କାଲି ଯାଏ ଗୃହ ମୁଲତବୀ….

- Advertisement -

ଭୁବନେଶ୍ୱର :ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ । ପ୍ରବଳ ହଟଗୋଳ ଭିତରେ ପାରିତ ହେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ବ୍ୟୟ ଅଟକଳ । ସର୍ବମୋଟ 54 କୋଟି 87 ଲକ୍ଷ 50 ହଜାର ଟଙ୍କାର ବିଲ ପାରିତ । ରାଜ୍ୟପାଲଙ୍କ ଅନୁମୋଦନ ପରେ ଏହି ବିଲକୁ ଗୃହରେ ପାରିତ କରାଯାଇଛି ।
ହୋହଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ପାରିତ। ଅତିରିକ୍ତ ଅନୁଦାନ 54 କୋଟି 87 ଲକ୍ଷ 50 ହଜାର ଟଙ୍କାର ବଜେଟ ଅନୁମୋଦନ ଲାଭ କରିଛି। ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଆଲୋଚନା ରେ ଅଂଶଗ୍ରହଣ କରି ନଥିଲେ। ଚାଷୀ ଓ ଧାନ ସଂଗ୍ରହ ପ୍ରସଙ୍ଗ ନେଇ ହୋହଲ୍ଲା କରିଥିଲେ। ବାଚସ୍ପତି ଙ୍କ ପୋଡିୟୁମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସଦ ବାହିନୀପତି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ପୋଡିୟମ ସମ୍ମୁଖରେ ନାରାବାଜି କରିଥିଲେ। ଆସନ୍ତକାଲି ଯାଏ ଗୃହ କୁ ମୁଲତବୀ ରଖିଛନ୍ତି ବାଚସ୍ପତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles