ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଉ :ନବୀନ

- Advertisement -

ଭୁବନେଶ୍ୱର : ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି ପୁଣି ଥରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଶ୍ରେଷ୍ଟ ସମ୍ମାନ ହେବ ବୋଲି ବିଧାନସଭାରେ ଅନୁଷ୍ଠିତ ସମ୍ବିଧାନ ଦିବସରେ
ସମ୍ବିଧାନର ପ୍ରଣେତା ବି.ଆର. ଆମ୍ବେଦକର ମଧ୍ୟ ସମ୍ବିଧାନର ସୁରକ୍ଷା ଓ ସଂରକ୍ଷଣ ପାଇଁ ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ଆମେ ଆମ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମ୍ବିଧାନ ଦେଶକୁ ଏକାଠି ବାନ୍ଧି ରଖିବାର ଅଠା ସଦୃଶ । ତେଣୁ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ଏଥିସହ ସମ୍ବିଧାନ ପ୍ରଣୟନରେ ଓଡିଶା ବିଧାନସଭାର ସଦସ୍ୟ ବିଚିତ୍ରାନନ୍ଦ ଦାସ, ସରଙ୍ଗାଧର ଦାସ, ଲାଲ ମୋହନ ପତି, ଯୁଧିଷ୍ଟିର ଦାସ, ମାଳତୀ ଚୌଧୁରୀ, କୃଷ୍ଣଚନ୍ଦ୍ର ଗଜପତି ମହାରାଜ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀ ମନେପକେଇଥିଲେ । ଏହି ଅବସରରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ସମ୍ବିଧାନ ଗଠନର 70 ବର୍ଷ ବିତିଯାଇଥିଲେ ବି ସମସ୍ତଙ୍କୁ ସମ୍ମାନ ସହ ବଂଚିବା କହିବାର ଅଧିକାର ମିଳିନି । ଯେଉଁଠି ଏହି ଅଧିକାରର ହନନ ହେଉଛି ସେଠାରେ ଲୋକ ପ୍ରତିନିଧି ଭାବେ ଆମେ ସେମାନଙ୍କୁ ସୁରକ୍ଷା ଦେବା ଉଚିତ । ଆମ ନୀତି ନିୟମ ମଧ୍ୟ ସମ୍ବିଧାନର ସୁରକ୍ଷା ପାଇଁ ହେବା ଉଚିତ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦଳମତ ନିର୍ବିଶେଷରେ ସମସ୍ତେ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ଵାନ ଦେଇଥିଲେ । କେବଳ ଖାଇବାକୁ ଦେଇଦେଲେ ବଞ୍ଚିବାର ଅଧିକାର ପୁରଣ ହେଉନି । ବଞ୍ଚିବାର ଅଧିକାର, ସ୍ୱାଧୀନତାର ଅଧିକାର, ସମାନତାର ଅଧିକାର ଓ ସମ୍ମାନର ଅଧିକାରକୁ ପ୍ରକୃତ ଅର୍ଥରେ ପାଳନ ହେଉ ବୋଲି ସେ କହିଛନ୍ତି । ସମ୍ବିଧାନକୁ କାର୍ଯ୍ୟକାରୀ କରିବାରେ କେଉଁଠି ତୃଟି ରହିଛି ଓ ଏହାର କିଭଳି ସୁଧାର ହୋଇପାରିବ ତାର ସମୀକ୍ଷା ହେବା ଆବଶ୍ୟକ।  

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles