ଫେରିଲା ରତ୍ନଭଣ୍ଡାର ରାଜନୀତି….

- Advertisement -

ଭୁବନେଶ୍ୱର : ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ରତ୍ନ ଭଣ୍ଡାର ଖୋଲାହେବା ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ।ଯାହାର ଉତ୍ତର ରଖି ଆଇନମନ୍ତ୍ରୀ କହିଥିଲେ, ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଏହାସହ ସେ ଆହୁରି ମଧ୍ୟ କହିଥିଲେ, ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଖୋଲା ଯାଇଥିଲା। ସେହି ସମୟରେ ୪୫୪ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା। ଏଥିରେ ୧୨ ହଜାର ୮୩୮ ଭରି ମୂଲ୍ୟବାନ ପଥର ଥିଲା। ସେହିପରି ୨୩୬ଗୋଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା। ଏଥିରେ ୧୮ ହଜାର ୮୧୫ ଓ ୬ ଅଣା ଭରି ମୂଲ୍ୟବାନ ପଥର ଥିଲା। ଏହି ଅଳଙ୍କାର ଓ ସାମଗ୍ରୀ ମଧ୍ୟରୁ ୮ଗୋଟି ସୁନା ମୂର୍ତ୍ତି, ୬ ଗୋଟି ରୂପା ବାସନ ଓ ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରି ନ ଥିଲା। ଏଣୁ ଏହାର ପରିମାଣ ଆକଳନ କରାଯାଇ ନାହିଁ। ଏହାକୁ ଉପରୋକ୍ତ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।୧୯୭୮ ମସିହା ମେ ୧୩ ତାରିଖରୁ ୧୯୭୮ ମସିହା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ତାଲିକାଭୁକ୍ତ ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ମନ୍ତ୍ରୀ କହିଛନ୍ତି।ସେପଟେ ଆଉ ନ ଖୋଲିବ ନେଇ ବିରୋଧୀକହିଛନ୍ତି ରତ୍ନ ଭଣ୍ଡାର ଖୋଲିବ ପାଇଁ ସରକାରଙ୍କ ଦମ ନାହିଁ। ଖୋଲିଲେ ସବୁ ଧର ପଡିଯିବ ବୋଲି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠ କହିଛନ୍ତି.ସେପଟେ କଂଗ୍ରେସ କହିଛି ଏ କଥାକୁ ଚତୁରତାର ସହ ଏଡେଇଦେଇଛନ୍ତି। କଲି ବିଧାନସଭାରେ ଏ କଥା ଉଠେଇବୁ। ଖୋଲିଲେ କଣ ଅଛି ସମସ୍ତେ ଜାଣିବା ଦରକାର ସନ୍ତୋଷ ସିଂ ସାଲୁଜ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles