକସଭାରୁ ବିଧାନସଭା । ଚାଷୀ ଧାନ ବି୍କ୍ରୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ପଶ୍ଚିମ ଓଡ଼ିଶା ବି ଜୋର ଧରିଥିଲା ଚାଷୀ ଆନ୍ଦୋଳନ । ଏହାକୁ ନେଇ ଆରମ୍ଭରୁ ବିଧାନସଭାରେ ହଟଗୋଳ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଜିଦ ଧରିଥିବା ଚାଷୀଙ୍କ ଦାବିକୁ ଶେଷରେ ଗ୍ରହଣ କରିଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ । କିପରି ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ବିଧାୟକଙ୍କୁ ନେଇ ଚାଲିଲା ବୈଠକ । ଯୋଗଣା ମନ୍ତ୍ରୀ ବି ଏହି ବୈଠକରେ ନିଜର ମତ ରଖିଥିଲେ । ଏହାପରେ ମନ୍ତ୍ରୀ ସୁଶାନ୍ତ ସିଂହ ନିଜ କାମରେ ଲାଗିପଡ଼ିଲେ । ସାଙ୍ଗରେ ସରକାରଙ୍କ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ ସାଙ୍ଗରେ ଧରି ସୁଶାନ୍ତ ନିଜେ ସମ୍ମଲପୁର ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । ବିଜେଡ଼ି ସବୁବେଳେ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି ଓ ଆଜି ବି ଦେବ ବୋଲି ଶ୍ରମମନ୍ତ୍ରୀ ଆନ୍ଦୋଳନ କରିଥିବା ଚାଷୀଙ୍କୁ ବୁଝାଇଥିଲେ । ଶେଷରେ ତାଙ୍କ ଉପରେ ବିଶ୍ୱାସ ରଖି ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡ଼ି ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ବରେଇ ପାଲିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ମନ୍ତ୍ରୀ ଓ ବିଧାୟକ ଟୋକନ ବ୍ୟବସ୍ଥାରେ ସରଳୀକରଣ କରାଯିବ। ଯେତେ ପରିମାଣରେ ଧାନ ଆଣିଲେ ବି ଚାଷୀ ମଣ୍ଡିରେ ଧାନ ବିକି ପାରିବେ। ସରକାରଙ୍କ ପକ୍ଷରୁ ଚାଷୀଙ୍କ ସବୁ ଧାନ ସଂଗ୍ରହ କରାଯିବ। ଜରୁରୀ ସମୟରେ ଟୋକନ ଜେନେରଟ କରାଯିବ। ଏଥିରେ ଚାଷୀଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଚାଷୀଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ କୃଷକ ପ୍ରତିନିଧିଙ୍କ ବୈଠକ ବସିଥିଲା। ଏହା ପରେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଯେପରି ସହଜରେ ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କଲେ ଏଥିରୁୂ ବିରୋଧୀଙ୍କ ହାତରୁ ଗୋଟେ ପ୍ରସଙ୍ଗ ଛଡ଼ାଇ ନେଲେ । ତେଣୁ ଏବେ ବିଜେଡ଼ି ପାଇଁ ପଶ୍ଚିମ ଓଡ଼ିଶା ହିରୋ ସାଜିଛନ୍ତି ମନ୍ତ୍ରୀ ସୁଶାନ୍ତ । କାରଣ ବିଧାନସଭାରେ ମନ୍ତ୍ରୀ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରାଯିବ ନାହିଁ କରିବା ପରେ ପଶ୍ଚିମ ଓଡ଼ିଶା ଚାଷୀ ଆନ୍ଦୋଳନ ଜୋର ଧରିଥିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles