ଟୋକନ ପ୍ରତ୍ୟାହାର ନେଇ ବିଧାନସଭାରେ ଝଡ଼…

- Advertisement -

ଭୁବନେଶ୍ୱର :ବିଧାନସଭା ଚାଲୁଥିବା ବେଳେ ମନ୍ତ୍ରୀ ଟୋକନ ବ୍ୟବସ୍ଥା ନେଇ ବାହାରେ ମନ୍ତବ୍ୟ ଦେଲେ କିପରି। ବିନା ଟୋକନରେ ଧାନ ବିକ୍ରି କରିପାରିବେ ବୋଲି କହିଲେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ କିପରି ମନ୍ତବ୍ୟ ଦେଲେ। ଗୃହରେ ଖୋଦ ଯୋଗାଣ ମନ୍ତ୍ରୀ ଉତ୍ତର ଦେଲେ ନାହିଁ ହେଲେ ବାହାରେ ମନ୍ତବ୍ୟ ଦେଲେ କାହିଁକି। ଗଣମାଧ୍ୟମ ରେ ବୟାନ ଦେଲେ କିପରି ? ମନ୍ତ୍ରୀ ବିଧାନସଭାକୁ ବିଶ୍ୱାସକୁ ନେଲେ ନାହିଁ। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ। ସେମାନଙ୍କୁ କିଏ ପଠାଇଥିଲେ। ସରକାରଙ୍କ ତରଫରୁ ଯାଇଥିଲେ ନା ବିଜେଡି ତରଫରୁ ଯାଇଥିଲେ ତା ସ୍ପଷ୍ଟ କରାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗ ଉଠାଇ ସରକାରୀ ଦଳ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏନେଇ ମନ୍ତ୍ରୀ ଗୃହକୁ ଅବଗତ କରନ୍ତୁ ବୋଲି ସାଲୁଜା କହିଥିଲେ। ସେହିପରି ବରିଷ୍ଠ ବିଧାୟକ ଜୟନରାୟନ ମିଶ୍ର ମଧ୍ୟ ଏ ପ୍ରସଙ୍ଗ ଉଠାଇଥିଲେ। ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ମନ୍ତ୍ରୀ ସୁଶାନ୍ତ ସିଂ କିପରି ଖୋଲା ମନ୍ତବ୍ୟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles