ଛାତ୍ର ଜୀବନର ସ୍ମୁତିକୁ ବାଣୀଵିହାରେ ମନେ ପକାଇଲେ ଅରୁଣ..

- Advertisement -

ଭୁବନେଶ୍ୱର : ଅରୁଣ ସାହୁ l ଦିନେ ବାଣୀବିହାର ଛାତ୍ର ନେତା ଥିଲେ l ବାଣୀବିହାରରୁ ପାଠ ପଢି ଓ ରାଜନୀତିକରି ଆଜି ରାଜ୍ୟର ଯୁବ ଲୋକପ୍ରିୟ ମନ୍ତ୍ରୀ ହୋଇପାରିଛନ୍ତି l ସବୁବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରନ୍ତି ଳ ଯେତେବେଳେ ଯେଉଁମନ୍ତ୍ରୀ ହୁଅନ୍ତି ସେଥିରେ ନିଜର ଦକ୍ଷତା ସେ ଦେଖନ୍ତି l ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସେ ସବୁବେଳେ ଚର୍ଚ୍ଚିତ ନିଜର ନିଆରା ଗୁଣ ପାଇଁ l ମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ସବୁବେଳେ ସାଧାରଣ ଭାବେ ଜୀବନ କାଟନ୍ତି l ଯାହା ତାଙ୍କୁ ଅତି ନିକଟରୁ ଦେଖିଲେ ଯିଏ କେହି ଅନୁଭବ କରି ପାରିବ l ଓଡିଶା ଉଚ୍ଚଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ବାଣୀବିହାର ପାଳନ କରୁଛି ତାର ପ୍ଲାଟିନମ ଜୁବୁଲି । ଉକ୍ରଳ ବିଶ୍ୱବିଦ୍ୟାଳୟର ଏହି ମହାକୁମ୍ଭରେ ସାମିଲ ହେଉଛନ୍ତି ଶିକ୍ଷାନୁଷ୍ଠାନର ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ର । ଯୋଗକୁ ସେତେବେଳେର ବାଣୀବିହାର ସଭାପତି ଅରୁଣ ସାହୁ ଏବେ ଉଚ୍ଚଶିକ୍ଷା ମନ୍ତ୍ରୀ l ତେଣୁ ଏହାକୁ କିପରି ସ୍ମରଣୀୟ ଭାବେ ପାଳନ କରାଯିବ ତାହାର ପ୍ରୟାସ ଜାରୀ ରଖିଛନ୍ତି ଅରୁଣ l iରାଜନୀତିରୁ ଉଦ୍ଧ୍ୱର୍ରେ ରହି ଅରୁଣ ଏବେ ସବୁ ପୁରୁଣା ଛାତ୍ରଛାତ୍ରୀଙ୍କୁ ଏକାଠି କରିବାରେ ଲାଗିଛନ୍ତି l ଆଉ ତାହାରି ଭିତରେ ନିଜର ସ୍ମୁତିକୁ ବି ମନେପକାଇଛନ୍ତି l ଯାହା ଆଜି ସଂଧ୍ୟାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୁଟବଲ ଫିବର ଦେଖିଲେ ଯେ କେହି ବିଶ୍ୱାସ କରିବେ l ବାଣୀବିହାରରେ ଫୁଟବଲ ଖେଳି ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles