ଭୁବନେଶ୍ୱର : ଡିସେମ୍ବର 20ରେ ରାଜ୍ୟ ବିଜେପି ନୂଆ ସଭାପତି ନାଁ ଘୋଷଣା କରାଯିବ l ପୁଣି ଥରେ ରାଜ୍ୟ ସଭାପତି ହେବେ ପାଟଣାଗଡ଼ର ରାଜା କନକବର୍ଦ୍ଧନ ସିଂହ ଦେଓ l ଏନେଇ ସବୁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ l
ଜୁଲାଇ ୬ ରୁ ଆରମ୍ଭ ହୋଇ ଥିବା ନିର୍ବାଚନ ପ୍ରକିୟାରେ ଏବେ ସୁଦ୍ଧା ୩୭୦୦୦ ବୁଥ ରୁ ୨୪୫୩୫ ବୁଥରେ ନିର୍ବାଚନ ସରିଛି। ୧୦୦୪ ମଣ୍ଡଳରୁ ୯୦୦ ମଣ୍ଡଳ ରେ ନିର୍ବାଚନ ସରିଛି। ୧୪,୧୫,୧୬,ରେ ୩୬ ଜିଲ୍ଲା ରେ ହେବ ଜିଲ୍ଲା ସଭାପତି ନିର୍ବାଚନ। ୧୧,୧୨ ରେ ପର୍ଯ୍ୟବେକ୍ଷକ ଜିଲ୍ଲା ଗସ୍ତ କରିବେ। ୨୦ ତାରିଖ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ସରିବ। ସଭାପତି ନିର୍ବାଚନ ଦାୟିତ୍ଵ କେନ୍ଦ୍ରୀୟ ନେତାଙ୍କର। ପର୍ଯ୍ୟବେକ୍ଷକ ଭାଵେ ଆସିବେ ରାଜୀବ ପ୍ରତାପ ରୁଡ଼ି ଓ ନରେନ୍ଦ୍ର ସିଂ ତୋମାର।।ସୂଚନା ଦେଲେ ସୁଦୀପ୍ତ ରାୟ, ରାଜ୍ୟ ସହ ନିର୍ବାଚନ ଅଧିକାରୀ।
କନକବର୍ଦ୍ଧନ ସିଂହ ଦେଓ ହେବେ ବିଜେପି ସଭାପତି !
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ଭୁବନେଶ୍ୱର :ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦl ସ୍ବତନ୍ତ୍ର ବାୟୁସେନା ବିମାନରେ ନିର୍ଦ୍ଧାରିତ ସମୟର 10ମିନିଟ ପୂର୍ବରୁ ପହଞ୍ଚିଲେ ରାଷ୍ଟ୍ରପତି l ବିମାନ ବନ୍ଦରରେ tanku ବିପୁଳ ସ୍ବାଗତ କରାଯାଇଛି l
ରାଜ୍ୟପାଳ ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ , କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ, ପୋଲିସ ଡିଜିପି, ପୋଲିସ କମିଶନର, ଭୁବନେଶ୍ବର ଡିସିପି ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ l ସ୍ୱାଗତ ସମୟରେ ବେଶ କିଛି ସମୟ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ହୋଇଥିଲେ l ଏହା ପରେ କଡା ସୁରକ୍ଷା ବଳୟରେ ରାଷ୍ଟ୍ରପତି ରାଜଭବନରେ ପହଞ୍ଚିଥିଲେ l ଆଜି ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି l ଆସନ୍ତାକାଲି ବ୍ରେକ ଫାଷ୍ଟ ପରେ ୯.୪୦ମିନିଟରେ ଭୁବନେଶ୍ବର ବିମାନ ବନ୍ଦର ଦେଇ ଖୋର୍ଦ୍ଦା ବରୁଣେଇ ଯିବେ l ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ଯୋଗ ଦେବେ l
ହାଇଦ୍ରାବାଦ ଗଣଦୁଷ୍କର୍ମର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର
ଭୁବନେଶ୍ୱର : ଆଜି ଭୋରୁ ହାଇଦ୍ରାବାଦ୍ ଲୋମଟାଙ୍କୁରା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ଅଭିଯୁକ୍ତ ହ୍ରାଇଦ୍ରାବଦ୍ ପୁଲିସ୍ର ଏନକାଉଣ୍ଟରରେ ନିହତ। ମହିଳା ଡାକ୍ତରଙ୍କ ମୃତଦେହ ଚେତନାପାଲି ଓଭରବ୍ରିଜ ତଳୁ ମିଳିଥିବା ବେଳେ ଉକ୍ତ ଓଭରବ୍ରିଜ ଉପରେ ହିଁ ସେମାନଙ୍କୁ ଏନକାଉଣ୍ଟର କରାଯାଇଛି।
ଘଟଣାର ଅଧିକ ଛାନଭିନ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ସ୍ପଟ୍ ଇନ୍କ୍ବାରୀ ପାଇଁ ଘଟଣାସ୍ଥଳକୁ ନିଆଯାଇଥିଲା। ସିନ୍ ରିକ୍ରଏସନ୍ ବେଳେ ୪ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିଲେ। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ୍ ଇସାରା କରିଥିଲା। ଇସାରା ପାଇବା ପରେ ଅନ୍ୟ ୩ଅଭିଯୁକ୍ତ ଦୌଡ଼ିବାକୁ ଲାଗିଥିଲେ। ସେମାନଙ୍କୁ ଧରିବା ଉଦ୍ୟମ ବିଫଳ ହେବାରୁ ପୁଲିସ୍ ଗୁଳି କରିଥିଲା। ଏଥିଯୋଗୁ ସେମାନଙ୍କୁ ଏନକାଉଣ୍ଟର କରାଯାଇଥିବା ହାଇଦ୍ରାବାଦ ପୁଲିସ୍ ସୂତ୍ରରୁ ସୂଚନା ମିଳିଛି। ଏହି ଏନକାଉଣ୍ଟର କୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି l
ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସାଜିଲେ ଅନ୍ୟ ପାଇଁ…
ଭୁବନେଶ୍ୱର : ଜନ୍ମଦିନକୁ ଧୁମଧାମରେ ପାଳନ କରିବା ପାଇଁ କିଏ କେତେ ଆୟୋଜନ କରୁଛି l କିଏ ବଡ ବଡ ହୋଟେଲରେ ସାଙ୍ଗ ସାଥି ଗଣରେ ସମୟ କାଟୁଛି ତ ଆଉ କିଏ ଘରେ l ହେଲେ ସାମ୍ବାଦିକ ଅମ୍ବୁଜ ବିଶୋଇ ନିଜ ଜନ୍ମଦିନରେ ରକ୍ତଦାନ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି l 33 ତମ ଜନ୍ମଦିନ ଅବସରରେ 33 ଥର ପାଇଁ ରକ୍ତଦାନ କରିଛନ୍ତି ସେ l ଯାହା ଅନ୍ୟ ପାଇଁ ଏକ ଉଦାହରଣ l ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ଟିକେ ସମୟ କାଢି ସୁଦୂର ନବରଙ୍ଗପୁର ତେନ୍ତୁଳିଖୁଣ୍ଟିର 70 ବର୍ଷୀୟ ଜନୈକ ଆଦିବାସୀ ମହିଳାଙ୍କ ଅପେରସନ ନିମନ୍ତେ ରାଜଧାନୀର ଆମ୍ରି ହସ୍ପିଟାଲରେ ଓ ନେଗେଟିଭ ରକ୍ତଦାନ କରି ସେ ବେଶ ଆନନ୍ଦିତ ବୋଲି କହିଛନ୍ତି l ଏହା ସହ ସମସ୍ତଙ୍କୁ ରକ୍ତ ଦାନ କରିବାକୁ ନିବେଦନ କରିଛନ୍ତି l କାରଣ ରକ୍ତଦାନ କେଲେ କିଏ ଜଣେ ଜୀବନ ଦାନ ପାଏ l
କବିଙ୍କ ମନର କଥା…
ଭୁବନେଶ୍ୱର :ଜହ୍ନମାମୁଁ, ପତ୍ରିକାଟେ ନୁହେଁତ, ବରଂ ଗୋଟେ ନିଶାର ନାଁ । ପାଠକ, ଲେଖକ ଗଢ଼ିହେବାର ଗୋଟେ ସୁନ୍ଦର ମୁଳଦୁଆ । ପିଲାଦିନର ପଲସ । ଆବେଗ, ଅନୁଭବ, ଥିମ୍, ମିଥ୍ ଯାହାବି କୁହାଯାଇପାରେ… । ସେ ନିଶା ଗରଜୁଥିବା ରାତି, ତୁହାକୁତୁହା ବର୍ଷାର ବେତାଳ କଥା ହେଉ କି ଲଙ୍କା ଅଧିପତି ରାବଣର ଭୟଙ୍କର ନିଶ ଥିବା ଚିତ୍ର ଅଥବା ମନ କିଣିନେଲା ପରି ସାଧୁ ସନ୍ୟାସୀଙ୍କ ବେଶପୋଷାକ… ଆଜି ବି ମନେପଡ଼ିଲେ ଦେହ କଣ ହୋଇଯାଏ । ପଢ଼ିବା ବାହାନାରେ ବଡ଼ ଭୂଗୋଳ ବହି ଭିତରେ ଜହ୍ନମାମୁଁ ଫୋଲଡିଂ କରି ଲୁଚିଲୁଚି ପଢ଼ିଲା ବେଳେ ଧରାପଡ଼ି ଘରୁ ଗାଳି ଖାଇବା । ଭଲ ରାକ୍ଷସ ଗପଟି ପଢ଼ି କ୍ଳାସରେ ସାଙ୍ଗମାନଙ୍କ ଆଗରେ ତା ପରଦିନ କହି ବାହାଦୂରୀ ନେବା । ଏମିତି କେତେ କଣ… । କେମିତି ମାସଟେ ସରିବ ଆଉ ବାପାଙ୍କଠୁ ପଇସା ନେଇ ଜହ୍ନମାମୁଁଟେ କିଣା ହେବ ଆଉ ପଢ଼ିସରିବା ପରେ ବ୍ଲେଡ୍ କି କଇଁଚିରେ ଚିତ୍ରକୁ କାଟି ସାଇତି ରଖିବା । ଏବେ ଆଉ ସେ ଛାଞ୍ଚର ପତ୍ରିକା କାହିଁ ? ନିକଟରେ ଗାଁକୁ ଯାଇଥିଲି । ଘରେ ପୁରୁଣା ବହି ଥାକ ଖେଳଉ ଖେଳଉ ତିନି ଚାରୋଟି ପାଇଗଲି ଯେ ପୁରୁଣା ସ୍ମୃତି ସବୁ ଉତୁରି ଆସିଲା…
କାଳିଆ ଯୋଜନା ଚାଲୁ ରହିବ : କୃଷିମନ୍ତ୍ରୀ
ଭୁବନେଶ୍ୱର : କାଳିଆ ଯୋଜନା ଚାଲୁ ରହିବ। ଏହା କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ। କାଳିଆ-କିଷାନ ମିଶ୍ରଣ ହେବ। କାଳିଆ ଯୋଜନା ଚାଲୁ ରହିବ। କାଳିଆର ୨ୟ କିସ୍ତି ଚାଲୁ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।
ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପରିବାର କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଥିଲା ବେଳେ ସରକାରୀ ଦ୍ୱିତୀୟ କିସ୍ତି ଦେବାକୁ ବିଚାର କରିଛନ୍ତି। ‘କାଳିଆ’ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିଲା ବେଳେ ଯୋଗ୍ୟ ମଧ୍ୟ ବାଦ ପଡ଼ିଛନ୍ତି । ଏବେ ‘କାଳିଆ’କୁ ‘କିଷାନ’ ରେ ବିଲୟ କରିବାକୁ ରାଜ୍ୟ ବିଚାର କରୁଛି । ଆନ୍ଧ୍ର ପ୍ରଦେଶ ସରକାର ‘ଅନ୍ନଦାତା ସୁଖିଭବ’ଯୋଜନାକୁ ଯେଉଁଭଳି କିଷାନରେ ଗତ ଫେବୃୟାରୀରେ ବିଲୟ କରିଛି, ସେଇ ଢ଼ାଞ୍ଚାରେ ଓଡ଼ିଶା ସରକାର ମଧ୍ୟ ‘କାଳିଆ’କୁ ବିଲୟ କରିବାକୁ ଚାହୁଁଛନ୍ତି।
କିଷାନରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳୁଥିଲା ବେଳେ କାଳିଆରେ ସରକାର ଦୁଇଟି ଫସଲ ପାଇଁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିଷାନରେ ବିଲୟ ହେବା ପରେ କେନ୍ଦ୍ର ୬ ହଜାର ଟଙ୍କା ଦେବ, ମାତ୍ର ଆଉ ୪ ହଜାର ଟଙ୍କାର ବୋଝ ରାଜ୍ୟ ବହନ କରିବାକୁ ରାଜ୍ୟ ସମ୍ମତ ହୋଇଛି। ଏହାଛଡ଼ା କାଳିଆ ତାଲିକାରୁ ଯେଉଁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ି ‘କିଷାନ’ରେ ସାମିଲ ନ ହୋଇପାରିବେ (ଭୂମିହୀନ) ସେମାନଙ୍କୁ ସହାୟତା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ରାଜ୍ୟର ଏ ପ୍ରସ୍ତାବରେ କେନ୍ଦ୍ର ମଧ୍ୟ ମୋହନ ମାରିଥିବା ସୂଚନା ମିଳିଛି।
ସଭ୍ୟ ସମାଜରେ କୁକର୍ମକାରୀର ସ୍ଥାନ ନାହିଁ :ଆଶିସ ସିଂହ
ଭୁବନେଶ୍ୱର :ପୁରୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଏଥିସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଆଶିସ ସିଂହ କହିଛନ୍ତି ପୀଡିତାଙ୍କର ଡାକ୍ତରୀମାଇନା କରଯାଇସାରିଛି । ବର୍ତମାନ ସମୟରେ ପୋଲିସ ଅଭିଯୁକ୍ତମାନଙ୍କୁ ଅଧିକରୁ ଅଧିକ ଦଣ୍ଡ ମିଳିବା ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡରେ ଲାଗିଛି । ତେବେ ତଦନ୍ତରେ ଗୋପନୀୟତା ରକ୍ଷା କରିବା ପାଇଁ ତଦନ୍ତ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ମନା କରିଛନ୍ତି ଡିଆଇଜି । ସଭ୍ୟ ସମାଜରେ ଏଭଳି କୁକର୍ମକାରୀର କୌଣସି ସ୍ଥାନ ନାହିଁ ଏବଂ ଏମାନଙ୍କୁ କଡା ଦଣ୍ଡବିଧାନ ପାଇଁ କୋର୍ଟରେ ପୋଲିସ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିବ ।
ସୂଚନା ଅନୁସାରେ କାକଟପୁର ଅଂଚଳର ପୀଡିତା ଗତକାଲି ଭୁବନେଶ୍ୱରରୁ ଏକ ବସ୍ରେ ଘରକୁ ଫେରୁଥିଲେ । ଏତିକିବେଳେ ନିମାପଡା ଛକରେ ଏକ ହୋଟେଲରେ ଖାଉଥିଲେ ଯୁବତୀ । ଖାଇ ସାରି ଆସିବା ବେଳକୁ ବସଟି ଚାଲିଯାଇଥିଲା । ଆଉ ଏକ ବସକୁ ଛକରେ ଅପେକ୍ଷା କରିଥିଲେ ଯୁବତୀ । ଏହି ସମୟରେ ଜଣେ ପୋଲିସ କନେଷ୍ଟବଳ ସମେତ ୪ଜଣ ଯୁବତୀଙ୍କୁ ଘରେ ଛାଡି ଦେବାକୁ କହି କାରରେ ବସାଇ ନେଇଥିଲେ । ମାତ୍ର କାରଟି କାକଟପୁର ପରିବର୍ତେ ପୁରୀ ମେରାଇନ ରୋଡରେ ଯିବାରୁ ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ସେମାନେ ଯୁବତୀଙ୍କ ପ୍ରତିବାଦକୁ ନଶୁଣି ତାଙ୍କୁ ପୁରୀ ନେଇ ଆସିଥିଲେ ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ଅପରାହ୍ନ ପ୍ରାୟ ୩ ଟା ସମୟରେ ପୁରୀ କୁମ୍ଭାରପଡା ଥାନା ଝାଡେଶ୍ୱରୀ କ୍ଲବ ନିକଟ ଏକ କ୍ୱାର୍ଟରରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ବହିଷ୍କୃତ ପୋଲିସ କର୍ମଚାରୀ, ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବା କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଏକ କୋଠରୀରେ ତାଲା ପକାଇ ରଖାଯାଇଥିଲା । ହେଲେ କୌଣସି ମତେ ସେଠାରୁ ସେ ଖସି ପଳାଇ ଆସିଥିଲେ ।
ଲିଭୁଛି ଜ୍ୟୋତି : ଯାଇପାରେ ମନ୍ତ୍ରୀ ପଦ !
ଭୁବନେଶ୍ୱର : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଦୁଇ ମହିଳା ହାଇଦ୍ରାବାଦ ଯାଇଥିଲେ। ସେହି ଦୁଇ ମହିଳା କିଏ। କାହିଁକି ତାଙ୍କୁ ସରକାରୀ ଅର୍ଥରେ ଓ କେଉଁ ଅଧିକାର ବଳରେ ସେଠାକୁ ନିଆଯାଇଥିଲା। ତାଙ୍କ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଗଲା। ତାହା ସ୍ପଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା। ବିରୋଧୀ ଦଳ ନେତାଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି କଂଗ୍ରେସ ବିଧାୟକ ମାନେ l କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତୁରନ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି l ଦିନ ତମାନ ଏହି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହୋଇଥିଲା l ପର୍ଯ୍ୟଟନ ମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଅଟଳ ରହିଥିଲେ ବିରୋଧୀ। ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟ ଗୃହ ମଧ୍ୟକୁ ଆସି ହୋହଲ୍ଲା କରିଥିଲେ। ଏକ ଜିଦ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଏହି ପ୍ରସଙ୍ଗକୁ ନେଇ ଗୃହ 4 ଥର ମୁଲତବୀ ରହିଥିଲା। ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରିଥିଲେ l ଯଦିଓ ବାଚସ୍ପତି ମନ୍ତ୍ରୀ ଙ୍କୁ ବିବୃତି ରଖିବାକୁ କହିଥିଲେ ତେବେ ବିରୋଧୀଙ୍କ ଏହା ସନ୍ତୁଷ୍ଟ କରି ପାରିନଥିଲା। ଶେଷରେ ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ 6ଟା ସୁଦ୍ଧା ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ପର୍କରେ ବିବୃତି ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ବାଚସ୍ପତି l ସେପଟେ ପାୱାର କରିଡରରେ ଚର୍ଚ୍ଚା ହେଉଛି ଯେ ଜ୍ୟୋତିପାଣିଗ୍ରାହୀ ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇପାରନ୍ତି l
ତିନି ମାସ କୋହଳ ହେଲା ମୋଟର ଯାନ ଆଇନ..
ଭୁବନେଶ୍ୱର : () ଡିସେମ୍ବର ୧ ରୁ ନୁହଁ। ବରଂ ଲୋକଙ୍କୁ ଅନ୍ତତଃ ଆହୁରି ତିନି ମାସର ମହଲତ ଦେଲେ ରାଜ୍ୟ ସରକାର । ନୂଆ ମୋଟର ଯାନ ଆଇନ ଆଉ କିଛି ଦିନ ପରେ ଲାଗୁ ପାଇଁ ଦଳମତ ନିର୍ବିଶେଷରେ ବିଧାୟକମାନେ ଦାବି କରିବା ପରେ ଏହି ନିଷ୍ପତି ନେଇଛନ୍ତି ସରକାର l ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆଉ ତିନି ମାସ ବଢ଼ିଲା ଅବଧି ବୃଦ୍ଧି କରାଗଲା ବୋଲି ଗୃହରେ ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା l ଯାହା ସାଧାରଣ ଲୋକଙ୍କୁ ଅଶ୍ଵସ୍ତି ଦେଇଛି l
ବିଧାନସଭାରେ ଟୋକନ ତାତି : ଶାସକ ଓ ଶାସକ ମୁହାଁମୁହିଁ
ଭୁବନେଶ୍ୱର : ଟୋକନ ଇସ୍ୟୁ ତଥ୍ୟକୁ ନେଇ ମୁହାଁମୁହିଁ ବିଜେଡି ଵିଧାୟକ ଦେବେଶ ଆଚାର୍ଯ୍ୟ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଚାଷୀଙ୍କ ଭିତରେ ଦୁଃଖ, ଉଦବେଗ ସହ ଆକ୍ରୋଶ ବି ରହିଛି। ତାଙ୍କ ସହ ଅନ୍ୟ ସରକାରୀ ଦଳ ଓ ବିଧାୟକମାନେ ବି ସ୍ୱର ମିଲାଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ତଥ୍ୟ ସହ ଦେଇଥିଲେ ଖାଦ୍ୟଯୋଗାନମନ୍ତ୍ରୀ। ଟୋକେନ ବ୍ୟବସ୍ଥା ପାଇଁ ଚାଷୀ ଯେତିକି ଅସନ୍ତୋଷ, ଅଧିକ ହରଡ଼ଘଣାରେ ବିଧାୟକମାନେ। ଏହା ବିରୋଧରେ ଚାଷୀ ଯେଉଁ ପ୍ରଶ୍ନ କରୁଛନ୍ତି, ତାହାର ବାଣ ଫୁଟୁଛି ସ୍ଥାନୀୟ ବିଧାୟକମାନକ ଦୁଆରେ। ଯଦିଓ ଏଵେ ଧାନ ଉଠିବା ଆରମ୍ଭ ହୋଇଛି, ହେଲେ ଵଳକା ଧାନ କେତେଦିନ ଭିତରେ ବିକିବେ। କୁହାଯାଉଛି ୧୫ ଦିନରେ ଉଠିଵ। ଏହି ଲମ୍ବା ସମୟକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି ଥିବା କହି ସମବାୟ ମନ୍ତ୍ରୀଙ୍କୁ ଘେରିଛନ୍ତି ସରକାରୀ ଦଳ ଉପମୁଖ୍ୟସଚେତକ। ସ୍ବଛତା ଆଳରେ ନୂଆ ଟେକ୍ନୋଲୋଜି ଆଧାରରେ ଟୋକନ ଵ୍ୟବସ୍ଥା କରିଦେଲେ ଖାଲି ଚଳିବନି ବୋଲି କହିଛନ୍ତି ବିଜେଡ଼ି ବରଗଡ଼ ବିଧାୟକ। ଚାଷୀ ଯଦି ନିଜର କଷ୍ଟ ଉପାର୍ଜିତ ଧାନ ବିକି ପାରିବେନି, ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଚିଠି ଖଣ୍ଡେ ଖଣ୍ଡେ ଦେଇ ଚୁପ୍ ଵସିଗଲେ ଚଳିବନି।
ଉଭୟଙ୍କ ଆରୋପ ଉପରେ ବିଗିଡିଗଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ବ୍ୟବସ୍ଥିତ ଢଙ୍ଗରେ ପ୍ରକୃତ ଚାଷୀ କିଭଳି ଧାନ ବିକିବେ, ଦଲାଲ ତଥା ସୀମାନ୍ତବର୍ତ୍ତୀ ବେପାରୀ କିଭଳି ପଶିଵେନି, ତାକୁ ନେଇ ସରକାର ସଜାଗ ଅଛନ୍ତି। ଅଯଥାରେ ଚାଷୀଙ୍କ ଆକ୍ରୋଶର ଆଳରେ ଗୃହରେ ଭୁଲ୍ ତଥ୍ୟ ଦେବାରୁ ସଭ୍ୟ ନିବୃତ୍ତ ରୁହନ୍ତୁ। ସମସ୍ତେ ସହଯୋଗ କରିବାକୁ ଅନୁରୋଧ କଲେ ମନ୍ତ୍ରୀ|














