ବିଧାନସଭାରେ ଚିନି ତାତି….

- Advertisement -

ଭୁବନେଶ୍ୱର : ବିଧାନସଭାରେ ଚିନି ତାତି l ରାଜ୍ୟରେ ରୁଗଣ ପଡିଥିବା ଚିନି କଳ ପାଇଁ ଆଖୁ ଚାଷ କମିବାରେ ଲାଗୁଛି। ଏହି ଅଭିଯୋଗ କରି ଗୃହରେ ସମବାୟ ମନ୍ତ୍ରୀଙ୍କୁ ଘେରିଥିଲେ ଉଭୟ ଶାସକ ଓ ବିରୋଧୀ। କେହି ଚିନି କଳ କିଣିବାକୁ ରାଜି ନ ହେବାରୁ ଏପରି ସ୍ଥିତି ଉପୁଜିଥିବା ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ଚିନି ଉତ୍ପାଦନ ସମବାୟ ବିଭାଗ ଅଧୀନରେ ଆସୁନଥିବା ଗୃହରେ ସ୍ପଷ୍ଟ କରିଛନ୍ତି ସମବାୟ ମନ୍ତ୍ରୀ। ହେଲେ ସମବାୟ ବିଭାଗ ଯେଉଁ ଚିନି କଳ ନିଜ ଅକ୍ତିଆରକୁ ନେଇଛି, ସେଠି ଉତ୍ପାଦନ ଓ ବିକ୍ରି ନେଇ ସମସ୍ୟା ଥିବା ସେ କହିଛନ୍ତି। ଉତ୍ପାଦନ ପାଇଁ 47ରୁ48 ଟଙ୍କା ଖର୍ଚ୍ଚ ହୋଇଥାଏ। ହେଲେ 32 ଟଙ୍କାରେ ବିକ୍ରି ଯୋଗୁ ବିଭାଗ କ୍ଷତିରେ ଚାଲୁଛି। ବିଭାଗୀୟ ସମନ୍ୱୟ ନେଇ ବିଜେପି ବିଧାୟକ ମୋହନ ମାଝୀଙ୍କ କହିଛନ୍ତି l ରାଜ୍ୟରେ ଥିବା ଚିନି କଳ ଗୁଡିକର ବାସ୍ତବ ସ୍ଥିତି ଉପରେ। ୮ଟି ବୃହତ ଚିନି ଶିଳ୍ପରୁ ଆସିକା ଓ ଢେଙ୍କାନାଳରେ ଥିବା ଚିନି କାରଖାନା କାର୍ଯ୍ୟକ୍ଷମ ରହିଛି। ବଲାଙ୍ଗୀର ବିଜୟାନନ୍ଦ ଚିନି କାରଖାନା ଉପରେ ଥିଵା ବକେୟା ଋଣ ପରିଶୋଧ ଲାଗି ନିଲାମୀ ପ୍ରକ୍ରିୟା ଜାରି ରହିଛି। ୨୦୧୪-୧୫ରୁ ଆଖୁପେଡା ଵନ୍ଦ ରହିଛି। ବରଗଡରେ ଆଖୁ, କଞ୍ଚାମାଲ ଓ ଯନ୍ତ୍ରପାତି ଅଭାବରୁ ୨୦୧୭-୧୮ରୁ ଆଖୁପେଡା ଵନ୍ଦ ରହିଛି। ବଡମ୍ବା ଓ ନୟାଗଡ଼ ରେ ଥିଵା କାରଖାନା କୁ ୨ଟି ଘରୋଈ ସଂସ୍ଥାକୁ ଦେଇ ତ୍ଵରାନ୍ଵିତ କରିବାକୁ ୨୦୦୫ରୁ ଉଦ୍ୟମ ହୋଇଥିଲା। ହେଲେ ୨୦୧୩-୧୪ରୁ ଆଖୁପେଡା ଏଠି ବି ବନ୍ଦ। କେଵଳ ଆସିକା ଓ ଢେଙ୍କାନାଳ ର ଶକ୍ତି ସୁଗାର ମିଲରେ ଉତ୍ପାଦନ କାର୍ଯ୍ୟକ୍ଷମ ରହିଛି। ରାଜ୍ୟରେ ବାର୍ଷିକ ୨.୧୧ ଲକ୍ଷ ମେଟ୍ରିକ ଟନ୍ ଚିନିର ଆବଶ୍ୟକତା ରହିଛି। ହେଲେ ଚାହିଦା ମେଣ୍ଟାଇ ପାରୁନଥିବାରୁ ବାହାରୁ ଚିନି ଆମଦାନୀ ହେଉଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles